ସମ୍ବଲପୁରୀ ଶାଢ଼ୀ
ସମ୍ବଲପୁରୀ ଶାଢ଼ୀ
ସାବିତ୍ରୀ ଓଷା ପାଇଁ ଆହୁରି ଢେର ଦିନ ବାକିଅଛି l ହେଲେ ମିତା ମା ଆଗରୁ ସବୁ ରେଡି କରି ରଖନ୍ତି l ଯେମିତି ଶାଢ଼ୀ, ଚୁଡ଼ି, ଶଙ୍ଖା ସବୁ କିଛି ଯୋଗାଡ଼ କରନ୍ତି l ପରେ ଭଲ ଶାଢ଼ୀ ମିଳିବ ନି ସେତେବେଳେ l ତିନି ପୁଅ ର ମା ବୋଲି ଖୁବ ଗର୍ବ କରନ୍ତି l ଗୋଟେ ବୋଲି ଝିଅ ମିତା ଯାହାକୁ କେବେ ଠୁ ବାହାଦେଇ ସାରିଲେଣି l ବଡପୁଅ ପ୍ରଶାସନିକ ଅଧିକାରୀ l ହେଲେ କେବେ ପଚାରେ ନି ଶାଢ଼ୀ ପାଇଁ l କୁହେ ମା ର ଖାଲି ସମ୍ବଲପୁରୀ ଶାଢ଼ୀ ଦରକାର.... ଏତେ ରେଟ ଦେଇ କଣ କିଣିହେବ? ମଝିଆ ପୁଅ ବ୍ୟାଙ୍କ ମେନେଜର ସେ ବି ସେମିତିଆ ସବୁବେଳେ କୁହେ ପଇସା ସବୁ ଖର୍ଚ୍ଚ ହେଇ ଯାଉଛି ପିଲା ଙ୍କ ପଢା ରେ ସେଥିରେ କଣ ସମ୍ବଲପୁରୀ ଶାଢ଼ୀ କିଣି ହେବ? କିନ୍ତୁ ଦିନ ଥିଲା ସେହି ପୁଅ ମାନଙ୍କ ପାଇଁ ନିଜ ପାଇଁ ମା ଖଣ୍ଡେ ଭଲ ଶାଢ଼ୀ କିଣି ନି ଏ କଥା ଭଲ କରି ଅନୁଭବ କରିଛି ସାନ ପୁଅ lଯେଉଁ ପଞ୍ଚ ହଜାର ପେନସନ ପାଆନ୍ତି ଦୁହିଁଙ୍କ ଓଷଧ ରେ ସରିଯାଏ l କେବେ ଭଲ ଶାଢ଼ୀ ଟେ କିଣି ପାରନ୍ତି ନି l ହେଲେ ସାନ ପୁଅ ଗାଁ ରେ ରହେ l ବେସରକାରୀ ସ୍କୁଲ ଶିକ୍ଷକ ହେଲେ ମନ ତାର ଖୁବ ବଡ଼ l ସବୁ ପୂଜା ପାର୍ବଣ ରେ ମା ପାଇଁ ଏକ ସୁନ୍ଦର ସମ୍ବଲପୁରୀ ଶାଢ଼ୀ ଉପହାର ଦିଏ l ସେଥିପାଇଁ ମା ବହୁତ ଖୁସି ହୁଅନ୍ତି...... ଯେଉଁଥି ପାଇଁ ସେ ଆଗରୁ.......
ଅଡର କରିଦିଏ l ସେ ଯେଉଁ ଗାଁ କୁ ଯାଏ ସେଇ ଗାଁ ରେ ତିଆରି କରନ୍ତି ଭଳି କି ଭଳି ସମ୍ବଲପୁରୀ ଶାଢ଼ୀ l ପୁଅ ସ୍ୱଳ୍ପ ଦରମା ରେ ଶାଢ଼ୀ କିଣିବା ସମ୍ଭବ ହୁଏ ନି l ସେଥିପାଇଁ ଆଗତୁରା ବରାଦ କରି କିଛି ଟଙ୍କା ଦେଇ ଦିଏ ବୁଣାକାରକୁ l ପରେ ମାସ କୁ ମାସ କିସ୍ତି କରି ଦେଇ ଦିଏ l ହେଲେ ମା ର ଖୁସି ପାଇଁ ସେ ସବୁ ଥର ସମ୍ବଲପୁରୀ ଶାଢ଼ୀ ହିଁ ନିଏ l ମା ତାର ସବୁବେଳେ ଭଲ ପାଆନ୍ତି ନାଲି ରଙ୍ଗ ର ସମ୍ବଲପୁରୀ ଶାଢ଼ୀ l ସେଥିପାଇଁ ସେ ସେଇ ରଙ୍ଗ ହିଁ ବରାତଦେଇଥିଲା l ଗୋରା ଦେହକୁ ନାଲି ରଙ୍ଗ ର ଶାଢ଼ୀ ଖୁବ ମାନେ l ତା ସାଙ୍ଗ ରେ ନାଲି ଶଙ୍ଖା l ସେ ସବୁବେଳେ କୁହନ୍ତି ଏଇ ନାଲି ଶଙ୍ଖା ସୁନା ରୁ ଅଧିକା ମୂଲ୍ୟବାନ କାରଣ ଗୋଟେ ସ୍ତ୍ରୀ ର ସୁନ୍ଦରତା ଏଇ ଭିତରେ ଥାଏ ଯେତେ ସୁନା ପିନ୍ଧିଲେ ବି ଏ ନାଲି ଶଙ୍ଖା ହିଁ ଗୋଟେ ସ୍ତ୍ରୀ କୁ ସୁନ୍ଦର କରିଥାଏ l ସେଦିନ ଆସିଥିଲା ଘର କୁ ସେ ବୁଣାକାର l ତାଂକୁ ଦେବାକୁ ଥିବା ଶାଢ଼ୀ ଆଉ କେଇଦିନ ପରେ ସମ୍ପୂର୍ଣ୍ଣ ହୋଇଯିବ ବୋଲି କଳିଲା l
ମିତା ମା ଙ୍କ ଖୁସି କହିଲେ ନ ସରେ l ତାକୁ ଚା ଜଳଖିଆ ଦେଇ ବିଦା କଲେ l ସେଦିନ ସେ ଚାଲିଗଲା l ଏମିତି ଅନେକ ଦିନ ବିତିଗଲା l
ସୋଭାଗ୍ୟ ବଶତଃ ସେଦିନ ତାର ଶାଢ଼ୀ ବୁଣା ସରିଗଲା l ସେଥିପାଇଁ ଖୁସିରେ ସେ ଶାଢ଼ୀ ଟା ନେଇ ଆସିଥିଲା ମିତା ମା ପାଖକୁ l ହେଲେ ସେ ଏ କଣ ଦେଖୁଛି l ମିତା ମା ଙ୍କ ଘର ସାମ୍ନା ରେ ବହୁତ ଲୋକ l
ଆମ୍ବୁଲାନ୍ସ ରୁ କାହାକୁ ଉତାରି ଦେଉଛନ୍ତି ଆଉ ଘର ଭିତର କୁ ନେଉ ଛନ୍ତି l ଜାଣିବା ପାଇଁ ସେ ଗାଡି ପାଖକୁ ଗଲେ l ହେଲେ ଏ କଣ ମିତା ମା ଚିତ ହୋଇ ସୋଇଛନ୍ତି l ପୁଅ ଝିଅ ଚାରିପାଖେ ବସିଛନ୍ତି l ହେଲେ ତାଙ୍କର କଣ ହୋଇଛି l ସେ କାହିଁକି ଏମିତି ସୋଇଛନ୍ତି? ପଚାରି ବୁଝିବାରୁ ସେ ଜାଣିଲା ସେ ଉଚ୍ଚ ରକ୍ତଚାପ ପାଇଁ କାଲି ରାତି ପଡିଗଲେ l
ଆଉ ହୋସ ଆସିଲାନି l ଡାକ୍ତର ଖାନା ନେଇ ପରୀକ୍ଷା କରିବାରୁ ଜାଣି ପାରିଲେ ତାଙ୍କ ବ୍ରେନ ହେମରେଜ ହୋଇ ଯାଇଛି l ସେ ସବୁଦିନ ପାଇଁ ଚାଲି ଯାଇଛନ୍ତି ଆର ପାରିକି l ସବୁବେଳେ କୁହନ୍ତି ସେ ମୁଁ ଏ ଅହ୍ୟ ସୁଲକ୍ଷନି ବେସ ରେ ମରିବି l ମୋ ଚୁଡ଼ି ସିନ୍ଦୁର ମଲା ପର୍ଯ୍ୟନ୍ତ ଝଟକୁ ଥିବ l ବୁଣାକାର ହାତରେ ମା ଶାଢ଼ୀ ଟି ଦେଖି ସାନ ପୁଅ ଭୋ ଭୋ କାନ୍ଦିଲେ l କହିଲେ ମୋ ମା ଭାଗ୍ୟ ରେ ବୋଧହୁଏ ଏ ଶାଢ଼ୀ ପିନ୍ଧିବା ର ନ ଥିଲା l ହେଲେ ଆଜି ତାର ଅନ୍ତିମ ଯାତ୍ରା ରେ ସେ ତାର ମନ ପସନ୍ଦ ସମ୍ବଲପୁରୀ ଶାଢ଼ୀ ପିନ୍ଧି ମଶାଣି କୁ ଯିବ l ତୁମେ ଏ ଶାଢ଼ୀ ଦେଇଯାଅ ବୋଲି ସାନ ପୁଅ ବୁଣାକାର ଭାଇ କୁ କହିଲେ l ତାଙ୍କ ଆଖି ବି ଛଳ ଛଳ ହୋଇଗଲା ପୁଅ କଥା ରେ l ପୁଅ ନିଜ ଭଉଣୀ ଙ୍କୁ ସେଈ ଶାଢ଼ୀ ମା ଙ୍କୁ ପିନ୍ଧେଇ ଦେବା ପାଇଁ କହିଲେ ହେଲେ ବଡ ଭଉଣୀ ମିତା କହିଲା " ତୁ କଣ ପାଗଳ ହେଲୁ ଭାଇ.... ଏତେ ଦାମି ସମ୍ବଲପୁରୀ ଶାଢ଼ୀ କଣ ଶବ ଉପରେ ଦେବୁ.... ପୋଡି ଦେବେ ଅଯଥାରେ...........ରଖିଦେ ସେଈ ଶାଢ଼ୀ ମୁଁ ନେଇଯିବି l ବଡ଼ ଭଉଣୀ କଥା ଶୁଣି ତାଟକା ହୋଇ ଚାହିଁଲା ସେ l
ଯୋଉ ମା ଦଶ ମାସ ଧରି ଜନ୍ମ ଦେଇଛି ସେ ଝିଅ ଆଜି ମା ର ଶରୀର କୁ ଶବ ର ଆଖ୍ୟା ଦେଇ ସାରିଲାଣି l ଧନ୍ୟ ହେ ପ୍ରଭୁ ଝିଅ ହୋଇ ବି ଏକି ବିଡମ୍ବନା l ନିଜ ସ୍ୱାର୍ଥ ପାଇଁ ଏତେ ତଳକୁ ମଣିଷ ଖସି ଯାଇ ପାରେ l କଥା ରେ ଅଛି ଝିଅ ମା ପାଇଁ ସବୁକିଛି l ହେଲେ ବୋଧହୁଏ ଏ
ବ୍ୟତିକ୍ରମ l ଆଜି ଗୋଟେ ଝିଅ ସାମାନ୍ୟ ଶାଢ଼ୀ ଟେ ପାଇଁ ଏତେ ସ୍ୱାର୍ଥପର ହୋଇ ପାରୁଛି l କିଛି କହିଲାନି ଆଉ ସାନ ଭାଇ l ଠପ ଠପ ଲୁହ ଦି ଟୋପା ଗଡେଇଦେଇ ଭଉଣୀ ହାତରେ ଧରେଇ ଦେଲା ଶାଢ଼ୀ ଟା l ବୁଣାକାର ଭାଇ ହାତ କୁ ବଢ଼େଇ ଦେଲେ ସାନ ପୁଅ ବାକି ଥିବା ପାଉଣା l ହେଲେ ସେ ଆଖି ଛଳ ଛଳ କରି କହିଲେ "ରଖନ୍ତୁ ଆଜ୍ଞା ସେ କଣ ଏକା ଅପଣଙ୍କ ମା? ଅନେକ ଶାଢ଼ୀ ବିକିଛି ତାଂକୁ ଏ ଗୋଟେ ଶାଢ଼ୀ ର ମୂଳ ନ ନେଲେ ମୋର କିଛି ଅସୁବିଧା ହେବ ନି l ତାଙ୍କ ସ୍ନେହ ଓ ଭଲ ପାଇବା ଆଗରେ ଏ କିଛି ନୁହଁ ଆଜ୍ଞା l ବୁଣାକାର ଆଉ ନିଜ ଭଉଣୀ ଭିତରେ ସାନ ଭାଇ ଦେଖୁଥିଲେ ଆକାଶ ପାତାଳ ର ଫରକ l
ବଡ ଭଉଣୀକୁ ମା ର ସ୍ଥାନ ଦିଆଯାଏ ହେଲେ ଆଜି ସେ ସ୍ଥାନ ଦେଇ ପାରିବ ତ?
