STORYMIRROR

Akshayakumar Dash

Action Inspirational

3  

Akshayakumar Dash

Action Inspirational

ଶବ

ଶବ

2 mins
161

ଆକସ୍ମିକ ଶାଶୁ ଙ୍କର ମୃତ୍ୟୁ

ଖବର ପାଇ ଚିନ୍ତିତ ସାରା ପରିବାର !ଅଶୋକ ଙ୍କ ପତ୍ନୀଙ୍କର କ୍ରନ୍ଦନ ରଡି ତ ପୁତ୍ର ଓ କନ୍ୟା ଦୁଃଖରେ ମିୟମାଣ ! ମଙ୍ଗଳ ବାର ରାତ୍ରୀଅର୍ଦ୍ଧ ରେ କଣ କରାଯାଇ ପାରେ ବୁଦ୍ଧି ବାଟ ଦେଖାଗଲା ନାହିଁ !ପ୍ରାୟ ଦଶ କିଲୋମିଟର ଶଶୁର ଘର ଯେଉଁଠି ଶାଶୁ ଙ୍କର ମୃତୁ ହେଲା !ପୁତ୍ର କହେ ବର୍ତମାନ୍ ଗାଡି ଗୋଟେ ରିଜର୍ଭ କରି ନେଇ ଯିବା !ଶୀତଦିନ ଜାଡରେ ଗାଡି ଵାଲା ରାଜି ହେବା ସମସ୍ୟା !ତଥାପି ଗୋଟିଏ ଗାଡି ଡ୍ରାଇଭର କୁ ଫୋନ କରିବାରୁ ସେ ରାଜି ହୋଇନଥିଲା !ପୁଅ ଓ ପତ୍ନୀ ଅଶୋକ ଙ୍କ ଦୁଇଜଣ ସ୍କୁଟର ରେ ଯିବାକୁ ବାହାରିଲେ !ଏତେ ରାତିରେ ଯିବା ନିରାପଦ ନୁହେଁ ବି ଏକ କାରଣ ଥିଲା !କିଛି ସମୟ ପରେ ଫୋନ ଆସିଲା ରାତ୍ରିରେ ଶବଦାହ ହେବନାହିଁ, ତେଣୁ ସକାଳୁ ଦେଖିକରି ଆସ ! ଗୋଟିଏ ଆଶ୍ବସ୍ତି ମିଳିଲା !ଅଶୋକ କହିଲେ, କାଲି ଭୋରୁ ଗାଡିକରି ସମସ୍ତେ ଯିବା !ହେଲେ ପତ୍ନୀଙ୍କର ଗୋଟିଏ ଜିଦ ନା ମୁଁ ଯେପରି ହେଉ ବର୍ତମାନ ଯିବି ! ଅଶୋକ ଙ୍କ ପୁଅ ମଧ୍ୟ ଯିବାପାଇଁ ଜୋର କଲେ ! କିଛି ସମୟ ପାରେ ଫୋନ ଆସିଲା ଭୁବନେଶ୍ୱର ରୁ ଅନିରୁଦ୍ଧ ଯେକି ଅଶୋକ ଙ୍କ ସଢୁ କାର ରେ ନିଜ ପତ୍ନୀ ସହ ଆସୁଛନ୍ତି ଏହି ବାଟ ଦେଇ ଯିବେ !ତେଣୁ ତାଙ୍କ ସହ ପତ୍ନୀ ଚାଲି ଗଲେ ପୁଅ ଓ ଅଶୋକ ସକାଳୁ ଯିବାପାଇଁ କହିଗଲେ !ଭୋରୁ ଦୁହେଁ ଯାଇଁ ପହଁଚିଲେ !କିଛି ସମୟ ପରେ ସବଦାହ ପାଇ ବ୍ୟବସ୍ଥା କରାଗଲା !ଏହି ସମୟ ଭିତରେ କିଛି ଆତ୍ମୀୟ ସ୍ୱଜନ ମାନେ ଆସିଗଲେ !ସମସ୍ତଙ୍କ ମୁଖରେ ଗୋଟିଏ କଥା ରାତ୍ରିରୁ ଗଲେଣି , ଏପଯ୍ୟନ୍ତ ପକେଇ ରଖିଛ !ସାମାଜିକ ଵିଧି ବିଧାନ ମତେ ମୃତ୍ୟୁର ପାଞ୍ଚ ଘଣ୍ଟା ପରେ ଶବଦାହ କରିବା କଥା ବୋଲି ଜଣେ ବୟସ୍କ ବୃଦ୍ଧ ମତ ଦେଲେ !କାରଣ ଥିଲା, ବ୍ୟକ୍ତି ଙ୍କ ମୃତ୍ୟୁର ପ୍ରମାଣ ପତ୍ର ଡାକ୍ତର ଦେବା କଥା, କିନ୍ତୁ ସ୍ୱାଭାବିକ ମୃତ୍ୟୁରେ ଡାକ୍ତର ଙ୍କ ଆବଶ୍ୟକତା କୁ ଅଣଦେଖା କରି ସବଦାହ କଲେ କରୁଥିବା ବ୍ୟକ୍ତି ପାଇଁ ଆଇନ ଦୃଷ୍ଟିରୁ ଅପରାଧ !କାରଣ ମୃତ ବ୍ୟକ୍ତି ବୋଲି ଜାଣିବାକୁ ପାଞ୍ଚ ଘଣ୍ଟା ଅପେକ୍ଷା କରିବାକୁ ପଡେ ! ରାତି ଆଠଟାରୁ ମୃତ୍ୟୁ ହେଲେ ସକାଳ ଆଠଟାକୁ ବାର ଘଣ୍ଟା ହେଲାଣି !କୋକେଇ ବାନ୍ଧିବା ନକରି ଏବେ ସବଦାହ ସ୍ଥାନକୁ ଆମ୍ବୁଲାନ୍ସ ରେ ନେଇଯିବା ସମ୍ଭବ !କେତେଜଣ ଆମ୍ବୁଲାନ୍ସ କୁ  ବିରୋଧ କରୁଥିଲେ ! ଆଉ କେତେକ ଦାନ ଦେଇନଥିବା କଥା ଉଠାଇଲେ ! ଆଉ କେତେ କଣ ଗୋଟିକ ପରେ  କେତେ କଥା କହୁ ଥାନ୍ତି !ଆମ୍ବୁଲାନ୍ସ ପହଁଚିଲା, ରାମ ନାମ ସତ୍ୟ ହେଁ ର  ରେ ଶବ ଉଠିଲା !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action