STORYMIRROR

NO MORE STORY

Drama Romance Others

3  

NO MORE STORY

Drama Romance Others

ପ୍ରଥମ ଚିଠି ର ଶେଷ ଠିକଣା !!

ପ୍ରଥମ ଚିଠି ର ଶେଷ ଠିକଣା !!

3 mins
260

ଜାଣିନି କାହିଁକି ବାରମ୍ବାର ମୋ କଲମ ମୁହଁରେ ତୁମେ ଲେଖି ହୋଇଯାଅ ଯେତେ ଚେଷ୍ଟା କଲେ ବି କାହିଁକି କେଜାଣି ଭୁଲି ପାରୁନି ଏ କଲମ ତୁମକୁ। ଯେମିତି ଚନ୍ଦ୍ରଟି ପୂର୍ଣ୍ଣିମାରେ ତା'ର ଶୀତଳ ଆଲୋକରେ ଧରା ପୃଷ୍ଠକୁ ଆଲୋକିତ କରି ଅତି ସୁନ୍ଦର ଭାବରେ ଅମାବାସ୍ୟାର କାଳରାତ୍ରି ଆଡ଼କୁ ଅଗ୍ରସର ହୋଇଯାଏ, ତୁମେ ବି ଠିକ୍ ସେହପରି ପ୍ରେମର ଦୁନିଆକୁ ଡାକି ନେଇ ମୋତେ ଅଧା ବାଟରେ ଗୋଟିଏ ଥୁଣ୍ଟା ବରଗଛଟିଏ କରି ଚାଲିଗଲ । ମୁଁ ଶୁଣିଥିଲି ଏ ପ୍ରେମ ସହରରେ କାଳେ ସବୁ ପ୍ରେମୀ ଯୁଗଳଙ୍କ କାହାଣୀ ଅଧା ରହିଯାଏ, ଜଣେ ଅନ୍ୟ ଜଣଙ୍କ ଅପେକ୍ଷାରେ । ଜାଣିନି ସେମାନଙ୍କ ଅପେକ୍ଷାର ସତ୍ୟତା କେତେ ଗଭୀର ହେଲେ ତୁମ ପାଇଁ ମୁଁ ସାରା ଜୀବନ ଅପେକ୍ଷାର ସେ ଅଗ୍ନିରେ ନିଜକୁ ଆହୁତି ଦେବା ପାଇଁ କେବେ ପଛଘୁଞ୍ଚା ଦେବିନାହିଁ । ପ୍ରେମର ମାନେ ନୁହେଁ ଯେ ପ୍ରେମିକାକୁ ପାଇଯିବା ତା' ସହିତ ସାରା ଜୀବନ ଅତିବାହିତ କରିବା, ପ୍ରେମର ପ୍ରକୃତ ଅର୍ଥ ହେଉଛି ବଳିଦାନ ଦବା । ତୁମେ ଦିନେ କହିଥିଲ ଏ ଦୁନିଆରେ ପ୍ରେମିକାର ଟିକେ ଖୁସି ପାଇଁ ପ୍ରେମିକ ନିଜର ରକ୍ତକୁ ପ୍ରେମ ଯଜ୍ଞରେ ଆହୁତି ଦବାକୁ କେବେ ପଛଘୁଞ୍ଚା ଦିଏନାହିଁ ହେଲେ ତୁମର, ସେ ପରି ଜଣେ ପ୍ରେମିକ ପସନ୍ଦ ନୁହେଁ , ତୁମ ମନର ବ୍ୟଥାକୁ ତୁମ ପୂର୍ବରୁ ଜାଣି ପାରୁଥିବା ଗୋଟେ ମନର ମଣିଷ ତୁମକୁ ଦରକାର, ହେଲେ ସେଦିନ ତୁମେ ସମୟର ଦୋଛକିରେ ଛିଡା ହୋଇ ଥିଲ, ଗୋଟେ ପଟେ ତୁମ ମନର ବ୍ୟଥାକୁ ତୁମ ପୂର୍ବରୁ ବୁଝି ପାରୁଥିବା ମଣିଷଟିଏ, ଅନ୍ୟ ପଟେ ତୁମ ଦେହର ଭୋକକୁ ବୁଝି ପାରୁଥିବା ମଣିଷଟିଏ ଛିଡା ହୋଇ ତୁମକୁ ହାତ ଠାରି ଡାକୁଥିଲେ ହେଲେ ତୁମେ ସେଦିନ ଏ ଦୁନିଆରେ ସ୍ବାର୍ଥପର ପ୍ରେମିକାଟିଏ ହୋଇ ମୋଠୁ ଦୂରେଇ ଯାଇଥିଲ । ତୁମେ ବି ସେଦିନ ମୋତେ କିଛି କହିବାକୁ ଚାହୁଁଥିଲ ହେଲେ ତୁମେ କହିବା ଆଗରୁ ତୁମ ଆଖି ଦୁଇଟି ମୋ ସାମ୍ନାରେ ନଇଁପଡି ମୋତେ ସବୁ ସତ କହି ଦେଇ ସାରିଥିଲେ ତଥାପି କାହିଁକି କେଜାଣି ମୋ ମନ ତୁମ ଆଖିର କଥାକୁ ସତ ବୋଲି ଗ୍ରହଣ କରିପାରୁନଥିଲା। ସତରେ କ'ଣ ତୁମେ ବି, ଏ ଦୁନିଆର ସବୁ ପ୍ରେମିକା ମାନଙ୍କ ଭଳି ଗୋଟେ ମହାକାଳ ଫଳ ? ଉପରୁ ଦେଖିବାକୁ ଦିବ୍ୟ ସୁନ୍ଦର, ହେଲେ ତୁମ ମନ କ'ଣ ସତରେ ଏତେ ମଳିନ। ଆମ ବିଷୟରେ ସେଦିନ କଲେଜରେ ସମସ୍ତେ ଜାଣିବା ପରେ ସବୁ ଆମ ସଂପର୍କକୁ ଈର୍ଷା କରୁଥିଲେ । ତମେ ପୁଣି ମୋ ଭଳି ଗୋଟେ ମଧ୍ୟମ ଶ୍ରେଣୀର ପିଲାକୁ କାଳେ ନିଜ ତରଫରୁ ତୁମ ମନର କଥା କହିଥିଲ , ଏକଥା ଶୁଣି ମୋ ସାଙ୍ଗ ମାନେ ହସି ପକାଉଥିଲେ ହେଲେ ତୁମେ ସେଦିନ ମୋ ହାତରେ ତୁମ ହାତ ଦେଇ ତାଙ୍କ ସାମ୍ନାରେ ଚାଲିଗଲା ବେଳେ ସେମାନଙ୍କ ଆଖି ମୋ ଆଗରେ ତଳକୁ ଖସି ପଡ଼ିଥିଲା । ସେହି ଦିନଠାରୁ ଆମ ପ୍ରେମ ସାରା କଲେଜରେ ଚର୍ଚ୍ଚା ହେଉଥିଲା କଦମ୍ବ ଗଛ ପାଖରେ ହଉ କି କ୍ଲାସ୍ ରୁମ୍ ପାଖରେ ଥିବା ସିଡି ଉପରେ ବସି ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ? ଯାହାର ଉତ୍ତର ନା ତାଙ୍କ ପାଖରେ ଥିଲା ନା ପଚାରିବାର ସାହସ ତାଙ୍କର ହଉଥିଲା। ଭଲ ଥିଲା ସେ ଦିନ ଗୁଡା ସବୁ । ମୋ ପାଖରେ କେହି ନଥିଲେ ସିନା, ହେଲେ ତୁମେ ମୋ ହାତକୁ ଜାବୁଡ଼ି ଧରି ଚାଲୁଥିଲ କେବେ ନ ଛାଡ଼ିବାର ସ୍ୱପ୍ନ ମୋ ମନକୁ ଦେଖେଇଥିଲ, ହଁ ସ୍ୱପ୍ନ କେବେ ସତରେ ପରିଣତ ହୋଇପାରେନା ସେଇଟା ମୁଁ ଭୁଲି ଯାଇଥିଲି, ଠିକ୍ କରିଛ ମୋତେ ସ୍ୱପ୍ନର ଦୁନିଆରୁ ଆଣି ଏ ବାସ୍ତବ ଦୁନିଆରେ ଛାଡିଦେଲ । ମୋ ଦେହରେ ଡେଣା ଲଗେଇ ଉଡେଇବା ଶିଖେଇ ଶେଷରେ ଡେଣା କାଟି ଛଟପଟ ହେବାକୁ ମୋତେ ଛାଡି, ତୁମେ ନିଜର ଦେଶକୁ ଫେରିଗଲ । ତଥାପି ମୁଁ ତୁମକୁ ନା କେବେ ଦୋଷ ଦେଇଛି ନା ଆଜି ଦେବି ଜୀବନର ଶେଷ ପର୍ଯ୍ୟନ୍ତ ତୁମ ଅପେକ୍ଷାରେ ଜଟାୟୁ ହୋଇ ପଡିଥିବା।।

'' ତୁମେ ମୋ ପ୍ରେମର ପ୍ରଥମ ଠିକଣା ନହୋଇପାର..

     ତୁମେ ମୋ ପ୍ରେମର ପ୍ରଥମ ଚିଠି ''।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama