NO MORE STORY

Drama Horror Thriller

3.9  

NO MORE STORY

Drama Horror Thriller

ଅନ୍ଦାର ରାତିର କାହାଣୀ

ଅନ୍ଦାର ରାତିର କାହାଣୀ

4 mins
261



ବହୁତ୍ ଦିନ ପରେ ମୁଁ ମୋ ଭାଇ ଦୁହେଁ ଦେଖା ହେବୁ ମୁଁ ବହୁତ୍ ଖୁସି । ଦୀର୍ଘ ୨ ବର୍ଷ ପରେ ଆଜି ଦୁହେଁ ଏକାଠି ବାହରକୁ ଆମ ସେ ପୁରୁଣା ଖଟିକୁ ଯିବୁ । ମୁଁ ଭାଇକୁ ଫୋନ୍ କରି କହିଲି ଭାଇ ତରବରରେ ଫୋନ୍ ଉଠେଇ ଆସିବାକୁ କହିଲା । ଭାଇ କାମ ସାରି ଆସି ପହଁଚିଲା ହେଲେ ମୋତେ ଟିକେ ପହଞ୍ଚିବାକୁ ଡେରି ହେଇଗଲା । ଠିକ ରାତି ୭:୩୦ ରେ ମୁଁ ପହଞ୍ଚିଲି ।

ଭାଇ ବହୁତ୍ ଜୋରେ ରାଗିଥିଲା ହେଲେ ମୋତେ ଦେଖି ବହୁତ ଖୁସି ହେଲା ଆଉ ମୋତେ ଜୋରେ ଚାପି ଧରି ଟିକେ କାନ୍ଦି କହିଲା କଣ୍ ହେଇଛି ତୋର ? ତୁ କଣ ଏମିତି ଦେଖା ଯାଉଛୁ ? ଠିକ୍ ରେ ଖିଆପିଆ କରୁଛୁତ ? ଭାଇ ଆଖିର ଲୁହ ଦେଖି ମୋ ଆଖିର ଲୁହ ବି ଝରିବାକୁ ଲାଗିଲା । କିଛି ସମୟ କାନ୍ଦ ପରେ ପୁଣି ଯେ କେତେ କଥା ଆଲୋଚନା ହେଲା । ହଟାତ୍ ଭାଇ ଆଖିରେ ପୁଣି ଲୁହ ଝରିବାର ମୁଁ ଦେଖି ଭାଇ ଆଡେ଼ ଅନେଇ ହସି ଦେଲି । ଭାଇ ମୋ ହସ ଦେଖି ବହୁତ ଜୋରେ ହସିଲା ସେ ହସର କାରଣ ଜାଣିଲେ ବୋଧହୁଏ ଆପଣ ମାନେ ବି ନିଜ ହସକୁ ଚାପି ରଖି ପାରିବେନି ....।

ସେଦିନ କଲେଜ ଛୁଟି ହବା ପରେ ଭାଇ ସହ ମୁଁ ଗୋଟେ ସାଇକଲରେ ଘରକୁ ଫେରୁଥାଏ । ହଟାତ୍ ଅଗରେ ଦୁଇ ଜଣ ଝିଅ ଆମକୁ ଅଟକାଇଲେ। ସେମାନଙ୍କ ସାଇକେଲ ଚେନ୍ ଖସି ଯାଇଥାଏ । ଭାଇ ତାର ନବାବ ଷ୍ଟାଇଲରେ ସାଇକେଲରୁ ଓହ୍ଲାଇ ଚେନ ଠିକ୍ କରିଦେଲା ଆଉ ବଦଳରେ ଝିୟଟି ଭାଇକୁ ରାକ୍ଷୀ ପୂର୍ଣ୍ଣିମାରେ ଘରକୁ ଆସିବାକୁ କାହିଦେଇଗଲା । ମୋ ଭାଇର ସବୁ ସ୍ଵପ୍ନ ଅଧାରେ ରହିଗଲା...।

ଦୁଇ ଭାଇ ଏମିତି କେତେ ଯେ କଥା ହେଲୁ ରାତି ୧୦ ଟା ବାଜଲାଣି ହେଲେ ଆମ ଗପ ସରୁ ନଥାଏ । କିଛି ସମୟ ପରେ ଦୋକାନୀ ଆସି ଆମକୁ ଦୋକାନ ବନ୍ଧ୍ କରିବ ବୋଲି କହିଲା। ସେଠୁ ଦୁଇ ଭାଇ ଘରକୁ ବାହାରିଲୁ ଜଣା ନଥାଏ ପୁଣି କେବେ ଦୁଇ ଭାଇ ଟିକେ ବସି ଦୁଃଖ ସୁଖ ହବୁ । ଯିବା ବେଳେ ଭାଇ କାନ୍ଦି ପକାଇ ପୁଣି ତା ହାତରେ ଚାପି ଦେଲା । ଭାଇ ତା ଗାଡ଼ି ଧରି ବାହାରି ପଡ଼ିଲା ତା ଅଫିସ ଆଉ ମୁଁ ଘରକୁ !

ହଟାତ ମୁଁ କିଛି ବଟ ଆସିବା ପରେ ଦେଖିଲି ଆଗରେ ରୋଡ ମଝିରେ ଗୋଟେ ଛୋଟ ଝିଅଟିଏ ଛିଡା ହେଇଛି । ହଟାତ୍ ଗାଡ଼ି ରଖି ବାହାରକୁ ବାହାରି ଦେଖେତ ସେ ଝିଅଟି ସେ ଜାଗାରେ ନଥାଏ ମୋ ଦେହରୁ ଝାଳ ଗମ୍ ଗମ୍ ହୋଇ ବୋହି ଯାଉଥାଏ ମୁହଁରେ ହନୁମାନ ଚାଳିଶା ଦେହ ମୋର ବରଡା ପତ୍ର ଭଳି ଥରୁ ଥାଏ । ହଟାତ୍ ପବନ ସହ ଝିପି ଝିପି ବର୍ଷା ହେବାକୁ ଲାଗିଲା । ବର୍ଷାରେ ମୋ ଦେହ ଓଦା ହବା ଆଗରୁ ମୁଁ ଗାଡ଼ି ଭିତରେ ବସିପଡ଼ିଲି । ହେଲେ ଇଏ କଣ ଗାଡ଼ି ଷ୍ଟାର୍ଟ ହେଉନାହିଁ । ହଟାତ୍ ଗାଡ଼ି ଷ୍ଟାର୍ଟ ହେଇଗଲା ସେ ସମୟରେ ଛାତି ପୋକେଟ୍ ଥରି ଉଠିଲା ଛାତିରେ ହାତ ଦେଇ ଦେଖିଲି ଫୋନ୍ ଆସିଛି ଧୀର କଣ୍ଠରେ ମୁଁ ହେଲ୍ଲୋ ବୋଲି କହିଲି ସେପଟୁ କିଛି ସମୟ ପରେ ସୁଗିଲା ଆରେ ତପନ ତୁ କୋଉଠି ସେ ସ୍ବର ଥିଲା ମୋ ଭାଇର ..।

ଭାଇ ସହ କଥା ହେଇ ମୁଁ ଟିକେ ଶାନ୍ତିରେ ନିଶ୍ୱାସ ମାରିବା ଆଗରୁ ଭାଇ ଯାହା କହିଲା ସେ କଥା ଶୁଣି ମୋ ଦେହ ପୁଣି ଥରେ ଥରି ଉଠିଲା । ମୋ ପରି ଭାଇ ତା ଗାଡି ଧରି ଗଲା ବେଳେ ତା ଗାଡ଼ି ଆଗରେ ସେ ମୋତେ କାଳେ ଛିଡା ହବାର ଦେଖିଲା ଆଉ ସେ ବହୁତ୍ ଚେଷ୍ଟା କଲା ହେଲେ ମୋ ଉପରେ ସେ ଗାଡ଼ି ଚଡ଼ିଗଲା । ଦୁଇ ଭାଇଙ୍କ ସହ ଇଏ କଣ୍ ହେଇଛି କେହି ଜାଣି ନାହୁଁ । ଦୁଇ ଜଣଙ୍କ ମନରେ ଗୋଟିଏ ପ୍ରଶ୍ନ ଆମ ସହ କଣ୍ ହେଇଛି ? କାହିଁକି ହଉଛି ? ହେଲେ ଉତ୍ତର କାହା ପାଖରେ ନଥାଏ । ଶେଷରେ ମୁଁ ଘରେ ପହଞ୍ଚିଲି ହେଲେ ଘରେ ଲାଇନ୍ ନଥାଏ ଚନ୍ଦ୍ରର ଝାପସା ଆଲୋକରେ ମୁଁ ପାଦ ଚାପି ଚାପି ଘର ଭିତରକୁ ଗଲି । ଭାଇ ତା ଅଫିସରେ ପହଁଚି ସରିଥାଏ ଦୁଇ ଜଣ କଥା ହେଲୁ ସକାଳୁ ଉଠି ଖଟି ପାଖରେ ଦେଖା କରିବାକୁ ଭାଇ କହି ଫୋନ କାଟି ଦେଲା ଠିକ ସେ ସମୟରେ ଝରକା ଜୋରେ ବାଡେଇ ହେଲା ମୁଁ ଚମକି ପଡି ଧୀରେ ଧୀରେ ପଖକୁ ଯାଇ ଦେଖିଲି ବାହାରେ ଜୋରେ ପବନ ବୋହିବାରେ ଲାଗିଛି ଆଉ ସେ ପବନରେ ଝରକା ବାଡେଇ ହୋଇ ଶବ୍ଦ କରୁଥିଲା ।

ଧୀରେ ଧୀରେ ସବୁ ବନ୍ଦ କରି ମୁଁ ଶୋଇପଡ଼ିଲି ହେଲେ ମନରେ ଖାଲି ସେ କୁନି ଝିଅଟି କଥା ମନେ ପଡ଼ି ଯାଉଥାଏ......।

ସକାଳର ପହିଲି କିରଣରୁ ମୁଁ ଉଠି ପଡ଼ି ଗାଡି ଧରି ବାହାରି ପଡ଼ିଲି ଭାଇ ପଖାକୁ । ଭାଇକୁ ସାଙ୍ଗରେ ଧରି ଖଟି ପାଖ ଦୋକାନ ପାଖରେ ପହଁଚି ଯାହା ଦେଖିଲୁ ଆମ ହୋସ୍ ଉଡି ଗଲା ସେଠାରେ ସହ ସହ ଲୋକ ମାନଙ୍କ ଭିଡ ଲାଗି ରହିଥିଲା । ସେ ଭିଡ ଭିତରେ ପଶି ଆମେ ଯାହା ଦେଖିଲୁ ତାକୁ ବିଶ୍ୱାସ କରି ପାରୁନଥିଲୁ କାଲି ଆମେ ଯୋଉ ଦୋକାନରେ ବସି ଥିଲୁ ସେଠି ଗୋଟେ ବଡ଼ ଧରଣର ନିଆଁ ଲାଗି ରହିଥିଲା ଆଉ ସେଥିରେ ବହୁତ୍ ଲୋକ ନିଜର ପ୍ରାଣ ହରାଇଛନ୍ତି ହେଲେ ଆମେ ତ ଦୋକାନ ବନ୍ଦ ହେବା ପର୍ଯ୍ୟନ୍ତ ଥିଲୁ ତାହେଲେ ଏ ସବୁ ହେଲା କେତେ ବେଳେ । ବହୁତ୍ ଲୋକ ମାନଙ୍କୁ ପଚାରିବାକୁ ଚେଷ୍ଟା କଲୁ ହେଲେ ଆମ କଥା କେହି ଶୁଣିଲେନି.....।

ହଟାତ୍ ମୋ ପାଖ ଦେଇ ଗୋଟେ ମୃତ ଶରୀରକୁ ଧଳା ରଙ୍ଗର କପଡ଼ାରେ ଘୋରାଇ ନେଉଥିଲା ବେଲେ ସେ ମୃତ ଶରୀର ଉପରେ ମୋ ନଜର ପଡ଼ିଲା ମୁଁ ଦେଖି ଚମକି ପଡିଲି ମୋ ଦେହ ଥରି ଉଠିଲା କାରଣ ସେ ମୃତ ଶରୀର ଟି କାଲି ରୋଡ଼ ଉପରେ ଦେଖିଥିବା ସେ ଛୋଟ ଝିଅଟିର ଥିଲା ।

ସେ ସମୟର ଭାଇର ପାଟି ଶୁଣି ତା ପାଖକୁ ଦୌଡିଯାଇ ଦେଖିଲି ଭାଇ ଆଗରେ ଦୁଇଟି ମୃତ ଶରୀର ପଡି ରହିଛି ତାକୁ ଦେଖି ମୋ ଆଖି ବିଶ୍ଵାସ କରି ପାରିଲାନି , ମୋ ଛାତି ଥରି ଉଠିଲା, ମୁଣ୍ଡରୁ ଝାଳ ବୋହି ପଡୁ ଥାଏ , ପାଟି ରୁ ଶବ୍ଦ ବାହାରୁ ନଥାଏ ଆଖିରୁ ଲୁହ ଝରି ପଡୁଥାଏ ହେଲେ ମାଟିକୁ ସ୍ପର୍ଶ କରୁନଥାଏ । ହଟାତ୍ ପଛରୁ ଶବ୍ଦ ଆସିଲା ଆଉ ପଛକୁ ଟିକେ ବୁଲି ଯାଇ ଦେଖିଲି ସେ ଛୋଟ ଝିଅଟି ଛିଡା ହୋଇ ମୁରୁକି ହସିଦେଇ କହିଲା ଯିବାର ବେଳ ହେଇଗଲା ଜଲଦି ଆସ........!


Rate this content
Log in

Similar oriya story from Drama