NO MORE STORY

Tragedy

3  

NO MORE STORY

Tragedy

ଶେଷ ଦେଖା !!

ଶେଷ ଦେଖା !!

2 mins
213


ସେଦିନ ସ୍କୁଲର ଶେଷ ପରୀକ୍ଷା ସାରି ବହୁତ୍ ମଜା ମସ୍ତି କରି ଘରକୁ ଫେରୁଥିଲି । ମନରେ କେତେ ଆଶା ବାନ୍ଧିଥିଲି ସ୍କୁଲ୍ ସରିଲା କଲେଜ ଯିବି ବୋଉକୁ କହିବି ଗୋଟେ ନୂଆ ସାଇକଲ ଆଣିଦବ ମୁଁ ଆଉ ସେ ଅପା ସାଇକେଲ ନେଇ ଯାଇପାରିବିନି ସମସ୍ତେ ମୋତେ ଗୋଟେ ଅପାସାଇକଲ ଚଲଉଛୁ କହି ଚିଡାଉଛନ୍ତି। ହେଲେ ମୋର ସେ ଆଶା ସେ ଖୁସି ଏତେ ଜଲଦି ଆକାଶର ମେଘ ଟୋପା ପରି ତଳେ ପଡ଼ି ଚିହ୍ନ ବର୍ଣ୍ଣ ନ ମିଳିଲା ପାରି କୁଆଡେ ହଜିଗଲା । ଆମ ଘର ଆଗରେ ଗାଁ ମୁଣ୍ଡ ଶିବ ମନ୍ଦିରରେ ଜାଗର ମେଳା ପରି ଲୋକେ ଧାଡ଼ି ବାନ୍ଧି ଛିଡା ହେଇ କଣ ସବୁ କହି ଯାଉଛନ୍ତି, ଭଲ ଲୋକଟା ଥିଲା ଆମ ଚାରି ଖଣ୍ଡ ଗାଁ ରେ ତାଠୁ ସଚ୍ଚୋଟ ମିଳିବା ପରା ଭାରି କଷ୍ଟ ହେଲେ ତା ସହ " ହେ ପ୍ରଭୁ ଏତେ କଷ୍ଟ " । ମୁଁ ସେ ଭିଡ଼ ଭିତରେ ଆଗକୁ ଆଗକୁ ପେଲି ଠେଲି ଘର ଆଗରେ ଦେଖିଲି ମୋ ବୋଉ ତଳେ ବସିଛି, ଅପା କବାଟ ପାଖରେ ଛିଡା ହେଇଛି, ତାଙ୍କୁ ସମସ୍ତେ ଘେରି ଛିଡା ହେଇ କାହିଁକି କେଜାଣି କାନ୍ଦୁଛନ୍ତି ସମସ୍ତଙ୍କ ଆଖିରୁ ଲୁହ ଗୁଡା ବର୍ଷାର ଧାର ପରି ବୋହି ଯାଉଛି। ସାନ ବୋଉ ଦଉଡ଼ି ଆସି ମୋତେ କୋଳେଇ ନେଇ ବାହାରକୁ ନେଇଯିବାକୁ କକାଙ୍କୁ କହିଲେ, ହେଲେ କଣ ପାଇଁ ମୁଁ ଯିବି କହି ଅପା ପାଖକୁ ଦଉଡ଼ି ଆସିଲି - ଅପା ଅପା କଣ ହେଇଛି ଲୋ ବୋଉ କାନ୍ଦୁଛି କାଇଁ ମୁଁ ତ ଆଜି ଦୁଷ୍ଟ ହେଇନି କିଛି ଭୁଲ କରିନି ! ସମସ୍ତେ ମୋତେ ଚାହିଁ ରହିଥିଲେ, ଅପା ମୋ ମୁହଁକୁ ଦେଖି କିଛି ବୋଧହୁଏ କହିବାକୁ ଚାହୁଁ ଥିଲା ହେଲେ ତା ପାଟିରୁ ଯେମିତି କିଛି ଶବ୍ଦ ବାହାରୁ ନଥାଏ । ବଡ଼ ନନା ମୋ ପାଖକୁ ଆସି ମୋତେ କୋଳେଇ ନେଲେ ଆଉ ଜୋର କାନ୍ଦିବାକୁ ଲାଗିଲେ, ହେଲେ ମୁଁ ବୁଝି ପାରୁନଥିଲି ମୋ ସାମନାରେ କଣ ସବୁ ଘଟି ଯାଉଛି ମୁଁ ଖାଲି କାଠ କଣ୍ଡେଇଟେ ପରି ଚାହିଁ ଥାଏ ! ଆମ ଦାଣ୍ଡରେ ଗୋଟେ ଗାଡ଼ି ଆସି ଅଟକିଲା ରଂଗଟା ଦେଖିବାକୁ ଧଳା ଉପରେ ନାଲି ନେଳି ବତି ଜଳୁ ଥାଏ ବଡ଼ ବଡ଼ ଅକ୍ଷର ରେ ଇଂରାଜୀରେ Ambulance ଲେଖା ଥାଏ, ଗାଡ଼ିର କବାଟ ଖୋଲି ନନା,କକା ଗୋଟେ ଧଳା ରଙ୍ଗ କପଡା ଘୋରା ସୋଇଥିବା ମଣିଷଟାକୁ ଆଣି ଆମ ଦାଣ୍ଡ ପିଣ୍ଡl ରେ ଶୋଇଦେଲେ, ବୋଉ ଦଉଡ଼ି ଆସି କୁଣ୍ଢେଇ ଧରି ଜୋର୍ ଜୋରେ କାନ୍ଦିବାକୁ ଲାଗିଲା - ମୋ ଧନ ମୋ ଧନ ତୁ କୁଆଡେ ମୋତେ ଛାଡ଼ି ଚାଲି ଗଲୁ ଲୋ? ବାପା ଧୀରେ ଧୀରେ ଗାଡ଼ିରୁ ଓହ୍ଲେଇ ଟଳି ଟଳି ଆସି ବୋଉ ପାଖରେ ବସି ପଡ଼ିଲେ, ମୁଁ ଧୀରେ ଧୀରେ ପାଦ ଚାପି ଚାପି ଯାଉଥାଏ ମୋ ଆଖିରୁ ଲୁହ ଗୁଡା ଆଷାଢ଼ର ବର୍ଷା ପରି ବୋହି ଯାଉଥିଲା, ପାଖକୁ ଯାଇ ସେ ଧଳା କପଡ଼ାଟା ଉଠେଇ ଦେଖି ମୋ ଛାତିଟା କାହିଁ କେଜାଣି ଏତେ ଭାରି ହେଇଗଲା ଓଠଟା ମରୁଭୂମିରେ ପଡ଼ି ଛଟ ପଟ ହେଲା ପରି ଥରି ଉଠିଲା ଆଖିରୁ ଲୁହ ଗୁଡ଼ ବୋହି ଯାଉଥିଲେବି ଆଖିଟା କାଇଁ ଓଦା ହେଉନଥାଏ। ମୁଁ ଘର ଆଡ଼କୁ ଅନେଇ ଦେଖେ ତ ଅପା କାଇଁ ସେଥି ଆଉ ଛିଡା ହେଇନି, ମୁଁ କକାଙ୍କୁ କହିଲି କକା ଅପା ଏଇଠି ଥିଲା ସେ ଶୋଇପଡ଼ିଲା କେତେ ବେଳେ ? 


Rate this content
Log in

Similar oriya story from Tragedy