STORYMIRROR

Anuradha Kanungo

Inspirational

3  

Anuradha Kanungo

Inspirational

ମମାତ୍ମା ସର୍ବଭୂତାତ୍ମା

ମମାତ୍ମା ସର୍ବଭୂତାତ୍ମା

2 mins
224

 ସେ ଜଣେ ବ୍ରହ୍ମଜ୍ଞାନୀ ସନ୍ଥ। ବେଶ୍ ସାଦାସିଧା। ପ୍ରଚାର ପ୍ରସାର ରୁ ବହୁ ଦୂରରେ। ଏକାନ୍ତ ରେ ବ୍ରହ୍ମ ଚିନ୍ତନରେ ରହିବାକୁ ବେଶ୍ ଭଲ ପାଆନ୍ତି ସେ। ଜ୍ଞାନ ଲାଭ ଆଶା ରେ ପରିବ୍ରାଜକ ବର୍ଷକୁ ଦି ଚାରି ଥର ସେ ଆଶ୍ରମ କୁ ଯାଏ। ସନ୍ଥ ଙ୍କ ଚରଣ ତଳେ ବସେ। ଭକ୍ତ ମାନଙ୍କୁ ବିଭିନ୍ନ ଉପଦେଶ ଦେଉଥିବା ବେଳେ ସେଥିରୁ କିଛି ଆହରଣ କରେ।


ଦିନେ ଜଣେ ଜିଜ୍ଞାଶୁ ସନ୍ଥ ଙ୍କ ପାଖକୁ ଆସି ପଚାରିଲା, ' ଆଜ୍ଞା, ଭଗଵାନ କେଉଁଠି ରହନ୍ତି? ଆମେ କାହିଁକି ତାଙ୍କୁ ଜାଣିପାରୁନୁ? ଦୟା କରି ସନ୍ଦେହ ମୋଚନ କରନ୍ତୁ ।' 


ବେଶ୍ ପ୍ରସନ୍ନ ଦେଖାଗଲେ ସନ୍ଥ ମହାରାଜ। କହିଲେ, ' ଆଜିକାଲି ସାଧୁସନ୍ଥ ପାଖକୁ ଯାଉଥିବା ଲୋକମାନେ ପଚାରନ୍ତି ' ମୋ ଘର କେବେ ହେବ? , ' ମୋ ପୁଅ ର କେବେ ଚାକିରି ହେବ? ମୋ ସ୍ତ୍ରୀ ର ରୋଗ କାହିଁକି ଭଲ ହେଉନି? ଏମିତି କେତେ କଣ ସ୍ବାର୍ଥ ବିଜଡ଼ିତ ପ୍ରଶ୍ନ। ଈଶ୍ୱର ଙ୍କ ବିବାଦ ରେ ପଚାରୁଥିବା ଭକ୍ତଙ୍କ ସଂଖ୍ୟା ବହୁତ୍ କମ୍...। 


ଆତ୍ମା ହିଁ ଭଗବାନ। ଈଶ୍ୱର ଆତ୍ମସ୍ୱରୁପ ହୋଇ ପ୍ରତି ପ୍ରାଣୀର ଶରୀରରେ ରହି ଲୀଳାଖେଳା କରୁଛନ୍ତି। ମୋ ଭିତରେ ଯେଉ ଆତ୍ମା ତୁମ ଭିତରେ ମଧ୍ୟ ସେଇ ଆତ୍ମା। ଆମେ ସମସ୍ତେ ଆତ୍ମସ୍ଵରୁପ। ଏକଥା ଜାଣିପାରୁନେ ବୋଲି ନିଜ ନିଜ ଭିତରେ ଝଗଡ଼ା। ଏହାକୁ ଯଦି କେହି ହୃଦୟଗମ୍ କଲା ତେବେ ତାକୁ ଆତ୍ମଜ୍ଞାନି କୁହାଯାଏ। ଆତ୍ମା ହିଁ ଈଶ୍ୱର, ଭଗଵାନ। ସବୁ ସେଇ।


ସେ କାହିଁକି ଦୃଶ୍ୟ ହେଉ ନାହାନ୍ତି? ପ୍ରଶ୍ନର ଉତ୍ତର ଦେବାକୁ ଯାଇ ନିଜ ସାମ୍ନା ରେ ଥିବା ଏକ ଖବରକାଗଜ କୁ ଭକ୍ତ ଆଖି ସାମ୍ନା ରେ ରଖି ସନ୍ଥ କହିଲେ, ତୁମେ ମୋତେ ଦେଖି ପାରୁଛ ? ଭକ୍ତ କହିଲେ , ନା । ଏଥର ଖବରକାଗଜ ଟିକୁ ଉଠାଇ ଦେଇ ସନ୍ଥ ପଚାରିଲେ, ଏବେ ଦେଖି ପାରୁଚ ନା ନାହିଁ? ଭକ୍ତ ମୁଣ୍ଡ ଟୁଙ୍ଗାରି ' ହଁ ' କହିବାରୁ ସନ୍ଥ ପୁଣି କହିଲେ,' ତୁମ ଓ ମୋ ଭିତରେ ଯେମିତି ଏ ଖବରକାଗଜ ବାଧକ ଥିଲା, ଠିକ୍ ସେପରି ଜୀବ ଓ ଆତ୍ମା ଭିତରେ ଯେମିତି ଏ ଖବରକାଗଜ ବାଧକ ଥିଲା, ଠିକ୍ ସେପରି ଜୀବ ଓ ଆତ୍ମା ମଧ୍ୟରେ ଦୁରତ୍ଵ ସୃଷ୍ଟି କରେ ଅହଙ୍କାର। ଅହଙ୍କାର ହତିଗଲେ ନିଜ ଭିତରେ ଏବଂ ସର୍ବଭୂତ ରେ ଥିବା ସେଇ ଆତ୍ମରୂପି ପରମାତ୍ମା ଦୃଷ୍ଟିଗୋଚର ହେବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational