padmaja pati

Tragedy

2  

padmaja pati

Tragedy

ସେ ଅଚିହ୍ନl ନିଜ ପାଇଁ

ସେ ଅଚିହ୍ନl ନିଜ ପାଇଁ

1 min
476


ଚାକିରୀରୁ ଅବସର ନେଲା ପରେ ବହି ଆଲମିରାକୁ ଅନେକ ଦିନ ଧରି ଖୋଲି ନ ଥିଲା ରୀତା l ଅଧ୍ୟାପିକା ଥିବା ସମୟରେ ସବୁଦିନ କଲେଜରୁ ଫେରି ଜଳଖିଆ ଖାଇ ପଢି ବସୁଥିଲା l ହେଲେ ଏବେ ଆଉ ଆଗ ଭଳି ତାକୁ ପଢିବାକୁ ଇଛା ହେଉନାହିଁ l ତଥାପି ବହି ଆଲମିରାଟି ଖୋଲିଲା l ଉପର ଥାକରୁ ବହିଟି କାଢୁ କାଢୁ ହାତରୁ ଖସିଗଲା ବହିଟା ଏବଂ ତା ' ଭିତରୁ ବାହାରି ଆସିଲା ଫଟୋଟିଏ l

ତା'ର ମନେ ପଡିଗଲା ଏହା ପୁରୀ ସାମନ୍ତ ଚନ୍ଦ୍ରଶେଖର କଲେଜରେ ଚାକିରୀ କରିବା ବେଳର ଫଟୋ l ସେତେବେଳକୁ ତା'ର ନୂଆ ଚାକିରୀ l ଖୁବ ପତଳା ଦିଶୁଛି ସେ l କଲେଜରେ ପଢୁଥିଲା ବେଳେ ସେ କଲେଜ କୁଇନ ଥିଲା l

ବର୍ତ୍ତମାନର ଚେହେରା ଆଉ ସେତେବେଳର ଚେହେରା ଭିତରେ କେତେ ଆକାଶ ପାତାଳ ପ୍ରଭେଦ ! ନିଜର ଫଟୋଟା ତାକୁ ପରିହାସ କଲା ଭଳି ଲାଗୁଛି l


ଏତିକିବେଳେ ପଛରୁ ତା ' ଛୋଟ ଝିଆରୀ ନିତୁ ଆସି ତାକୁ ହଲେଇ ଦେଇ କହିଲା, " କ'ଣ ଦେଖୁଛ କି ଅପା ? ମୋତେ ଆଜି ପଢାଇ ଦେବନି ? ରୀତା ବାଧ୍ୟ ହୋଇ କହି ଉଠିଲା, "ନାଇଁ , ମୋ ସାଙ୍ଗର ଫଟୋ ଦେଖୁଥିଲି l ହଉ ଚାଲ ଯିବା lସେ ଭାବୁଥିଲା ଏ ଫଟୋକୁ ନିଜର ବୋଲି କହି ଅପଦସ୍ତ ହେବା ଅପେକ୍ଷା ନିଜର ନ କହିଲେ ଭଲ l ଆକ୍ସିଡେଣ୍ଟ ପରେ ତା ' ମୁହଁ ତ ପ୍ଲାଷ୍ଟିକ ସର୍ଜରୀ କରାଯାଇଛି l ସେ ଅବା କରିବ କ'ଣ ?


Rate this content
Log in

Similar oriya story from Tragedy