STORYMIRROR

Dipti lekha Mishra

Tragedy

3  

Dipti lekha Mishra

Tragedy

ରକ୍ତାକ୍ତ ମୋ ହାତ

ରକ୍ତାକ୍ତ ମୋ ହାତ

2 mins
427

ଭାରୀ ଦୁଃଖ ଦେଉଛି ଆଜି ବି ସେ ଦିନ । ସେ ଦିନ ରାସ୍ତାରେ ଗଲାବେଳେ ଛଅ ବର୍ଷର କୁନି ଝିଅଟିକୁ ଚାରିଜଣ ଚରିତ୍ରହୀନ ଟୋକା ଟାଣି ଟାଣି ନେଉଥିଲେ ଝିଅଟିକୁ । ମୁଁ ସେ ଦୃଶ୍ୟ ଦେଖି ସମ୍ଭାଳି ପାରିନଥିଲି । ସେ ଯାହାର ବି ଝିଅ ହେଉ ତାକୁ ଆଜି ମୁଁ ନିଶ୍ଚୟ ରକ୍ଷା କରିବି ଆଉ ସେ ଦୁଷ୍ଟ ମାନଙ୍କୁ ଦଣ୍ତ ଦେବି ବୋଲି ସ୍ଥିର କଲି । ମଲେ ମରିବି ପଛେ ଏମାନଙ୍କୁ ଆଜି ଛାଡିବିନି ,ଜେଲ୍ ପଛେ ଯିବି ଏ ନୃଶଂସ ମାନଙ୍କୁ ଦଣ୍ତ ଦେଇ କି ହିଁ ରହିବି ।

ହଠାତ୍ ମୋତେ ଲୁହାରଡ୍ ଖଣ୍ଡେ ମିଳିଲା । ଭଗବାନ ଦେଲେ ଭାବି ସମସ୍ତଙ୍କ ମୁଣ୍ଡକୁ ପାହାର ଲେଖାଏଁ ପକାଇଲି । ପୋଲିସ୍ କୁ ଆଗରୁ ଜଣାଇ ଦେଇଥିବାରୁ ଠିକ୍ ସମୟରେ ପହଂଚି ଯାଇଥିଲେ ମାମୁଁଘର ଦଳ । ସେ ରାକ୍ଷାସ ମାନଙ୍କୁ ଝିକିନେଇ ଗାଡିରେ ବସାଇଲେ ଆଉ ଝିଅଟାକୁ ଉଦ୍ଧାର କରିବାକୁ ଖୋଜି ଲାଗିଲେ । ସେ ଦୁଷ୍ଟମାନଙ୍କୁ ମାଡ ଦେବା ଭିତରେ ଝିଅଟି ଯାଇ ଗଛ ତଳେ ଶୋଇପଡିଛି । ତାକୁ ଟେକି ଧରିବାବେଳକୁ ମୋ ହାତ ରକ୍ତ ଜୁଡୁବୁଡୁ । ତାକୁ ଘୋଷାରି ନେବା ବେଳେ ତା ପିଠିର ଚମଡା ଉତୁରି ରକ୍ତ ବୋହୁଛି । ଆମ୍ବୁଲାନ୍ସରେ ସାଙ୍ଗେ ସାଙ୍ଗେ ନେଲୁ ଡାକ୍ତରଖାନା । ତା ମୁହଁକୁ ଝିଅଟି ରକ୍ତାକ୍ତ କରିଥିବାରୁ ଚିହ୍ନି ହେଉନଥିଲା କି ତା ରୂପ ଜାଣିହେଉନଥିଲା । ତଥାପି ଧୈର୍ଯ୍ୟ ଧରି ବସି ରହିଲି ଡାକ୍ତରଖାନା ବାହାରେ ।

ହଠାତ୍ ଘରୁ ଫୋନ୍ ଆସିଲା ତମ ଝିଅକୁ ଚାରିଜଣ ଦୁଷ୍ଟ ଖେଳପଡିଆରୁ ଟେକି ନେଇଗଲେ । ପୋଲିସ୍ କୁ ଅଭିଯୋଗ କଲି କିନ୍ତୁ ଝିଅକୁ ପାଉନୁ ।

ଡାକ୍ତର ଆସି କହିଲେ ଏ ଝିଅର ସମ୍ପର୍କୀୟ କିଏ ? ଠିଆ ହେଲି ଆଉ ଭିତରକୁ ଯାଇ ଦେଖେ ତ ମୋରି ଝିଅ । କିନ୍ତୁ ସେ ଆଉ ଆମ ପାଖରେ ନାହିଁ । ତାକୁ ପୂର୍ବରୁ ବଳାତ୍କାର କରି ଦେଇଥିଲେ ମୁଁ ରକ୍ଷା କରିବା ଆଗରୁ ବୋଲି ଡାକ୍ତର କହିଲେ । ମୋ ଝିଅକୁ ରକ୍ଷା କରିପିରିନଥିଲି କି ଘରେ ସବୁ ବର୍ଣ୍ଣନା କରିପାରିନଥିଲି । ଆଜି ବି ସେ ରକ୍ତାକ୍ତ ହାତ ମନେ ପଡିଲେ ଦେହ ଜଳି ଉଠୁଛି ସେ ପାପୀଙ୍କୁ ମାରିବା ପାଇଁ କିନ୍ତୁ ଆଇନ ହାତରେ ବନ୍ଧା ମୋ ଦୁଇ ହାତ ।



Rate this content
Log in

Similar oriya story from Tragedy