ରୂପ ସୁନ୍ଦର କି ଗୁଣ ସୁନ୍ଦର
ରୂପ ସୁନ୍ଦର କି ଗୁଣ ସୁନ୍ଦର


ବିଶ୍ବପ୍ରସିଦ୍ଧ ଗ୍ରନ୍ଥରଘୁବଂଶମ,କୁମାରସମ୍ଭମ,ମେଘଦୁତମ ଏବଂ ଋତୁସଂହାର ଆଦିର ରଚୟିତା ମହାକବି କାଳିଦାସ ମୂର୍ଖ ନାମରେ ପରିଚିତ ଥିଲେ । କାଳିଦାସଙ୍କ ରୂପଛଟା ଏତେ ସୁନ୍ଦର ନଥିଲା । ସୌଭାଗ୍ୟକ୍ରମେ ତାଙ୍କୁ ବିଦ୍ୟୋତ୍ତମା ନାମ୍ନୀ ଏକ ବିଦୁଷୀ ତଥା ରୂପୟସୀ ପତ୍ନୀ ପ୍ରାପ୍ତ ହୋଇଥିଲା ।
ଭୋଜରାଜ ବିକ୍ରମାଦିତ୍ୟଙ୍କର ରାଜସଭା ମଣ୍ଡନ କରୁଥିବା ପଣ୍ଡିତ ବର୍ଗ ମଧ୍ୟରେ କାଳିଦାସ ଶ୍ରେଷ୍ଠ ଥିଲେ ।
ଦିନକର କଥା, ସଭାସଦ ମାନଙ୍କର ଉପସ୍ଥିତିରେ ରାଜା ବିକ୍ରମାଦିତ୍ୟ କାଳିଦାସଙ୍କୁ ପଚାରିଲେ ମହାଶୟ, ଆପଣଙ୍କର ଶରୀର ମନ ଓ ବୁଦ୍ଧିର ଅନୁରୂପ ସୁନ୍ଦର ହେଲାନାହିଁ କାହିଁକି ?
କିଛି ସମୟ ପାଇଁ ସଭାରେ ନିରବତା ଛାଇଗଲା ..
ମହାକବି ସଭାରେ ଉପସ୍ଥିତ ସେବକଙ୍କୁ ଡ଼କାଇ ଗୋଟିଏ ସୁନାକଳସ ଏବଂ ଗୋଟିଏ ମାଟିକଳସରେ ଶୁଦ୍ଧଜଳ ଭରି ଆଣିବାକୁ ଆଦେଶ ଦେଲେ । କିଛିକ୍ଷଣ ପରେ ସେବକ ଆଦେଶର ଅନୁସାରେ ଜଳ ଭରି ନେଇ ଆସିଲେ ।
ରାଜାଙ୍କୁ କଳସ ଦୁଇଟି ଦେଖାଇ କାଳିଦାସ ବିନୟପୂର୍ବକ ପଚାରିଲେ, ମହାରାଜ ଆପଣ ଏହି କଳସ ଦୁଇଟିରୁ କେଉଁ କଳସର ଜଳ ପାନ କରିବାକୁ ପସନ୍ଦକରିବେ ?
ମହାରାଜ। ବିକ୍ରମାଦିତ୍ୟ ଉତ୍ତର ଦେଲେ କବିବର ଏହି ଗ୍ରୀଷମର ତପ୍ତ ପରିବେଶରେ ସମସ୍ତଙ୍କୁ ମାଟିକଳସର ଜଳ ପସନ୍ଦ ହୁଏ, ଏଥିରେ ପଚାରିବାର କଣ ଅଛି ?
କାଳିଦାସ ମୁରୁକିହସି କହିଲେ ମଣିମା, ମୋର ଅସୁନ୍ଦର ଶରୀର ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଆପଣ ସ୍ବୟଂ ଦେଇଛନ୍ତି ।
ରାଜା ବୁଝିଲେ ଯେଉଁ ପ୍ରକାର ଜଳର ଶୀତଳତା କଳସର ସୁନ୍ଦରତା ଉପରେ ନିର୍ଭର କରେନାହିଁ, ସେହି ପ୍ରକାର ମନ ଓ ବୁଦ୍ଧିର ସୌନ୍ଦର୍ଯ୍ୟ ଶରୀରର ସୁନ୍ଦରତା ସହ ମୂଲ୍ୟାଙ୍କନ କରିବା ସର୍ବଥା ଅନୁଚିତ ।
ଏଣୁ ମନର ସୁନ୍ଦରତା ମନୁଷ୍ୟକୁ ମହାନ କରି ସମାଜରେ ସର୍ବତ୍ର ସମ୍ମାନର ଅଧିକାରୀ କରିଥାଏ ।