Sudhanjali Mishra

Others

2  

Sudhanjali Mishra

Others

ପଞ୍ଚକ

ପଞ୍ଚକ

2 mins
382


ଶିକ୍ଷକ ଶ୍ରେଣୀ ଗୃହକୁ ପ୍ରବେଶ କରି କହିଲେ "ଆଚ୍ଛା !ପିଲାମାନେ ,ଆଜି ଆମେ ସାଧାରଣ ଜ୍ଞାନ ପଢିବା ।ତା ପୂର୍ବରୁ ମୋତେ ପାଞ୍ଚଟି ପ୍ରଶ୍ନର ଉତ୍ତର କିଏ ଦେବ ?" 

  ଉତ୍ତମ ଛାତ୍ର ରାମ ଦଣ୍ଡାୟମାନ ହୋଇ କହିଲା " ଗୁରୁଜୀ ,ମୁଁ କେବଳ ଦୁଇଟି ପ୍ରଶ୍ନର ଉତ୍ତର ଦେଇପାରିବି ତାହାହେଲା -ଆମ ପୁରାତନ ଗ୍ରନ୍ଥର ନାମ ହେଲା ରାମାୟଣ,ମହାଭାରତ ଏବଂ ଆମ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ପ୍ରିୟଦର୍ଶନୀ ଇନ୍ଦିରା ଗାନ୍ଧି । ଶିକ୍ଷକ କହିଲେ "ଠିକ ଅଛି ବସେ ,ମୁଁ ତୁମକୁ ଭଲଭାବରେ ବୁଝାଇ ଦେଉଛି ଆମ ଭାରତବର୍ଷ ଧର୍ମଭୂମି ଓ ପୂଣ୍ଣ୍ୟଭୂମି ନାମରେ ଅଭିହିତ ।ଯୁଗ ଯୁଗ ଧରି ସହସ୍ର ମୁନିଋଷି,ସାଧୁ ସନ୍ଥ ଓ ମହାପୁରଷ ଗଣ ଏଠାରେ ଆର୍ବିଭୂତ ହୋଇଛନ୍ତି ।୧ )ଉ :-ଆମ ପ୍ରାଚୀନ ଗ୍ରନ୍ଥ ହେଲା -ରାମାୟଣ,ମହାଭାରତ । ୨ପ୍ର : -ଭଗବାନ ରାମ ଓ କୃଷ୍ଣ କେଉଁ ଠାରେ ପଢୁଥିଲେ ଓ ତାଙ୍କ ଗୁରୁ କିଏ ଥିଲେ ?

୨)ଉ : -ଉତ୍କଳମଣି ଗୋପବନ୍ଧୁ କହିଥିଲେ " ବିଶ୍ବପ୍ରେମ ଭାବ ଯା ହୃଦେ ପୂରିତ, ସର୍ବ ପ୍ରାଣୀହୃଦ ତା ହୃଦେ ଅଙ୍କିତ ।।"ସ୍ନେହ ଶ୍ରଦ୍ଧ ଓ ପ୍ରେମଭାବ ମଣିଷକୁ ଦେବତା ସ୍ତରକୁ ନେଇଯାଏ ତେଣୁ ରାମ ଓ କୃଷ୍ଣ ଭଗବାନ ଥିଲେ । ସେ ଦୁହେଁ ଗୁରୁକୁଳ ଆଶ୍ରମରେ ପାଠ ପଢିଥିଲେ । ଶ୍ରୀରାମଙ୍କ ଗୁରୁ ଥିଲେ ବଶିଷ୍ଠ ଓ ଶ୍ରୀକୃଷ୍ଣଙ୍କ ଗୁରୁ ଥିଲେ ସନ୍ଦିପନୀ । ପୂର୍ବେ ବେଦଭୂମି ଭାରତ ବର୍ଷ ରେ ଶିକ୍ଷା ବ୍ୟବସ୍ଥା ଥିଲା ଗୁରୁକୁଳ ଆଶ୍ରମ ।ପ୍ରକୃତି ବର୍ଣ୍ଣାଳୀ ଥିଲା ତାଙ୍କ ବିଦ୍ୟାଳୟ ।ସେଠାରେ ମନ୍ତ୍ର ଉଚ୍ଚାରଣ ସହ ବେଦ ଅଧ୍ୟୟନ,ଆତ୍ମନିର୍ଭର ଶୀଳତା ,ଗୋଚାରଣ,ସମିଧ ସଂଗ୍ରହ,କୃଷିକର୍ମ ଇତ୍ୟାଦି ନିତ୍ୟକର୍ମ ଶିକ୍ଷା ଦିଆଯାଉଥିଲା । ସେହି ଗୁରୁକୁଳ ଆଶ୍ରମରେ ପଞ୍ଚସଖା ମଧ୍ୟ ଅଧ୍ୟୟନ କରିଥିଲେ ୩)ଉ : -ପଞ୍ଚସଖା ହେଲେ ବଳରାମ ଦାସ,ଜଗନ୍ନାଥ ଦାସ,ଯଶୋବନ୍ତ,ଅଚ୍ୟୁତା ନନ୍ଦ,ଶିଶୁ ଅନନ୍ତ । ଗୁରୁକୁଳ ଆଶ୍ରମ ଥିଲା ସାଧନା ପୀଠ,ଏହି ପାଞ୍ଚଜଣ ଥିଲେ ତପସ୍ବୀ ଓ ସିଦ୍ଧପୁରୁଷ । ସେମାନଙ୍କ ଅମୂଲ୍ୟବାଣୀ ଆମ ମାର୍ଗଦର୍ଶକ,ତାହା ଅକ୍ଷରେ ଅକ୍ଷରେ ସତହୁଏ,ଯଥା : - ଅଚ୍ୟୁତାନନ୍ଦ ମାଳିକାରେ ଉଲ୍ଲେଖ କରିଛନ୍ତି "ବିଧର୍ମୀ ବିଧବା ପାଳିବ ମହୀ,ପଞ୍ଚକ ହାତରେ ମରିବ ସେହି ।"ଯାହା ଲେଖା ଯାଇଥିଲା ତାହା ସତ ହୋଇଛି ।ଅର୍ଥାତ୍ ବିଧର୍ମୀ ବିଧବା ଥିଲେ୪)ଉ : - ଆମଦେଶର ମହିଳା ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧି । ସେ ମୁସଲମାନ ଫିରୋଜ ଖାଁଙ୍କୁ ବିବାହ କରିଥିଲେ ଏବଂ ତାଙ୍କ ମୃତ୍ୟୁ ପରେ ସେ ଭାରତକୁ ଶାସନ କରିଥିଲେ ।" ବିଧର୍ମୀ ବିଧବା ପାଳିବ ମହୀ " ତାହା ସତ ହେଲା ଏବଂ ପର ପଦ ଥିଲା " ପଞ୍ଚକ ହାତରେ ମରିବ ସେହି ।" ୫)ପଞ୍ଚକ କହିଲେ କ'ଣ ବୁଝ ? ଉ : - "ପଞ୍ଚ -କ" କୁ ଯିଏ ଧାରଣ କରେ ଅର୍ଥାତ୍ : - ପଞ୍ଚ-କ ହେଲା -କଙ୍ଗି,କୃପାଣ,କାଚ୍ଛା,କେଶ ଓ କଙ୍କଣ ଏହି ପାଞ୍ଚ ବସ୍ତୁକୁ ଯିଏ ଧାରଣ କରେ ସେ ହେଲେ ପଞ୍ଜାବୀ ବା ଶିଖ୍ , ଆଉ ତାଙ୍କ ଦ୍ବାରା ଇନ୍ଦିରା ଗାନ୍ଧି ମରିବେ ।"ପଞ୍ଚକ ଦ୍ବାରା ମରିବ ସେହି । ତାହା ମଧ୍ୟ ସତ ହୋଇଥିଲା ତେଣୁ ମାଳିକା ବଚନ ସତ ହୁଏ ବୋଲି ସମସ୍ତଙ୍କର ଧାରଣା ହୋଇଗଲାଣି । ସେମାନେ ମହାନ୍ ,ଆମ ଦେଶ ମହାନ୍ ,ଆମ ସଂସ୍କୃତି ମହାନ୍ । ପିଲାମାନେ ,ଜାଣିପାରିଲ?ପାଞ୍ଚ ପ୍ରଶ୍ନର ଉତ୍ତର ଓ ପଞ୍ଚକ କ'ଣ ?"ପିଲାମାନେ କହିଲେ "ହଁ ଗୁରୁଜୀ " ଠିକ୍ ସମୟରେ ନିର୍ଘଣ୍ଟ ଘଣ୍ଟା ବାଜିଉଠିଲା ଟନ୍ ଟନ୍ ।

          ସୁଧାଞ୍ଜଳି ମିଶ୍ର,ବ୍ରହ୍ମପୁର


Rate this content
Log in