STORYMIRROR

Anuradha Kanungo

Inspirational

4  

Anuradha Kanungo

Inspirational

ସୁଖ ପାଇବାର ବାଗ

ସୁଖ ପାଇବାର ବାଗ

1 min
363

ରାମୁର ମନରେ ଜମାରୁ ସୁଖ ନଥିଲା। ଖ୍ୟାତି, ସୁନାମ, ସଫଳ ସବୁ ଥିଲା କିନ୍ତୁ ସୁଖ ନଥିଲା। 


ଥରେ ସେ ସକାଳୁ ବୁଲିବାକୁ ବାହାରିଛି, ଦେଖିଲା ଜଣେ ଲୋକ ମନେ ମନେ ଖୁସିରେ ଗୀତ ଗାଇ ଗାଇ ଚାଲିଛି। ରାମୁ ତାକୁ ଅଟକାଇ ପଚାରିଲା, ତମେ ଭାରି ଖୁସି ଭଳି ଲାଗୁଛ। ସେ କହିଲା - ମୁଁ ସବୁବେଳେ ଖୁସି ଥାଏ। 


ରାମୁ କହିଲା - କିନ୍ତୁ ତୁମେ ଜଣେ ଅଭାବୀ ଲୋକ। ତୁମର ବହୁତ୍ କିଛିର ଆବଶ୍ୟକତା ଥିବ । ତଥାପି ତୁମେ ଖୁସିରେ କେମିତି ଅଛ। ଲୋକଟି କହିଲା - ପ୍ରଥମ କଥା ହେଲା ଆପଣଙ୍କ ନଜରରେ ମୁଁ ବହୁତ୍ ଅଭାବୀ। କିନ୍ତୁ ମୁ ତାହା ନୁହେଁ। ମୋର ଯାହା ଅଛି ତାହା ମୋ ଲାଗି ଯଥେଷ୍ଟ। ତେଣୁ ମୋର କୌଣସି କଥାର ଆବଶ୍ୟକ ନାହିଁ। ଦ୍ୱିତୀୟ କଥା ହେଲା ଦୁଇଟି ଜିନିଷକୁ ନେଇ ମୁଁ ଆଦୌ ଚିନ୍ତା କରେନାହିଁ। 


ଗୋଟିଏ କଥା ହେଲା ଗତକାଲି ଯାହା କରିସାରିଛି, ତାହା କଦାଚିତ୍ ବଦଳାଇ ପାରିବେନି। ପୁଣି ଆସନ୍ତାକାଲି ହେଉଛି ଏମିତି ଗୋଟିଏ ଦିନ ଯାହା ବିଷୟରେ ସମସ୍ତେ ଅଜ୍ଞ। କେହି ଜଣେ ହେଲେ କହିପାରିବେନି ଯେ ଆସନ୍ତାକାଲି କଣ ଘଟିବ ? ତେଣୁ ମନରେ କୌଣସି ଚିନ୍ତା ନାହିଁ। ଆଉ ଆଜିକାଲିର ଦିନଟି ତ କାମ କରିବା ଲାଗି ଓ ଅବସର ବେଳେ ଗୀତ ଗାଇବା ଲାଗି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational