STORYMIRROR

Anuradha Kanungo

Inspirational

3  

Anuradha Kanungo

Inspirational

ସ୍ୱଚ୍ଛ ମନର ସିଦ୍ଧାନ୍ତ

ସ୍ୱଚ୍ଛ ମନର ସିଦ୍ଧାନ୍ତ

2 mins
328

ସ୍ଵଳ୍ପ ଜୀବନକାଳ ଭିତରେ ଜଣେ ଧନୀବଣିକ ବାଣିଜ୍ୟ ରେ ବେଶ୍ ସମ୍ପତି ଅର୍ଜନ କରି ହସ ଉଲ୍ଲାସ ରେ ଜୀବନ ଅତିବାହିତ କରୁଥିଲା। ଶେଷ ଅବସ୍ଥା ରେ ମହାମାୟା ଜୀବନ ରୁ ବିତୃଷ୍ଣା ଭାବ ଆସିବାରୁ ପୁଅ ଉପରେ ସବୁ ସମର୍ପି ଚାରିଧାମ ଯାତ୍ରା ଅଭିମୁଖେ ବାହାରିଗଲା। ସେହି ଧନୀକ ଆଧ୍ୟାତ୍ମିକ ଜୀବନ ପାଇଁ ଶ୍ରୀ କୃଷ୍ଣ ଚରଣ ସେବା ପାଇଁ ଯାଇ ବୃନ୍ଦାବନ ରେ ପହଞ୍ଚି ସେଠାରେ ଧ୍ୟାନ ଧାରଣା ଭଜନ କୀର୍ତ୍ତନ ରେ ଯୋଗ ଦେଲେ।


ବର୍ଷାଦିନ, ଅନ୍ୟ ଦିନ ଭଳି ସେଦିନ ମଧ୍ୟ ଧନୀକ ଶ୍ରୀ କୃଷ୍ଣଙ୍କ ଦର୍ଶନ ନିମନ୍ତେ ଯାଇଥାନ୍ତି। ହଠାତ୍ ତାଙ୍କ ନଜର ପଡିଲା ଏକ ଫୁଲ ଦୋକାନ ଉପରେ। ତାର ମନ ରେ ଆସିଲା ଏକ ପଦ୍ମ ଫୁଲ ନେଇ ଶ୍ରୀକୃଷ୍ଣଙ୍କ ପାଦ ପଦ୍ମ ରେ ଅର୍ପଣ କରିବା ନିମନ୍ତେ। ଦୋକାନୀ ଟିକୁ ପଦ୍ମଫୁଲ ର ମୂଲ୍ୟ ପଚାରିବାରୁ ଦୋକନିଟି କହିଲା ପାଞ୍ଚ ଟଙ୍କା। ଉଚିତ୍ ଅର୍ଥ ଦେଇ ଫୁଲ ଟିକୁ କିଣିବାକୁ ଯାଉଥିବା ବେଳେ ଜଣେ ବ୍ୟକ୍ତି ଆସି ପହଁଚିଗଲେ। ମୂଲ୍ୟ ପଚାରିବାରୁ ହାବଭାବରୁ ଦୋକାନୀ ବଡ ଲୋକ ଅନୁମାନ କରି ଦଶ ଟଙ୍କା କହିଥିଲା। ପଦ୍ମ ଫୁଲ ର ଆକର୍ଷଣ ଥିବା ରୁ ଉକ୍ତ ବ୍ୟକ୍ତି ପତ୍ନୀଙ୍କୁ ଏହା ଉପହାର ଦେବେ ବୋଲି କହିଥିଲେ। ସେ ନିମନ୍ତେ ଦୋକାନୀ କହିବା ମୁତାବକ ଦଶ ଟଙ୍କା ଅଧିକ ହେଲେ ମଧ୍ୟ ଏହା ଦେବାକୁ କୁଣ୍ଠିତ ହୋଇ ନଥିଲେ।


ପୂର୍ବ ରୁ କିଣିବା ପାଇଁ ମନ ବଳାଇଥିବା ଧନୀକ ଏହା ସେହି ଦଶ ଟଙ୍କା ମୂଲ୍ୟ ଦେଇ ନେବାକୁ ବାହାରନ୍ତେ ଉକ୍ତ ବ୍ୟକ୍ତି ଜଣକ ଏହାର ମୂଲ୍ୟ ପାଞ୍ଚ ଗୁଣ ବଢ଼ାଇ ପଚାଶ ଟଙ୍କା କରିଦେଇଥିଲେ। ଧନୀକ ଏହାକୁ ଦୁଇଗୁଣ ମୂଲ୍ୟ ଶହେ ଟଙ୍କା ଦେଇ ନେବାକୁ ଚାହିଁଲେ। ଦୋକାନୀ କୁ ବାଦ ଦେଇ ଦୁହିଁଙ୍କ ମଧ୍ୟ ରେ ଫୁଲର ମୂଲ୍ୟ ବଢ଼ିବଢ଼ି ଚାଲିଲା ଓ ଶେଷରେ ହଜାରେ ଟଙ୍କା ରେ ପହଞ୍ଚିଲା। ହଜାରେ ଟଙ୍କା ବଢାଇ ଦେବାରୁ ଅନିଚ୍ଛା ପ୍ରକାଶ କରି ଉକ୍ତ ବ୍ୟକ୍ତି ଜଣକ ନିରାଶ ହୋଇ ଫେରିଯାଇଥିଲେ। 


ଧନୀକ ମନସ୍ଥ କରିଥିବା ଅନୁସାରେ ସେହି ଫୁଲ ନେଇ ଶ୍ରୀକୃଷ୍ଣଙ୍କ ପାଦ ପଦ୍ମ ରେ ଅର୍ପଣ କରିଥିଲେ। ଜଣେ ପରିଚିତ ଶ୍ରଦ୍ଧାଳୁ ତାଙ୍କୁ ପ୍ରଶ୍ନ କରିଲେ ଯେ ଏତେ ମୂଲ୍ୟ ଅଧିକ ଦେଇ ସାଧାରଣ ଫୁଲଟିଏ କ୍ରୟ କରିବା କଣ ଦରକାର ଥିଲା? ଅଯଥା ରେ ଅତ୍ୟଧିକ ଅର୍ଥ ବ୍ୟୟ କରିଦେଲ।


ଧନୀକ ହସି ହସି ଉତ୍ତର ଦେଲେ - ପ୍ରସଙ୍ଗ ଠିକ୍ ତାହା ନୁହେଁ। ଫୁଲ ଟି ସାଧାରଣ କୁ ଅସାଧାରଣ ତାହା ସେ ସମୟ ରେ ମୋ ମନ ରେ ନଥିଲା। ଗୋଟିଏ କଥା ଥିଲା ସ୍ୱଚ୍ଚ ମନ , ପ୍ରେମ ଭାବ ରେ ଭଗବାନଙ୍କ ପାଖରେ ଅର୍ପଣ କରିବାକୁ ଚାହିଁଥିଲି। ମୋର ମନ କୁ ଆସିଥିଲା- ଯଦି ଉକ୍ତ ବ୍ୟକ୍ତି ତାଙ୍କ ପତ୍ନୀ କୁ ପ୍ରେମ ଉପହାର ଦେବା ଉଦେଶ୍ୟ ରେ ଏତେ ଅଧିକ ଅର୍ଥ ଦେଇ କିଣିବାକୁ ଚାହୁଁଛି ସେ କ୍ଷେତ୍ର ରେ ମୁଁ ଭଗବାନଙ୍କ ପ୍ରତି ମୋ ପ୍ରେମ ର ଅତି କ୍ଷୁଦ୍ର ନମୁନା ସଦୃଶ କାହିଁକି ବା ଏହି ଅର୍ଥ ବ୍ୟୟ କରିପାରିବି ନାହିଁ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational