ଶେଷ ଇଛା
ଶେଷ ଇଛା
ମୋ ବୋଉ, ନା ତାର ଥିଲା ସ୍ନେହପ୍ରଭା। ନା ଯେମିତି ସ୍ନେହ ଆଚାର ବି ତାର ସେମିତି ସ୍ନେହ। ସମସ୍ତଙ୍କ ସହ ହସି ହସି କଥା କହିବା ପରକୁ ଆପଣା କରିବା କଳା ସତରେ ଯେମିତି ସେ ଜାଣିଥିଲା ବୋଧେ। ଯିଏ ବି ତା ପାଖକୁ ଥର ଟିଏ ଆସେ ତାକୁ କେହି ମନ ରୁ ଭୁଲେଇପାରେନା।
ପ୍ରକୃତ ସମ୍ପର୍କ ଆମର ହେଉଛି ଆଈ ନାତୁଣୀ। କିନ୍ତୁ ସେ ମୋର ପିଲାଟି ଦିନୁ ତା ପାଖରେ ରଖି ସବୁ କିଛି କରିଛି। ସେ ମୋତେ ଯେମିତି ତା ଝିଅ ଭଳି କରେ ମୁଁ ବି ତାକୁ ସେମିତି ମା ଭଳି କରେ। ଆଉ ବେଳେ ବେଳେ ତାର ମନ ପଡିଗଲେ ସେ ଆଈ ନାତୁଣୀ ସମ୍ପର୍କ ହିସାବ ରେ ମୋ ସହ ଥଟ୍ଟା ମଜ୍ଜା କରେ। ମୋ ସାଙ୍ଗ ମାନେ ଆସିଲେ ବି ମୋତେ ଚିଡ଼େଇବା ପାଇଁ ସାଙ୍ଗ ମାନଙ୍କ ସହ ମିଶି ମୋତେ ଚିଡାଏ।
ଜେଜେଙ୍କ ଯିବା ପରେ ସେ ପୁରା ବିଲକୁଲ ଏକଲା ହେଇଯାଇଥିଲା। ମୁଁ ଦଶମ ପରୀକ୍ଷା ଯାଏଁ ତା ପାଖରେ ରହି ପଢିଲି। ତା ପରେ ୨ ପଢ଼ିବା ପାଇଁ ମୋତେ ବାପା ତାଙ୍କ ପାଖକୁ ନେଇଗଲେ। ମଝି ରେ ମଝିରେ ସେ ମୋ ପାଖକୁ ଯାଇ ୨, ୪ ମାସ ରହି ପାଲେଇଯାଏ। ମୋ ମା କୁ ଯେତେ ଭଲ ପାଇନି ସେ, ମତେ ତା ଠାରୁ ଅଧିକ ଚାହେଁ। ତା ଭିତରେ ଜେଜେଙ୍କୁ ବି ବହୁତ୍ ମନ ପକାଏ। ଏମିତି ଏମିତି ରେ ୨ ବର୍ଷ ବିତିଗଲା। ୨ ପାସ କରି ୩ ପଢ଼ିବା ପାଇଁ ମୁଁ ରାଉରକେଲା ପଳାଇଲି। ସେଠି ବଡ ମାମୁ ଏକୁଟିଆ ରହୁଥିଲେ। ୨ ବର୍ଷ ରୁ ଅଧିକ ସମୟ ଧରି ତାଙ୍କ ଉପରେ କଷ୍ଟ ର ପାହାଡ଼ ପଡିଯାଇଥିଲା। ମୁଁ ଆଉ ବୋଉ ଯାଇ ରହିବାରୁ ତାଙ୍କୁ ଟିକେ ଟିକେ ସେ କଷ୍ଟ ରୁ ବାହାରିବା ପାଇଁ ଆଲୋକ ଆସିଲା।
ମୋ ବୋଉ ର ପ୍ରିୟ ସବୁଦିନ ସନ୍ଧ୍ୟା ରେ ବସି ଗୀତା ଗୋଟିଏ ଗୋଟିଏ ଅଧ୍ୟାୟ ପଢେ। ନୀତି ନିଷ୍ଠା ତାର ବହୁତ। ସପ୍ତାହ ରେ ତାର ସବୁଦିନ ବିନା ପିଆଜ ରସୁଣ କଲେ ବହୁତ୍ ବଢିଆ। ପିଆଜ ରସୁଣ ତା ପାଖକୁ ଯଦି ଟିକିଏ ନେଇଗଲି ନାହିଁ ନଥିବା କଥା କହିବ। ତୋର ଧର୍ମ କର୍ମ କିଛି ନାହିଁ। ସମୟ କୁ ତା ହାତ ରେ ରଖି ସେ ସବୁବେଳେ ଚାଲେ। ସବୁ ତାର ଟାଇମ ରେ ହେବା ଦରକାର। ଯଦି ମତେ ଗୋଟିଏ କଥା କରିବାକୁ କହିଥିବା ଆଉ ଟିକେ ଯଦି ମୋର ଡେରି ହେଇଗଲା ହରାଜେ ଥର ଡାକ ପକେଇବା ମାମା ବୋଲି।
ତାର ଜୀବନ କାଳରେ ସେ ଚାରିଧାମ ଯାତ୍ରା କରିବାକୁ ଇଚ୍ଛା ରଖିଥିଲା। ଚହୁଥିଲା ସବୁ ସଂସାର ଜଞ୍ଜ।ଳ ସାରି ଦେଲେ କୋଉ ମଠ ରେ ଯାଇ ରହିବ। ସବୁବେଳେ ମୋ ବାପାଙ୍କ ପାଖରେ କହେ "ମତେ କୋଉଠି ମନ୍ଦିର ପାଖରେ ଗୋଟେ ଘର ବୁଝିଦେଲେ ମୁ ଆଉ ସମୁଦୁଣି ମିଶି ରହିବୁ"। ଯାହା ହେଉ ତା ଶେଷ ସମୟ ଆସିବା ଆଗରୁ ଯାଇ ହରିଦ୍ଵାର ବୁଲି ଆସିଲା। ଆହୁରି ଇଚ୍ଛା ଥିଲା ପଣ୍ଡିଚେରୀ ଶ୍ରୀ ମା ଙ୍କ ପାଖକୁ ଯିବା ପାଇଁ, କାହିଁକି ନା ମୁ ପଢ଼ୁଥିଲି ଶ୍ରୀ ଅରବିନ୍ଦ ସ୍କୁଲ ରେ। ପୁଣି ଜିଦ୍ ଧରିଥିଲା ଗୟା ଯିବା ବୋଲି।
ସେତ ବେଳକୁ ତାର ଡାହାଣ ହାତ ପଡ଼ିକି ଭାଙ୍ଗିଗଲା। ସେ ଚାହୁଥିଲି ଜୀବନ ର ଶେଷ ସମୟ ପର୍ଯ୍ୟନ୍ତ କେମିତି ତାର ହାତ ଗୋଡ ଚାଲୁଥାଉ ଯେମିତି କି କାହା ଉପରେ ନିର୍ଭର କରିବାକୁ ପଡ଼ିବନି। ହେଲେ ଭାଗ୍ୟ ରେ ଯାହା ଲେଖାହେଇଚି। ହାତ କଷ୍ଟ ଯନ୍ତ୍ରଣା ଏମିତି ଥିଲା ଯେ ମୁଁ ବି ତାକୁ ଦେଖି କାନ୍ଦିପକାଏ।
୫ ମାସ ପରେ ତାର ହାତ ର ଅବସ୍ଥା ଟିକେ ଟିକେ ସୁଧୁରି ଆସୁଥାଏ କି ପୁଣି ଆଉ ଥରେ ଗାଧୁଆ ଘରେ ପଡ଼ି ତାର ମେରୁଦଣ୍ଡ ହାଡ ଛାଡିଗଲା। ଏ ଥର ର କଷ୍ଟ ଆଉ ସେ ସହ୍ୟ କରି ପାରିଲାନି। ସେତେବେଳକୁ ମୁଁ କୋଉ କାମ ରେ ଆସି ଭୁବନେଶ୍ୱର ରେ ରହିଥାଏ। ଖବର ଆସି ପହଁଚିଲା ବୋଉ ର ଅବସ୍ଥା ଆଉ ଭଲ ନାହିଁ। ମନ ମୋର କଣ ହେଇଗଲା ମୁ କିଛି ଭବିପାରିଲି ନାହିଁ କଣ ହେଇଛି କଣ ନାଇ କହିକି। ତା ଆଗଦିନ ରାତି ରେ କଥା ହେଉଥିଲି ପୁରା ଭଲ ଥିଲା । ହଠାତ୍ କଣ ହେଇଗଲା ଅବସ୍ଥା ଖରାପ ଅଛି। ମା ଠାରୁ ଖବର ପାଇଲି ସେ ଦିନ ରାତି ରେ ସେ ପଡ଼ି ଯାଇ ମୁଣ୍ଡ ରୁ ରକ୍ତ ବାହାରିଛି। ଆଉ ତା ପର ଠୁ ଅବସ୍ଥା ପୁରା ଖରାପ।
ଜୁଲାଇ ୧୮ ତାରିଖ ସନ୍ଧ୍ୟା ରେ ସେ ତା ଜୀବନ ର ଶେଷ ନିଃଶ୍ୱାସ ଛାଡିଦେଲା କିନ୍ତୁ ଥରଟେ ବି ମୋ କଥା ଆଉ ଭବିଲାନି। ମୋତେ ପାଖରେ ରଖିବା ଦିନ ଠାରୁ ତାର ଗୋଟିଏ ଇଚ୍ଛା ଥିଲା ଯେ ମୋ ହାତ ରୁ ପାଣି ପାଇବ ମଲା ବେଳେ।
ଅନେକ ଆଶା ଆଉ ଇଚ୍ଛା ତାର ବାକି ରହିଗଲା। ସେ ଯାହାବି ହେଉ ତାର ଇଚ୍ଛା ପୂରଣ ହେଉ କି ନ ହେଉ ତାର ଆତ୍ମା କେଉଁଠି ଲୀନ ହେଇସାରିଚି ଯେ ଅନୁଭବ କରିବା ବି କଷ୍ଟ। ବୋଧ ହୁଏ ତାର ଗୀତା ଭାଗବତ ପଠିବା ସାର୍ଥକ ହେଇଛି। ସେଥି ପାଇଁ ବୋଧେ ଭଗବାନ ତାକୁ ଜନ୍ମ ମୃତ୍ୟୁ ର ଚକ୍ର ରୁ ନିସ୍ତାର କରିଦେଇଛନ୍ତି, ଯାହା ସେ ସବୁବେଳେ ଭଞ୍ଜି ଆସୁଥିଲା।
