STORYMIRROR

Mami Majhi

Abstract Inspirational Others

3  

Mami Majhi

Abstract Inspirational Others

ସ୍ବପ୍ନ

ସ୍ବପ୍ନ

5 mins
240


" ହଁ,ମୁଁ ସ୍ବପ୍ନ ଦେଖେ; କିନ୍ତୁ ଅଚେତନ ଅବସ୍ଥାରେ ନୁହେଁ ସଚେତନ ଅବସ୍ଥା ରେ ।ସେହି ସ୍ବପ୍ନ ଯାହା ମତେ ଶୋଇବା କୁ ଦିଏନାହିଁ । ସେହି ସ୍ବପ୍ନ ମତେ ଏମିତି ଲାଗେ ଯେ ସେ ସ୍ବପ୍ନ ହୋଇକି ରହିଯିବ ନାହିଁ ତ ?" ଏହି ପ୍ରଶ୍ନ ତୁଳ୍ସା କୁ ଛଟପଟ କରେ ।ରାତିରେ ନିଦ ଆସେନି ସେ ଶାନ୍ତିରେ ଶୋଇପାରେ ନାହିଁ । ସେ ଭାବେ ତା ମାଆ ବାପାଙ୍କ କଥା । ତା ମାଆ ବାପା କେତେ ଆଶା ନେଇ ବିଶ୍ବାସ ର ସହ ତା'କୁ ପାଠପଢିଉଛନ୍ତି । ତା'କୁ ନେଇ କେତେ ସ୍ବପ୍ନ ଦେଖୁଛନ୍ତି । ତୁଳ୍ସା କ'ଣ ତା ମାଆବାପା ଙ୍କର ସ୍ବପ୍ନ କୁ ପୂରଣକରିପାରିବ ?


କଳାହାଣ୍ଡି ଜିଲ୍ଲାର ଗୋଟିଏ ଛୋଟ ଗାଁ । ସେହି ଗାଁ ଟିରେ ପ୍ରାୟ ୭୦ ଟି ପରିବାର ଲୋକେ ବାସ କରନ୍ତି । ଗାଁର ପାଖରୁ ବଣ ପାହାଡ ଲାଗିଛି କହିଲେ ଚଲେ ।ଗାଁ ରୁ ଦେଖିଲେ ପାହାଡ ଗୁଡ଼ିକ କେଉଁଠି ହାତ ଧରାଧରି ହୋଇ ତ କେଉଁଠି କାନ୍ଧକୁକାନ୍ଧ ମିଲାଇ ଠିଆ ହେଲା ପରି ମନେ ହୁଏ । ସତେଯେମିତି ସେମାନେ ସମସ୍ତେ ମିଳିମିଶି ରହିବା ପାଇଁ ଏକ ସୁନ୍ଦର ବାର୍ତ୍ତା ଦିଅନ୍ତି । ସେହି ଗାଁରେ ତୁଳ୍ସା ର     ଘର । ତୁଳ୍ସା ରାଣୀ ଓରଫ୍ ତୁଳ୍ସା । ତୁଳ୍ସା ଗୋଟିଏ ଝିଅ । ଘରେ ତା'ର ମାଆବାପା ତା' ବଡ଼ଭଉଣୀ ଓ ସେ ରୁହନ୍ତି । ତୁଳ୍ସା ର ବାପାଙ୍କ ନାମ ରାମଶଙ୍କର,ମାଆଙ୍କ ନାମ ରାଏମତୀ ଓ ବଡ଼ଭଉଣୀ ର ନାମ ଜୟଶ୍ରୀ । ତୁଳ୍ସା ର ଭାଇ ନାହିଁ ବୋଲି ସେ ବହୁତ ମନ ଦୁଃଖ କରେ । କାହାରି ଭାଇ କୁ ଦେଖିଲେ ସେ ଭାବେ ମୋର ବି ଭାଇ ଥାଆନ୍ତା କି ? ମୁଁ ମୋ ଭାଇ ପାଖରେ ଅଳି କରନ୍ତି । ପୁଣି ମନକୁ ବୁଝାଇ ଭାବେ ଭାଇ ନଥିଲେ କ'ଣ ହେଲା ମୋର ବଡ଼ଭଉଣୀ ଅଛି । ସେ ମୋ ଭାଇ ସେ ମୋ ଭଉଣୀ ସେ ମୋ ଭାଇ ।


ତୁଳ୍ସା କୁ ସେହିଦିନ ବହୁତ ବାଧେ ଯେଉଁଦିନ କି ଭାଇ ଓ ଭଉଣୀ ଗୁରୁତ୍ୱପୂର୍ଣ୍ଣ ଦିନ ମାନେ ରାକ୍ଷୀ ପୂର୍ଣ୍ଣିମା ଦିନ । ସବୁ ଭାଇ ଭଉଣୀ ଙ୍କ ପାଇଁ ଖୁସିର ଦିନ କିନ୍ତୁ ତା ପାଇଁ ସେଦିନ ଦୁଃଖ ର ଦିନ । ତୁଳ୍ସା ରାକ୍ଷୀ ଦିନ ବହୁତ କାନ୍ଦେ କିନ୍ତୁ ଗଲା ଫଟାଇ କାନ୍ଦେ ନାହିଁ କି ଲୋକ ଦେଖାଣିଆ କାନ୍ଦେ ନାହିଁ। ମନେ ମନେ ବହୁତ କାନ୍ଦେ ତା ହୃଦୟର କଥା କେହି ଜାଣିପାରନ୍ତି ନାହିଁ । ତା'ର ବି ଗୋଟିଏ ଭାଇ ଥିଲା କିନ୍ତୁ ସେ ଦେଖିନାହିଁ । ତା'ର ନାମ ଦେବରାଜ ରଖିଥିଲେ ଓ ସେ ମାତ୍ର ୩ ମାସ ଏ ଦୁନିଆରେ ରହି ଭଗବାନ ଙ୍କ ପ୍ରିୟ ହୋଇ ଆରପାରି କୁ ଚାଲିଗଲା । ଏ କଥା ତା' ମାଆ ରାଏମତୀ ତାକୁ କହନ୍ତି। ତୁଳ୍ସା ତା' ଭାଇ କୁ ନଦେଖି ମଧ୍ୟ ତା'ଭାଇ କୁ ଅନୁଭବ କରେ; କିନ୍ତୁ ତା'ବଡ଼ଭଉଣୀ ଜୟଶ୍ରୀ ତ ୩ ମାସ ତା'ଭାଇ କୁ କାନ୍ଦିଲେ ବୁଝାଇଛି କେତେ ଗେଳ କରିଛି । ଭାଇ କଥା ମନେପଡିଲେ ତା' ମନକୁ ବହୁତ କଷ୍ଟ ହୁଏ ।ଜୟଶ୍ରୀ ତା'ଭାଇ ବିଷୟରେ କାହା ଆଗରେ ପ୍ରକାଶ ନକରି ହୃଦୟର କୋହକୁ ହୃଦୟରେ ଚାପି ମନକୁ ମନ କାନ୍ଦେ । ମନକଥା ମନେ ରଖି ତୁଳ୍ସା କୁ କୁହେ -"ଆମର ଭାଇ ନାହିଁ ବୋଲି ଭାବିବୁ ନାହିଁ । ତୁ ମୋ ଭାଇ ଓ ମୁଁ ତୋ ଭାଇ ଏ କଥା ତୁ କେବେ ବି ଭୁଲିବୁ ନାହିଁ । " ଜୟଶ୍ରୀ ନବମ ଶ୍ରେଣୀ ଯାଏ ପଢିଛି । ସେ ନବମ ଯାଏ ପଢିଥିଲେ ବି ପାଠର ମୂଲ୍ୟ ଢେର ବୁଝିଛି । ସେ ସବୁଦିନ ଭଗବାନଙ୍କ ପାଖରେ ପ୍ରାଥନା କରି କୁହେ-"ହେ ପ୍ରଭୁ ମୋ ଭଉଣୀ ତୁଳ୍ସା ପାଠପଢି ଭଳମଣିଷ ପରି ମଣିଷ ହେଉ । ଦୁନିଆ ର ସବୁ ପ୍ରତିକୂଳ ପରିସ୍ଥିତି ତା'ପାଇଁ ଅନୁକୂଳ ହେଉ।" 


ତୁଳ୍ସା ତା' ଭାଇକୁ ଦେଖି ନାହିଁ । ନଦେଖିଲେ କ'ଣ ହେଲା ସେ ସବୁବେଳେ ଭାବେ ମୋ ଭାଇ ମୋ ପାଖରେ ଅଛି । ମୋ ଆଗରେ ଚାଲୁଛି, ମତେ ଠିକ୍ ରାସ୍ତା ଦେଖାଉଛି । ତୁଳ୍ସା କୁ ଏମିତି ଲାଗେ ସତେ ଯେମିତି ତା'ସହିତ କଥା ହେଉଛି । ତା'ଭାଇ ତା'କୁ କହେ - "ଦେଖ୍ ଭଉଣୀ ମାଆବାପା ଙ୍କ ସମ୍ମାନ କୁ କେବେ ତଳେ ପକାଇବୁ ନାହିଁ। ଏ ସମାଜ ଟା ଭଲନୁହେଁ ଦେଖିଚାହିଁ ଚଳିବୁ। ମାଆବାପା ଙ୍କ ଭରଷା କେବେ ଭାଙ୍ଗିବୁ ନାହିଁ। ତୁ ମୋ ଭଉଣୀ ନୁହେଁ ଭାଇ ହେବାକୁ ଚେଷ୍ଟା କର । ପାଠପଢି ଭଲମଣିଷ ହେବାକୁ ଚେଷ୍ଟା କର । ତୁ ଭାବୁଛୁ ଯେ ତୁ ଏକା ମତେ ଝୁରୁଛୁ ନା ମୋ ମାଆବାପା ମତେ କେତେ ଝୁରୁଛନ୍ତି ତୁ ଜାଣି ପାରିବୁ ନାହିଁ । ଅନ୍ୟ ଲୋକ ଙ୍କ ପୁଅକୁ ଦେଖିଲେ ସେମାନେ ମତେ ମନେପକାନ୍ତି ଭାବନ୍ତି ମୋ ପୁଅ ବି ଯଦି ବଞ୍ଚିଥାନ୍ତା ଏପରି ହୋଇଥାନ୍ତା । ସେ ସମୟର କଥା ମୁଁ ତତେ କହିପାରିବି ନାହିଁ । ତେଣୁ ତତେ ଝିଅ ନୁହେଁ ପୁଅପରି ହେବାକୁ ପଡିବ ମୋ ମାଆବାପା ଙ୍କ ପାଇଁ । ତତେ ଧର୍ମ, ନ୍ୟାୟ,ସତ୍ୟ ଓ ଅହିଂସା ର ମାର୍ଗରେ ଚାଲି କଠିନ ପରିଶ୍ରମ କରି ତୋ'ର ଲକ୍ଷ୍ୟ ସ୍ଥାନରେ ପହଞ୍ଚିବାର ଅଛି । ତୁ ଭାବିବୁ ନାହିଁ ଯେ ତୁ ଏକା ଅଛୁବୋଲି ଭାବିବୁ ତୋ ଭାଇ ବି ତୋ ସହିତ ଅଛି । ତୁ ଯଦି ସତରେ ତୋ ଲକ୍ଷ୍ୟସ୍ଥଳରେ ପହଞ୍ଚିବୁ ତା'ହେଲେ ମୋ ମାଆବାପା ଙ୍କ ହୃଦୟରେ ମୋତେ ହରାଇ ଯେଉଁ ଦୁଃଖ ଅଛି ତାହା କିଛିମାତ୍ରାରେ ଲାଘବ ହୋଇପାରେ ବୋଲି ଭାବୁଛି । " ତୁଳ୍ସା କୁ ଲାଗେ ସତେ ଯେମିତି ତା'ଭାଇ ତା ପାଖରେ ଅଛି ଏବଂ ଏତେ ଶିକ୍ଷା ଦେଉଛି । ସେ ନିଜ କୁ ନିଜେ ଶପଥ କରେ ଏବଂ କହେ ମୁଁ ମୋ ଭାଇ କଥା ନିଶ୍ଚୟ ରକ୍ଷା କରିବି । ମୁଁ ମୋ ମାଆବାପା ଙ୍କ ଝିଅ ନୁହେଁ ପୁଅ ହେବାକୁ ଚେଷ୍ଟା କରିବି । 


ଏହା ପରେ ତୁଳ୍ସା ର ବଡ଼ ଭଉଣୀ ର ବାହାଘର ହୋଇ ଗଲା । ତା'ପରେ ତୁଳ୍ସା କୁ ତା'ର ପଡିଶା ଲୋକେ ଟାପୁରା କରି ଅନେକ କଥା କହନ୍ତି । ଝିଅ ପିଲା ଙ୍କୁ ଘରେ ରଖି ପାଠ ପଢେଇଲେ ଲାଭ କ'ଣ ତା'କୁ ବାହାକରି ଦେଉନ ବୋଲି ତୁଳ୍ସା ର ମାଆଙ୍କୁ ମଧ୍ୟ ଲୋକେ କହନ୍ତି । ତା'ମାଆ ରାଏମତୀ ତୁଳ୍ସା କୁ କିଛି କହନ୍ତି ନାହିଁ; କାରଣ ତୁଳ୍ସା ମୁହେଁ ମୁହେଁ ମନାକରିଦେଇଛି ଯେ ସେ ବାହାହେବା କୁ ଚାହେଁ ନାହିଁ, ପାଠପଢିବାକୁ ଚାହେଁ । ଅନ୍ୟର ସାହାରା ରେ ସେ ବଞ୍ଚିବା କୁ ଚାହେଁ ନାହିଁ ସେ ନିଜ ଗୋଡରେ ନିଜେ ଠିଆ ହେବାକୁ ଚାହେଁ । 


ଯେତେବେଳେ ତୁଳ୍ସା ର ବାପା ରାମଶଙ୍କର ତୁଳ୍ସା କୁ କହନ୍ତି ଏ ମୋ ଝିଅ ନୁହେଁ ମୋ ପୁଅ ସେତେବେଳେ ତୁଳ୍ସା ର ମନ କୁଣ୍ଡେମୋଟ ହୋଇଯାଏ । ଆଉ ସେ ମନେ ମନେ ଶପଥ ନିଏ ଯେ ନିଶ୍ଚୟ ତା'ବାପାଙ୍କର କଥାକୁ ସତ୍ୟ ରେ ପରିଣତ କରିବ । ଏଇଟା ହିଁ ତା'ର ଲକ୍ଷ୍ୟ ଏବଂ ଏହି ଲକ୍ଷ୍ୟ କୁ ପୂରଣ କରିବା ପାଇଁ ସେ ସ୍ବପ୍ନ ଦେଖେ । ସେଇ ସ୍ବପ୍ନ ଯାହା ସେ ଆଖି ବୁଜି ନୁହେଁ ଖୋଲା ଆଖିରେ ଦେଖେ। ବେଳେ ବେଳେ ତା'ମନରେ ଭୟ ସଞ୍ଚାରିତ ହୁଏ,ସେହି ଭୟ ତା'ଆଖିରେ ଅଶ୍ରୁ ଭରିଦିଏ । ସେ ନିଜକୁ ନିଜେ କହେ-"ଯଦି ମୋ ଲକ୍ଷ୍ୟ ସ୍ଥାନରେ ନପହଞ୍ଚି ପାରିବି ତେବେ...........? 


ମୋ ସ୍ବପ୍ନ ଅଧାରେ ରହିଯିବ ନାହିଁ ତ.........ନା....ନା....ଅସମ୍ଭବ । ନା ମୁଁ ହାର ମାନି ପାରିବି ନାହିଁ , ଦୃଢ ଆତ୍ମବିଶ୍ବାସ ଅଛି ଯେ ମୁଁ ଦିନେ ନା ଦିନେ ମୋ ସ୍ବପ୍ନ କୁ ପୂରଣ କରିବି । ମୋ ମାଆବାପା ଙ୍କ ସ୍ବପ୍ନ ଯାହା ମୋ ସ୍ବପ୍ନ ବି ତାହା । ମୋ ମାଆବାପା ମୋର ସବୁଇଚ୍ଛା ପୂରଣ କରିଛନ୍ତି ଆଉ ମୁଁ ତା'ଙ୍କ ସ୍ବପ୍ନ ପୂରଣ କରି ପାରିବି ନାହିଁ କି! ନିଶ୍ଚୟ ପୂରଣ କରିବି । ତାଙ୍କ ସ୍ବପ୍ନ କୁ ନିଶ୍ଚୟ ସାକାର କରିବି ଆଉ ଏ ସମାଜ ରେ ପ୍ରମାଣିତ କରି ଦେବି ଯେ ପୁଅ ଓ ଝିଅ ମଧ୍ୟରେ ଫରକ ନାହିଁ । ପୁଅ ଝିଅ ସମାନ । 

     


Rate this content
Log in

Similar oriya story from Abstract