NO MORE STORY

Comedy Romance Classics

3  

NO MORE STORY

Comedy Romance Classics

ଦୋଷ କାହାର

ଦୋଷ କାହାର

2 mins
789


ଆଜି ବହୁତ୍ ଦୀନ ପରେ ଷ୍ଟୋର ରୁମ୍ ରେ ପଡ଼ିଥିବା ସେ ଭଙ୍ଗା ସାଇକେଲ ଟି ମୋ ଆଖି ଆଗରେ ପଡ଼ିଲା ଆଉ ମନେ ପଡିଗଲା କିଛି ଅଭୁଲା ଅତୀତ । ସମୟର ଏ ଚକ୍ର କେତେ ଯେ କଣ ଆମ ପାଖରୁ ଛଡେଇ ନେଇଛି ତାର କିଛି ହିସାବ ନାଇ । କାଲି ଯିଏ ମୋର ଅତି ଆପଣାର ଥିଲେ ଆଜି ସେମାନେ ମୋ ପାଇଁ ଅଜଣା ଅଚିହ୍ନା ହଁ ଏଇତ ସମୟର ଗୋଟେ ନିଆରା ପରମ୍ପରା । ଆଜି ମୋର ମାନେ ପଡ଼ିଯାଏ ସେ ଅଭୁଲା ଅତୀତରେ ଆମେ କରିଥିବା ସେ ପାଗଳାମି । ତୁମର ମନେ ଅଛି ବର୍ଷା ସ୍କୁଲ ଗଲାବେଳେ ମୋ ସାଇକେଲ ପଛରେ ତମେ କିପରି ଡରି ଡରି ବସୁଥିଲ । ମୁଁ ସବୁ ବେଳେ ତୁମକୁ ପକେଇ ଦେବି ବୋଲି କହି ଡରାଉଥିଲି । ହେଲେ ତୁମକୁ ଯଦି କେହି କିଛି କହି ଦିଏ ତା ସହ ଲଢ଼ି ଯାଉଥିଲି । ଆଉ ଆମ ରଘୁ ସାର କିଛି ନ ବୁଝି ମୋତେ ଆସି ବାଡାନ୍ତି । ତମର ସେ ନିରୀହ ଆଖି ଦେଖି ମୋ ଦରଜ୍ କେଜାଣି କୁଆଡେ ଚାଲି ଯାଉଥିଲା । ଆମର ସେ ଆମ୍ବ ଚୋରି , ଦାସ ଘର ବାଡ଼ିରେ କରମଙ୍ଗା ଆଣିବାକୁ ଯାଇ କେମିତି ମୋ ହାତରେ କଣ୍ଟା ଲାଗି ରକ୍ତ ବୋହିବାରୁ ତମେ ନୂଆ ଡ୍ରେସ୍ ଚିରି ମୋ ହାତ ରେ ବାନ୍ଧି ଦେଇଥିଲ । ଆଜି ବି ତମର ସେ ନାଲି ରଙ୍ଗର ଡ୍ରେସ୍ କପଡା ମୋ ପାଖରେ ମୁଁ ସାଇତି ରଖିଛି । ଜାଣିଛି ତମର ମାନେ ନଥିବ ହଁ ମନେ ବି କାହିଁ କି ରଖିବ । ତମେ ତ ସହର କୁ ଚାଲି ଗଲ ଜଣେ ସଭ୍ୟ ଉଚ୍ଚ ଶିକ୍ଷିତା ହେବା ପାଇଁ ହେଲେ ମୁଁ ପରା ରହି ଗଲି ଏଇ ରାମପୁର ଗାଁ ରେ । ମ୍ୟାଟ୍ରିକ ପରେ ମୋର ବି ସ୍ଵପ୍ନ ଥିଲା ସହରକୁ ଯିବି ଗୋଟେ ବଡ଼ କଲେଜ ରେ ନା ଲେଖିବି ହେଲେ ସ୍ଵପ୍ନ ଦେଖିବା ଟା ମୋ ପାଇଁ ଅଭିଶାପ ସେଇଟା ମୁଁ ଜାଣି ନଥିଲି । ସମୟ ମୋ ସହ ଏମିତି ଖେଳ ଖେଳିବ କେବେ ଭାବି ନଥିଲି ହେଲେ ସମୟ କୁ ଦୋଷ ଦେଇ କି ଲାଭ ଏଥି ତ ମୋ ଭାଗ୍ୟର ଦୋଷ ।


Rate this content
Log in

Similar oriya story from Comedy