Bidulata Sahoo

Tragedy

3  

Bidulata Sahoo

Tragedy

ସାବିତ୍ରୀଵ୍ରତ

ସାବିତ୍ରୀଵ୍ରତ

1 min
223


ଟୁକୁନା ଆମ ଅଞ୍ଚଳର ଜଣେ ଚୁଡି ବ୍ୟବସାୟୀ |ଚୁଡି ସହିତ ସେ କିଛି ମନୋହରି ଜିନିଷ ବି ଆଣିଥାଏ | ସେ ଚୁଡି ବିକିବାକୁ ଆମ କଲୋନିକୁ ଆସିଲେ ଆମ ଘରେ ନିଶ୍ଚୟ ପଚାରିଥାଏ ମାଆ ନୂଆ ଚୁଡି ଆଣିଛି ରଖିବ ?


           ଏବେ ଦିନେ ସକାଳ ନଅଟାରେ ସେ ଗୋଟିଏ ବ୍ୟାଗରେ କିଛି ଜିନିଷ ଧରି ଆସି ଆମ ଘରେ ପହଞ୍ଚିଲା |କହିଲା ମାଆ ଲକ୍ ଡାଉନ ଯୋଗୁ ମୋ ବେପାରବନ୍ଦ |କଣ କରିବି, ସାବିତ୍ରୀକୁ ମୋ ଝିଅ ପାଇଁ ଲୁଗା ଖଣ୍ଡେ ଦେଇଥାନ୍ତି |କିନ୍ତୁ ମୋ ପାଖରେ ପଇସା ନାହିଁ |ମୁଁ କିଛି ଚୁଡି ଆଣିଛି|ଯାହା ପସନ୍ଦ ହେଉଛି ରଖ,ଆଉ ମୋତେ ପାଞ୍ଚଶହ ଟଙ୍କା ଦେଇଥାଅ |ଲକ୍ ଡାଉନ ପରେ ବେପାର ହେଲେ ତମ ଟଙ୍କା ମୁଁ ଶୁଝିଦେବି |


             ଲକ୍ ଡାଉନ ସରିବାପରେ ଆଉ କଣ ସାବିତ୍ରୀ ଆସିବ ମାଆ ?ଝିଅ ଘରକୁ କିଛି ନଦେଲେ ତା ଶାଶୁ ତାକୁ କେତେ କଥା ଦେଖେଇ ଶିଖେଇ କହିବ |ଝିଅଟା ବି ମୋର ଅପେକ୍ଷା କରିଥିବ |


        ମୁଁ ଟିକିଏ ଭାବିଲି |ସତ କଥା |ସାବିତ୍ରୀ ବ୍ରତ କଣ ଆଉ ଥରେ ହେବ |ଦରକାର ଥାଉ କି ନଥାଉ କିଛି ଚୁଡି ରଖିଲି |ଚୁଡି ଦାମ୍ ସହ ପାଞ୍ଚଶହ ଟଙ୍କା ତା ହାତକୁ ବଢ଼ାଇ ଦେଲି |


           ସେ ଅତି ଖୁସି ହୋଇ କହିଲା ମୁଁ ଯାଉଛି ମାଆ ଡାକରେ ଆଜି ଏ ଟଙ୍କା ମୋ ଝିଅ ପାଖକୁ ପଠାଇଦେବି ତମେ ମୋ ମହତ ରଖିଦେଲ ମାଆ |


Rate this content
Log in

Similar oriya story from Tragedy