Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Alhadini Panigrahi dash

Tragedy

5.0  

Alhadini Panigrahi dash

Tragedy

**ସ୍ବର୍ଗୀୟ ସଂପର୍କ **

**ସ୍ବର୍ଗୀୟ ସଂପର୍କ **

2 mins
640



ଭୋଅ....ଭୋ..ଅ....କୁଁଉଁ.....କୁଁଉଁ....


କଡ ଲେଉଟାଇଲେ ରାମହରି ବାବୁ l ରାତି ପ୍ରାୟ ଦୁଇଟା ହେବ l ଚାରିଆଡେ ଶୁନଶାନ୍ l ନିସ୍ତବ୍ଧତାକୁ ଚିରି ପଡିଶା ଘର କୁକୁରର ଯନ୍ତ୍ରଣା ସିକ୍ତ ସ୍ବର ବ୍ୟାପି ଯାଉଛି ମାଟିରୁ ଆକାଶ ପର୍ଯ୍ୟନ୍ତ l 

.

ଏକା ରାମହରି ବାବୁ କାହିଁକି, ବୋଧହୁଏ ଆକାଶ, ଚନ୍ଦ୍ର, ତାରା କେହି ବି ଶୋଇ ପାରୁନାହାନ୍ତି l ସେଇଥି ପାଇଁ ତ ତାରାସବୁ ଆଖି ମିଟି ମିଟି କରି ଚାହୁଁଛନ୍ତି ତଳକୁ ଆଉ ନାକ କାନ୍ଦୁରି ଆକାଶ ଟା କାକରର ଲୁହସବୁ ଅଜାଡି ପକାଉଛି କୁକୁରର ଦୂ8ଖରେ ସମବେଦନା ଜଣାଇ l 


. ରାମହରି ବାବୁ ମୁଣ୍ଡର ଅନିଦ୍ରା ଜନିତ ଯନ୍ତ୍ରଣାକୁ ଲାଘବ କରିବାକୁ, ବିଛଣା ଛାଡି, କାଚଲଗା ଝରକାକୁ ସାମାନ୍ୟ ଖୋଲିଦେଲେ l ନଭେମ୍ବର ରାତିର ଦଲକାଏ ଥଣ୍ଡା ପବନ ପଶି ଆସିଲା କୋଠରୀ ଭିତରକୁ l ଶାଲ୍ ଟିଏ ଦେହରେ ପକାଇ ସୋଫାରେ ବସିଗଲେ l ସିଗାରେଟଟିଏ ଧରାଇ ଭାବୁଥିଲେ ପଡିଶା ଘର କଥା ........l

.

ଏଇତ ପନ୍ଦର ଦିନ ହେଲା ପଡୋଶୀ ଚୈତନ୍ୟ ବାବୁ ଙ୍କ ପରଲୋକ ହୋଇଯାଇଛି ଚୈତନ୍ୟ ବାବୁ ଥିଲେ ଖୁବ ମେଳାପି, ଓ ମଣିଷକୁ, ପ୍ରକୃତିକୁ ପଶୁପକ୍ଷୀ ସମସ୍ତଙ୍କୁ ଭଲପାଉଥିବା ସରଳ ମଣିଷ ଟିଏ l 

.

ତାଙ୍କ ପିଲାମାନେ ଛୋଟ ଥିଲାବେଳେ ହିଁ ତାଙ୍କ ପତ୍ନୀ ଙ୍କ ମ୍ରୁତ୍ୟୁ ହୋଇଯାଇଥିଲା ବୋଲି କଥା ପ୍ରସଙ୍ଗରେ ତାଙ୍କ ଠାରୁ ହିଁ ଶୁଣିଥିଲେ ସେ l ପୁଅ,ଝିଅଙ୍କୁ ଉଭୟ ମା,ଓ ବାପାର ସ୍ନେହ ବଡ କରିଥିଲେ l ମନର ଯନ୍ତ୍ରଣାକୁ ମନ ଭତରେ କବର ଦେଇ ଛୁଆ ଙ୍କୁ ଉଚ୍ଚଶିକ୍ଷା ଦେବାରେ ଅଧିକ ଯତ୍ନଶୀଳ ହୋଇ ପଡିଥିଲେ l 


. ଫଳ ସ୍ବରୁପ ଆଜି ପୁଅ,ବୋହୁ, ଝିଅ, ଜୋଇଁ,ସମସ୍ତ ଙ୍କ ଆଜି ସରକାରୀ ଚାକିରି l ଧନ,ମାନ,କେଉଁଥିରେ ଅଭାବ ନାହିଁ କାହାରି l କିନ୍ତୁ ଚୈତନ୍ୟ ବାବୁ ଙ୍କ ହ୍ରୁଦୟକୁ ଉଇ ଚରିଲା ପରି ଚରି ଯାଉଥିଲା ଅଭାବ ବୋଧ l ସେ ଧନ, ମାନର ଅଭାବ ବୋଧ ନୁହେଁ, ବରଂ ସ୍ନେହର ଅଭାବ ବୋଧ, ସଂପର୍କର ଦୁରତ୍ଵ ତାଙ୍କୁ ବ୍ୟଥିତ କରୁଥିଲା l ପୁଅ, ବୋହୁ, ଝିଅ ସମସ୍ତେ ଯେଝା ପରିବାର, ଅଫିସ, ପାର୍ଟି,ପିକନିକରେ ଏତେ ବ୍ୟସ୍ତ ଯେ କାହାରି ପାଖରେ ସମୟ ନାହିଁ ତାଙ୍କ ପାଇଁ l 


. ଯେଉଁ ପୁଅ,ଝିଅ ତାଙ୍କୁ ଛାଡି ମୂହୁର୍ତ୍ତେ ରହି ପାରୁ ନଥିଲେ, ସେଇ ପୁଅ,ଝିଅ ଆଜି ମୂହୁର୍ତ୍ତେ ସମୟ ତାଙ୍କୁ ଦେବାପାଇଁ ପ୍ରସ୍ତୁତ ନୁହନ୍ତି l ବା8 ...ରେ ରକ୍ତର ସଂପର୍କ ଗୁଡାକ....l

.

ତାଙ୍କର ଏକାକୀ ପଣର ବେଦନାକୁ ସେ ବାଣ୍ଟୁଥିଲେ, ତାଙ୍କର ଏଇ ପୋଷା କୁକୁର ସହିତ l ଉଭୟେ ଥିଲେ ଉଭୟଙ୍କର ସୁଖ,ଦୂ8ଖର, ହସ,ଲୁହର ସାଥୀ l 


. ହେଇତ ଆଜି ପନ୍ଦର ଦିନ ନ ହେଉଣୁ, ଝିଅ ଫେରିଗଲାଣି ତା ଶାଶୁ ଘରକୁ l ପୁଅ, ବୋହୁ ତାଙ୍କ ସଂସାରରେ ଖୁସିର ପସରା ମେଲାଇ ସାରିଲେଣି l ଯେମିତି ତାଙ୍କ ଜୀବନରେ କିଛି ଘଟିନାହିଁ l ରାତି ବାରଟା ଯାଏ ଘର ଭିତରୁ ହସଖୁସିର ଶବ୍ଦ ସହିତ ଭାସି ଆସୁଥିଲା ମାଂସ ତରକାରିର ଆଇଶିଣିଆ ବାସ୍ନା l ବୋଧହୁଏ, ବୁଢାର ଅନ୍ତେଷ୍ଟିରେ ନିରାମିଷ ଖାଇ ଖାଇ ଅରୁଚି ଧରିଥିବା ପାଣିଚିଆ ଜିହ୍ବାକୁ ସନ୍ତୁଷ୍ଟ କରିବାପାଇଁ ପ୍ରସ୍ତୁତି ଚାଲିଥିଲା l କେତେ ଦିନ ପରେ ରୁଚିକର ଖାଦ୍ୟ ଖାଇ ଆଉ ବୁଢାର ଖୁଁ,ଖୁଁ କାଶରୁ ରକ୍ଷା ପାଇ ପରମ ଶାନ୍ତିରେ ନିଦ୍ରାଦେବୀ କୋଳରେ ଶୋଇ ଯାଇଥିଲେ ରକ୍ତର ସଂପର୍କ ଗୁଡିକ.....


କୁକୁରଟି କିନ୍ତୁ ପଶୁଜନ୍ତୁ ହେଲେ ବି ସାମ୍ନାରେ ଥିବା ପ୍ରିୟ ଖାଦ୍ୟ, ହାଡ,ମାଂସକୁ ଛୁଉଁ ବି ନଥିଲା l ଧକେଇ ଧକେଇ କାନ୍ଦୁଥିଲା ...ତାର ଅତି ପ୍ରିୟ ସାଥୀ, ମାଲିକର ସ୍ମୃତିରେ ...ଭୋଅ ...ଭୋ..ଅ...କୁଁଉଁ ..କୁଁଉଁ ... l 

ସତରେ କି ନି8ସ୍ବାର୍ଥ, ପବିତ୍ର, ସ୍ବର୍ଗୀୟ ସଂପର୍କ ଦୁହିଙ୍କ ମଧ୍ୟରେ !!


. ** ଆ8.... ଚମକି ପଡି ହାତ ଛିଂଚାଡି ଦେଲେ ରାମହରି ବାବୁ l କେତେ ବେଳୁ ସିଗାରେଟ ଟି ଜଳି ଜଳି ଆଙ୍ଗୁଠିକୁ ଲାଗି ଆସିଲାଣି 



Rate this content
Log in

More oriya story from Alhadini Panigrahi dash

Similar oriya story from Tragedy