NO MORE STORY

Drama Romance

3.4  

NO MORE STORY

Drama Romance

ରଙ୍ଗମଞ୍ଚ

ରଙ୍ଗମଞ୍ଚ

1 min
152


ଭଲ ପାଇବାରେ ବୋଧେ ମୋର କୋଉଠି ଭୁଲ୍ ରହିଥିଲା

ସେଥି ପାଇଁ ଏତେ ବଡ଼ ଦୁନିଆରେ ଆଜି ମୁଁ ଏକା ।

ଜାଣିନି ମୋ ଭଲ ପାଇବାରେ କଣ ଭୁଲ୍ ଥିଲା ହେଲେ କେବେବି ମୋ ସ୍ୱାର୍ଥ ପାଇଁ ମୁଁ ତା ସହ ସମ୍ପର୍କ ରଖି ନଥିଲି ଆମ ଏ ସମ୍ପର୍କ ଗୋଟେ ନିଆରା କାହାଣୀ ନା ଏଠି ତାର ଭୁଲ୍ ନା ମୋର ! ଭୁଲ୍ କେବଳ ଏ ସମୟର ଏ ଦୁନିଆର ଆଉ ଉପରେ ଥାଇ ଦେଖୁ ଥିବା ଭଗ୍ବାନ ଙ୍କର । ଯଦି ଦୁଇଙ୍କୁ ଅଲଗା କରିବାର ଥିଲା ଏକାଠି କଲ କାହିଁକି ଯଦି କଲ ପୁଣି ଅଲଗା କଲ କାହିଁକି । କେଜାଣି କାହିଁକି ଏ ଦୁନିଆ ଛାଡ଼ିି ବହୁତ୍ ଦୂରକୁ ଚାଲି ଯିବାକୁ ଇଚ୍ଛା ହଉଛି ସମସ୍ତଙ୍କ ଠାରୁ ଦୂରକୁ ବହୁତ୍ ଦୂରକୁ ଏ ଦୁନିଆର ଶେଷ କୁ ସେଠିଯାଇ ନିଶବ୍ଦରେ ବସି ପଡନ୍ତି ମୋ ଜୀବନ କୁ ଗୋଟେ ନୁଆ ରୂପରେ ଗଢନ୍ତି । ଜାଣିଛି ଯେତେବଳେ ଗୋଟେ ଆଇନା ଭାଙ୍ଗି ଯାଏ ତାକୁ କେହିବି ସଜେଇ ହବାରେ ବ୍ୟବହାର କରନ୍ତି ନାହିଁ । କିନ୍ତୁ ସେଇ ଭଙ୍ଗା ଆଇନାର କାଚ ଗୁଣ୍ଡରେ ପୁଣି ଥରେ କାରିଗର ସୁନ୍ଧର ଘର ଟିଏ ତୋଳି ଦିଏ । ସେହି ପରି ଆମ ସମ୍ପର୍କ ପୁଣି ଥରେ ସୁନ୍ଦର ଭାବେ ଗଢି ତୋଳି ଦେଈ ପରନ୍ତିକି, ହେଲେ ଏଇଟା ତ ମୁଭି ନୁହ ମୋ ଜୀବନ । ସବୁ କଷ୍ଟ ଦୁଃଖ କୁ ଛାତିରେ ଚାପି ଧରି ଏ ଦୁନିଆ ଆଗରେ ହସିବାର ଅଛି । ଜାଣିନି ଏ ଅଭିନୟ ଭରା ଦୁନିଆରେ ମୋ ଚରିତ୍ର କେତେ ସମୟ ପାଇଁ ହେଲେ ଏତିକି ଜାଣିଛି ଏ ଦୁନିଆର ରଙ୍ଗମଞ୍ଚ ରେ କେହି ନୁହେଁ କାହାର ।


Rate this content
Log in

Similar oriya story from Drama