STORYMIRROR

Dipti lekha Mishra

Tragedy

3  

Dipti lekha Mishra

Tragedy

ସ ରୁ ସଂପର୍କ ଦେଲା ଧୋକା

ସ ରୁ ସଂପର୍କ ଦେଲା ଧୋକା

3 mins
319

ସେଦିନ ପରିବା କିଣବା ଲାଗି ମୁଁ ଆଉ ମୋ ବାବା ସାଙ୍ଗ ହୋଇ ଭେଣ୍ଡିଗ ଜୋନ୍ ଗଲୁ ଆଉ ପରିବାପତ୍ର ଢେର କିଣିଲୁ କାରଣ ଦୀପାବଳି ପାଇଁ ଛୋଟିଆ ଭୋଜିର ଆୟୋଜନ କରିଥିଲୁ ।

ହଠାତ ଦେଖା ହୋଇଗଲା ବାବାଙ୍କ ଅତି ଆପଣାର ଆଉ ପୂର୍ବେ ସାଙ୍ଗ ହୋଇ କାମ କରୁଥିବା ବନ୍ଧୁଟିଏ ସହ ।


ମୁଁ ଅଙ୍କଲ ପ୍ରଣାମ କହି ଟିକେ ସାଇଡ ହୋଇଗଲି ।


ଅଙ୍କଲ ବି କଣ ପଢୁଛୁ କେଉଁ କଲେଜ ଯାଉଛୁ ଏମିତି ବିଭିନ୍ନ ପ୍ରଶ୍ନ ପଚାରି ଉତ୍ତର ପାଇଲେ ଆଉ ମୁଁ ଟିକେ ଆଗକୁ ପୁଣି ଚାଲିଗଲି । ଦୁଇସାଙ୍ଗର କଥୋପକଥନରୁ ମୋତେ କଣ ମିଳିବ ଭାବି ।


ବାବା ଓ ଅଙ୍କଲ ବହୁତ ସମୟ ଯାଏଁ ଗପି ଚାଲିଲେ । ବାବା ଭୋଜିକୁ ଆସେ କହି ନିମନ୍ତ୍ରଣ କଲେ ଆଉ ଅଙ୍କଲ ତାଙ୍କ ରାସ୍ତାରେ ଗଲେ ଆମେ ଆସିଗଲୁ ଘରକୁ ।


ଘରେ ଭୋଜିଭାତ ବହୁତ ମନଯୋଗ ସହ ବୋଉ ଆଉ ଭଉଣୀ ରାନ୍ଧୁଥିଲେ । ବାବା ଆଉ ଦାଦା ସାହାଯ୍ୟ କରୁଥିଲେ । ହଠାତ କଣ ହେଲା କେଜାଣି ବାବାଙ୍କ ସ୍ବାସ୍ଥ୍ୟ ବହୁତ ଖରାପ ହୋଇଗଲା । ସାଙ୍ଗେ ସାଙ୍ଗେ ହସପିଟାଲ ନେଲୁ ଆଉ ସେଠାରେ ଦେଖାହୁଏ ଦାଦାଙ୍କ ବନ୍ଧୁ ସହ ।

ସେ ଦିନ ଆମେ ଜାଣିବାକୁ ପାଇଲୁ କି ବାବାଙ୍କ ସାଙ୍ଗ ଆଉ ଦାଦାଙ୍କ ସାଙ୍ଗ ଦୁଇ ଭାଈ ବୋଲି । ଡାକ୍ତରଙ୍କ ଚିକିତ୍ସା ପରେ ସମସ୍ତେ ଘରକୁ ଫେରିଲୁ । ବାବାଙ୍କ ସ୍ବାସ୍ଥ୍ୟ ପୁଣି ଠିକଠାକ। ଘରେ ଆନନ୍ଦର ଲହରୀ ଯେମିତି ବହୁଥିଲା । ବହୁତ ଖୁସିଖୁସିରେ ସମସ୍ତେ ଦିନଟି କାଟିଲୁ ।

ବାବା ମୋର ଦୌଡରେ ପ୍ରଥମ ହୋଇଥିଲେ ଆଉ ଦାଦା ବସ୍ ରେ ବସିଥିବା ୫୦ଜଣଙ୍କୁ ବଂଚାଇଥିଲେ ବୋଲି ରାଷ୍ଟ୍ରପତି ପୁରସ୍କାର ପାଈବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ଆସନ୍ତା ଜାନୁଆରୀରେ ସମସ୍ତେ ଦିଲ୍ଲୀ ଯାଇଥାନ୍ତୁ । କିନ୍ତୂ ତାହା ହୁଏତ ଆମ ଭାଗ୍ୟରେ ନଥିଲା ଏଇ ସଂପର୍କର ମୋହ ମାୟା ବନ୍ଧନ ପାଇଁ ।

ଦାଦା,ବାବା ଓ ସାଙ୍ଗ ଦୁଇ ଭାଇ ଟିକେ ମଜା କରିବାକୁ ଯାଇ ବିଅର ବୋତଲ ଧରିଥିଲେ ଆଉ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦେଖିବାକୁ ହୋଟେଲ୍ ସୁପ୍ରାପ୍ତି ଯାଇଥିଲେ । ସେଠାରେ ବହୁତ ମଜା କରିଥିବେ ନିଶ୍ଚୟ । ବାବା ଓ ଦାଦାଙ୍କ ସାଙ୍ଗ ମାନେ ଠିକ ଅଛନ୍ତି କିନ୍ତୁ ବାବା,ଦାଦା ଆଉ ଏ ଦୁନଆରେ ନାହାଁନ୍ତି ଖବର ଦେଲେ ଘରକୁ ହୋଟେଲ ମ୍ୟାନେଜର । ତୁରନ୍ତ ଋସି ଶବ ନେବା ପାଇଁ ବାଧ୍ୟ କଲେ । ହେଲେ ପୋଲିସ ଆସି ଝାମଲା କରିବ ଆଉ ମୋ ହୋଟେଲର ବଦନାମ ହେବ କହି ତୁରନ୍ତ ନେବାକୁ କହିଲେ ମ୍ୟାନେଜର । ପୁଅ କହିଲେ ଘରେ ମୁଁ ଜଣେ । ସାହାସ ବାନ୍ଧି ହୋଟେଲ ଗଲି କିନ୍ତୁ ପୋଲିସ କୁ ଜଣାଇଥିଲି ସିଏ ବି ମୋ ବାବାଙ୍କ ସାଙ୍ଗକୁ ।

ମୁଁ ପହଂଚିବା ଆଗରୁ ପୋଲିସ ଅଙ୍କଲ ସେଠାରେ ମହଜୁଦ ଅଛନ୍ତି । ଏକ ହାତଲେଖା ଚିଠି ତାଙ୍କ ହାତରେ ଅଛି । ସ୍ତବଧ ହୋଇ ପଢୁଥାନ୍ତି ।ଆଖିରେ ତାଙ୍କ ଲୁହ ଦେଖି ଛଡାଇ ଆଣିଲି ଚିଠି ଟି ।

ଦୁଇଜଣ ବନ୍ଧୁ ଆମ ଦୁଇ ଭାଇକୁ ବିଷ ଦେଇ ମାରିବା ପାଇଁ ଯୋଜନା କରିଥିଲେ । ଆମେ ଦୁଇ ଭାଇ ନ ଜାଣି ଚକ୍ରାନ୍ତରେ ଫସିଗଲୁଣୁ । ତାଙ୍କ ଦୁହିଁଙ୍କୁ ଫାଶୀ ଦେବା ଦରକାର ।

ମୁଁ ଓ ମୋ ଭାଇ ବାଥରୁମ ରୁ ଫେରିଲାବେଳକୁ ମୋ ସାଙ୍ଗ ତା ଭାଈକୁ କହିଲା, ଘନିଷ୍ଠ ସାଙ୍ଗ ,କୁଳାଙ୍ଗାର ସାଙ୍ଗ,ଧୋକା ଦେଇଥିବା ସାଙ୍ଗ କଥା ହେଉଥିଲା କି ଏମାନେ ପୁରସ୍କାର ନ ପାଇବା ଦରକାର । ତା ଭାଇ ମୋ ଭାଇର ସାଙ୍ଗ ହସି ହସି କହିଲା ଚିନ୍ତା କରନ୍ ହୁଏତ ବାଥରୁମରେ ହିଁ ମରିଯିବେ ଦୁହେଁ । ମୁଁ ବିଅର ରେ ତୁମେ ଦେଇଥିବା ବିଷ ମିଶାଇଦେଇଛି । ସାଙ୍ଗ ଆରେ ୱା କରି ହସୁଥିଲା । ବୁଦ୍ଧି ନ ଦିଶିବାରୁ ଚିଠଟି ଲେଖିଲି ଯଦି ମରିଯିବୁ ଆମେ ଦୁଇ ଭାଇ ତାଙ୍କୁ ପ୍ରଶାସନ କ୍ଷମା ନ କରୁ ଅନୁରୋଧ ।


ଏ ଚିଠି ଖଣ୍ତେ ପଢି ମୋ ପାଦ ଯେମିତି ମୋଡି ହୋଇଗଲାଣି,ଦେହ ସାରା ଝିମଝିମ ହୋଇଗଲାଣି ଆଉ ମୋର ପାଟି ବି ଖନି ମାରିଗଲାଣି ।


ସେପଟେ ଦୁଇ ସାଙ୍ଗ ଧରାପଡିବା ଋଗରୁ ସେ ସ୍ଥାନ ଛାଡି ଚାଲଗଲେଣି । ହେଲେ ଭୂଲରେ ମୋବାଈଲ ଜଣଙ୍କର ରହିଯାଇଛି ।ତାହା ମୋ ହାତରେ ପଡିଲା ।ପୋଲିସ ଅଙ୍କଲକୁ ଦେଖାଇଲି ଆଉ ତୁରନ୍ତ ପଦକ୍ଷେପ ନେବାକୁ ଗୁହାରୀ କଲି ।


ଆମ୍ବୁଲାନ୍ସ ରେ ମୋର ଦୁଇ ଆଖିକୁ ମୋ ବାବା ଆଉ ଦାଦା କୁ ନେଇ ଗଲେ ପୋଷ୍ଟମର୍ଟମ କରିବାକୁ ଆଉ ମୁଁ ଗଲି ଅଙ୍କଲ ସହ ଧୋକେବାଜ ଅଙ୍କଲ ଘରକୁ ।ଦୁହେଁ ଅତି ଖୁସି ମିଜାଜରେ ନୄୄୄୄୄୄୄୄୄୄୄତ୍ୟ କରୁଛନ୍ତି ରେଡିଓ ଲଗାଇ ।

ଆଉ ତା ପରେ ଯାହା ହୋଇଥିବ ଆପଣଙ୍କୁ ଆଉ କଣ କହିବି ?ଛାଡ ଆମର ଭାଗ୍ଯ ଖରାପ କି ଦୁହିଁଙ୍କୁ

ହରାଇଲୁ ।ହେଲେ ଖୁଡୀଙ୍କ ଗର୍ଭରେ ବଢୁଥିଲେ ଦୁଇ ଜାଆଁଳା ସନ୍ତାନ ।ଠିକ ସେଦିନ ହିଁ ପ୍ରସବ ଯନ୍ତ୍ରଣା ପାଇ ଦୁଇଟି ସୁପୁତ୍ର ଜନ୍ମ ନେଲେ ।ବାବା,ଦାଦା ଫୂରି ଆସିଲେ ଭାବି କଷ୍ଟ କିଛି ମାତ୍ରାରେ ଭୂଲିଛୂ ହେଲେ ଆଉ ଦୀପାବଳି ପର୍ବ ପାଳୁନୂ ।



Rate this content
Log in

Similar oriya story from Tragedy