PrasannaKumar Das

Abstract

4.5  

PrasannaKumar Das

Abstract

ସମ୍ପର୍କ

ସମ୍ପର୍କ

2 mins
242


  ବହୁତ ଦିନ ତଳର କଥା। ସୁବର୍ଣ୍ଣପୁର ବଜାରରେ ନଥୁଲାଲ ସୁନାରୀର ଦୋକାନଟି ବେଶ ଜଣାଶୁଣା ଥିଲା । ପଚିଶି କୋଶ ପରିଧିର ଲୋକମାନଙ୍କର ଅତି ବିଶ୍ଵାସୀ ସୁନାରୀ ଥିଲେ ନଥୁଲାଲ । ହଠାତ୍ ହୃଦଘାତର ଶିକାରରେ ନଥୁଲାଲଙ୍କର ଦେହାନ୍ତ ହେଲା । ପରିବାରର ଗୁଜରାଣ ମେଣ୍ଟାଇବା ଦିନକୁ ଦିନ କଷ୍ଟ ହୋଇ ପଡ଼ିଲା । ସଙ୍କଟର ଘଡିରେ ନଥୁଲାଲଙ୍କର ପତ୍ନୀ ପୁଅ ରାଘବକୁ ଗୋଟିଏ ହୀରାର ହାରଟିଏ ଦେଇ କହିଲେ-

 'ମଉସାଙ୍କ ଦୋକାନକୁ ଯାଇ ହାରଟି ବିକିଦେଇ ଯାହା ମିଳିବ ନେଇ ଆ। ଘର ଖର୍ଚ୍ଚ ଚଳିବ।' ରାଘବ ମଉସାଙ୍କ ଦୋକାନକୁ ଯାଇ ହାରଟି ଦେଇ ମାଆ କହିଥିବା ସନ୍ଦେଶ ଦେଲା । ମଉସା ହାରଟିକୁ ପରୀକ୍ଷା ନିରୀକ୍ଷା କରି କହିଲେ- 'ବଜାର ଏବେ ମାନ୍ଦା, କିଛି ଦିନ ଯାଉ ବିକ୍ରି କରିବା ଭଲ ଦି ପଇସା ମିଳିବ।' 


କ୍ୟାସବାକ୍ସରୁ ୫୦୦୦ ଟଙ୍କା ବାହାରକରି ରାଘବ ହାତରେ ଦେଲେ । କହିଲେ- 'ବୋଉଙ୍କୁ କହିବୁ ଏଥିରେ ଘରଚଳାନ୍ତୁ । ତୁ କାଲିଠାରୁ ମୋ ପାଖରେ ଦୋକାନରେ ଆସି ବସେ।' ତା'ପର ଦିନଠାରୁ ରାଘବ ମଉସାଙ୍କର ଦୋକାନରେ ଯାଇ କାମ ଶିଖିଲା । ଅଳ୍ପ ସମୟରେ ସେ ହୀରା ଓ ମଣିର ଏକ ପରଖ କାରୀଗର ହୋଇଗଲା ।


କିଛିଦିନ ପରେ ମଉସା କହିଲେ- 'ରଘୁ ଯାଆ ଘରୁ ସେହି ହୀରାର ହାରଟି ନେଇ ଆସ, ଏବେ ହୀରାର ଦର ଭଲ ଅଛି ।' ରାଘବ ଘରକୁ ଯାଇ ବୋଉଙ୍କ ଠାରୁ ହୀରାମାଳ ନେଇ ପରଖିଲା । ଦେଖିଲା ହୀରା ନୁହେଁ ସେଇଟା କାଚର ମାଳିଟିଏ । ଖାଲି ହାତରେ ଦୋକାନକୁ ଲେଉଟି ଆସିଲା ରାଘବ ।


ମଉସା ପଚାରିଲେ କଣହେଲା ହାର କାହିଁ ? ରାଘବ ଉତ୍ତର ଦେଲା- 'ସେଇଟା ନକଲି ହାରଟିଏ ଆଣିଲି ନାହିଁ ।' ମଉସା କହିଲେ- 'ତୁ ପ୍ରଥମେ ଯେଉଁଦିନ ନେଇ ଆସିଥିଲୁ ଯଦି ମୁଁ ନକଲି କହିଥାନ୍ତି, ତୁମମାନଙ୍କର ମନରେ ସନ୍ଦେହ ହୋଇଥାନ୍ତା। ଆଜି ଆମର ସମୟ ଖରାପ ଏଣୁ ମଉସା ଅସଲି ହୀରାକୁ ନକଲି କହିଲେ । ଏବେ ନିଜର ଜ୍ଞାନ ବଳରେ ତୁ ଜାଣିଲୁ ନକଲି ବୋଲି ବୁଝିପାରିଲୁ ।'


ଏ ସଂସାରରେ ଜ୍ଞାନର ବିନା ଯାହା ଚିନ୍ତା କରୁଛେ ଦେଖୁଛେ, ଜାଣୁଛେ ବା ଶୁଣୁଛେ ସବୁ ମିଥ୍ୟା ଓ ଭୁଲ୍ । ବେଳେବେଳେ ଏହିପରି ସନ୍ଦେହର ଶିକାର ହୋଇ ମନୁଷ୍ୟର ପବିତ୍ର ବନ୍ଧନ ଓ ସମ୍ପର୍କ ବିଛିନ୍ନ ହୋଇଥାଏ । ଏଣୁ ସାବଧାନ..! ସ୍ବାର୍ଥ ଏବଂ ସନ୍ଦେହକୁ ସମ୍ପର୍କର ପରିଧିରୁ ଦୂରେଇ ରଖିବା ପାଇଁ ସର୍ବଦା ସତର୍କ ରହିବା 

ଉଚିତ ।

       



Rate this content
Log in

Similar oriya story from Abstract