Akshayakumar Dash

Action Inspirational Others

3  

Akshayakumar Dash

Action Inspirational Others

ରୁଦ୍ର ତାପ

ରୁଦ୍ର ତାପ

3 mins
181


ବିମଳ ଖରା ରେ ଯିବାକୁ ଅମଙ୍ଗ ହେଲା ।ରୁଦ୍ର ତାପରେ ଦେହ ହାତ ପୋଡ଼ିଦେଉଛି । ଯେମିତି ତାୱାପରି ତାତିଛି ଧରିତ୍ରୀ ।ସବୁଆଡେ ଶୁନଶାନ । ଜବକାଚ ଉପରେ ଆଲୋକ ପଡି ଯେମିତି ଦିଶେ । ଆଗରେ ସିରିସ ଗଛଟି ଖରାରେ ଝାଉଁଳି ପଡିଛି ତାର ପତ୍ର । ଗଛ କହିପାରୁନି ତାର ଯନ୍ତ୍ରଣା ।ବୁଝିପାରୁଛି ବିମଳ ଖରାରେ ଗଛର ତୁପରୁ । ଯେମିତି ସହିବାଟା ତା'ଜୀବନର ଅର୍ଥ । ଗଛଉପରେ ଡାଇ ଭିତରେ ପତ୍ର ଉହାଡରେ ଦୁଇ ପକ୍ଷୀ ଚୁପ ଚାପ ବସିଛନ୍ତି । ବୋଧେ ଢୋଲଉଛନ୍ତି । ଗଛ ତଳୁ ପିମ୍ପୁଡି ମାନେ ଧାଡି ବାନ୍ଧି ଚାଲିଛନ୍ତି ଗଛ ଗଣ୍ଡି ଦେଇ ସିରିସ ଅଠା ଖାଇବାକୁ ।ଗଣ୍ଡି ଉପରେ ସିରିସ ଅଠା ପାଖରେ ପିମ୍ପୁଡିକଙ୍କ ଭିଡ଼ ।ଏହି ଗଛ ତଳେ ଛାଇ । ସେଇ ଛାଇ ରେ ଠିଆ ହୋଇ ବିମଳ ଦେଖୁଛି ପରିବେଶକୁ । ସିରିସ ଗଛକୁ କିଏ ଲଗେଇନାହାନ୍ତି ।ଲଗେଇଥିଲେ ରାସ୍ତା କଡରେ ଲାଗିଥାନ୍ତା କଡ଼କୁ ଛାଡି ପଡିଆ ମଝିରେ ।କେତେ ଝଡ଼ ଝଞ୍ଜା ସହି ଗଛଟି ବଡ଼ ହୋଇଛି । ଫୁଲ ଦେଲାଣି ।ଖରାଦିନ ତାର ଫୁଲସବୁ ଝଡି ପଡୁଛି ଗଛ ତଳେ । ମାଦକ ଭରା ସିରିସ ଫୁଲ ।ପ୍ରକୃତି ସହିତ ଜୀବନକୁ ଚଳେଇନେବା ସିରିସ ଗଛର ଗୁଣ । ତେଣୁ ସହି ବଂଚିରହିବା ତାର ବିଶେଷ ଗୁଣ । ମଣିଷ ପ୍ରକୃତି ଠାରୁ ଦୂରେଇ ରହି ଆଜି ଏହି ଦୃଦଶ। ଭୋଗୁଛି । ସୁଯ୍ୟଙ୍କ ତାପ ସହିପାରୁନାହିଁ ତ ବର୍ଷା ଓ ଶିତରେ କାତର ରହୁଛି । ବାତ୍ୟା ବନ୍ୟା ଓ ମହାମାରୀ ପରି ଦୃବିପ।କ ତାକୁ ଅଥୟ କରୁଛି । ବିମଳ ଗଛତଳେ ବସିପଡ଼ିଲା । ଦୁଲୁକାଏ ପବନ ତାକୁ ନିଦ ଘାରିଲା ।ଢୋଳେଇ ପଡୁଥାଏ । କେମିତି ବା ଏହି ଗଛ ତଳେ ଶୋଇଥାନ୍ତା । ଅନବନା ଘାସ ଓ କେତେକ ଗାଈ ଗୋରୁଙ୍କ ଗୋବର ଫାଙ୍କା ଜାଗା ଦେଖି ବସିରହିଲା ।ଗଛ ଉପରେ ପକ୍ଷୀ ଜୋଡ଼ାକ ସେମିତି ବସିଥାନ୍ତି । ଦିନ ଗୋଟିଏ ହେବ । ଖରା ଟିକେ ଆଡେଇଲେ ବାହାରିବ ବିମଳ । ଶୋଷ ଲାଗୁଥିଲେ ପାଣିବା କେଉଁଠୁ ମିଳିବ । ଏହି ଠାରୁ ବସ୍ତି କୋଷେ ଦୂରରେ । ପାଣି ପିଇ ବାକୁ ହେଲେ ଏହି ଖରାରେ ଯିବାକୁ ହେବ । ନା , ତାକୁ ଯିବାକୁ ହେବ, ଡେରି କଲେ ପହଁଚିବାକୁ ରାତି ହେବ ।ମୁଣ୍ଡରେ ଗାମୁଛା ଠେକା କରି ଗୁଡ଼େଇଲା । କାନ୍ଧରେ ଝୁଲୁଥିବା ଝୁଲାଟାକୁ ଦେଖିନେଲା । ତାର କେତେକ ଚିଠି ଓ ରେଜେଷ୍ଟ୍ରି ଚିଠି ଅଲଗା ଅଲଗା ବନ୍ଧା ହୋଇ ରଖାଯାଇଛି ।ଏହି ଚିଠି ବାଣ୍ଟିବାକୁ ଆସିଛି ନୀଳକଣ୍ଠ ପୁର କୁଣ୍ଡପାଟଣା, ଜଳସରପୁର, ଚାନ୍ଦ ମୋହିନୀ ଓ ରାଖିପାଟଣା ।ବୃତିରେ ଜଣେ ପୋଷ୍ଟ ପିଅନ । ସପ୍ତାହକୁ ଥରେ ଏହି ଚାରି ପାଞ୍ଚ ଖଣ୍ଡ ଗାଁକୁ ଆସି ଚିଠି ବଣ୍ଟନ କରେ । ବିମଳର ସାଇକେଲ ନାହିଁ କି ଶିଖି ବି ଜାଣିନାହିଁ । ପୋଷ୍ଟ ପିଅନ ଚାକିରୀ ପୁଣି ପରମାନେଟ ହୋଇନି ।ଠିକାରେ କାମ କରୁଛି । ମାସକୁ ନୁହେଁ ଦିନ ହିସାବରେ ତିନିସହ ପଡୁଛି । ଆଜିକାଲି ମୂଲିଆ ଦିନକୁ ଚାରିସହ ନେଲେଣି ।ତାର ଚାକିରୀ ପନ୍ଦର ବର୍ଷ ହେଲାଣି । ଏପଯ୍ୟନ୍ତ ସ୍ଥାୟୀ ହୋଇନି ।ବିମଳ ଗୋଟେ ଗୋଟେ ପାଦ ଆଗକୁ ବଢ଼ିଲା ।ଖରା ତାକୁ ବାଟ ଓଗାଲୁ ଥିଲା । କଣ କରନ୍ତା, ମୁଣ୍ଡରେ ବୋଝ , ଚିଠି ନବାନ୍ଟି ଆସିଲେ ଚାକିରୀ କୁ ଆଞ୍ଚ ଅଛି । ପୋଷ୍ଟ ମାଷ୍ଟର ବାବୁଙ୍କ ତାଗିଦ, ସବୁ ଚିଠି ବାନ୍ଟିଆସିବାକୁ ହେବ ।ଘରେ ଗାଈ ଗୋରୁ ସେବା ଅଛି ।ଶାଗ ଓ କଞ୍ଚା ଲଙ୍କା ଗଛରେ ପାଣି ଦେବାକୁ ହେବ । ପତ୍ନୀ ବେମାର। ତାର ଗୋଡ଼ ଚଳୁ ନାହିଁ ।ଘରେ କାମଦାମ କୁ ପାରୁନାହିଁ ।ବିମଳକୁବି ରୋଷେଇ କରିବାକୁ ଅଧାଦିନ ପଡେ ।ଖେଚୁଡ଼ି ଓ ଆଳୁ ଚକଟା ଖାଇ ରହେ ।ଘରେ ପୁଅକୁ ପନ୍ଦର ବର୍ଷ । ପ୍ଲସଟୁ ବିଜ୍ଞାନ ଛାତ୍ର ।ପାଖ କଲେଜରେ ଏବର୍ଷ ନାମ ଲେଖେଇଛି ।କ୍ଲାସ ହେଉନି ।କରୋନା ପାଇଁ ବର୍ଷେ ହେବ କଲେଜ ବନ୍ଦ । ମଝିରେ ଦୁଇମାସ ଖୋଲିଲା। ପୁଣି ବନ୍ଦ ହୋଇଗଲା । କରୋନା ଏବେ ଗ୍ରାସିଛି।କେତେ କେତେ ଲୋକଙ୍କୁ । ଧନ ଜୀବନ କ୍ଷତିରେ ପଡିଛି। ବିମଳ କିନ୍ତୁ କୁହେ, ଏ ରୋଗ ନୁହେଁ ଦେବତା ଙ୍କର ଗଦା ଛେଦୁଛି ।ଦୃନୀତି, ଅତ୍ୟାଚାର, ଅହଂକାର, ର ବିନାଶ ପାଇଁ ଲଢେଇ ଚାଲିଛି । ଦଳେ ନେତା ଏହାର ମଜା ଚାଖୁଛନ୍ତି । କରନା ଆଳ ଦେଖେଇ ରାଜକୋଷ ଶୂନ୍ୟ ।ଏହାର ଔଷଧ ନାହିଁ । ଟୀକା ନେଇ ବି କରନା ବାହାରୁଛି ।ଲୋକ ମାନେ ଭୟ ପାଇ ଘରେ ରହୁଛନ୍ତି ।ବଳଦ ପରି ମୁହଁରେ ତୁଣ୍ଡି ଦେଇ ଲୋକେ ବାହାରୁ ଛନ୍ତି ।ବିମଳ କିନ୍ତୁ ଜାଣିଛି, ଏହିରୋଗ ର ଉପଚାର ଏହି ଗଛଳତାର ଚିକିତ୍ସା ।କାରଣ ତାାଙ୍କ ଗାଁବଇଦ ରଚେର ମୂଳି ଦେଦାରିଲେଇ କେତେ କେତେ ଜଣ ଆହତଲୋକ ଭଲ ହୋଇ ଆସିଛନ୍ତିି । ଏଇଟା କୁ ଡ଼଼ରିଲେ ହେବ ।ରୋଗ ତ ମତେ ଡରିବ ।ବିମଳ ପହଁଚିଗଲା ଗାଁରେ । ଲୋକଙ୍କ ଘରେ ବାାଣ୍ଟିଚାଲିଲା । ପାାଣି ପି ଆଗକୁ ଚାଲିଲା ।


Rate this content
Log in

Similar oriya story from Action