Swagatika Behera

Inspirational

3  

Swagatika Behera

Inspirational

ଡିବିରି

ଡିବିରି

2 mins
136


ମନୁଆଟା ବାପ ଛେଉଣ୍ଡ । ବଡ଼ ଘର ପିଲା ହିଁ କୁଆଡେ ଅଧିକ ପଢନ୍ତି ଏତିକି ମନୁଆ ବୋଉ କହେ,ହେଲେ ସେ କିଛି ବୁଝେନି । ପାଠ ପଢିବା ହିଁ ତା'ର ଏକମାତ୍ର ଉଦ୍ଦେଶ୍ୟ । ତା ବୋଉ ପର ଘର ପାଇଟି କରିବାକୁ ଗଲାବେଳେ ମନୁଆ କହି ଦିଏ,"ବୋଉ ଲୋ ବୋଉ!!ଆସିଲା ବେଳେ ଭାତ ମାଗି ଆଣି ମାଗିବୁନି, ଆଣିବୁ ଖାଲି ଡିବିଏ ତେଲ । ରାତି ଯାକ ପଢ଼ିବି ବସି । "


ଅନେକ ଥର ମା ପୁଅ ଉପାସ ଶୋଇଛନ୍ତି । ହେଲେ ମନୁଆ ଡିବିରିର ପେଟ ଫୁଲ୍ ଥାଏ । ସେ ରାତି ଯାକ ଆଖିକୁ କଷ୍ଟ ଦିଏ,ମୁଣ୍ଡକୁ ବୋଝେଇ କରେ । ବେଳେବେଳେ ନିଗିଡ଼ି ପଡୁଥିବା ଝାଳ ଆଉ ଲୁହ ପଡେ ଯାଇ ସେଇ ମିଞ୍ଜି ଆଲୁଅ ଉପରେ । ହେଲେ ସେ ଲିଭେନା ସେମିତି ଜଳେ । ସକାଳ ହେଲେ ଅତି ସ୍ନେହରେ ଡିବିରି ପୋଛି ଦିଏ । ସେ ଯେ କେତେ କଷ୍ଟ କରେ ତା'ର ଏକ ମାତ୍ର ସାକ୍ଷୀ ଏଇ ଡିବିରି । 


କିଛି ବର୍ଷ ପରେ ଅନେକ ଝଡ଼କୁ ସାମ୍ନା କରି ମନୁଆ ବଡ଼ ପ୍ରଶାସନିକ ଅଧିକାରୀ ହେଲା । ତା ମା ଉପରକୁ ହାତ ଟେକିଲା ଆଉ ଡିବିକୁ ଜାବୁଡ଼ି ଧରି ମେଞ୍ଚେ ଧନ୍ୟବାଦ ଭରା କିଛି ଶବ୍ଦ ଗଦା କରିଦେଲା । ମନୁଆର ନିଜ ବଡ଼ ଘର ହେଲା । ଘର ଯାକ ବିଦେଶୀ ଜିନିଷ ହେଲେ ତା ପଢା ଘରେ ସଜା ହୋଇ ଥୁଆ ହେଲା ସେଇ ଡିବିରି । କେମିତି ଛାଡ଼ି ଦେଇଥାନ୍ତା ତାକୁ!!ସେଇ ତ ତା' ପ୍ରକୃତ ବନ୍ଧୁ ପୁଣି ପ୍ରେରଣାର ଉତ୍ସ । କେତେ ରାତି ସେ ନିଜକୁ ଜାଳି ମନୁଆ ଭବିଷ୍ୟତ ଉଜ୍ଜ୍ୱଳ କରିଛି ଖାଲି ସେ ଦୁହେଁ ଜାଣନ୍ତି । ସେଥିପାଇଁ ସେ ଶୋଭା ପାଏ ମନୁଆ ଛାତିରେ ପୁଣି ତା ଘରେ । 


ଅନେକ ଲୋକ ଆସନ୍ତି ଡିବିରିଟାକୁ ଦେଖି ହସନ୍ତି । " କିହୋ ବାବୁ!!ଆଜିକାଲି ଏ ଡିବିରିକୁ କିଏ ପଚାରେ?"ଏମିତି କି ତା ନିଜ ପିଲା,ସ୍ତ୍ରୀ ବି ମଜା ଉଡେଇ ଦିଅନ୍ତି । ହେଲେ "ତା ମୂଲ୍ୟ ବୁଝିବା କି ସମ୍ଭବ ତାଙ୍କୁ!!ମନୁଆର ସ୍ୱର୍ଣ୍ଣିମ ଅତୀତ ଯେ ତା ସହ ଯୋଡା । "


ମନୁଆ ଆଜିକାଲି ଅନେକ ସଭାରେ ଭାଷଣ ଦେବାକୁ ଯାଉଛି । ଲୋକେ "ଏଲ୍ ଇ ଡି" ଯୁଗରେ ବି ତାରତମ୍ୟ କରୁଛନ୍ତି ଓଡିଆ ସ୍କୁଲ୍ ଆଉ ଇଂରାଜୀ ମାଧ୍ୟମ ସ୍କୁଲ ଭିତରେ । ସେଥି ପାଇଁ ତାକୁ ଜଣେ ପଚାରିଲେ,"ଏବେ ର ପିଲାମାନେ କହୁଛନ୍ତି ତାଙ୍କୁ କୁଆଡେ ଭଲ ଶୈକ୍ଷିକ ପରିବେଶ ମିଳୁନି,ମାନସିକ ଚାପ ବଢୁଛି,ସେ ଲାଗି ଏଠି ଛାତ୍ର ଆତ୍ମହତ୍ୟା । ଏ ପ୍ରସଙ୍ଗରେ କଣ କହିବେ?"

ସେ ହସି ଉତ୍ତର ଦେଲା:-


"ସବୁ ନିଜ ଇଚ୍ଛାର କଥା

ପରିଶ୍ରମ ବଳେ 

ଡିବିରି ବି ଲେଖି ପାରେ ଗାଥା । "


ମୁଁ ନିଜେ ଡିବିରି ଆଲୁଅରେ ପଢ଼ି ଆଜି ସୂର୍ଯ୍ୟ ପରି ଆଲୋକ ଦେଉଥିବା ଚାକଚକ୍ୟ ମଞ୍ଚରେ ପହଞ୍ଚି ପାରିଛି,ତେବେ ଅନ୍ୟ ମାନେ କାହିଁକି ନୁହଁନ୍ତି?ଜୀବନରେ ଦୃଢ଼ ସଂକଳ୍ପ ନେବାକୁ ହେବ । ଝରଣା ବି ସାଗରରେ ସହଜରେ ମିଶି ପାରି ନଥାଏ,ସେମିତି ନିଜ ଲକ୍ଷ୍ୟ ହାସଲ କରିବା ପାଇଁ ସମସ୍ୟାକୁ ଛୋଟ ମନେ କରିଦେଲେ ସଫଳତାକୁ ଖୁବ୍ ପାଖରୁ ଅନୁଭବ କରି ହୁଏ । ଚେଷ୍ଟା କଲେ ସମସ୍ତେ ନିହାତି ଆଲୁଅ ହେଇ ପାରିବା ପଛେ ସେ ଡିବିରି ଆଲୁଅ ହଉ ନା କାହିଁକି! ଏ ଜୀବନ ଜଳିବ ଦିକିଦିକି ହେଇ, ଆଲୋକିତ କରିବ ଆଖପାଖ ସବୁକୁ ଆଉ ନିଜକୁ....



Rate this content
Log in

Similar oriya story from Inspirational