NO MORE STORY

Drama Romance Others

4.5  

NO MORE STORY

Drama Romance Others

ମୋ ଅଭୁଲା ସ୍ମୃତି

ମୋ ଅଭୁଲା ସ୍ମୃତି

3 mins
314


ପ୍ରେମ ଏମିତି ଏକ ସ୍ବପ୍ନ ସମସ୍ତଙ୍କ ଜୀବନରେ ଆସିଥାଏ ।

ଆଉ ସେ ସ୍ବପ୍ନ ଏକ ଅଭୁଲା ସ୍ମୃତି ହୋଇ ଜୀବନରେ ରହିଯାଏ ।

ଜାଣିନି ଭଗବାନ କଣ ପାଇଁ ମୋ ପାଖରୁ ତାକୁ ବହୁ ଦୂରକୁ ନେଇଗଲେ ହଁ ଏତିକି ଜାଣିଛି ଆଜିବି ମୋ ମନରେ ସେ ଅଛି

କାଲି ବି ଥିବ ସବୁ ଦିନ ପାଇଁ ରହିବ । ଯଦି ସେ ମୋ ଭାଗ୍ୟରେ ନଥିଲା କଣ ପାଇଁ ତା ସହ ମୋ ଦେଖା ହେଲା ?? କଣ ପାଇଁ ତା ସହ ମୋ ମନ କୁ ଯୋଡ଼ି ଅଧରେ ଆମକୁ ଅଲଗା କରା ହେଲା ?? କଣ ଏଇଟା ଆମ ଭୁଲ୍ ଥିଲା ??

ଅଜିବି ମନେ ପଡିଲେ ସେଦିନର ସେ ଶ୍ରାବଣର ବର୍ଷା ରେ ଅନ୍ଧାର  ରାତି ର ରାସ୍ତା ରେ ତମେ ମୋ ହାତରେ ହାତ ଦେଇ ଚାଲୁ ଥିଲ । ଆଉ ସବୁ ଦିନ ପାଇଁ ଆମେ ଏକାଠି ହୋଇ ରହିବା ବୋଲି କହୁ ଥିଲ ସେସବୁ କଣ ସ୍ବପ୍ନ ଥିଲା ? ସେଦିନର ବର୍ଷା ପରି ଆଜି ମୋ ଆଖିର ଲୁହ ଅନ୍ଧାର ରେ ଝରୀ ଯାଉଛି ହଁ ଫରକ ବାସ୍ ଏତିକି ସେଦିନ ମୁଁ ବହୁତ୍ ଖୁସି ଥିଲି ଆଉ ଏ ଆକାଶ ତା ପ୍ରେମ ପାଇଁ ଅନ୍ଧାର ରାତିରେ କାନ୍ଦୁଥିଲା । ଆଜି ସେ ଆକାଶ ବୁଝି ସାରିଛି ଏ ଦୁନିଆରେ ସତ ପ୍ରେମ କାହାଣୀ ତାକୁ ହିଁ କୁହା ଯାଏ ଯିଏ ମିଳି ନଥାଏ । ଆଜି ସେ ହସୁଛି ହେଲେ ମୁଁ କଣ ପାଇଁ ବୁଝିପାରୁନାହିଁ ? ମୁଁ କାହିଁକି ଏ ଅନ୍ଧାର ରାତିରେ ତା ଫଟ ଧରି ଆଖିର ଲୁହ ଗଡ଼େଇ ଚାଲୁଛି ? କିଏ କହିବ ମୁଁ କାହିଁକି ଏତେ କଷ୍ଟ ପାଉଛି ? ଜୀବନ ଅଛି ସତ ହେଲେ କେବେଠୁ ମରିସାରିଛି ! କଣ ସତପ୍ରେମ ରେ ଏତେ କଷ୍ଟ ସହିବାକୁ ପଡ଼ିଥାଏ ହେଲେ କାହିଁକି ?

ଆଜି ହଠାତ୍ ତାଙ୍କ ସହ ଦେଖା ହେଲା ଦୀର୍ଘ ୨ ବର୍ଷ କାଳ ପରେ ଆଜିବି ସେ ମୋ ଉପରେ ରାଗି ମୋତେ ଥର ଟେ ବି ଦେଖିଲେନିସେ କଣ ଜାଣି ପାରିଲେନି ମୁଁ ତାକୁହିଁ ଦେଖା କରିବାକୁ ଆସିଛି

ସବୁ ଜାଣି ମଧ୍ୟ ସେ ଥରେ ମୋ ଆଡ଼କୁ ଚାହିଁଲେନିଆଜି ସେ ମୋ ଭଲ ପାଇବାକୁ ଭୁଲି ସାରିଛନ୍ତି।

ହେଲେ କାହିଁକି ? କଣ ଥିଲା ମୋ ଭୁଲ୍ ? ଯାହାକୁ ଥରେ ନ ଦେଖିଲେ ମୁଁ ରହି ପାରେନି ଆଜି ତାକୁ ଦେଖିବାକୁ ମୋତେ ବହାନା ଦରକାର । ଯିଏ ହାତ ଧରି ସାରା ଜୀବନ ବାଟ ଚଲିବି ବୋଲି କଥା ଦେଇଥିଲା ଆଜି ସେ ମୋ ହାତ ଧରି ଲେ ତାକୁ ଡର ଲାଗୁଛି । ଦିନେ ମୋ ଆଖିରୁ ଲୁହ ଝରି ପଡିଲେ ତା ଆଖିରୁ ଲୁହ ଝରି ପଡେ ଆଜି ମୋ ଆଖି ର ଲୁହ ଦେଖି ତାଙ୍କୁ ହସ ଲାଗୁଛି ।ଯିଏ ନିଜ ପରିବାର ଲୋକଙ୍କ ଅଜାଣତରେ ମୋ ସହ ରାତି ରାତି କଥା ହୁଏ lନ୍ତିl ଆଜି ସେ ମୋ ସହ କଥା ହବାକୁ ଆଉ କାହାକୁ ପଚାରୁଛି lନ୍ତିl। ହେଲେ କଣ ପାଇଁ ? ମୋ ର କିଭୂଲ୍ ଥିଲା ?

ହିଁ ଯଦି ମୋ ଭୁଲ୍ ଥିଲା ତାହେଲେ ହସି ହସି ସବୁ କଷ୍ଟ ସହି ଯିବି । ଏ ଦୁନିଆ ଆଗରେ କେବେ କହିବିନି ମୋ ପ୍ରେମ ମୋ ଭୁଲ୍ ପାଇଁ ମୋତେ ଏକା କରିଦେଲା । ସତ କୁହ ତମେ କଣ ଭୁଲ କରିନ ? ଯଦି ତମ ଭୁଲ ବେଳେ ତମ ପ୍ରେମ ତମ ସହ ଥିଲା ତାହେଲେ ମୋ ପାଖରେ ଆଜି କଣ ପାଇଁ ଖାଲି ଏ ରାତିର ଅନ୍ଧାର ଆଉ ଏ ମୋ ଆଖିର ଲୁହ ମୋ ନିଜର । ଜାଣିନି ତମେ କେବେ ମୋ ଛାତିର କଷ୍ଟ କୁ ବୁଝି ପାରିବ କି ନାହିଁ । ହେଲେ ଆଜିବି ତମେ ମୋ ହୃଦୟରେ ସେମତି ରହିଛି ଆଉ ସବୁ ଦିନ ପାଇଁ ରହି ଥିବ ।

ଆଜିବି ତମ ସହ କଥା ହବାକୁ ବହୁତ୍ ଇଛା ହେଉଛି ହେଲେ କଣ ବା ମୁଁ କରି ପାରିବି । ଜାଣିନି ଭଗବାନ ଏ କଷ୍ଟ ମୋତେ ଆଉ କେତଦିନ ପର୍ଯ୍ୟନ୍ତ ଦେବେ । ମୁଁ ଜାଣିଛି ଯଦି ଆଜି ମୁଁ ହାରିଯିବି ସବୁ ଦିନ ପାଇଁ ହାରିଯିବି ତଥାପି ତମ ଖୁସି ପାଇଁ ମୁଁ ହସି ହସି ହାରିବାକୁ ଚାହେଁ ଆଉ ସବୁ ଦିନ ପାଇଁ ତମକୁ ଜିତେଇବାକୁ । ଜାଣିଛ ନିଜ ଲୋକ ପାଖରେ ହାରି ଗଲେ ବହୁତ୍ କଷ୍ଟ ହୁଏ ମୁଁ ଚାହୁଁନି ସେ କଷ୍ଟ କେବେ ତମେ ପାଅ । ରାତିର ଅନ୍ଧାର ରେ କାନ୍ଦିବା ମୁଁ ଶିଖି ସାରିଛି ଅବଶ୍ୟ ଟିକେ କଷ୍ଟ ହୁଏ ହେଲେ ବହୁତ୍ ଆନନ୍ଦ ମିଳେ । ତମ କଥା ଭାବି ଭାବି ସକାଳ ହୋଇଗଲାଣି ହେଲେ ଏ ଆଖିର ଲୁହ କାହିଁକି କେଜାଣି ବନ୍ଦ ହଉନି ହଉ ଛାଡ଼ ଯାଉଛି ଟିକେ ଶୋଇପଡିବି......


Rate this content
Log in

Similar oriya story from Drama