ARUN MAHAPATRA

Inspirational

3  

ARUN MAHAPATRA

Inspirational

ଶାନ୍ତି

ଶାନ୍ତି

3 mins
266



“ ଆଜିକାଲି ମଣିଷ ଅତି ସରଳ ହେବା ପାପ “ । ଲୋକମାନଙ୍କର ତାଙ୍କ ବିଷୟରେ ମନ୍ତବ୍ୟକୁ ନେଇ ଅଫିସର ଗୋଟିଏ ଚୌକିରେ ବସି ଭାବୁଥାନ୍ତି ସତ୍ୟ ବାବୁ । ପିଲାଟି ଦିନରୁ ବାପାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜୀବନ ବିତାଉଥିବା ସତ୍ୟ ଆଜି ଅତ୍ୟନ୍ତ ଆକର୍ଷଣୀୟ ନହେଲେ ବି ଭଲ ଚାକିରୀଟିଏ କରି ସହରରେ ନିଜ ପରିବାର ସହ ଦୁଃଖ କଷ୍ଟରେ ଚଳି ଆସୁଛନ୍ତି । ପରିବାର କହିଲେ ସ୍ତ୍ରୀ, ଝିଅ ଓ ପୁଅ । ପ୍ରଥମରୁ ସ୍ତ୍ରୀଙ୍କର ଝିଅ ପ୍ରତି ମନ୍ତବ୍ୟ ଏତେଟା ଭଲ ନୁହଁ । ସେ ଭାବନ୍ତି ଝିଅ ଜନ୍ମତ ପର ଘରକୁ । ପୁଅ ହିଁ ଆମର ସାହା ଭରସା । ଝିଅ ଅଳ୍ପଦିନର । ବାହାଘର ପରେ ନିଜ ଶାଶୁ ଶଶୁରଙ୍କ ସେବାରେ ତାର ଜୀବନ ଅତିବାହିତ ହେବ । ସେ ବା ଆମର କ’ଣ କରିବ ? ସତ୍ୟବାବୁଙ୍କର କିନ୍ତୁ ଝିଅ ମାନେ ଜୀବନ । ଅଫିସରୁ ଫେରି ପ୍ରଥମେ ସେ ଝିଅକୁ ଖୋଜନ୍ତି ।                                                                          ସତ୍ୟ ବାବୁ ଭାରି ସରଳ ବିଶ୍ବାସୀ । ଖୁବ ସହଜରେ ଅନ୍ୟକୁ ବିଶ୍ବାସ କରି ଯାଆନ୍ତି । ଏମିତିକି ନିଜ ସ୍ତ୍ରୀର ଶାଢୀ ଖଣ୍ଡେ କିଣିବା ବେଳେ ବି ଅନ୍ୟ କେହି ପସନ୍ଦ କରିଦେଲେ ସେ ବିନା ବିଚାରରେ ଘରକୁ ନେଇ ଆସନ୍ତି । କିଛିଦିନ ପୂର୍ବରୁ ଅଫିସର ଜଣେ କର୍ମଚାରୀ ବଦଳି ହୋଇ ଆସି ଭଡା ଘର ପାଇବା ପର୍ଯ୍ୟନ୍ତ ନିଜ ଘରେ ବେଶ କିଛି ଦିନ ଆଶ୍ରୟ ଦେଇ ଦେଇଥିଲେ । ସ୍ତ୍ରୀ ଏ ସବୁ ଦେଖି ବହୁତ ଥର କହନ୍ତି , ତମେ ଥରେ ଧୋକା ଖାଇବା ପର୍ଯ୍ୟନ୍ତ ସୁଧୁରିବ ନାହିଁ । ଅବାଧରେ ଓ ନିରବଚ୍ଛିନ୍ନ ଭାବେ ଅନ୍ୟକୁ ସାହାଯ୍ୟ କରି ଚାଲିଥିବା ସତ୍ୟବାବୁଙ୍କୁ କିନ୍ତୁ ଅନ୍ୟମାନେ ବେଶ କିଛି କହି ଦେଇଯାନ୍ତି । ତାଙ୍କ ମତରେ କିନ୍ତୁ “ କହିବା ଲୋକଟି ମହତ ନୁହଁଇ ସହିବା ଲୋକଟି ବଡ” । ସାହାଯ୍ୟ ପାଇଥିବା ଲୋକ ଗୁଡାକ କିନ୍ତୁ ଖୁବ୍‍ ଶିଘ୍ର ଭୁଲି ଯାଆନ୍ତି ସତ୍ୟବାବୁଙ୍କୁ , ଯେତେ ପର୍ଯ୍ୟନ୍ତ ପୁଣି ଆବଶ୍ୟକତା ନ ପଡିଛି । ସେମାନଙ୍କର ବିଶ୍ବାସ ସେ ଦରକାର ସମୟରେ କେବେ ବି ନା’ କରନ୍ତି ନାହିଁ । ବୟସ ବଢିବା ସହିତ ବହୁତ ତିକ୍ତ ଅନୁଭୁତି ଅର୍ଜନ କରିଛନ୍ତି ହେଲେ ସୁଧୁରି ନାହାନ୍ତି । ସେ ଅନ୍ୟ ଜଣକୁ ସାହାଯ୍ୟ କରି ଅତ୍ମସନ୍ତୋଷ ଲାଭ କରନ୍ତି ଓ ଭାବନ୍ତି ତାଙ୍କ ମନରେ ଅକାରଣରେ ଦୁଃଖ ଦେଉଥିବା ଲୋକଟି ନିଶ୍ଚୟ ଦିନେ ପଶ୍ଚାତାପ କରି ମନେ ପକାଇବ । ତାଙ୍କର ଗୋଟିଏ ଆଶା କେବଳ ଟିକିଏ ଶାନ୍ତି । କାରଣ ସେ ଅନ୍ୟ ଠାରୁ କିଛି ଆଶା ରଖି ନଥାନ୍ତି । ସବୁ ଲୋକ ଗୁଡିକ ଏଣ୍ଡୁଅ ପରି ରଙ୍ଗ ବଦଳେଇ ଦେଇଛନ୍ତି ସମୟ ସହିତ । ବହୁତ ସମୟରେ ଅତି ନିଜର ପରି ବ୍ୟବହାର କରି କାମ ହାସଲ କରୁଥିବା ଲୋକ ଗୁଡାକ କାମ ସରିଗଲା ପରେ ହୁଏତ ଦୁରେଇ ଯାଇଛନ୍ତି ଅଥବା ସେ କାମକୁ ନିଜ ନାଁରେ କରେଇ ନେଇଛନ୍ତି ।                                                                       ସେ କେବେ କିନ୍ତୁ ଏ ସବୁ ବିଷୟରେ ଚିନ୍ତା କରିନାହାନ୍ତି । କାରଣ ସେ କିଛି ପାଇବା ଆଶାରେ କରି ନଥାନ୍ତି । ପୁଅର ପାଠ ପଢାପାଇଁ ସେ ଅଧିକ ବ୍ୟସ୍ତ ରହନ୍ତି । ଏମିତିରେ ସେ ଭଲ ପଢେ । କିନ୍ତୁ ମଣିଷର ଆଶାର ତ ଅନ୍ତ ନାହିଁ । ଝିଅ ସେତେ ଭଲ ନହେଲେ ବି ପଢାପଢିରେ ସେତେ ଖରାପ ନୁହଁ । ଅତ୍ୟନ୍ତ ନମ୍ର ଓ ଭଦ୍ର । ତେଣୁ ସତ୍ୟବାବୁ ଟିକେ ଆଶ୍ବସ୍ତ ହୁଅନ୍ତି । ପୁଅ ସମ୍ବିତ୍‍ ତାର ସାଙ୍ଗସାଥୀ ମହଲରେ ଖୁବ୍‍ ଅଦୃତ । ଘରେ ପ୍ରାୟତଃ ପିଲାଙ୍କର ଭିଡ ଲାଗି ରହିଥାଏ । ତାର ସାଙ୍ଗ ମାନଙ୍କ ମଧ୍ୟରେ ପୁଅ ଝିଅ ଉଭୟ ଅଛନ୍ତି । ସାଧାରଣତଃ ଭଲ ପିଲାଙ୍କୁ କେହି ସନ୍ଦେହ କରନ୍ତି ନାହିଁ । ବହୁତ ସମୟରେ ଝିଅମାନେ ଏକା ଏକା ଆସି ତା’ଠାରୁ ନିଜର ଅସମାଧିତ ପ୍ରଶ୍ନରେ ସମାଧାନ କରି ଯାଆନ୍ତି ।  

            ଯୁକ୍ତ ଦୁଇରେ ଭଲ ନମ୍ବର ରଖି ଉର୍ତ୍ତିଣ୍ଣ ହେବାପରେ ଡାକ୍ତରୀ ପାଇଁ ନାମ ଲେଖାଇଲା ସମ୍ବିତ୍‍ । ମାଆଙ୍କର ମନ ଭାରୀ ଖୁସି । ଅତି ଗେଲ୍ହାରେ ବଢାଇଥିବା ପୁଅ ଆଜି ଡାକ୍ତର ହେବାକୁ ଯାଉଛି । ଝିଅ ସେଇ ସହରରେ ଏକ ଘରୋଇ କଲେଜରେ ଯୁକ୍ତ ଦୁଇରେ ନାମ ଲେଖାଇଲା । ବାହାରକୁ ଛାଡିବାପାଇଁ ସରିତାଙ୍କର ନାସ୍ତି ବାକ୍ୟ ଅସୀମାକୁ ଘରୋଇ କଲେଜରେ ପଢିବାପାଇଁ ବାଧ୍ୟ କରାଇଲା । ଝିଅର ସ୍ନାତୋକତ୍ତର ସମ୍ପୂର୍ଣ୍ଣ ହେବା ପରେ ବାହାଘର ସାରିଦେଲେ ସତ୍ୟବାବୁ । ଜ୍ବାଇଁ ତାଙ୍କ ମନପସନ୍ଦର ମିଳିଥିଲା । ତେଣୁ ସେ ବହୁତ ଖୁସି ଥିଲେ ।                   ପୁଅ ଡାକ୍ତରୀ ପଢିବାକୁ ବିଦେଶ ଚାଲିଗଲା । ବିଦେଶୀ ବୋହୁଙ୍କୁ ଆଦରୀ ନେବାରେ ସରିତାଙ୍କର ବହୁ ବିରୋଧ ସତ୍ତ୍ବେ ସତ୍ୟବାବୁ ଖୁବ୍‍ ସହଜରେ ଗ୍ରହଣ କରିନେଲେ ।  

            ଡାକ୍ତର ବୋହୁର ଜିଦ୍‍ ଶୁଣିବା ପରେ ସତ୍ୟବାବୁ କିନ୍ତୁ ନିଜକୁ ବିଶ୍ବାସ କରି ପାରିଲେ ନାହିଁ । ସେ ଶାଶୁ ଶଶୁରଙ୍କୁ ଏକା ଛାଡିବା କଥାକୁ ଗ୍ରହଣ କରି ପାରୁ ନଥିଲା । ଶେଷରେ ଦୁହେଁ ନିଜ ଦେଶରେ ଡାକ୍ତରଖାନା ଖୋଲି ସତ୍ୟବାବୁଙ୍କ ପାଖରେ ରହିବାକୁ ନିର୍ଣ୍ଣୟ ନେଲେ ।                                                                   ଜୀବନର ଶେଷ ନିଶ୍ବାସ ପର୍ଯନ୍ତ ପୁଅ ବୋହୁ, ଝିଅ ଜ୍ବାଇଁ ,ନାତିନାତୁଣୀଙ୍କ ମେଳରେ ଖ଼ୁସିରେ ସମୟ ବିତାଇବା ବେଳେ ସେ ନିଜ ବନ୍ଧୁ ମାନଙ୍କ ଠାରୁ ଶୁଣିବାକୁ ପାଆନ୍ତି , ତାଙ୍କ ବିଗତ ଦିନର ସବୁ ବାକ୍ୟର ପ୍ରକୃତ ସତ୍ୟତା । କଣ ଆଉ ଦରକାର ଶେଷ ଜୀବନରେ। କେବଳ ଟିକିଏ ଶାନ୍ତି ,ଯାହା ଆଜି ସେ ପାଇ ଯାଇଛନ୍ତି। ଶାନ୍ତିର ଅନୁଭୁତି !! 


Rate this content
Log in

Similar oriya story from Inspirational