STORYMIRROR

Alaka Nanda

Abstract Inspirational

4  

Alaka Nanda

Abstract Inspirational

ସେ ଗଣତନ୍ତ୍ର ଦିବସ ର ଅନୁଭବ

ସେ ଗଣତନ୍ତ୍ର ଦିବସ ର ଅନୁଭବ

1 min
230

ଜାନୁଆରୀ ମାସ । ସ୍କୁଲ ଛୁଟିହେଲା ପରେ ଆମର ପ୍ୟାରେଡ ଅଭ୍ୟାସ ପାଇଁ ଆମେ ରହୁଥିଲୁ। ଲାଇନ ରେ ଛିଡା ହେଇ ଆଗ କିଛି ସମୟ କସରତ କରୁଥିଲୁ ଆମ ଗୁରୁ ଙ୍କ ତତ୍ତ୍ଵାବଧାନ ରେ। ତା ପରେ ଗୋଟେ ମାଇଲ ଦଉଡୁ ଥିଲୁ । ଘଣ୍ଟେ ଅଭ୍ୟାସ ପରେ ଜଳଖିଆ ମିଳୁଥିଲା।ଏତେ ସୁସ୍ବାଦୁ ଏବଂ ସ୍ୱାସ୍ଥ୍ୟକର ଜଳଖିଆ ହଉଥିଲା ଯେ ବେଳେବେଳେ ଲାଗୁଥିଲା ପ୍ୟାରେଡ ଅଭ୍ୟାସ ଠୁ ବେଶୀ ଜଳଖିଆ ର ଲୋଭ ଥିଲା। ଏବେ ଭାବିଲେ ହସ ମାଡେ।ଜଳଖିଆ ଖାଇ ସାରିଲା ପରେ ଆମକୁ ଯେ କୌଣସି ଏକ ସ୍ବାଧୀନତା ସଂଗ୍ରାମୀଙ୍କ ବିଷୟ ରେ ଦଶଧାଡି କହିବାକୁ ଆଦେଶ ଦିଆ ଯାଉଥିଲା। ଫଳ ରେ ଆମର ଦେଶ ର ସ୍ବାଧୀନ ତା ପ୍ରାପ୍ତି ବିଷୟ ରେ ଞାନ ବର୍ଧନ ବି ହଉଥିଲା।କଠୋର ଅନୁଶାସନ ଭିତରେ ଗୋଟେଧାଡି ରେ ସମାନ ଭାବେ ପାଦ ପକାଇ ଚାଲିବା ଅତି ସୁନ୍ଦର ଅନୁଭବ।ଗଣତନ୍ତ୍ର ଦିବସ ର ଗୋଟେ ସପ୍ତାହ ଆଗରୁ ଆମେ ବାରବାଟୀ ଷ୍ଟାଡିୟମ ଯାଇ ସେଇଠି ଅଭ୍ୟାସ କରୁଥିଲୁ।ସକାଳ ଛଅ ଟାରେ ସ୍କୁଲ ବସ୍ ଆସୁଥିଲା। ଅତି ଆଗ୍ରହ ସହକାରେ ଆମେ ଯାଉଥିଲୁ ପ୍ୟାରେଡ କରିବାକୁ।ମୁଖ୍ଯ ଅତିଥି ଙ୍କ ଆଗେ ପ୍ରଥମ ଧାଡିର ପ୍ରଥମ ଛାତ୍ର କୁ ଛାଡି ବାକି ସମସ୍ତେ ତାଙ୍କୁ ଚାହିଁ ସାଲ୍ୟୁଟ କରୁଥିଲୁ। ହାତ ରେ ଜାତୀୟ ପତାକା ଧରି ବାରବାଟୀ ଷ୍ଟାଡିୟମ ରୁ ବାହାରି ପୁରା କଟକ ସହର ପରିକ୍ରମଣ କରୁଥିଲୁ।ସେ ଯେଉଁ ଉତ୍ସାହ, 'କଦମ କଦମ ବଢାଏ ଯା' ର ତାଳେତାଳେ ଡାଇନେ,ବାଏଁ ର ଶବ୍ଦ ଶୁଣି ପାଦ ପକେଇ ଚାଲିବାର ଉନ୍ମାଦ ର ଅନୁଭବ ଅତୁଳନୀୟ।ଚାରିଘନ୍ଟା ଚାଲିଲେ ବି କ୍ଲାନ୍ତି ର ଚିହ୍ନ ବର୍ଣ୍ଣ ଶରୀର ରେ ଅନୁଭବ ହଉ ନ ଥିଲା।ସ୍ବାଧୀନ ଭାରତ ର ଗଣତନ୍ତ୍ର ଦିବସ ରେ ସ୍କୁଲ ରୁ ବଛାହେଇ ପୁରା ସହର କୁ ପରିକ୍ରମଣ କରିବାର ଗର୍ବ ଅବର୍ଣ୍ଣନୀୟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract