jyotsna mayee panda

Tragedy

3  

jyotsna mayee panda

Tragedy

ରୁପା

ରୁପା

3 mins
216



ଜୀବନ ଦୋଛକିରେ ମଣିଷ ବେଳେ ବେଳେ ନିଃସଙ୍ଗତାକୁ ଆପଣେଇ ନେଇଥାଏ l ସବୁ ସମ୍ପର୍କ ସେତେବେଳେ ତୁଚ୍ଛ ହୋଇଯାଏ l ଆକାଶ ବକ୍ଷରେ ନୀଡହରା ପକ୍ଷୀ ପରି ଉଡ଼ିବୁଲେ ଏକା ଏକା l ସୁନ୍ଦର ପୃଥିବୀଟା ଯେମିତି ସ୍ତବ୍ଧ ହୋଇଯାଏ l ଅଟକି ଯାଏ ଯେମିତି ଜୀବନର ଗତି... l ରୁପା ବର୍ଷେ ହେବ ତୃଷ୍ଣା ଦେବୀଙ୍କ ଘରେ କାମ କରେ l ଆଜି ଖୁବ ଖୁସି ଜଣା ପଡୁଛି ରୁପା l କାରଣ ଆଜି ତା ସାନ ପୁଅର ଜନ୍ମଦିନ l ବର୍ଷେ ଭିତରେ ଆଜି ତା ମୁହଁରେ ଖୁସିର ଝଲକ ଦେଖିବାକୁ ମିଳୁଛି l ନ ହେଲେ ଜୀବନଟା ତା ପାଇଁ ବୋଝ ପାଲଟି ଯାଇଥିଲା l ଠିକ ବର୍ଷେ ତଳେ ଏ ରୁପା ଆସିଥିଲା ତୃଷ୍ଣା ଦେବୀଙ୍କ ଘରକୁ l ପୁଅ ଆମେରିକାରେ ରହେ l ସ୍ୱାମୀ ସ୍ତ୍ରୀ ଏକା ରହନ୍ତି l ସେତେବେଳେ ଦୁଇ ଜଣ ଯାକ କରୋନା ପଜିଟିଭ୍ l ସେଥିପାଇଁ ବନ୍ଧୁବାନ୍ଧବ ସାଇ ପଡିଶା କେହି ଆଡ଼ ଆଖିରେ ଦେଖିଲେନି l ସେଦିନ ନିଜ ସ୍ୱାମୀକୁ ହରେଇ କାମ ଖୋଜି ଖୋଜି ରୁପା ତୃଷ୍ଣା ଦେବୀ ଘରକୁ ଆସିଥିଲା l କରୋନା ପଜିଟିଭ ଥାଇ ବି ତାଙ୍କ ଘରେ କାମ କରିବା ପାଇଁ ରାଜି ହୋଇଥିଲା l ସ୍ୱାମୀ ସ୍ତ୍ରୀଙ୍କୁ ମୁଠେ ରାନ୍ଧି ଦେଉଥିଲା l ତାଙ୍କୁ ମଝି ମଝିରେ ଗରମ କାଢl କରି ଦେଉଥିଲା l ସତରେ ନିଜ ଲୋକ ବି ସମୟ ଚକ୍ରରେ ପର ହୋଇ ରଙ୍ଗ ବଦଳେଇ ଦିଅନ୍ତି l ହେଲେ ଅଚିହ୍ନା ମଣିଷଟେ ବି ବେଳେ ବେଳେ ଅତି ନିଜର ହୋଇଯାଏ l ନିଃସଙ୍ଗ ଜୀବନରେ ସାଥିଟିଏ ହୋଇଯାଏ l ରୁପା ଜୀବନ କାହାଣୀ କିଛି ଏମିତି ଥିଲା.....ଛୋଟିଆ ସଂସାରରେ ସେ ଖୁବ ଖୁସି ଥିଲା ଦୁଇ ପୁଅ ଓ ସ୍ୱାମୀକୁ ନେଇ l ପରିବାର କହିଲେ ସ୍ୱାମୀ ସ୍ତ୍ରୀ ଓ ଦୁଇ ପୁଅ l ଅନ୍ୟର କାମ କରି ସ୍ୱାମୀ ଯେଉଁ ଦି ପଇସା ଆଣେ ସେଥିରେ ଖୁବ ଖୁସିରେ ଚଳିଯାଏ ପରିବାର l ସେଦିନ କାମରୁ ଆସିବା ପରେ ସ୍ୱାମୀଙ୍କୁ ଜ୍ୱର ହେଲା l ମେଡିକାଲ ଯାଇ ପରୀକ୍ଷା କରିବାରୁ ଜଣାପଡିଲା ସେ କରୋନା ପଜିଟିଭ l ଦେହ ଧୀରେ ଧୀରେ ଖୁବ ଅସୁସ୍ଥ ହୋଇଗଲା l ହସ୍ପିଟାଲ ଯିବା ପାଇଁ କେତେ ଲୋକଙ୍କୁ ନେହୁରା ହେଲା l

କାରଣ ସେ ଘରେ ଚିକିତ୍ସିତ ହେଉଥିଲା l କେହି ଶୁଣିଲେନି l ଶେଷରେ ନିଜେ ଦୁଇ ଛୁଆ ସାଙ୍ଗରେ ନେଇ ହସ୍ପିଟାଲ ଗଲା l ସେଠି ସ୍ୱାମୀ ଅବସ୍ଥା ଆହୁରି ଗୁରୁତର ହୋଇଗଲା l ଶେଷରେ ସେ ମୃତ୍ୟୁ ବରଣ କଲେ l ସମ୍ପୂର୍ଣ୍ଣ ଭାବେ ଏକା ହୋଇଗଲା ରୁପା l ଘରେ ଖାଇବାକୁ ଦାନାଟିଏ ନାହିଁ l ସେଥିପାଇଁ ସେ ଏତେ ବଡ଼ ଦୁଃଖ ପରେ ବି କାମ ଖୋଜିବାକୁ ବାହାରିଲା l ସେତେବେଳେ ଏ ତୃଷ୍ଣା ଦେବୀ ତାଙ୍କୁ କାମ କରିବାକୁ କହିଥିଲେ l ନିଜେ ଘର ପଛ ପଟେ ଥିବା ଛୋଟିଆ କ୍ୱାଟର୍ସରେ ରହିବା ପାଇଁ ଜାଗା ଦେଇଥିଲେ l ଯେତେବେଳେ ତୃଷ୍ଣା ମାଡାମ ଓ ତାଙ୍କ ସ୍ୱାମୀଙ୍କୁ କରୋନା ହୋଇଥିଲା ନିଜ ଲୋକ କେହି ପାଖ ମାଡିଲେନି l ଏ ରୁପା ସବୁବେଳେ ରହି ସେବା କଲା l ସେଥିପାଇଁ ସେ ଏବେ ତୃଷ୍ଣା ଦେବୀଙ୍କ ବିଶ୍ଵସ୍ତ ହୋଇଗଲା l ଆଜି ତା ପୁଅ ପାଇଁ ନିଜେ କେକ୍ ତିଆରି କରି ଦେଇଛନ୍ତି l ଖୁବ ଖୁସି ରୁପା l ଯେମିତି ତାକୁ ତାର ପରିବାର ମିଳିଯାଇଛି l କେବେ ଛୋଟ ବୋଲି ଭାବନ୍ତିନି ରୁପାକୁ l ଖୁବ ଭଲ ପାଆନ୍ତି l ରୁପା ବି କେବେ ନିଜ କର୍ତ୍ତବ୍ୟରେ ଅବହେଳା କରେନି l ଏମିତି ସମୟ ସ୍ରୋତରେ ନିଜ ଦୁଃଖ ଭୁଲିଗଲା ତୃଷ୍ଣା ଦେବୀଙ୍କୁ ପାଇ l ସେଦିନ ପୁଅ ବୋହୂ ଆସିବେ ବୋଲି ଖୁବ ଖୁସି ଥିଲେ ତୃଷ୍ଣା ଦେବୀ l ରୁପା ସହିତ ମିଶି କଣ କେତେ ତିଆରି କରି ସାରିଲେଣି l ପୁଅର ପସନ୍ଦ ଛୋଟ ମାଛ, ବୋହୂ ମଟନ ଖାଏ l ଛୁଆଙ୍କ ପାଇଁ ଭଳି ଭଳି ଖାଦ୍ୟ l ପୁଅ ବୋହୂ ଘରକୁ ଆସିଲେ ଯଥା ସମୟରେ l ରୁପାକୁ ଶାଶୁ ପରିଚୟ କରେଇ ଦେଲେ ବୋହୂ ସହ l ହେଲେ ବୋହୂ ରୁପାର ଏମିତି ଅବାଧ ପ୍ରବେଶକୁ ପସନ୍ଦ କରୁନଥିଲା l ରୁପା ଗଲା ପରେ କହିଲା ମାଆ ତାକୁ କଣ ମୁଣ୍ଡରେ ଚଢେଇଛନ୍ତି l ଜାଣିଛନ୍ତି ଆଜିକାଲି ଏଇ ଛୋଟ ଲୋକ କେତେ କ୍ରାଇମ କରୁଛନ୍ତି l ଆପଣ ଦୁଇଜଣ ଏକା l ସେଥିପାଇଁ ତାକୁ ସେତେ ପ୍ରଶ୍ରୟ ଦେବା ଠିକ ନୁହଁ l ଶାଶୁ ବୁଝେଇ କହିଲେ ସବୁ ମଣିଷ ସମାନ ନୁହନ୍ତି l ହୁଏତ ଆମେ ଏ ରୁପା ପାଇଁ ବଞ୍ଚିଛୁ ଆଜି l ଯେତେବେଳେ କରୋନା ହୋଇଥିଲା ତୁ ବି ମୋ ପାଖରେ ନଥିଲୁ l ବନ୍ଧୁ ବାନ୍ଧବ ସଭିଏଁ ମୁହଁ ଫେରେଇନେଲେ କାଳେ ସଂକ୍ରମିତ ହୋଇଯିବେ ବୋଲି l ସେତେବେଳେ ଏ ରୁପା ଆମ ସେବା କରିଛି ଆମକୁ ଖାଇବାକୁ ଦେଇଛି l କେମିତି ଭୁଲିବୁ ତା ଉପକାର l ସବୁ ଜାଣିଲା ପରେ ବୋହୂ ଚୁପ ହୋଇଗଲା l 



Rate this content
Log in

Similar oriya story from Tragedy