jyotsna mayee panda

Tragedy

3  

jyotsna mayee panda

Tragedy

ସମ୍ପର୍କ

ସମ୍ପର୍କ

4 mins
221


ଆମେ ବେଳେ ବେଳେ ସମ୍ପର୍କ ର ସୁତା ଖିଅ ଟା ଖଲି ରକ୍ତ ସମ୍ପର୍କ ରେ ନିବିଡ଼ ଭାବରେ ଥାଏ ବୋଲି ଭାବୁ l ସେଥିପାଇଁ ମଣିଷ ସାରା ଜୀବନ ସେ ସମ୍ପର୍କ କୁ ସାଉଁଟି ରଖିବା ପାଇଁ ନିଜର ସର୍ବସ୍ୱ ତ୍ୟାଗ କରିଥାଏ l ହେଲେ ଜୀବନ ରେ ଏମିତି ଗୋଟେ ସମୟ ଆସେ ଯେତେବେଳେ ନିଜ ଲୋକ ବି ଅଚିହ୍ନା ପାଲଟି ଯାଆନ୍ତି l ଯାହଠୁ ଜୀବନ ରେ କେବେ ଆଶା ନ ଥିବ ସେ ରକ୍ତ ସମ୍ପର୍କ ଠୁ ବି ଉର୍ଦ୍ଧ ରେ ରହି ସମ୍ପର୍କ ର ମୂଳ ଦେଇଥାଏ l

                            ସୋଫା ରେ ବସି କଣ ଗୁଡ଼ାଏ ଭାବୁ ଥାନ୍ତି ସୁରେଖା ଦେଵୀ l ଆଜି ସେ ବୟସ ର ଅପରାହ୍ନ ରେ ଉପନୀତ l ସେପାଇଁ କପାଳ ରେ ବୟସ ର ଚି଼ହ୍ନ ବାରି ହୋଇ ଯାଉଛି l ଏତେ ବଡ଼ ଘର ଯେପରି ଖାଁ ଖାଁ ଲାଗୁଛି l ଉନ୍ନତ ମୂଲ୍ୟ ବୋଧ ର ଦ୍ୱାହି ଦେଇ ମଣିଷ ଆଜି ପାଶ୍ଚାତ୍ୟ ସଂସ୍କୃତି କୁ ଆପଣେଇ ନେଇଛି l ସତରେ ସେ ଯୌଥ ପରିବାର ର ପରମ୍ପରା ରେ କେତେ ଯେ ଅତ୍ମୀୟତା ଭରି ରହିଥିଲା l ସମସ୍ତେ ସୁଖ ଦୁଃଖ ରେ ସାଥି ହୋଇ ରହୁଥିଲେ l ଏଵେ କିନ୍ତୁ ଓଲଟା.... ଏକକ ପରିବାର ରେ ସମସ୍ତେ ନିଜ ନିଜ ହିସାବ ରେ ରହିବା କୁ ପସନ୍ଦ କରୁଛନ୍ତି l

                             ହଠାତ ବାସନ୍ତୀ ଡାକ ଦେଲା "ଦିଦି ଆଜି କଣ ଦେହ ଭଲ ନାଇଁ କି??? ଏତେ ବେଳ ଯାଏ ସୋଇଛ l ସୁରେଖା ଦେଵୀ ଉତ୍ତର ଦେଲେ "ନା ରେ ସେମିତି କିଛି ନାଇଁ l ରାତିରେ ଲେଖୁ ଲେଖୁ ଡେରି ହୋଇ ଗଲା ତ ସେଥିପାଇଁ ସକାଳୁ ଆଖି ଟା ଟିକେ ଲାଗିଗଲା l ଚା କପ ଟା ପିଉ ପିଉ ସୁରେଖା ଦେଵୀ କହିଲେ l ସୁରେଖା ଦେଵୀ.... ଯେ କି ଜଣେ ଓଡ଼ିଆ ଅଧ୍ୟାପିକା ଥିଲେ l ଏବେ ସେ କେତେ ଦିନ ହେବ ଅବସର ନେଇ ସାରିଲେଣି l ପୁଅ ଝିଅ ବଡ ହୋଇ ବାହା ସାହା ହୋଇ ଆମେରିକା ରେ ଏଵେ ରହୁଛନ୍ତି l ସ୍ୱାମୀ ତାଙ୍କୁ ଦୁଇ ବର୍ଷ ତଳେ ଛାଡି ଚାଲିଗଲେ ଆରପାରିକୁ l ଏବେ ସୁରେଖା ଦେଵୀ ଘରେ ଏକା ରହୁଛନ୍ତି l ତାଙ୍କ ଦେଖା ଶୁଣା କରିବା ପାଇଁ ଗୋଟେ ଝିଅ ରଖି ଛନ୍ତି l ନା ତାର ବାସନ୍ତୀ l ପର ଘର ଝିଅ ହେଲେବି ସୁରେଖା ଦେଵୀ ଙ୍କ ଖୁବ ସେବା ଯତ୍ନ କରେ l ରନ୍ଧା ବଢ଼ା ଠୁ ଆରମ୍ଭ କରି ଘର ର ଯାବତୀୟ କାମ କରେ l

                     ହେଲେ ବେଳେ ବେଳେ ଏ ନିସଙ୍ଗ ଜୀବନ ଟା ସୁରେଖା ଦେଵୀ ଙ୍କୁ ମୋଟେ ଭଲ ଲାଗେନି l ପୁଅବୋହୂ ଆମେରିକା ରେ ରହିବା ପାଇଁ କେତେ ଥର କହିଲେଣି ହେଲେ ତାଙ୍କୁ ଏ ଭିଟାମାଟି ର ମୋହ ଛାଡ଼ୁନି l ସୁରେଖା ଦେଵୀ ଏକା ଧାର ରେ ଜଣେ ସୁଗୃହିଣୀ ଆଉ ଲେଖିକା ମଧ୍ୟ l ତାଙ୍କ ଏହି ଲେଖା ଅଭ୍ୟାସ ଆଜି ତାଙ୍କ ନିଃସଙ୍ଗ ଜୀବନ ରେ କିଛି ମାତ୍ରା ରେ ଖୁସି ର ଖୁରାକ ଯୋଗେଇ ପାରିଛି l

                   ଆଜି ସାବିତ୍ରୀ ! ସୁରେଖା ଦେଵୀ ଙ୍କ ଆଖି ସାମ୍ନା ରେ ଅତୀତ ର ସବୁ ସ୍ମୃତି ଭାସି ଯାଉଛି l ସେ କେମିତି ନୂଆ ଶାଢ଼ୀ ଶଙ୍ଖା ପିନ୍ଧି ବ୍ରତ ଭାଙ୍ଗିବା ପରେ ସ୍ୱାମୀ ଙ୍କୁ ମୁଣ୍ଡିଆ ମାରନ୍ତି ଆଉ ସବୁବେଳେ ତାଙ୍କ ସ୍ୱାମୀ ଅହିସୁଲକ୍ଷଣୀ ର ଆଶୀର୍ବାଦ ଦେଉଥିଲେ l କିନ୍ତୁ ଆଜି ଏକା ଛାଡି ଚାଲିଗଲେ ଆରପାରିକୁ l ଆଜି ସବୁକଥା ଗୋଟି ଗୋଟି କରି ମନେପଡୁଛି ସୁରେଖା ଦେବୀଙ୍କୁ l ଆଜି ପୁଅ ଝିଅ କଥା ବି ବହୁତ ମନେ ପଡିଲା l ସାଙ୍ଗେ ସାଙ୍ଗେ ଭିଡ଼ିଓ କଲିଂ କଲେ ପୁଅ କୁ l ପୁଅ ସାଙ୍ଗେ କଥା ହେବା ପରେ ବୋହୁ କୁ ଡାକିଲେ ଆଉ କହିଲେ "ଆଲୋ ମା ଆଜି ପରା ସାବିତ୍ରୀ ତୋର ଏ କି ବେଶ l ଜିନ୍ସ ପିନ୍ଦିଛୁ ଆଉ କପାଳେ ସିନ୍ଦୁର ନାଇଁ ନୁ ଯେତେ ବିଦେଶ ରେ ରହିଲେ ବି ତୁ ପରା ଓଡ଼ିଆ ଘର ବୋହୁ "ବୋହୁ କହିଲା ମା ଆଜି ମୁଁ ସାବିତ୍ରୀ ବୋଲି ଭୁଲି ଯାଇଛି ତ.......

                      ପୁଣି ଏକ ସୁନ୍ଦର ସକାଳ ଅପେକ୍ଷା କରି ରହିଛି ସୁରେଖା ଦେବୀଙ୍କୁ l ସୂର୍ଯ୍ୟ ଙ୍କ ଲାଳିମା ରେ ତାଙ୍କ ବଗିଚା ଫୁଲ ଗୁଡିକ ଯେମିତି ରଙ୍ଗୀନ ଦିଶୁଛନ୍ତି.... ଏ ଫୁଲ ଗଛ ର ଯତ୍ନ ସେ ନିଜେ ନିଅନ୍ତି l ଆଉ ଏଇ ବଗିଚା କଣ ରେ ବସି କେତେଯେ ସୁନ୍ଦର ସୁନ୍ଦର କବିତା ଲେଖନ୍ତି ସେ l ନିଆଁ ଲଗା କରୋନା ଟା ଆସିଲା ଯେ ଆଉ ମର୍ଣିଂଓ୍ବ।କରେ ବି ଯାଉନାହାନ୍ତି ସୁରେଖା ଦେଵୀ l ବାସନ୍ତୀ ଡାକିଲା କଣ ପରିବା ଆଣିବି ଦିଦି ସେ ଉତ୍ତର ଦେଲେ "ଯାହା ତୋ ଇଛା ଆଣିବୁ " ବାସନ୍ତୀ କୁ କେବେ ଚାକର ପରି ଦେଖନ୍ତି ନି ସୁରେଖା ଦେଵୀ l

                   

                   ଜଳଖିଆ ଖାଇ ସାରିବା ପରେ ନିଜ ବେଡ଼ ରୁମ କୁ ଚାଲିଗଲେ ସୁରେଖା ଦେଵୀ l ଅଧା ଲେଖା ଗଳ୍ପ କୁ ସମ୍ପୂର୍ଣ କରିବା ପାଇଁ ଲେଖିବା କୁ ଆରମ୍ଭ କଲେ l ବେସ କିଛି ସମୟ ପରେ ବାସନ୍ତୀ ଆସିଲା ଆଉ ଖାଇବା ବାଢି ଦେଵୀ ଦିଦି l ସୁରେଖା ଦେଵୀ ଉତ୍ତର ଦେଲେ "ନାଇଁ ରେ ଆଜି ମୋତେ ଭଲ ଲାଗୁନି ଟିକେ ପରେ ମୁଁ ନିଜେ ବାଢିନେବି ଆଉ ତୁ ତୋର ଖାଇଦେ l ଖାଇ ସାରିବା ବେସ କିଛି ସମୟ ହେଇଥିଲେ ବି ସେ ଆସି ନ ଥିବାରୁ ପୁଣି ଥରେ ବାସନ୍ତୀ ଡାକିବାକୁ ଗଲା l ହେଲେ ଏ କଣ ବହି ଖାତା ସବୁ ସେମିତି ପଡିଛି ଆଉ ସୁରେଖା ଦେଵୀ ଚେତା ଶୂନ୍ୟ ଅବସ୍ଥା ରେ ଖଟ ରେ ଶୋଇ ପଡିଛନ୍ତି l ବାସନ୍ତୀ ଯେତେ ଡାକିଲା ଆଉ ତା ଡାକ କୁ ଶୁଣିଲେ ନି ସୁରେଖା ଦେଵୀ l ବୋଧେ ତାଙ୍କ ଜୀବନ ଉପନ୍ୟାସ ର ଶେଷ କଥା ସବୁଦିନ ପାଇଁ ଲେଖିଗଲେ l ପୁଅ ଝିଅ ସୁଦୂର ଆମେରିକା ରେ ଥିବାରୁ ଆସି ପାରିଲେନି l ଯେତେ ବନ୍ଧୁ ପରିଜନ ଥିଲେ କୋରାନ ଭୟ ରେ ଆଉ କେହି ଆସିଲେନି l ଶେଷ ରେ ବାସନ୍ତୀ ଏକ ସ୍ବେଛାସେବୀ ସଂଗଠନ କୁ ଫୋନ କଲା ଆଉ ସେମାନେ ଆସି ପାର୍ଥିବ ଶରୀର ର ସଂସ୍କାର କଲେ l ସକାଳ ର ଖବର ରେ ପ୍ରକାଶିତ ହେଲା ଲେଖିକା ସୁରେଖା ଦେଵୀ ଅଉ ଏ ଦୁନିଆରେ ନାହାନ୍ତି l ହଜାର ହଜାର ପାଠକ ଙ୍କ ହୃଦୟ କୋହ ରେ ଭରି ଗଲା l ସେମାନଙ୍କ ପାଇଁ ସୁରେଖା ଦେଵୀଙ୍କ ଲେଖା ଏବେ ସ୍ବପ୍ନ l ଛାଡି ଦେଇ ଗଲେ ଏକ ଅପୂରଣୀୟ ଶୂନ ସ୍ଥାନ l କିନ୍ତୁ ତାଙ୍କ ପ୍ରିୟ ପାଠକ ପାଠିକା ମାନଙ୍କ ହୃଦୟ ରେ ବାନ୍ଧି ଥିବା ସମ୍ପର୍କ ଚିର ସ୍ମରଣୀୟ ହୋଇ ରହି ଗଲା ।



Rate this content
Log in

Similar oriya story from Tragedy