STORYMIRROR

Alaka Nanda

Children Stories Inspirational Children

4  

Alaka Nanda

Children Stories Inspirational Children

ଇଚ୍ଛା

ଇଚ୍ଛା

2 mins
383

ମୋ ନାଁ ସୁମି।ମୋ ବୟସ ବାର ବର୍ଷ। ମୋ ମା ଇଟା ଉଠେଇ ବାକୁ ସକାଳୁ ଚାଲିଯାଏ। କଳା ଚାହା ରେ ଖଣ୍ଡେ ବାସୀରୁଟି ବୁଡେଇ ଖାଇ ଦିଏ ,ରୁଟି ନ ଥିଲେ ବାସୀ ପଖାଳ ତୋରାଣି ମୁନ୍ଦାଏ। ସେଇ ତାର ଜଳଖିଆ।ମୋର ବା କୁ ମୁଁ ଦେଖିନି।ମା ସାଂଗେ ମୁଁ ବି ଇଟା ଉଠାଇବାକୁ ଯାଉଥିଲି।ଗୋଟେ ଟୋକେଇ ରେ ଦଶଖଣ୍ଡ ଇଟା!ବାପ ରେ**** ମୋ ବେକମୁନ୍ଡା କଟକଟ କରୁଥିଲା।ଭାରି ଦରଜ ହଉଥିଲା।ମା କୁ କହିଲେ ମା ଦିଟା ବିଧା ପିଠିରେ ଲଦି ଦଉଥିଲା।ମୁଁ ମାଆ କୁ କହିଲି " ମୁଁ କାଇଁ ସ୍କୁଲ ଯାଉନି?କାମ କରୁଚି?ମୋର ସାଙ୍ଗ ରୁନି,ମୁନି,ସବୁ ଯାଉଚନ୍ତି ?"ମା କହୁଥିଲା " ପୋଡା ମୁହିଁ, କାମ କରିବୁନି?ଗେମ୍ଫିବୁ କଣ?"ବିଧା ସିନା ମାରୁଥିଲା ହେଲେ ପରେ କୋଳକୁ ଟାଣିନେଇ କହୁଥିଲା"ଆମେ ପରା ଗରୀବ।ଆମର ପେଟକୁ ଦାନା ମୁଠେ, ଦେହ ଘୋଡାଇ ବାକୁ କନା ଖଣ୍ଡେ ମିଳିଲେ ବହୁତୁ। ଇସକୁଲ ଯିବୁ ଯେ,ସିଲଟ ଖଡି କିଣିବାକୁ ଆମର ପଇସା କାଇଁ?ମୋ ସାଙ୍ଗେ ଇଟା ଉଠେଇ ବାକୁ ତେତେ ଆଣୁଚି ସିନା ହେଲେ ମୋ ଛାତି ଫାଟି ଯାଉଚି"ମା ଆଖିରୁ ଲୁହ ଗଡି ପଡେ।ମୁ ଆଉ କିଛି କୁହେନି।


ଏବେ ଦଶଦିନ ହେଲା ମା ମତେ ଆଉ କାମକୁ ନେଇ ଯାଉନି।କହୁଚି ମୁଁ କୁଆଡେ ବଡ ପିଲା ହେଇ ଗଲିଣି। ଏଣିକି ଘରେ ରହି ଘରକାମ ଶିଖିବି।ଏବେ ମୁଁ ବାସନ ମାଜେ,ଘର ଓଳାଏ ରୋଷେଇ କରେ।ମା ଆସିଲେ ତାକୁ ଖାଇବାକୁ ଦେଇ ନିଜେ ଖାଏ।ମା କହୁଥିଲା ମୋ ବାହାଘର କରିଦବ ହରିଆ ସାଙ୍ଗ ରେ।ହରିଆ କୁଆଡେ କଛି ଯୌତୁକ ନବନି।ମୁଁ କଣ ତା ହେଲେ ଆଉ କେବେ ପାଠ ପଢିବାକୁ ଯାଇ ପାରିବିନି?

ଦିନେ ମା ନଥିଲାବେଳେ ହରିଆ ଆମ ଘରକୁ ଆସି ତା ସାଂଗେ ବଜାର ଯିବାକୁ ଡାକୁଥିଲା।ମୁଁ ନାଇଁ କଲାରୁ କହିଲା "ଆମର ଲଗନ ପରା ହବ?ଆଉ ଡରୁଚୁ କାଇଁକି?"ହେଲେ ମା କୁ ନ କହି କୁଆଡେ ଯିବାକୁ ମା ମନା କରି ଥିଲା। ମୁଁ ହରିଆ କୁ ପଚାରିଲି "ଲଗନ ପରେ ମୁଁ ପାଠ ପଢି ପାରିବି?"ହରିଆ ହସିହସି ଗଡ଼ିଗଲା। କହିଲା"ତୁ ପାଠ ପଢିଲେ ଆମ ଘରେ କାମ କିଏ କରିବ?ମୋ ପରିବାର କଥା କିଏ ବୁଝିବ?ଓଲି ଟାଏ କିଲୋ?"ମୁଁ ହରିଆ କୁ ଆଉ କିଛି କହିଲିନି।ବୁଝି ପାରିଲିନି ଆମେ ସିନା ଗରୀବ।ହେଲେ ହରିଆ ତ ବଡଲୋକ। ଯୌତୁକ ନବନି।ତା ହେଲେ ମୁଁ କାଇଁ ସ୍କୁଲ ଯାଇ ପାରିବିନି?ତେବେ ମୋର ପାଠ ପଢିବାର ଇଚ୍ଛା କଣ କେବେ ପୂରଣ ହେଇ ପାରିବନି?


Rate this content
Log in