Swagatika Behera

Tragedy

3  

Swagatika Behera

Tragedy

ସେଦିନର ଅଭୁଲା ରାତି

ସେଦିନର ଅଭୁଲା ରାତି

3 mins
222


ଜୀବନର ଏକ ଅନ୍ଧାର କୋଠରୀରୁ ସେଦିନ ଆଲୋକର କ୍ଷୀଣ ବର୍ତ୍ତିକାକୁ ଅନୁଭବ କରି ମୁଁ ଚାଲିବାକୁ ଲାଗିଲି,ନଥିଲେ କେହି ମୋର ଦିଗଦର୍ଶକ,କିନ୍ତୁ ମନରେ ଟିକେ ହେଲେ ଭୟ ନଥିଲା।


ସତରେ ମୋ ଘରର ନିୟମର ପଞ୍ଜୁରୀ ମତେ ତା ଭିତରର ଶାରୀ କରି ରଖି ଦେଇଥିଲା, ଶୁଣିଥିଲି ପୂର୍ବ କାଳରେ ରାଜା ମାନେ ରାଜ୍ୟବାସୀ ମାନଙ୍କ ଅବସ୍ଥା ବୁଝିବା ପାଇଁ ନିଜେ ଛଦ୍ମ ବେଶ ଧାରଣ କରି ବାହାରି ପଡୁଥିଲେ।ଠିକ୍ ସେମିତି ମତେ ବି ଇଚ୍ଛା ଥିଲା ଜାଣିବାକୁ ମୋ ସମାଜର ଚରିତ୍ର କେମିତି?ତାହାର ରୂପରେଖ କିପରି?ତାହାର ସୁନ୍ଦରତା କେତେ ଗଭୀର?ମତେ କାହିଁକି ଏ ସମାଜରେ ବଞ୍ଚିବାକୁ କାହିଁକି ଏତେ କଟକଣା?କାହିଁକି ମୋ ପାଇଁ ଏତେ ନିୟମ?ଏତେ ସବୁ ପ୍ରଶ୍ନ ମନରେ ରଖି ମୁଁ ଅଣନିଃଶ୍ୱାସୀ ହୋଇ ଯାଉଥିଲି। ବାପାଙ୍କୁ ବହୁତ୍ ଥର ଅନୁରୋଧ କରିଛି ମତେ ଗୋଟେ ଦିନ ଏକା ଏ ସମାଜ କୋଳରେ ଛାଡ଼ି ଦିଅ।ମୁଁ ନିଜେ କରିବି ମୋ ସମାଜର ପ୍ରତ୍ୟକ୍ଷ ଚିତ୍ରଣ!!ବାପା ଡରି ଯାଉଥିଲେ ନିଜ କାନ୍ଧରେ ଥିବା ଗାମୁଛା କାଢି ମତେ ଢାଙ୍କି ଦେଉଥିଲେ,ଆଉ କହୁଥିଲେ ମାଆ ଲୋ ତତେ ଏ ଭଗବାନ୍ ସାହା.....

  ସତରେ ମନ ଭିତରେ ଦୁନିଆ ଦେଖିବାର ଇଚ୍ଛାକୁ ମୁଁ ମାରି ପାରୁନଥିଲି,ତେଣୁ ସେଦିନ ମୁଁ କାହାକୁ ନ କହି ରାତିରେ ଏକା ବାହାରି ଗଲି ମୋ ପ୍ରଶ୍ନର ଅନୁସନ୍ଧାନରେ।

ପବନର ମୃଦୁ ସ୍ପର୍ଶ ମୋତେ ଛୁଇଁ କହୁଥାନ୍ତି ତୁ ଚାଲ୍ ମୁଁ ତୋ ସହ ଅଛି।କିଛି ଦୂର ଯାଇଛି କି ନାହିଁ,କାନରେ ବାଜିଲା କାହାର କରୁଣ କ୍ରନ୍ଦନ। ମୁଁ ନିଜକୁ ଅଟକାଇ ପାରିଲିନି,ଧାଇଁ ଗଲି ସେ ଆଡ଼କୁ।

ଦେଖିଲି ଜଣେ ବୃଦ୍ଧ ମୁଣ୍ଡ ତଳକୁ କରି କାନ୍ଦୁଛନ୍ତି, ପାଖରେ ବସିଥାନ୍ତି ଜଣେ ବୃଦ୍ଧା ଆଖିରେ ତାଙ୍କର ଲୁହର ବର୍ଷା ହେଉଥାଏ, ମୁଁ ଶବ୍ଦହୀନ ହୋଇଗଲି ଆଉ ନିଜ ହାତକୁ ତାଙ୍କ ପତଳା କାନ୍ଧ ଉପରେ ରଖି ଦେଲି,ସେ ଚମକି ଉଠିଲେ ସେ ଏକ ଅଜଣା ଆତଙ୍କରେ।ପାଖରେ ପଡ଼ିଥାଏ ଗୋଟେ ଅର୍ଧଲଗ୍ନ ଝିଅର ଶବ,କେଶ ଗୁଡ଼ା ବିକ୍ଷିପ୍ତ,ଶରୀରରେ ଅନେକ କ୍ଷେତ.... ମଲା ଝିଅର ଲାଜକୁ ମାଆ ନିଜ ପଣତରେ ଢାଙ୍କି ଦେଉଥାନ୍ତି।

ମୁଁ ବେଶି ସମୟ ଚୁପ୍ ରହି ପାରିଲିନି।ସେଠି ଛିଡା ହୋଇଥିବା ଦେଖଣାହାରୀଙ୍କଠୁ ବୁଝିଲି,ଝିଅର ବାହାଘର ଠିକ୍ ହୋଇଥିଲା।ହେଲେ ବାହାଘରର ଦୁଇ ଦିନ ଆଗରୁ ତା'ର ଏ ଅବସ୍ଥା।ଘରେ ଏକା ଥିବାବେଳେ ତା ସହ ହୋଇଛି ଦୁଷ୍କର୍ମ।


ମାଆ ତା'ର ଗଡ଼ିଗଡ଼ି କାନ୍ଦି କହୁଥାନ୍ତି,ମୋ ଝିଅକୁ କାହିଁ ଖାଇଗଲରେ!!!ମୋ ଝିଅ, ମୋ ଧନ ତୁ ତ ଗଲୁ ମତେ କାହିଁ ନେଇ ଗଲୁନି!!!

ଗଣମାଧ୍ୟମ ପହଞ୍ଚି ଯାଇଥିଲେ ସେଠି,ହେ ଭଗବାନ୍ କି ପ୍ରକାରର ପ୍ରଶ୍ନ କରୁଥିଲେ ତାଙ୍କୁ!!ଝିଅ ସହ ଏମିତି ହେଲା ଆପଣ କୋଉଠି ଥିଲେ?ସେ ଝିଅ କଣ୍ ଘଟଣା ସ୍ଥଳରେ ମରି ଯାଇଥିଲା? କେତେବେଳେ ହେଲା?ଝିଅ କାହାକୁ ପ୍ରେମ କରୁଥିଲା କି? ଆପଣ କାହାକୁ ସନ୍ଦେହ କରୁଛନ୍ତି? 


ମୁଁ ଚାରିଆଡେ ଦେଖୁଥାଏ, କ'ଣ ଏହି ଭିଡ଼ ଭିତରେ କାହା ଭିତରେ ହୃଦୟ ନାହିଁ ଏ ଦୁଇ ଗରିବ, ଅସହାୟଙ୍କୁ ସାହା ହେବ!! 


ମୁଁ ନିଜେ ଛିଡା ହେବି ତାଙ୍କ ସହ କେହି ଆଉ କେହି ରୁହନ୍ତୁ କି ନ ରୁହନ୍ତୁ,ଏମିତି ଭାବି ଆଗକୁ ବଢୁ ଥିଲି।କେହି ମୋ ହାତ ପଛରୁ ଭିଡ଼ି ଧରିଲା,ବୁଲି ଦେଖିଲି ସେ ଆଉ କେହି ନୁହେଁ ସେ ମୋ ନିଜ ବାପା।ଟାଣି ଟାଣି ଘରକୁ ନେଇ ଆସିଲେ,ବୋଉ ମତେ ଗୋଟେ ଶକ୍ତ ଚାପୁଡ଼ା ଦେଲା।କହିଲା କୁଆଡେ ଯାଇଥିଲୁ,ଆଜିଠୁ ଘରୁ ଗୋଡ଼ କାଢି ବାହାରକୁ ଯିବୁ ତ ମୋ ମଲା ମୁହଁ ଦେଖିବୁ।


ମୁଁ ସେଦିନ ବହୁତ୍ କାନ୍ଦିଲି,ସକାଳୁ ପୂଜା ଘରେ ପ୍ରାର୍ଥନା କରି ବସିଲି.... ଆହେ ଦୟମୟ ଗାଉଥିଲି ସେ ପ୍ରାର୍ଥନାର ପଂକ୍ତି....ସତ କହିବାକୁ କିଆଁ ଡରିବି,ସତ କହି ପଛେ ମଲେ ମରିବି...ମୋତେ ମୋ ବିବଶତାକୁ ମନେ ପକେଇ ଦଉଥିଲା।


ବାପା ଆସିଲେ,ମୋ ଆଗରେ ବସିଲି,କହିଲେ ମାଆରେ ତୁ ଦୁଃଖରେ ଅଛୁ କି!!ମୁଁ କହିଲି ବାପା ମୁଁ ଜନ୍ମ କାହିଁକି ହେଲି?

କାଲି ମୋତେ ସେ ପରିବାର ଆବଶ୍ୟକ କରୁଥିଲେ....ସେ କାପୁରୁଷମାନଙ୍କୁ ଦଣ୍ଡ ଦେବା ଯାଏ ଲଢ଼ିବାର ଥିଲା ମୋତେ,ମୋତେ ସତକୁ ଖୋଜିବାର ଥିଲା....ମତେ କାହିଁକି ରୋକିଲ?


ବାପା କହିଲେ କାହିଁକି ନା, ମୁଁ ମୋ ଝିଅକୁ ସେଇ ଝିଅ ପରି ମାରିବାର ଦେଖି ପାରିବିନି।ମୁଁ ବାପାଙ୍କ ଅକୁହା କଥା ବୁଝି ପାରୁଥିଲି।ଆରଦିନ ପେପରରେ ଦେଖିଲି ସେଇ ଦୁଇ ବୃଦ୍ଧ ଆତ୍ମହତ୍ୟା କରିଛନ୍ତି।ଖବର ପଢ଼ି ମୁଁ କାନ୍ଦି ଉଠିଲି,ହେଲେ ନିଜକୁ ନିଜେ ଶାନ୍ତ କରି କହିଲି,ମତେ ଭୁଲିଯିବାକୁ ହବ ସବୁ.....ମୋତେ ଅନ୍ଧ ହେବାକୁ ହବ...ମିଛ ସହ ସମ୍ପର୍କ ବାନ୍ଧିବାକୁ ହେବ.... ଏହା ହିଁ ହେବ ମୋ ଆଭିମୁଖ୍ୟ.....


   


Rate this content
Log in

Similar oriya story from Tragedy