Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Swagatika Behera

Inspirational

4.5  

Swagatika Behera

Inspirational

ଗୋଲାପ କଢି

ଗୋଲାପ କଢି

5 mins
149



ପିଲାଦିନରୁ ହିଁ ସୀତା ବହି ପ୍ରିୟ,କେଇ ଖଣ୍ଡ ବହି ଛାଡ଼ିଦେଲେ ସେ ଦୁନିଆ କ'ଣ ଦେଖିନି କି ବୁଝିନି । ବାପା ତାକୁ ବୁଝେଇ କୁହନ୍ତି, ସବୁବେଳେ ବହି ପଢ଼ିଲେ କିଛି ହବନି ଯଦି ସେ ଜ୍ଞାନ କାମରେ ନ ଲଗେଇଛୁ, ଆଉ ଯେ ଯାଏଁ ଅନ୍ୟର ସମ୍ମାନ ନ କରିଛୁ । 


ସୀତା ସ୍ମିତ ହାସ୍ୟ ଗୋଟେ ଦେଇ ଚାଲି ଆସେ । ସେ କେବେ କାହାକୁ ବିଶ୍ୱାସ କରେନି । କାରଣ ବି ବଡ଼ ଜଟିଳ । ସେ ଜନ୍ମ ହେବା ପରେ ପରେ ତା' ମାଆ ଆଖି ବୁଜି ଥିଲେ । ସୀତା ବଡ ହେବା ପରେ ଭାବି ସାରିଥିଲା କି କେହି ଏଠି କାହାର ନୁହନ୍ତି । ନହେଲେ ମାଆ ମୋତେ ଛାଡ଼ି କାହିଁକି ଅଜଣା ଦେଶକୁ ଚାଲି ଯାଇଥାନ୍ତା । 


ତା' ବାପା ଦିନକୁ ଦିନ ଚିନ୍ତାରେ ପଡି ଯାଉଥାନ୍ତି । ସୀତା ଯଦି ନିଜ ସ୍ଵଭାବ ପରିବର୍ତ୍ତନ ନ କରେ ତାକୁ କିଏ ବାହା ହେବ । କେତେଦିନ ତା ଏମିତି ଆଚରଣକୁ ପିଲାଳିଆମି ଭାବି ଘୋଡାଇ ଆସୁଥିବେ । 


ଦେଖିବାକୁ ସୀତା ଭାରି ସୁନ୍ଦରୀ । ତାକୁ ହଜାରେ ପ୍ରେମ ପ୍ରସ୍ତାବ ମିଳେ କିନ୍ତୁ ସେ ତାକୁ ପ୍ରତ୍ୟାଖାନ କରିଦିଏ । କେଜାଣି ତାକୁ କୋଉ କଥାର ଏତେ ଅଭିମାନ । 


ଧୀରେଧୀରେ ସେ ସବୁଠୁ ଦୂରେଇ ଯାଉଥିଲା । ଇତି ମଧ୍ୟରେ ସୀତାର ଗୋଟେ ଭଲ ଚାକିରୀ ମଧ୍ୟ ହୋଇଯାଇଥାଏ । ବାପା ବହୁତ୍ ଖୁସି ଥିଲେ, ହେଲେ ଟିକେ ଦୁଃଖ ବି କରୁଥିଲେ । ନୂଆ ଅଫିସ୍ ନୂଆ ଜାଗା ଯଦି ସୀତା କାହା ସହ ଭଲରେ ମିଶି ଦି ପଦ କଥା ନ ହେବ, ତା କଥା ବୁଝିବ କିଏ?ସେ ବି ଘର ଛାଡ଼ି ତା' ସହ ଯାଇ ପାରିବେନି । 


ସୀତା ବାପାଙ୍କୁ ବୁଝେଇ କହିଲା,"ତୁମେ ବ୍ୟସ୍ତ ହୁଅନି,ମୋର କିଛି ଅସୁବିଧା ହେବନି । "ବଡ଼ କଷ୍ଟରେ ବାପା ମାନିଲେ । ସେ ସେଠୁ ବାହାରିଲା ସୁଦୂର ମାଲକାନଗିରି । 


ସୁନ୍ଦର ଜାଗା, ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା । ସୀତା ନିଜ ରୁମରେ ପହଞ୍ଚି ବାପାଙ୍କୁ କଲ୍ କରିବାର ଯଥା ସମ୍ଭବ ଚେଷ୍ଟା କରୁଥାଏ,ମାତ୍ର ଫୋନ୍ ଲାଗୁ ନଥାଏ । ବିରକ୍ତି ହୋଇ ନିଜ ରୁମରୁ ବାହାରକୁ ଚାଲିଗଲା । ଆଖିରୁ ଚଷମାଟାକୁ ଟିକେ କାଢି ନାକ ଉପରେ ରଖିଦେଲା ଆଉ ପବନରେ ଭାସି ଗୋଟେ କୋମଳ ସ୍ୱର ତା' କାନରେ ବାଜିଲା, କେହି କହୁଥିଲା"ଓଏ ହିଲୋଇନ୍!!"ଅସ୍ତବ୍ୟସ୍ତ ହୋଇ ସେ ରାଗି ବୁଲି ଦେଖିଲା ଗୋଟିଏ ସାତ ବର୍ଷର ଛୋଟିଆ ପୁଅଟେ । ନିରୀହ ଆଖି, ନିଷ୍ପାପ ଚେହେରା ଆଉ ଗୋଟେ ଆକର୍ଷଣୀୟ ଭାବ ଭଙ୍ଗୀ । ସୀତା ପ୍ରଥମ କରି କୋଉ ପୁଅ ଡାକରେ ନିଜ ଓଠକୁ କଷ୍ଟ ଦେଇ ହସିଥିଲା । ସେ ଈଶାରାରେ ନିଜ ଆଖି ତଳକୁ କରି ଧନ୍ୟବାଦ୍ ଦେଲା । 


ଏମିତି କିଛିଦିନ ଅଫିସ୍ ଯିବା ବାଟରେ ତାର ସେ କୁନି ପୁଅଟେ ସହ ଦେଖା ହୁଏ । ଆଉ ସବୁଦିନ ପରି ସେ କୁହେ"ହିଲୋଇନ୍" । 

ଆଉ ତାକୁ ଦେଖି ସେ ଛୁଆ ଭାରି ଖୁସି ହୁଏ ଯେମିତି ସେ ତା' ଆଗରେ ତା'ର ପ୍ରିୟ କଣ୍ଢେଇଟିଏ । 


ଦିନେ ସୀତା ଭାବିଲା,କାହିଁକି ସେ ପିଲାଟି ସହ ଥରେ କଥା ନ ହୋଇ ଯିବ । କିଛି ଦିନ ଭିତରେ ପିଲାଟା ତା'ର ଅତି ଆପଣାର ହୋଇଯାଇଛି । ଦିନରେ ଥରେ"ହିଲୋଇନ୍"ଡାକ ନ ଶୁଣିଲେ ତାକୁ ବିଲକୁଲ ଭଲ ଲାଗୁ ନଥିଲା । ସେ ସେଦିନ ହାତରେ କିଛି ଚକୋଲେଟ୍ ଧରି ସେ ପିଲାକୁ ଦେଖା କରିବାକୁ ଗଲା, ଆଉ ଭାବିଲା ଏଥର ନିଶ୍ଚିତ ତା ନାଁ ପଚାରି ଆସିବ । 


ଅଫିସରୁ ଫେରିବା ବାଟରେ ଯୋଉଠି ତାକୁ ଭେଟେ ସେଇଠି ବହୁତ୍ ସମୟ ଧରି ଅପେକ୍ଷା କଲା ହେଲେ ସେ ତ ସବୁଦିନ ଏଇଠି ଖେଳେ, ଆଜି ଆସିନି ବୋଧେ!!ସେ ସେଠି ଅନ୍ୟ ପିଲାଙ୍କୁ ପଚାରିଲା କି, ଯିଏ ତାକୁ ସବୁଦିନ "ହିଲୋଇନ୍" କୁହେ ସେ ଆଜି ଏଠି ନାହିଁ ତ!! କୁଆଡେ ଗଲା ସେ? ପାଖରେ ବସିଥିବା ବୁଢ଼ୀ ମାଉସୀ ଉତ୍ତର ଦେଲେ, ସେ ଚାଲିଗଲାଣି ଲୋ ଝିଅ!! ଟୋକାଟା ବଡ଼ ଚଗଲା ଥିଲା, ତାକୁ ଛାଡ଼ି ଏ ଗାଁ ପିଲାଏ କେମିତି ରହିବେ କେଜାଣି? ସୀତା ଆଶ୍ଚର୍ଯ୍ୟ ହୋଇ ପଚାରିଲା,ଚାଲିଗଲା ମାନେ? ବୁଢ଼ୀ ମାଉସୀ ଅଣ୍ଟା ସଳଖି ଛିଡ଼ା ହୋଇ କହିଲା,ଆଲୋ ସେ ଜନମରୁ ବାପ ମାଆ ଛେଉଣ୍ଡ ଲୋ ଝୁଅ । ନିଜର ବୋଲି କେହି ନାହିଁ ତାକୁ ଏଇ ଇସ୍କୁଲୁ ଦିଦି ନେଇ ଆସିଥିଲେ,ହେଲେ ତାଙ୍କର ଆଜି ବଦଳି ହେଲା ସେ ଛୁଆକୁ ନେଇ ଚାଲିଗଲେ । 


ସୀତା ଚିଡି କହିଲା,ସେ ଏମିତି କେମିତି ଚାଲିଗଲା!!ମତେ ଥରୁଟେ ଦେଖା କରିବାକୁ ରହିଲାନି ଯେ!!ଝରି ପଡୁଥିବା ଲୁହକୁ ସମ୍ଭାଳି କହିଲା,ଇଟସ୍ ଓ.କେ. !! ସମସ୍ତେ ହିଁ ସେମିତି । ମୁହଁରେ ଥିଲା ତାର ବିରକ୍ତି ଭାବ । 


ବୁଢ଼ୀ ତାକୁ ଗୋଟେ ଗୋଲାପ କୁଣ୍ଡ ଧରେଇ ଦେଇ କହିଲା, ନେ ତୋତେ ଦେବାକୁ କହି ଯାଇଛି । ସୀତା ନେବାକୁ ମନା କରିଦେଲା ହେଲେ ହାତଟା ଆପେ ଆପେ ଆଗକୁ ବଢ଼ିଗଲା । ବଡ଼ ସ୍ନେହରେ ସେ କୁଣ୍ଡକୁ ନେଇ ଆସି ଅଗଣାରେ ରଖିଦେଲା । ସେଦିନ ସେ ପୁରା ରାତି ସେ କୁଣ୍ଡ ପାଖେ ବସିଲା । ଅଗଣାରେ ତାରାକୁ ଦେଖିଲା, ବହୁତ୍ ଦିନ ପରେ ସେ ତା ମାଆକୁ ତାରା ଭିତରେ ଖୋଜୁଥିଲା । ଆଉ ହଠାତ୍ ଗୋଟେ ଚକମିକିଆ ତାରାକୁ ଦେଖି କହିଲା,ତୁ କେଡେ ସ୍ୱାର୍ଥପର ମାଆ ଟେ!!ନିଜେ ଚାଲିଗଲୁ ଆଉ ତା ସହ ମୋ ଖୁସି,ମୋ ବିଶ୍ୱାସକୁ ବି ନେଇ ଚାଲିଗଲୁ ଆଉ ଶିଖେଇ ଦେଇଗଲୁ ଏଠି ସମସ୍ତେ ପର । ଦେଖୁନୁ ସେ ଛୁଆ ସହ ମୋର ସମ୍ପର୍କ ବାନ୍ଧି ହୋଇ ଯାଇଥିଲା ଆଜି ସେ ବି ଚାଲିଗଲା । 


ସେ ନିଜେ ବି ଜାଣିନି କେତେବେଳେ କଥା ହୋଇ ହୋଇ ସେଇଠି ଶୋଇପଡିଛି । ସକାଳର ପ୍ରଥମ କିରଣ ଗୋଲାପ ଗଛ ଦେଇ ସୀତା ମୁହଁରେ ପଡ଼ିଲା ଆଉ ସେ ଆଖି ଖୋଲି ପ୍ରଥମେ ଫୁଲ କୁଣ୍ଡକୁ ଦେଖିଲା । ଟିକେ ବିରକ୍ତି ହେଲା ହେଲେ ପୁଣି ଗଛର ପତ୍ର ଉପରେ ନିଜର ସରୁ ନାଲି ଓଠକୁ ଲଗେଇ କହିଲା, ମୁଁ ଜାଣେ ତୁ ଯୋଉଠି ବି ଥିବୁ ଭଲରେ ଥିବୁ । 


ପ୍ରତିଦିନ ସେ ଅଫିସ୍ ଯିବା ଆଗରୁ ଗଛରେ ପାଣି ଦିଏ, ଗେଲ କରେ ଆଉ ଯାଏ । କିନ୍ତୁ ଗଛ କେବେ ବଢେନି ନା କେବେ ଗୋଟେ ନୂଆ ପତ୍ର ବି ଦିଏ । ଦିନକୁ ଦିନ ଶୁଷ୍କ ହେବାକୁ ଲାଗିଥାଏ । ଏମିତି ବହୁତ୍ ଦିନ ଗଲା ସୀତା ଭାବିଲା ମୁଁ ନିହାତି ଗୋଟେ ଅଶୁଭ ଛାୟା । ଯାହା ଉପରେ ହାତ ରଖୁଛି ସେ ଦୂରେଇ ଯାଉଛି । ସେ ଆଗ ଅପେକ୍ଷା ଅଧିକରୁ ଅଧିକ ଚୁପ୍ ରହୁଥିଲା ନିଜ ବାପାଙ୍କ ସହ ବି କଥା ହେବା ବନ୍ଦ କରି ଦେଇଥିଲା । ଭାବେ ମୁଁ ସେ ଗଛରେ ଆଉ ପାଣି ଦେବିନି କିନ୍ତୁ ଗଲା ବେଳେ ନିଜେ ପିଇବା ବଟଲରୁ ପାଣି ଢାଳି ଦିଏ ଗଛ ମୂଳେ । 


ତା' ବ୍ୟବହାର ଅନ୍ୟ ମାନଙ୍କ ପ୍ରତି ରୁକ୍ଷ ହୋଇ ଚାଲିଥାଏ ନିଜ ସହକର୍ମୀମାନଙ୍କୁ ଅତି ଘୃଣ୍ୟ ଦୃଷ୍ଟିରେ ଦେଖେ, ଧୀରେଧୀରେ ତା'ର ଏମିତି ଆଚରଣ ନିଜ ଉପର ଅଫିସରଙ୍କୁ ଜଣା ପଡ଼ିଲା ଆଉ ସେ ବି ସିଧା ଶୁଣେଇ ଦେଲେ ଯଦି ସେ ନିଜକୁ ପରିବର୍ତ୍ତନ ନ କରେ ସେ ଚାକିରୀ ଛାଡ଼ି ଯିବାକୁ ବାଧ୍ୟ ହେବ । କିନ୍ତୁ ତାକୁ ଏ ସବୁ କଥାରେ କିଛି ବି ଲାଗୁନଥିଲା ନା ସେ ବ୍ୟସ୍ତ ଥିଲା । ନିର୍ଜୀବ ବସ୍ତୁଟିଏ ପାଲଟି ଯାଇଥିଲା ସୀତା । 


ସେଦିନ ଅଫିସରୁ ଫେରି ସ୍ଥିର କଲା ମୁଁ ନିଜ ବାପାଙ୍କ ପାଖକୁ ଫେରିଯିବି । ସେ ନିଜ ଜିନିଷ ପ୍ୟାକ୍ କଲା । ପୁରା ଦିନ ଥକି ଯାଇଥିବାରୁ ଟିକେ ଯାଇ ଅଗଣାରେ ବସିପଡ଼ିଲା, ସେ ଫୁଲ କୁଣ୍ଡକୁ ଦେଖି ଖୁସିରେ ପାଗଳ ହୋଇଗଲା । ହେଲେ ଏ କ'ଣ ଦେଖୁଛି ସେ !!ଗଛରେ ଗୋଟେ ଛୋଟ ଶୁଆ ଥଣ୍ଟ ପରି ନାଲିଆ ଗୋଲାପ କଢ଼ିଟିଏ ହେଇଛି । ଇସ୍ ତା ଖୁସି ଦେଖେ କିଏ!! ପାଣି ଗ୍ଲାସଟେ ଆଣି ଢାଳିଦେଲା, ଆଉ ବାପାଙ୍କୁ ଫୋନ୍ କରି ଜଣେଈଲା । ବାପା ପୁଣି ବୁଝେଇ କହିଲେ,ଗଛଟିଏ ବଡ଼ ହେବାକୁ ଖାଲି ପାଣି ଦେଲେ ହେବନି ଉପଯୁକ୍ତ ଯତ୍ନ ନେବାକୁ ହୁଏ । ସମୟ ଅନୁସାରେ ସାର, ଖତ ଏଵଂ ସୂର୍ଯ୍ୟାଲୋକ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ହୁଏ । ସୀତା ଫେଁ କରି ହସି ଦେଲା କହିଲା, ଥାଉ ମୁଁ ସବୁ ବୁଝିଲିଣି । ଫୋନ୍ ରଖୁ ରଖୁ ସେ ନିଜକୁ କହିଲା, ଆଜି ବହୁତ୍ ଖୁସି ଲାଗୁଛୁ ହିଲୋଇନ୍!!


ସେ ଆର ଦିନ ଅଫିସ୍ ଗଲା । ସମସ୍ତଙ୍କୁ ନିଜ ବ୍ୟବହାର ପାଇଁ କ୍ଷମା ମାଗିଲା । କିଛି ଦିନ ଭିତରେ ସେ ସେଠି ସମସ୍ତଙ୍କୁ ଆପଣାର କରି ନେଲା । ନିଜ ବଳକା ସମୟରେ ଗାଁର ପିଲାଙ୍କୁ ପାଠ ପଢେଇବା ସହ ଗୋଲାପ ଚାରା ଲଗାଇଲା । ତା' ଆଖି ଯୁଆଡେ ପଡୁଥିଲା ସେ ଗୋଟେ ଗୋଲାପ ଗଛ ଲଗେଇ ଦଉଥିଲା । ତା' ଯିବା ଆସିବା ବାଟରେ ଗୋଲାପ କଣ୍ଟା ତା' ଓଢ଼ଣୀକୁ ଭିଡ଼ି ନେଉଥିଲେ । ସୀତା ସବୁବେଳେ ଗୋଲାପ ଗଛ ସହ କଥା ହେଉଥିଲା, ନୂଆନୂଆ ଗୋଲାପ କଢି ତାକୁ ସ୍ୱର୍ଗୀୟ ଆନନ୍ଦ ଦେଉଥିଲେ । ସୀତା ନିଜ କାମ ପାଇଁ ନିଜ ସହରକୁ ଗୋଟେ ବଡ଼ ପୋଷ୍ଟକୁ ବଦଳି ହେଲା । ମାତ୍ର ସେ ଯିବାବେଳକୁ ତାକୁ କେହି ଛାଡ଼ିବାକୁ ପ୍ରସ୍ତୁତ ନଥିଲେ,ନା ନିଜ ଅଫିସ୍ ଲୋକ, ନା ଗାଁ ଲୋକ,ନା ତା'ର ଅତି ପ୍ରିୟର ଗୋଲାପ ଗଛ । ସେ ସେଠି ହୋଇ ଯାଇଥିଲା ସମସ୍ତଙ୍କ ଆଦରର ଗୋଲାପ ହିରୋଇନ୍.....






  



Rate this content
Log in

More oriya story from Swagatika Behera

Similar oriya story from Inspirational