jyotsna mayee panda

Tragedy

4.5  

jyotsna mayee panda

Tragedy

ସେଇ ବର୍ଷା ସ୍ମୃତି...

ସେଇ ବର୍ଷା ସ୍ମୃତି...

3 mins
403


ପିଲା ଦିନ ର ଜୀବନ ଗୋଟେ ମଣିଷ ପାଇଁ ଅନେକ କିଛି ସୁନ୍ଦର ସୁନ୍ଦର ଅନୁଭୂତି, ଆଉ ସ୍ମୃତି ମାନଙ୍କ ସହିତ ଜଡିତ ହୋଇ ଥାଏ l ଆଉ ସବୁ ମଣିଷ ହୃଦୟ ରେ ସେ ସ୍ମୃତି ଜୀବନ ର ଶେଷ ପର୍ଯ୍ୟନ୍ତ ସାଇତି ରହିଥଏ l ଆଜି କlଳିକା ଆଧୁନିକ ପିଲା ଙ୍କ ପାଇଁ ବୋଧେ ସେ ସବୁ କିଛି ମଇନା ରଖେ ନି l ଏ କଂକ୍ରିଟ ଜଙ୍ଗଲ ରେ ଆଉ ସେ କାଗଜ ଡ଼ଙ୍ଗା ଭସାଇ ବାର ମଜା ଅଛି ନାଁ ସେ ଗାଁ ଦାଣ୍ଡରେ ବର୍ଷା ରେ ଭିଜି ବାର ନିଆରା ଅନୁଭୂତି ଅଛି l ଖାଲି ବର୍ଷା ରେ ସେଲଫି ଟେ ନେଇ feeling happy ଲେଖି ଫେସବୂକ ରେ ଅଵଲୋଡ଼ କରି ଖାଲି ବର୍ଷା ରେ ବସି like ଆଉ କମେଣ୍ଟ ପଢି ବା... ଆଉ ବୋଧେ ସେ ଅନୁଭୂତି ସେମାନଙ୍କ ଅଭ୍ୟାସ ପାଲଟି ଗଲାଣି l ଅବଶ୍ୟ ଯୁଗ ସହିତ ତାଳ ଦେଇ ଚାଲିବାକୁ ସେମାନେ ଖୁବ ପସନ୍ଦ କରନ୍ତି.... l ଆଉ ସେ କାଗଜ ଡ଼ଙ୍ଗା କଥା କହିଲେ..... ଆମକୁ ହସି ରେ ଉଡେଇ କୁହନ୍ତି ଏ ଇଣ୍ଟେର୍ନେଟ ଯୁଗ ରେ ସେ କାଗଜ ଡ଼ଙ୍ଗା କଥା ଆଉ କୁହନା... ଛୁଆ ଜନ୍ମ ରୁ ବୋଧେ ମୋବାଇଲ ଟା ଖେଳଣା ପାଲଟି ଗଲାଣି l

                               ବର୍ଷା ରେ ଭିଜି ଭିଜି କାଗଜ ଡ଼ଙ୍ଗା ଭସାଇବା ଅନୁଭୂତି ଟା ଆଜି ବି ମୋ ହୃଦୟ ରେ ଉତଜୀବିତ ହୋଇ ରହିଛି l ସେ ତ ଡ଼ଙ୍ଗା ନ ଥିଲା ଥିଲା ସେ ଅସୁମାରୀ ସ୍ୱପ୍ନ ର ବୋଇତ ଟେ l ବର୍ଷା ପାଣି ର ପ୍ରଖର ସ୍ରୋତ ରେ ଯଦି କୋଉଠି ବୁଡି ଗଲା ଏମିତି ଲାଗୁଥିଲା ସେତେ ଯେମିତି ଜୀବନ ର ସବୁ ସ୍ୱପ୍ନ ବୁଡିଗଲା..... ଆଜି ବି ମନେ ଅଛି ସେ ନୂଆ ନୂଆ ଖାତା ଚିରି ମା ଠୁ ମାଡ ଖାଇବା କଥା... କାରଣ ସେ ତ ମୋ ପାଇଁ ଡ଼ଙ୍ଗା ନ ଥିଲା ଥିଲା ଗୋଟେ ସୁଖ ର ବୋଇତ ଆଉ ତାର ନାଉରି ସଯେଇ ଦେଇଥିଲି ନିଜକୁ l ମୋ ସାଙ୍ଗ କୀର୍ତି ଆଉ ମୁଁ କେତେ ନଇ ବଢ଼ି ଦେଖିବା କୁ ଯାଉଥିଲୁ ଘରୁ ଲୁଚି ଲୁଚି... ଆଉ ସେ ମହାନଦୀ ର ପୋଲ ଉପରୁ କୁଟା ଖିଅ ଟେ ଫିଙ୍ଗି ଆଖି କୁ ଅଦୃଶ୍ୟ ନ ହେବା ଯାଏ ସେଠି ଦେଖୁ ଥିବୁ l ନା କୀର୍ତି ଅଗ୍ରୱାଲ.. କୀର୍ତି ର ଜେଜେ ରାଇଗଡ଼ ର ମୂଳ ବାସିନ୍ଦା ହେଲେ ସେ ବହୁ ଦିନ ହେଲା ଏଠି ରହି ପୁରା ଖାଣ୍ଟି ଓଡ଼ିଆ ହୋଇ ଗଲେଣି ଆଉ ଆମ ପୂଜା ପର୍ବାଣି ସବୁ କୁ ଆପଣେଇ ନେଲେଣି l ଆମ ପରିବାର ସହିତ ସେମାନଙ୍କ ସମ୍ପର୍କ ଖୁବ ଭଲ l ସେ ସ୍ମୃତି ସବୁ ଏ ସାଂସାରିକ ଜଂଜାଳ ରେ ବ୍ୟସ୍ତ ରହି ଯେମିତି ଝାପ୍ସା ଝାପ୍ସା ହୋଇ ଯାଇଥିଲା l ଆଉ ଏ ଭିତରେ ସେ କୀର୍ତି ବାହା ହୋଇ ରାଏପୁର ରେ ରହୁଛି ବୋଲି ଶୁଣିବାକୁ ପାଇଲି l ଆଉ ସେ ଗୋଟେ ସୁନ୍ଦର ଝିଅ ର ମା ହେବା କଥା ବି ଜାଣିଲି..... ହେଲେ ଆଜି ର ଖବର କାଗଜ ରେ ତl ଫୋଟୋ ଦେଖି ମୁଁ କିଛି କ୍ଷଣ ପାଇଁ ନିରବ ହୋଇ ରହିଗଲି l ମହାନଦୀ ର ସେଇ ଆପଣା ର ପୋଲ ଆଉ ତା ଚପଲ ଆଉ ସ୍କୁଟି ରଖl ହୋଇଛି ଆଉ ତା ଫାଇଲ ଫୋଟୋ ଟା ଅଛି l ସେଥିରେ ଲେଖା ଅଛି ପୋଲ ରୁ ଡେଇଁ କୁଆଡେ ସେ ଆତ୍ମହତ୍ୟା କରିଛି ସେ ଛୋଟିଆ ଝିଅ ସହିତ.... ଆଉ ଓଡ୍ରାଫ ଡିମ ବି ସେମାନଙ୍କୁ ପାଇଲେନି ବୋଲି ଲେଖା ଅଛି.... ସବୁ ପଢିବାକୁ ଆଉ ମୋ ଆଖି ସୁଯୋଗ ଦେଲାନି କାରଣ ପାଣି ଗୁଡିକ କେତେ ବେଳୁ ଆଖି କୋଣ ରେ ଭର୍ତି ହୋଇଯାଇଛି ଆଉ ଅକ୍ଷର ସବୁ ଝାପ୍ସା ଝାପସା ଦିଶୁଛି l ଯେ ସବୁବେଳେ ସେ ନଦୀ ର ଖର ସ୍ରୋତ ର ଦୃଶ୍ୟ କୁ ମନ ଭରି ଦେଖିଛି.... ତାର ସୁନ୍ଦର ରୂପ ରେ ନିଜକୁ ହଜେଇ ଦେଇଛି ଆଜି କାହିଁକି ସେ ସେହି ନଦୀ ଗର୍ଭ ରେ ନିଜ କୁ ଲୀନ କରିଦେଲା? ଭାବିଲା ବେଳେ କୁ ଦେହଟା ଶିହରୀ ଉଠୁଛି.... ତାର ସେ ସୁନ୍ଦରିଆ ହସ ହସ ମୁହଁ ଟା ଭାସି ଯାଉଛି ମୋ ହୃଦୟ ର ଅଗଣା ରେ....

                        ପରେ ମୁଁ ଜାଣିବା କୁ ପାଇଲି ଯେ... ସେ ଗତ ଦୁଇ ମାସ ହେବ ତ l ବାପା ଘରେ ରହି ଥିଲା ଆଉ ଶାଶୁ ଘରେ ଡିମାଣ୍ଡ କରିଥିବା ପଇସା ବାପା ଦେବା କୁ ଅକ୍ଷମ ହୋଇ ଥିଲେ ସେଥିପାଇଁ ସେ ଖୁବ ମାନସିକ ଅଶାନ୍ତି ରେ ଦିନ କାଟୁ ଥିଲା l ସେ ଏ ପୋଲ କୁ ଆଗରୁ ବି ବହୁତ ଥର ଆସୁଥିଲା କିନ୍ତୁ ଆଜି ତl ମନ କଣ ପାଇଁ ଏ ଚରମ ନିଷ୍ପତି ନେବାକୁ ତାକୁ ବାଧ୍ୟ କଲା କେଜାଣି ନିଜ ଛୁଆ ର ଜୀବନ କୁ ବି ବାଜି ଲଗେଇ ଦେଲା........ ଆଜି ଏମିତି ଲାଗୁଛି ସେ ସୁନ୍ଦର ସ୍ମୃତି ସବୁ କୁ ସେ ତା ସାଥିରେ ନେଇଯାଇଛି ମୋ ଜୀବନ ରୁ ଛଡାଇ.....ନେଇ

ବୋଧେ ଆଉ ଏ ଜୀବନ ରେ ଖୋଜିଲେ ବି ତାକୁ ଆଉ ପାଇପାରିବିନି...

ସେ ମୋ ଅତୀତ ନଇଁ କରାଳ ସ୍ରୋତ ରେ ଯେମିତି ଭସାଇ ନେଇଛି ପିଲା ଦିନ ର ସବୁ ସ୍ମୃତି ଅନୁଭୂତି କୁ..... ଆଜି ଏମିତି ଲାଗୁଛି ସେ ମୋର ଅତି ଆପଣା ର ନଇ କୁ ଯାଇ କୁହନ୍ତି କି.......ମୋର ସେ ପିଲା ଦିନର ସାଙ୍ଗ ଆଉ ସେ ଅଭୁଲା ସ୍ମୃତି କୁ ଫେରେଇ ଦେବାକୁ.........



Rate this content
Log in

Similar oriya story from Tragedy