STORYMIRROR

Sudhanjali Mishra

Inspirational Others

3  

Sudhanjali Mishra

Inspirational Others

ଗୋଟିଏ ଦିନ ମିତ୍ର ସହ

ଗୋଟିଏ ଦିନ ମିତ୍ର ସହ

2 mins
419

" ଉତ୍ସବେ ବ୍ୟସନେ ଚୈବ ଦୁର୍ଭିକ୍ଷେ ରାଷ୍ଟ୍ର ବିପ୍ଳବେ

  ରାଜଦ୍ବାରେ ଶ୍ମଶାନେ ଯଃ ତିଷ୍ଠତି ସଃ ବାନ୍ଧବଃ "


ପ୍ରକୃତରେ ମିତ୍ର ସୁଖ ଦୁଃଖର ସାଥୀ ହୋଇଥାଏ । ନା ଜାତିଭେଦ ,ନା ଧନୀ ଗରିବର ପ୍ରଭେଦ କିଛି ନଥାଏ,ଥାଏ କେବଳ ଦରଦୀ ମନଟିଏ ବନ୍ଧୁର ଦୁଃଖରେ ଦୁଃଖି ବନ୍ଧୁର ସୁଖରେ ସୁଖୀ ହୋଇଥାଏ ।

ସେହିଭଳି ଗୋଟିଏ ଦିନ ମୋର ମିତ୍ର ରଶ୍ମୀଙ୍କ ସହ କଟିଥିଲା ଛତ୍ରପୁର ବେଳାଧ୍ବନି ସାହିତ୍ୟ ସଭାରେ । ସେ ଦେଖିବାକୁ ଯେମିତି ଅମାୟିକ ସରଳ ବ୍ୟବହାରରେ ମଧ୍ୟ ସେମିତି ଭଦ୍ର ନମ୍ର । ସତେ ଯେମିତି ସୁଗୁଣର ରଶ୍ମୀ ବିକିରଣ କରୁଥିଲେ । କବିତା ଆସରରେ ଯୋଗଦେବା ସେଦିନ ମୋର ପ୍ରଥମ କବିତା ଆସର ଏବଂ ପ୍ରଥମ ଦିନର ଅଭିଜ୍ଞତା । ଯଦିଓ ପୂର୍ବରୁ କବିତା ଲେଖୁଥିଲି ତାହା କେବଳ ଆକାଣବାଣୀରେ ପ୍ରସାରିତ ହେଉଥିଲା । ଚିଠିପତ୍ର କାର୍ଯ୍ୟକ୍ରମ,ଶିଶୁରାଇଜ,ଓ ମହିଳା ମହଲରେ ସାକ୍ଷାତକାର ଜଣେ ଶିଶୁ ମନ୍ଦିର ଶିକ୍ଷୟିତ୍ରୀ ହିସାବରେ କିନ୍ତୁ କୈଣସି ସାହିତ୍ୟ ସଭାରେ ମୁଁ ଯୋଗଦେଇପାରି ନଥିଲି । ଯେହେତୁ ଶିଶୁ ମନ୍ଦିର ଗୁରୁମା ଥିଲି ସମୟ ପାଇନଥିଲି । ବର୍ତ୍ତମାନ ସ୍କୁଲ୍ ଛାଡିଦେଇଥିଲି ତ ପ୍ରଥମ ଥର ପାଇଁ ସଭାରେ ଯୋଗଦେବା ପାଇଁ ସୁଯୋଗ ପାଇଲି । ଦ୍ବିତୀୟରେ ମୋର କବିତା ଚାଷୀ ଆତ୍ମହତ୍ୟା କବିତା ସ୍ଥାନିତ ହୋଇଥିଲା ବେଳାଧ୍ବନି ପତ୍ରିକାରେ ତାହା ସଂଗ୍ରହ କରିବି ଏବଂ ସଂପାଦନା ମଣ୍ଡଳୀକୁ କୃତଜ୍ଞତା ଜଣାଇବି ଏହି ଆଶାରେ ଉପସ୍ଥିତ ହୋଇଥିଲି । ଠିକ୍ ଦିନ ଦଶଟା ସମୟରେ ଯାଇ ପହଞ୍ଚିଗଲି ଛତ୍ରପୁର ସଂସ୍କୃତି ଭବନରେ । କୋଠରୀଟି କବିଙ୍କ କୋଳାହଳରେ ପରିପୂର୍ଣ୍ଣ ଥିଲା, ସଭା ଆରମ୍ଭ ହୋଇନଥିଲା ।


ଛତ୍ରପୁର ସଂସ୍କୃତି ଭବନ ମୋ ପାଇଁ ଥିଲା ନୂଆ ଠିକଣା ଏବଂ ମୋର ନୂଆ ପରିଚୟ କବୟିତ୍ରୀର । ସମସ୍ତେ ଗପସପ କରୁଥିଲେ ନିଜ ନିଜ ଚିହ୍ନା କବିଙ୍କ ସହ ,ମୁଁ କିନ୍ତୁ ନୂଆ କାହାକୁ ଚିହ୍ନି ନଥାଏ କେବଳ ଶିଶୁ ସାହିତ୍ୟିକ ନିରଞ୍ଜନ ତ୍ରିପାଠୀ ସାର୍ ଙ୍କ ପ୍ରୋତ୍ସାହନରେ ଯାଇଥିଲି କିନ୍ତୁ ସେ କାର୍ଯ୍ୟବ୍ୟସ୍ତ ଥିଲେ । କଠୋରୀକୁ ପ୍ରବେଶ କଲି ସମସ୍ତଙ୍କୁ ପ୍ରଣାମ ଜଣାଇ ମଞ୍ଚକୁ ଦେଖିଲା ବେଳକୁ ଜଗନ୍ନାଥଙ୍କୁ ଫୁଲ ସଜା ହୋଇନି କି ଦୀପ ସଜଡାଯାଇନି ଯେହେତୁ ମୁଁ ପ୍ରାର୍ଥନା ପ୍ରମୁଖ ଥିଲି ତେଣୁ ନିରଞ୍ଜନ ସାର୍ ଙ୍କୁ ପଚାରି ଫୁଲ ଦୀପ ସବୁ ସଜାଡିଦେଇ ଆସି ଚୁପ୍ ଚାପ୍ ଚୈକିରେ ବସିଲି ସମସ୍ତଙ୍କୁ ଦେଖିବା ପରେ ଗୋଟିଏ ସରଳ ଝିଅ ମୋତେ ଦେଖି ମୁରୁକି ହସ ହସିଥିଲେ ସେଥିରେ ଯେମିତି ମୋତେ ଟିକେ ସାହସ ମିଳିଥିଲା ଆଉ ତାଙ୍କ ବ୍ୟବହାର ମୋତେ ଆକର୍ଷଣ କରିଥିଲା । ସେ ଥିଲେ ରଶ୍ମୀ ମୁଁ ପ୍ରଥମ କରି ଯୋଗଦେଇଥିବା ଯୋଗୁଁ କବିତା ଆସର ବିଷୟରେ କିଛି ଜାଣି ନଥାଏ ମୋ ମନରେ ଭୟ ଥାଏ କେମିତି କବିତା ପଢିବି ସେ ଭୟ ବିଷୟରେ ମଧ୍ୟ ରଶ୍ମୀଙ୍କୁ ଜଣେଇଥିଲି ସେ ମୋତେ କହିଲେ "କିଛି ଭୟ କରିବାର ନାହିଁ କି କବିତା ପଢିବ ?ମୁଁ ନେଇଥିବା ଦୁଇଟି କବିତା ଦେଖେଇଲି । ସେ କହିଲେ ଚାଷୀ ଆତ୍ମହତ୍ୟା ବର୍ତ୍ତମାନ ସମାଜର ମୁଖ୍ୟ ସମସ୍ୟା ଏହି କବିତାଟି ଆବୃତି କର ।ତାଙ୍କ କହିବା ଅନୁସାରେ ସେହି କବିତା ଆବୃତି କରିଥିଲି ।ତାଙ୍କ ସହ ମିଶି ଲାଗିନଥିଲା ଯେ ଆମର ପ୍ରଥମ ଦେଖା ଥିଲା । କିନ୍ତୁ ମିଶିକି ଖାଇବାକୁ ଡାକିବାରୁ ସେ ମନା କରି ଦେଇଥିଲେ ମୁଁ ବାହାରେ ଖାଏନି ତାହା ଏ ପର୍ଯ୍ୟନ୍ତ ମୋ ମନରେ ପ୍ରଶ୍ନ ହୋଇ ରହିଛି ଏବେ ଯେଉଁଠି ଦେଖାହେଲେ ମଧ୍ୟ ହସିକି ପ୍ରଶ୍ନ କରନ୍ତି କେମିତି ଅଛ ? ତାହା ଭୁଲି ହୁଏନି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational