ଶିଶିର ସାହୁ ମନୋଜ

Comedy

2  

ଶିଶିର ସାହୁ ମନୋଜ

Comedy

ସଭା

ସଭା

1 min
436


ହଟାତ୍ ଏକ ସଭାରେ ଭୀଷଣ ଗୋଳ ହୋଇଗଲା । ମଞ୍ଚାସୀନ ଜଣେ ବକ୍ତା ଏକ ଟିପ୍ପଣୀ କରିଥିଲେ ଯାହାର ମଞ୍ଚ ସଞ୍ଚାଳକ (ମାଇକ ଉପରେ) ପୁନଃ ପୁନଃ ଆବୃତି କରିବାକୁ ଲାଗିଲେ...


କଥାଟା ନିତାନ୍ତ ଗୋଳମାଳିଆ ହେଇଗଲା । ଟିପ୍ପଣୀକାର ନିଜକୁ ଦୋଷହୀନ ପ୍ରମାଣ କରିବାକୁ ଯାଇ ଆପଣା ପକ୍ଷ ରଖିଲେ ଯେ ସେ ଆଦୌ କୌଣସି ଆପତ୍ତିଜନକ ଟିପ୍ପଣୀ କରିନାହାନ୍ତି । ଏଣେ ସଞ୍ଚାଳକ ମହୋଦୟ ମଧ୍ଯ ସେ ଯାହା କହିଛନ୍ତି ତାହା ଟିପ୍ପଣୀକାର ବକ୍ତା କହିଥିବା କଥାର ଅଵିକଳ ନକଲ ଏଵଂ ସିଏ ପଦୁଏ ବି ଅଧିକ କହିନାହାନ୍ତି ବୋଲି ଅଡି଼ ବସିଥାନ୍ତି । 


ସହସା ସଭାଟା ଦୁଇ ଦଳରେ ଵିଭକ୍ତ ହେଇଗଲା...


ଦଳେ ଵକ୍ତାଙ୍କ ପକ୍ଷର ହୋଇଗଲେ । ଆଉ ଦଳେ ସଞ୍ଚାଳକଙ୍କୁ ସମର୍ଥନ କରିବାକୁ ଲାଗିଲେ । 


ଦୁଇ ପକ୍ଷର ଲୋକ ଆପଣା ଆପଣା ତର୍କ,ମତ ଓ ସାକ୍ଷ୍ୟ ଧରି ସ୍ଵୟଂ ର ପକ୍ଷକୁ ଠିକ୍ ବୋଲି ପ୍ରମାଣ କରିବାକୁ ଲାଗିପଡିଥାନ୍ତି । 


ସେହି ମାନଙ୍କ ମଧ୍ୟରେ ଏକ ଚତୁର୍ଥ ବ୍ଯକ୍ତି ମଧ୍ୟ ରହିଥିଲା ଯେ ସତଟା କ'ଣ ଜାଣିଥିଲା କିନ୍ତୁ ଦୁର୍ଭାଗ୍ୟକୁ ସେ ଲୋକଟି ବି ମୂକ ଥିଲା.....


【ଵ୍ୟଙ୍ଗ ସମ୍ରାଟ ହରିଶଙ୍କର ପରସାଈଙ୍କର ଏକ ବ୍ଯଙ୍ଗକଥା सभा ର ଓଡ଼ିଆ ଭାବାନୁବାଦ】


Rate this content
Log in

Similar oriya story from Comedy