The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

suchitra pradhan

Tragedy Inspirational Others

3.6  

suchitra pradhan

Tragedy Inspirational Others

ସାବତ ମାଆ/ନୁଆଁ ମାଆ

ସାବତ ମାଆ/ନୁଆଁ ମାଆ

4 mins
499


ସାବତ ମାଆ/ନୂଆଁ ମାଆ

ଯେବେ ନିଜକୁ ଜାଣିଲି ସେତେବେଳକୁ ମୋ ମାଆ ମତେ ଛାଡି ଦେଇ ଆରପାରିକୁ ଚାଲି ଯାଇଥିଲେ।ଆଉ ଯେବେ ମୁଁ ରାତିରେ କାନ୍ଦେ ଆଉ ବାବାଙ୍କୁ ମାଆ କାହିଁ ବୋଲି ପଚାରେ?? ବାବା ମତେ ବାହାରକୁ ନେଇ ଆକାଶରେ ଥିବା ତାରାକୁ ଦେଖେଇ କହନ୍ତି,"ଏହି ଦେଖେ ସେଠି ତୋର ମାଆ"।ତଥାପି ଏ ମନ ବୁଝେନା। ସବୁବେଳେ ଘରେ ଜିଦ କରେ ମାଆକୁ ଆଣି ଦେବାକୁ। ମୋର ଜିଦ ଦେଖି ସମସ୍ତେ ବାବାଙ୍କୁ ପୁଣି ବାହାଘର ପାଇଁ କହିଲେ। ମୋ ଜିଦ ଦେଖି ବାବା ବି ରାଜି ହୋଇଗଲେ ବାହାଘର ପାଇଁ।


 ସତରେ ମୁଁ ବହୁତ ଖୁସି ଥିଲି। ଆଉ ମୋ ପାଦ ତଳେ ଲାଗୁନଥିଲା। ଖୁସିରେ ମୁଁ ବି ମୋ ସାଙ୍ଗମାନଙ୍କୁ କହିଲି ମୋର ବି ମା ଆସିବ। ମୋ ମାଆ କଥା ଶୁଣି ମୋ ସାଙ୍ଗ ମୀରା ହେହେ ହେଇ ହସିଲା। ସେ କହିଲା ମାଆ ନାହିଁ ସେ ତୋର ସାବତ ମାଆ। ଆଗରୁ ଏ ସାବତ ମାଆ ଶବ୍ଦ ସହ ମୁଁ ପରିଚିତ ନଥିଲି। ଆଉ କାହିଁକି କେଜାଣି କୋମଳ ମନ ଭିତରେ ମାଆ ଶବ୍ଦ ବଦଳରେ ସାବତ ମାଆ ଘରକରି ବସା ବାନ୍ଧି ଗଲା। ମୋ ସାଙ୍ଗ ମୀରା ମତେ କହିଲା,"ସାବତ ମାଆ ବହୁତ ଖରାପ ହୋଇଥାନ୍ତି "। ଆହୁରି ପୁଣି କୁଆଡେ ସାବତ ମାଆ ମାଡ, ଗାଳି ବି ଦିଅନ୍ତି।

ଶେଷରେ ବାବାଙ୍କ ବାହାଘର ହେଲା ଆଉ ଆମ ଘରକୁ ନୂଆଁ ମାଆ ଆସିଲେ। କଥାରେ ଅଛି ନା "Don't judge a book by its cover" । କିନ୍ତୁ ମୋ ମନ କିଛି ନ ଜାଣି ବି ତାଙ୍କୁ ସାବତ ମାଆର ଆଖ୍ୟା ଦେଇ ସାରିଥିଲା। ନୂଆଁ ମାଆ ଆସିବ ଦିନ ଠାରୁ ସମସ୍ତେ ବହୁତ ଖୁସିରେ ରହୁଥିଲେ।

ଜେଜେମାଆ,ଜେଜେ ବାପା ଙ୍କର ବହୁତ ଯତ୍ନ ନେଉଥିଲେ। ଆଉ ଧିରେ ଧିରେ ସମସ୍ତଙ୍କର ବହୁତ ପ୍ରିୟ ହେଇଯାଇଥିଲେ। କିନ୍ତୁ ମୋ ମନରେ ସେମିତି ହିଁ ଘୃଣା ଥିଲା। ମୋ ଜନ୍ମ କଲା ମାଆର ତ ସ୍ନେହ,ଆଦର ପାଇନଥିଲି ବୋଧେ ସେଥିପାଇଁ ନୂଆଁ ମାଆ ମତେ ଯେତେ ଗେଲ,ସ୍ନେହ କଲେ ବି ମତେ ନିମ ପରି ପିତା ଲାଗୁଥିଲା। ଆଉ ତାଙ୍କୁ ସବୁବେଳେ ଛେଇ ଛେଇ,ମାର ମାର କରୁଥିଲି। ମୋର ଯେବେ ବି ଦେହ ଖରାପ ହୁଏ ନୂଆଁ ମାଆ ଦିନ ରାତି ମୋ ସେବାରେ ଲାଗିଥାନ୍ତି। ଦିନେ କଣ ହେଲା? ନୂଆଁ ମାଆ ମତେ ଗରମ କ୍ଷୀର ପିଇବାକୁ ଦେଲେ ଆଉ ମୁଁ ରାଗରେ ସେ କ୍ଷୀର ତାଙ୍କ ଉପରକୁ ହିଁ ଫୋପାଡ଼ି ଦେଇଥିଲି । ନୂଆଁ ମାଆଙ୍କ ହାତ ସାରା ଫୋଟକା ହୋଇଯାଇଥିଲା। କିନ୍ତୁ, ନୂଆଁ ମାଆ ପିଟିବା ତ ଦୂରର କଥା ମତେ ଥରଟେ ବି ଟାଣ କରି କଥା ପଡେ ବି କହିନଥିଲେ। ମୋ ମନରେ କଣ ଥିଲା କେଜାଣି?? ଏତେ ସବୁପରେ ବି ମୋ ହୃଦୟ ତରଳି ନଥିଲା। ଆଉ ଓଲଟା ମୁଁ ଜବାବ ଦିଏ କଣ ପାଇଁ ନୂଆଁ ମାଆ ଏ ସବୁ ନାଟକ କରୁଚ?? ଯାହା କଲେ ବି ତମେ ସାବତ ମାଆ। ସେ ଦିନ ପ୍ରଥମ ଥର ପାଇଁ ନୂଆଁ ମାଆ ଆଖିରେ ଲୁହ ଦେଖିଥିଲି। ଆଉ ନୂଆଁ ମାଆ ମତେ କିଛି ନ କହି ତାଙ୍କ ରୁମକୁ ଚାଲିଗଲେ।। ଏ ସବୁ ଦେଖି ବାବା ମୋ ଗାଲରେ ଗୋଟେ ଶକ୍ତ ଚାପୁଡ଼ା ଦେଲେ। ଆଉ ମୁଁ ରାଗି ଚାଲିଗଲି। ସମସ୍ତେ ବହୁତ ଥର ମତେ ଖାଇବାକୁ ଡାକିଲେ। ଆଉ ଶେଷରେ ନୂଆଁ ମାଆ ମତେ ବୁଝେଇ ନିଜ ହାତରେ ଖୁଆଇଲେ। ଆଉ ତାପରେ ସେ ଖାଇଲେ। କିନ୍ତୁ ମୁଁ ବହୁତ ରାଗିଥିଲି ନୂଆଁ ମାଆ ଉପରେ ତାଙ୍କ ପାଇଁ ବାବା ମତେ ପିଟିଥିଲେ।


 ହଠାତ, ମୋ ଦେହ ଖରାପ ହେବାକୁ ଲାଗିଲା। ଆଉ ଧିରେ ଧିରେ ମୋ ପାଇଁ ଘରେ ସମସ୍ତେ ଚିନ୍ତାରେ ରହିବାକୁ ଲାଗିଲେ। ବହୁତ ଚେକଅପ ପରେ ବି ମୋ ଦେହ ଭଲ ହେଲାନି। ଆଉ ଶେଷରେ ଡାକ୍ତର କହିଲେ ଜଣ୍ଡିସ ପାଇଁ ମୋର କୁଆଡେ କିଡନୀ ଖରାପ ହେଇଯାଇଛି। ଆଉ ଯଦି କେହି କିଡନୀ ନ ଦିଏ ତାହାଲେ ମୋର ଦେହ ଆହୁରି ଖରାପ ହେଇଯିବ। ବାବା ବହୁତ ଚେଷ୍ଟା କଲା ପରେ ବି ଡୋନର ଯୋଗାଡ କରିପାରିଲେନି। ଆଉ ବାବା ଦେବାକୁ କହିଲେ କିନ୍ତୁ ସେ ଜଣେ ହାର୍ଟ ପେସଣ୍ଟ ଥିଲେ ସେଥିପାଇଁ ଡକ୍ଟର ତାଙ୍କୁ ମନା କଲେ। ଆଉ ଏତିକି ବେଳେ ମୁଁ ନୂଆଁ ମାଆ ଉପରେ ବହୁତ ରାଗୁଥିଲି। ଆଉ ରାଗରେ ବହୁତ କିଛି କହୁଥିଲି। ତୁମ ପାଇଁ ଏ ସବୁ ହେଲା। ଆଉ ତମେ ଆମ ଘରକୁ ଆସିବା ପରଠୁ ମୋର ଦେହ ଖରାପ ହେଲା। ତଥାପି ନୂଆଁ ମାଆ ଆଖିରେ ମୋ ପାଇଁ ଟିକେ ବି ଘୃଣା ଦେଖି ନଥିଲି।


  ଶେଷରେ ଦିନେ ଡକ୍ଟର ଆସି କହିଲେ କୁହୁ ବେଟା ତମ ପାଇଁ ଡୋନର ମିଳିଯାଇଛି।। ଆଉ ଶେଷରେ ମୋର ଅପରେସନ ହେଲା। ଆଉ ମୁଁ ବହୁତ ଖୁସି ଥିଲି କାରଣ ଅପରେସନ ପରଠୁ ମୁଁ ଆଉ ନୂଆଁ ମାଆ ମୋ ରୁମକୁ ଆସୁନଥିଲେ। ମୁଁ କେବେ ନୁଆଁ ମାଆ କାଥା ପଚାରୁ ନଥିଲି। ପ୍ରାୟ ୧୫ଦିନ ପରେ ମୁଁ ଘରକୁ ଫେରିଲି। ଆଉ ମୁଁ ଘରେ ପାଦ ରଖୁ ରଖୁ ନୂଆଁ ମାଆ ମତେ କୋଳେଇ ନେଲେ । ମୋ ମନରେ ତ ନୁଆଁ ମାଆ ପାଇଁ ଘୃଣା ଭରି ରହିଥିଲା। ସେଥିପାଇଁ ମୁଁ ହାତ କାଢି ଜେଜେଙ୍କ ପାଖକୁ ଦୌଡ଼ିଲି।


   ସମୟ ସହ ମୁଁ ବି ବଡ ହେବାରେ ଲାଗିଲି। ତଥାପି ନୂଆଁ ମାଆ ପାଇଁ କେବେ ସମ୍ମାନ ତ ଦୂରର କଥା କେବେ ସ୍ନେହ ଟିକେ ବି ଦେଇନି। କାହିଁକି କେଜାଣି ଦିନେ ରୋଷେଇ କରୁଥିବା ସମୟରେ ନୂଆଁ ମାଆ ତଳେ ବେହୋସ ହୋଇଗଲେ। ଆଉ ବାବା ମତେ କହିଲେ ନୂଆଁ ମାଆ ପାଇଁ ଗରମ କ୍ଷୀର ଆଣିବାକୁ। ମୋର ଅନିଚ୍ଛା ସତ୍ଵେ ମୁଁ କ୍ଷୀର ଆଣିଲି। ଆଉ ଯେବେ କ୍ଷୀର ଗ୍ଲାସ ଧରି ଭିତରକୁ ଆସୁଥିଲି। ନୂଆଁ ମାଆ ଆଉ ବାଵାଙ୍କ କଥା ଶୁଣି ମୋ ପାଦ ଅଟକିଗଲା। ବାବା,ନୂଆଁ ମାଆଙ୍କ ହାତ ଧରି ମୋ ପାଇଁ କ୍ଷମା ମାଗୁଥିଲେ। ନୂଆଁ ମା ଆ ବାବାଙ୍କୁ କହୁଥିଲେ କୁହୁକୁ ସିନା ମୁଁ ଜନ୍ମ ଦେଇନି କିନ୍ତୁ ମୋ ନିଜ ଝିଅ ସେ। କୁହୁ ପାଇଁ ତ ଆମେ ଆଉ ଦ୍ୱିତୀୟ ସନ୍ତାନ ପାଇଁ ଚିନ୍ତା କରିନେ। କାଳେ ଆଉ ଗୋଟେ ସନ୍ତାନ ହେଲେ କାଳେ ମୋ ଝିଅ କୁହୁ ପାଇଁ ଥିବା ସ୍ନେହ କମିଯିବ। ଏ ସବୁ କଥା ଶୁଣି ମୋ ଆଖିରୁ ଲୁହ ଧାର ଧାର ବୋହିବାର ଲାଗିଲା। ବାପା ନୂଆଁ ମାଆଙ୍କୁ କହିଲେ ତୁମେ ଆଜିଠୁ ବିଶ୍ରାମ ନେବ। ଡକ୍ଟର ତୁମକୁ ଅଧିକା ରେଷ୍ଟ କରିବାକୁ କହିଥିଲେ। କୁହୁକୁ କିଡନୀ ଦେବା ପରଠୁ ତମ ପାଇଁ କେବଳ ରେଷ୍ଟ ଦରକାର ଥିଲା।। ଏ ସବୁ ଶୁଣି ମୋ ହାତରୁ କ୍ଷୀର ଗ୍ଲାସ ତଳେ ପଡ଼ିଗଲା। ଆଉ ମୁଁ ଦୌଡ଼ି ଯାଇ ନୂଆଁ ମାଆକୁ ଧରି କାନ୍ଦିଲି ଆଉ ଗୋଡ ଧରି କ୍ଷମା ମାଗିଲି। ମାଆ ମତେ କୋଳେଇ ନେଇ କହିଲେ ଆରେ ପାଗଳି ତୁ ପରା ମୋର ଝିଅ। ଆଉ କଣ ମାଆ କେବେ ଝିଅ ଉପରେ ରାଗେ। ଆଉ ତୁ ତ ମୋର ସୁନା କୁହୁ।


ସତରେ ସେଦିନ ନିଆଁ ରେ ପାଣି ଢାଳିଲା ପରି ମୋର ସବୁ ରାଗ ପାଣି ଫୋଟକା ପରି ଫାଟିଗଲା। ନିଜକୁ ନିଜେ ବହୁତ ଦୋଷୀ ମନେ କଲି। ମୋ ପାଇଁ ନୂଆଁ ମାଆ କେତେ କଣ କଲେ। ଆଉ ଶେଷରେ କିଡନୀ ବି ଦେଲେ। ସତରେ କେତେ ବିଶାଳ ହୃଦୟ। ଆଉ ସେ ଦିନଠୁ ମୁଁ ନୂଆଁ ମାଙ୍କ ସେବା କଲି ଆଉ ବହୁତ ଶୀଘ୍ର ସୁସ୍ଥ ହୋଇଗଲେ। ଆଉ ଆମେ ଏବେ ମାଆ, ଝିଅ କମ ସାଙ୍ଗ ଅଧିକ।। ସତରେ ନୁଆଁ ମାଆ ମୋର ଭାବନାକୁ ବଦଳାଇ ଦେଲେ। ଆଉ ସାବତ ମାର ଅର୍ଥ ବି ଶିଖେଇ ଦେଲେ। ଆଉ ମୋ ମାଆ ସବୁଠୁ ଭଲ।

Hpy mothers day maa


Rate this content
Log in