The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Sudhanjali Mishra

Inspirational

2  

Sudhanjali Mishra

Inspirational

ସ୍ପର୍ଶ

ସ୍ପର୍ଶ

2 mins
517


କଥାରେ କୁହାଯାଏ "ଆବଶ୍ୟକତା ହିଁ ଉଦ୍ଭାବନର ଜନନୀ " । ସେହିପରି ଏକ ଆବଶ୍ୟକୀୟ ପରିସ୍ଥିତିରେ ମୋତେ କବିତା ଲେଖିବାକୁ ବାଧ୍ୟ କରାଯାଇଥିଲା ଏବଂ ସେଥିରୁ ମୋର କବିତ୍ବ ସୃଷ୍ଟି ।ଯଦି ଓ ମୁଁ ସଂସ୍କୃତରେ ସ୍ନାତକୋତ୍ତର କରିଥିଲି ତଥାପି ଦଶମ ଶ୍ରେଣୀର ସାହିତ୍ୟ ପଢାଉଥିଲି । ୨୦୦୭ ମସିହାର ଜୁଲାଇ ମାସର ପ୍ରଥମ ସପ୍ତାହରେ ବନମହୋତ୍ସବ ବିଦ୍ୟାଳୟରେ ପାଳିତ ହୋଇଥିଲା । ତେଣୁ ବୃକ୍ଷରୋପଣର ସଚେତନତା ଉପରେ ଏକ ନାଟକ ପରିବେଷଣ ହୋଇଥିଲା । ସେହି ବିଦ୍ୟାଳୟର ଜଣେ ବିଜ୍ଞାନ ଶିକ୍ଷକ ନାଟକଟିକୁ ଲେଖିଲେ ଓ ପିଲାମାନଙ୍କୁ ଅଭିନୟ ଶିଖାଇଲେ ମଧ୍ୟ । ନାଟକର ବିଷୟବସ୍ତୁ ଏପରି ଥିଲା ବନବାସୀ ମାନେ ପ୍ରଚୁର ପରିମାଣରେ ଗଛ କାଟିବା ଫଳରେ ସେ ଅଞ୍ଚଳର ଅମ୍ଳଜାନ କମିବା ଓ ଅଙ୍ଗାରକାମ୍ଳ ବୃଦ୍ଧି ଯୋଗୁଁ ବନବାସୀ ମାନେ ରୋଗରେ ଆକ୍ରାନ୍ତ ହୁଅନ୍ତି ତଥାପି ଡ଼କ୍ତରଙ୍କ ପାଖକୁ ନଯାଇ ଗୁଣିଗାରେଡି ଝଡାଫୁଙ୍କାରେ ବିଶ୍ବାସ ରଖନ୍ତି ଓ ଡାକ୍ତରଙ୍କୁ ମୋଟରୁ ଗାଁକୁ ଆସିବାକୁ ଦିଅନ୍ତି ନାହିଁ । ଡାକ୍ତର, ରୋଗର କାରଣ ଜାଣିଥିଲେ ସୁଦ୍ଧା ଏମାନଙ୍କ ମନରୁ କିପରି ଅନ୍ଧବିଶ୍ବାସକୁ ଦୂରକରିବେ ? ଡାକ୍ତର ବେଶରେ ଗଲେ ବନବାସୀ ମାନେ ପ୍ରବେଶ କରିବାକୁ ଦେବେନି ,ତେଣୁ ଡାକ୍ତର ବାଧ୍ୟ ହୋଇ ଋଷିବେଶ ଧାରଣ କରି ଆସି ଚିକିତ୍ସା କଲେ ଆସ୍ତେ ଆସ୍ତେ ସେମାନଙ୍କ ବିଶ୍ବାସ ଜିତିଲେ ଓ କହିଲେ "ବୃକ୍ଷ ଛେଦନ ଦ୍ବାରା ତୁମେମାନେ ରୋଗର ଶିକାର ହେଉଛ ତେଣୁ ଗଛକୁ ନ କାଟି ପ୍ରଚୁର ପରିମାଣରେ ଗଛ ଲଗାଅ ତୁମେମାନେ ଆଉ ରୋଗୀ ସାଜିବ ନାହିଁ "। ଶେଷରେ ସଚେତନ ମୂଳକ ଗୀତଟିଏ ଆବଶ୍ୟକ ଥାଏ ହେଲେ ସେ ଗୀତ ଲେଖିବ କିଏ ? ବିଜ୍ଞାନ ଶିକ୍ଷକ ମୋତେ ଲେଖିବା ପାଇଁ କହିଥିଲେ । ମୁଁ ପିଲାମାନଙ୍କୁ ଗୀତ ଶିକ୍ଷାଦେଉଥିଲି ହେଲେ କେବେ ଗୀତ ଲେଖିବା କଥା ଚିନ୍ତା କରିନି । ମୁଁ ବଡ଼ ଦ୍ବନ୍ଦ୍ବରେ ପଡିଗଲି ସେ କହିଲେ "ଏତେ ଚିନ୍ତା କ'ଣ କରୁଛନ୍ତି ?ଆପଣ ସାହିତ୍ୟ ପଢାଉଛନ୍ତି ବୃକ୍ଷରୋପଣ ଉପରେ ଚାରିଧାଡି ଲେଖିପାରିବେନି " ? ଏହି ପଦଟି ମୋତେ ବହୁତ ସ୍ପର୍ଶ କରିଥିଲା, ଆରେ ସତେତ,ସେ ଯାହା କହିଛନ୍ତି ଠିକ୍ କହିଛନ୍ତି ବୋଲି ଚିନ୍ତାକରି ଛୋଟ ଗୀତଟିଏ ଲେଖିଲି ଏବଂ ସ୍ବର ଦେଇ ପିଲାମାନଙ୍କୁ ଶିଖାଇଲି । ସେହି ଚାରିଧାଡି ଗୀତ ସମସ୍ତଙ୍କୁ ଏତେ ଭଲ ଲାଗିଥିଲା ଯେଉଁଠି ବନବିଭାଗର କାର୍ଯ୍ୟକ୍ରମ ହେଲେ ଆମ ବିଦ୍ୟାଳୟର ପିଲାମାନେ ବୃକ୍ଷରୋପଣ ପ୍ରାରମ୍ଭିକ ସଂଗୀତ ଗାଇବାକୁ ଗଲେ । ତାହା ମୋତେ ବହୁତ ଆନନ୍ଦ ଦେବାସହ ମୋର କବିତା ଲେଖିବାରେ ଅଭିବୃଦ୍ଧି ଘଟିଥିଲା । ଯଥା ବିଜ୍ଞାନମେଳା ,ବିଦାୟ ସଂଗୀତ, ବାର୍ଷିକତ୍ସୋବ ପାଇଁ ସ୍ବାଗତ ସଂଗୀତ ରଚନା କରିବା ସହ ସ୍ବର ସଂଯୋଜନା କରି ଶିଖାଉଥିଲି । ଏହିପରି କବିତାର ସ୍ପର୍ଶରେ ମୋର କବିତ୍ବ ସୃଷ୍ଟି ହୋଇଥିଲା ।ବର୍ତ୍ତମାନ ବିଦ୍ୟାଳୟ ଛାଡି ସାରିଲିଣି ତଥାପି ତାହା ସବୁଦିନ ପାଇଁ ମୋର ସ୍ମୃତିହୋଇ ରହିଯାଇଛି ଏବଂ ପିଲାମାନେ ଥିଲେ ମୋପାଇଁ ପ୍ରେରଣା ।

                   


Rate this content
Log in

More oriya story from Sudhanjali Mishra

Similar oriya story from Inspirational