STORYMIRROR

Anuradha Kanungo

Inspirational

3  

Anuradha Kanungo

Inspirational

ଭକ୍ତ ଓ ଭଗବାନ

ଭକ୍ତ ଓ ଭଗବାନ

2 mins
154

   ସେ ଦିନ ନାରଦ ମନ ବଳାଇଲେ ତାଙ୍କ ଆରାଧ୍ୟ ଭଗବାନ ଶ୍ରୀ କୃଷ୍ଣ ଙ୍କୁ। ସବୁ ଆଡ଼େ ବିନା ଆମନ୍ତ୍ରଣ ରେ ପହଂଚି ଯାଉଥିବା ଓ ବିନା ଦ୍ବିଧା ରେ ବୁଲୁଥିବା ନାରଦ ଙ୍କୁ ସେ ଦିନ କିନ୍ତୁ ଦ୍ୱାରପାଳ ଙ୍କ ପାଖରେ ଅଟକିବାକୁ ପଡ଼ିଲା। ପ୍ରତିରୋଧ ର ସମ୍ମୁଖୀନ ହେବାରୁ ନାରଦ ପ୍ରଶ୍ନ କରିବାରୁ ଦ୍ୱାରପାଳ ଏକ ଅବିଶ୍ଵନିଅ ଉତ୍ତର ଦେଇକହିଲେ - "ପ୍ରଭୁ ଏବେ ପୂଜା ରେ ବ୍ୟସ୍ତ ଅଛନ୍ତି, ଦେଖାକରିବାକୁ ହେଲେ ଆପଣଙ୍କୁ କିଛି ସମୟ ଅପେକ୍ଷା କରିବାକୁ ହେବ।" ନାରଦ କିନ୍ତୁ ଏହା ମାନିବାକୁ ପ୍ରସ୍ତୁତ ନଥିଲେ। ରାଗିଯାଇ କହିଥିଲେ- "ମୋ ରାସ୍ତା ଛାଡିଦିଅ। ମୁ ତୁମ ଭଳି ମିଥ୍ୟାବାଦୀ କଥାରେ ଏଠାରୁ ଚାଲିଯିବି ନାହିଁ କି ଅପେକ୍ଷା କରିବି ନାହିଁ।" ପ୍ରହରୀ କିନ୍ତୁ ବାଟ ଛାଡିନଥିଲା।


    ସବୁକଥା ଜାଣିପାରୁଥିବା ଶ୍ରୀ କୃଷ୍ଣ କିଛି ସମୟ ପରେ ସ୍ୱୟଂ ଆସି ପ୍ରତିକ୍ଷାରତ ନାରଦ ଙ୍କ ପାଖକୁ ଆସିଲେ। ନାରଦ ଦ୍ୱାରପାଳ ର ଅଭିଯୋଗ ରେ କହିଥିଲେ- ଦେଖନ୍ତୁ ପ୍ରଭୁ, ଆପଣଙ୍କ ଦ୍ୱାରପାଳ କିପରି ଆପଣଙ୍କ ଦର୍ଶନ ରୁ ମତେ ନିବୃତ କରିବାକୁ ଚେଷ୍ଟା କରି ମିଥ୍ୟା କଥା ମାନ କହୁଛି। ବଡ ଆଶ୍ଚର୍ଯ୍ୟ ର କଥା କହିଲା ଆପଣ ପୂଜା ରେ ବ୍ୟସ୍ତ ଅଛନ୍ତି ବୋଲି। ଆପଣ ତ ନିଜେ ପୂଜ୍ୟ, ଆପଣ ପୁଣି ପୂଜା କରୁଛନ୍ତି? ମୁରୁକି ହସିଦେଇ ଶ୍ରୀକୃଷ୍ଣ କହିଲେ- ଏହା ସତ୍ୟ ଦେବଋଷି । ମୁ ସତରେ ଆରାଧନା ରେ ବ୍ୟସ୍ତଥିଲି।

     

      ସ୍ୱୟଂ ପ୍ରଭୁଙ୍କ ଠାରୁ ଏ କଥା ଶୁଣି ନାରଦ ଆଶ୍ଚର୍ଯ୍ୟ ହେଇଗଲେ। ଶ୍ରୀକୃଷ୍ଣ ତାଙ୍କର ସନ୍ଦେହମୋଚନ କରିବା ପାଇଁ - ଦେଖିବାକୁ ଚାହୁଁଛ କି ମୁଁ କାହାର ଆରାଧନା କରୁଥିଲି, କାହାର ପୂଜା ରେ ମଗ୍ନ ଥିଲି। ଆସନ୍ତୁ ମୋ ସହିତ ଭିତରକୁ।

     

     ନାରଦ ଶ୍ରୀକୃଷ୍ଣଙ୍କ ପଛେପଛେ ଭିତରକୁ ଯାଇ ଦେଖିଲେ ପୁଷ୍ପମଣ୍ଡିତ ଦୋଳିରେ ଛୋଟ ଛୋଟ ପ୍ରତିମା ସବୁ ଝୁଲୁଛନ୍ତି। ନାରଦ ଏକଚିତ ରେ ସେ ମୂର୍ତି ମାନ ନିରୀକ୍ଷଣ କରିଲେ। ସେମାନଙ୍କ ମଧ୍ୟରୁ କିଛି ପ୍ରତିମା ଗୋକୁଳ ଗୋପ ମଣ୍ଡଳୀ ମାନଙ୍କ ଥିଲା, କେତୋଟି ନିଜର ଥିଲା। ପ୍ରଭୁଙ୍କୁ କୃତଜ୍ଞତା ଜଣାଇ ପଚାରିଥିଲେ- ଭଲା ଉପାସ୍ୟ ଉପାସକଙ୍କୁ କେବେଠୁ ଉପାସନା କରିବା ଆରମ୍ଭ କଲେଣି। ଭକ୍ତ ଗୁହାରି କରିଥାନ୍ତି, ଭଗବାନ କୃପା କରିଥାନ୍ତି।ଏହା ସିଧା କଥା, ଯେ କେହି ବୁଝିପାରିବେ। ଆପଣଙ୍କୁ ଯିଏ ପୂଜା କରୁଛନ୍ତି ଆପଣ ଓଲଟା ତାର ପୂଜା କରୁଛନ୍ତି। ଏହା ତ ବିଚିତ୍ର ପ୍ରକ୍ରିୟା।

   

    ଶ୍ରୀକୃଷ୍ଣ ପ୍ରଶ୍ନ କରିଥିଲେ- ମୋତେ କୁହନ୍ତୁ ଦେବଋଷି ଭକ୍ତ କାହିଁକି ଓ କେଉଁ ପ୍ରୟୋଜନ ରେ ମୋର ଆରାଧନା କରିଥାନ୍ତି।

 'ସେମାନେ ଆପଣଙ୍କ ପ୍ରେମ, କରୁଣା ଚାହିଁଥାନ୍ତି' ନାରଦ ଉତ୍ତର ରଖିଲେ। 

  

    ଦେବଋଷି ଠିକ ସେହି ପ୍ରୟୋଜନରେ ମୁଁ ନିଜ ଭକ୍ତଙ୍କ ଆରାଧନା କରିଥାଏ। ମୁଁ ମଧ୍ୟ ଭକ୍ତଙ୍କୁ ପ୍ରେମ ମାଗିଥାଏ। ପ୍ରେମରୂପୀ ମହାଧନ ସେମାନଙ୍କଠାରୁ ପାଇବା ପାଇଁ ମୁଁ ନିରାକାର ହୋଇ ମଧ୍ୟ ସାକାର ରୂପଧାରଣ କରିଛି, କିନ୍ତୁ ମୋହଗ୍ରସ୍ତ ମାନବ ଏହା ବୁଝିପାରୁନାହିଁ। ସେମାନେ ମୋର ପ୍ରେମ ଭିକ୍ଷା ନକରି ଭୀକ୍ଷା କରିଥାନ୍ତି ପାର୍ଥିବ ବିଷୟବସ୍ତୁ। ଯେତେବେଳେ ମୁଁ ଭକ୍ତଙ୍କ ପ୍ରେମ ପାଇବା ପାଇଁ ଆତୁର ହୋଇ ସେମାନଙ୍କୁ ଅନାଇଥାଏ, ଲକ୍ଷକରେ ଅନେକ ମୋହବିଷ୍ଟ ହୋଇ 'ଭୋଗ' ପ୍ରାର୍ଥନା କରିଥାନ୍ତି।


     ଭକ୍ତ-ଭଗବାନ ଙ୍କ ଏ ଲୀଳା ଦେଖି ନାରଦ ମୁଗ୍ଧ ହୋଇଗଲେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational