STORYMIRROR

ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ସହରର ଅଶାନ୍ତି

ସହରର ଅଶାନ୍ତି

2 mins
14K


ଦୁଇଟି ମୂଷା ବହୁତ ଭଲ ସାଙ୍ଗ ଥିଲେ । ତାଙ୍କ ଭିତରୁ ଜଣେ ଗାଁରେ ରହୁଥିଲା ଓ ଆଉ ଜଣେ ସହରରେ ରହୁଥିଲା । ଗାଁରେ ଥିବା ମୂଷାଟି ବିଲରେ ଶାନ୍ତିରେ ରହୁଥାଏ । ତାକୁ ସେଠି ଯାହା ବି ଫସଲ ମିଳେ, ସେ ତାକୁ ଖାଇ ଆନନ୍ଦରେ ରହୁଥାଏ । ଥରେ ସେ ଗାଁରେ ରହୁଥିବା ମୂଷା ନିକଟକୁ ତା’ର ସହରୀ ସାଙ୍ଗ ବୁଲିଆସିଲା । ସାଙ୍ଗକୁ ଦେଖି ଏ ଗାଁରେ ରହୁଥିବା ମୂଷା ଭାରି ଖୁସି ହୋଇଗଲା । ସେ ଯାହାସବୁ ଫସଲ ସାଇତି କରି ରଖିଥିଲା, ତାକୁ ସବୁ ସାଙ୍ଗକୁ ଖାଇବାକୁ ଦେଲା । କିଛିଦିନ ପରେ ସହରୀ ସାଙ୍ଗ ତା’ର ଗାଁରେ ରହୁଥିବା ମୂଷା ସାଙ୍ଗକୁ କହିଲା “ଏଠି ରହି ଜୀବନଟା ତୁ କାହିଁକି ନଷ୍ଟ କରୁଛୁ । ସହରରେ ଭଲ ଖାଇବାକୁ ମିଳେ ଏବଂ ସହରରେ ରହିବା ଏହାଠାରୁ ବହୁତ ଭଲ ।”

ଏହା ଶୁଣି ସେ ଗାଁ’ମୂଷା ସହରୀ ମୂଷା ସାଙ୍ଗରେ ସହରକୁ ଗଲା । ରାତିରେ ଲୁଚି କରି ସେମାନେ ସହରର ଗୋଟିଏ ବଡ ଘରେ ପଶିଲେ । ସେ ଘରେ ଆଗରୁ ଗୋଟିଏ ଭୋଜି ହୋଇଥିଲା ଏବଂ ସେଠାରେ ବହୁତ ଅଇଁଠା ପଡିଥିଲା । ତାକୁ ସବୁ ଏ ଦୁଇ ସାଙ୍ଗ ମିଶି ଅତ୍ୟନ୍ତ ଖୁସିରେ ଖାଇଲେ । ଗାଁ’ ମୂଷାତ ଆଗରୁ କେବେ ବି ଏମିତି ଖାଦ୍ୟ ଖାଇ ନଥିଲା । ତେଣୁ ସେ ସହରର ଭଲ ଭଲ ଜିନିଷ ଖାଇ ଭାରି ଖୁସି ହୋଇଗଲା । କିଛି ସମୟ ପରେ ହଠାତ୍ ଗୋଟିଏ ବିଲେଇ ଡେଇଁପଡି ଏ ମୂଷା ମାନଙ୍କୁ ଗୋଡାଇଲା । ଏଣେ ଏ ମୂଷାମାନେ ବି ଦଉଡି ଦଉଡି ହାଲିଆ, ଯାହା ହେଉ କୌଣସିମତେ ବିଲେଇଠାରୁ ଖସି ପଳାଇଗଲେ ସେହି ମୂଷାମାନେ ।

ତା’ପରେ ସେ ଗାଉଁଲୀ ମୂଷା ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ ପଚାରିଲା, “ସାଙ୍ଗ ଏମିତି କାହିଁକି ହେଲା ।” ତହୁଁ ସେ ସହରୀ ମୂଷା କହିଲା, “ମୂଷାଙ୍କୁ ଧରିବାକୁ ଘରର ମାଲିକମାନେ ବିଲେଇ ରଖିଥାନ୍ତି ଏବଂ ସେ ବିଲେଇମାନଙ୍କୁ ଡରେଇବାକୁ କୁକୁର ମଧ୍ୟ ରଖିଥାନ୍ତି ।”

ଏହା ଶୁଣି ସେ ଗାଉଁଲୀ ମୂଷା କହିଲା, “ଭାଇ, ସହରରେ ଭଲ ଖାଇବାକୁ ଥିଲେ ବି, ଡର ଭୟରେ ମୁଁ ଏଠାରେ କଦାପି ରହିପାରିବି ନାହିଁ । ମୁଁ ଗାଁ’କୁ ଯାଇ ସେଠାରେ ଶାନ୍ତିରେ ରହିବି ।”

ଡର ଭୟରେ ରହି ଭଲ ଖାଇବାଠାରୁ ବରଂ ଅଳ୍ପ ଖାଇ ଶାନ୍ତିରେ ରହିବା ହିଁ ଭଲ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Children