ସ୍ବାଇଁସ ପେଟ୍ରୋଲିଂ
ସ୍ବାଇଁସ ପେଟ୍ରୋଲିଂ
ଆଜିକୁ ପ୍ରାୟ ବହୁତ ବର୍ଷ ତଳର କଥା।ସେତେବେଳେ ପୋଲିସ ବିଭାଗରେ ଏହି ସ୍ୱାଇନ୍ସ ପେଟ୍ରୋଲିଂ ନିୟମ ପ୍ରଚଳିତ ଥିଲା।ରାତି ସମୟରେ ଜନ ସାଧାରଣ ଙ୍କୁ ସୁରକ୍ଷା ଦେବା ପାଇଁ ଏହି ନିୟମ ଲାଗୁ ହେଉଥିଲା।ଏହି ନିୟମ ଅନୁସାରେ ଗୋଟିଏ ଟିମ ଗଠନ କରା ଯାଉଥିଲା।ସେଥିରେ 3ଜଣ ସାଧା ପୋଷାକ ଧାରୀ ପୋଲିସ କନଷ୍ଟେବଳ ରହୁଥିଲେ ଜଣେ ହେଡ କନେଷ୍ଟବଳ ତାଙ୍କ ଅଧିନ ରେ ଆଉ ଦୁଇଜଣ କନେଷ୍ଟବଳ ରହୁଥିଲେ ।ଏହି ଟିମ ର କାର୍ଯ୍ୟ କଳାପକୁ ଆଉ ଗୋଟିଏ ଟିମ ପୋଲିସ ଭ୍ୟାନ ରେ ବୁଲି ରାତି ସାରା ତଦାରଖ କରୁଥିଲେ।
ରାତି ର ତିନଟି ପ୍ରହର ଯଥାକ୍ରମେ ୧୦ ରୁ ୧୨,୧୨ରୁ ୨,୨ରୁ ୪ ରେ ଏହି ସାଧା ପୋଷାକ ଧାରୀ ପୋଲିସ ମନେ ହାତରେ ଚକି ଧରି ବିଟ ପୋଷ୍ଟ ମାନଙ୍କ ରେ ବୁଲୁଥିଲେ।ଉଦାହରଣ ସ୍ଵରୂପ ଜଣେ କନେଷ୍ଟବଳ ବିଟ ରେ ବସିବେ ଅନ୍ୟ ଦୁଇଜଣ ଚକି ଧରି ବିଟ ପୋଷ୍ଟ ଗୁଡିକ ରେ ପକେଇ ପକେଇ ବୁଲିବେ।ପ୍ରଥମ ପ୍ରହର ର ଚକି ରେ ଗୋଟିଏ ଲେଖାଏଁ ହୋଲ ଥିବ।ଦ୍ୱିତୀୟ ପ୍ରହର ରେ ସେମାନଙ୍କ ମଧ୍ୟରୁ ଜଣେ ବସିବେ ଅନ୍ୟ ଦୁଇଜଣ ଦୁଇଟି ହୋଲ ଥିବା ଚକି ଧରି ବୁଲିବେ।ସେମାନେ ପ୍ରଥମ ପ୍ରହର ରେ ପକେଇଥିବା ଚକି ଗୁଡିକ ଆଣି ସେ ଜାଗାରେ ଦିତୀୟ ପ୍ରହର ର ଚକି ପକେଇ ପକେଇ ଚାଲିବେ।ସେହି ପରି ତୃତୀୟ ପ୍ରହର ରେ ପୁଣି ସେମାନଙ୍କ ମଧ୍ୟ ରୁ ଜଣେ ରହି ଅନ୍ୟ ଦୁଇଜଣ ୩ ଟି ହୋଲ ଥିବା ଚକି ଧରି ବୁଲିବେ। ଏ ଥିଲା ସ୍ୱାଇନ୍ସ ପେଟ୍ରୋଲିଂର ନିୟମ।ଏମାନଙ୍କ ର କାର୍ଯ୍ୟବଳୀ କୁ ଉପରିସ୍ଥ ଅଫିସର ମାନେ ବୁଲି ବୁଲି ତଦାରଖ କରିବେ।
ଚାଲନ୍ତୁ ଘଟଣା ଆଡକୁ ଯିବା।ମୁ ଯେଉଁ ସମୟର କଥା କହୁଛି ସେ ସମୟରେ ।

