ମୋ ସାହିତ୍ୟ

Abstract

3  

ମୋ ସାହିତ୍ୟ

Abstract

ରିକ୍ସାବାଲା

ରିକ୍ସାବାଲା

4 mins
7.3K


ଘଡ଼ଘଡ଼ି ସାଙ୍ଗକୁ ତୁହାକୁ ତୁହା ଝଡ଼ି ବର୍ଷା ମଝିରେ ମଝିରେ ବିଜୁଳିର ଝାପ୍ସା ଆଲୋକ । କଳା ମଚମଚ ଓସାରିଆ ଏନ୍ ଏଚ୍ ରାସ୍ତାର ଦୁଇକଡ଼ରେ ଥିବା ବିରାଟ ବିରାଟ ବୃକ୍ଷମାନ ଝାପ୍ସା ଆଲୋକିତ ହେଉଥାଏ । ମୁଁ ଏକା ରିକ୍ସାରେ ବସି ଆସୁଥାଏ । ସାଙ୍ଗରେ ଥାଏ ରିକ୍ସା ଚାଳକ ଆଉ ମୁଁ । ମୁଁ ଏକ ଅଫିସ୍ ରେ କିରାଣୀ କାମ କରେ । ଅଫିସ୍ ର ସବୁ କାମସାରି ଅଫିସ୍ ବାବୁ ମାନେ ସବୁ ଗଲାପରେ ମୁଁ ଯାଏ । ଆଜି କାହିଁକି କେଜାଣି ଗପୁ ଗପୁ ଏତେ ଡ଼େରି ହୋଇଯାଇଥିଲା । ଶେଷରେ ଅଫିସ୍ ବନ୍ଦକରି ବାହାରିଲା ବେଳକୁ ଝିପିଝିପି ବର୍ଷା ଆରମ୍ଭ ହୋଇଯାଇ ଛାଡ଼ିଯାଇଥିଲା ।ଯାହାଫଳରେ ଗାଡ଼ିମଟର ଶୂନ୍ଶାନ୍ ହେଇଯାଇଥିଲା । ବାଧ୍ୟହୋଇ ରିକ୍ସାବାଲାକୁ ଧରି ଘରକୁ ଫେରୁଥାଏ । ବାଟରେ ପୁଣିଥରେ ଆରମ୍ଭ ହୋଇଯାଇଥିଲା ବର୍ଷା ଛାଡ଼ିବାର ନାଁ ଧରୁନଥାଏ । ହାଲକା ହାଲକା ଶୀତୁଆ ପବନ ରିକ୍ସାର ଚାଦର ତଳେ ପଶି ଦେହକୁ ଥରେଇ ଦେଉଥାଏ । ଟିକିଏ ଭାବନ୍ତୁ ତ ମୁଁ ସିନା ରିକ୍ସାର ଚାଦର ତଳେ ରିକ୍ସା ବାଲାଟି ଧୂ ଧୂ ବର୍ଷାରେ ରିକ୍ସା ଚଳାଇବା କଣ କମ୍ କଷ୍ଟ ,ମୁହଁରେ ତା ସବୁଯାକ ବର୍ଷା ଛିଟା ବାଜୁଥାଏ । ଦେହରେ ତାର କିଛି ବି ନାହିଁ ମୁଣ୍ଡରେ ତାର ଗୋଟେ ଗାମୁଛା ଆଉ ଚିରା ଫଟା ଗଞ୍ଜି ଖଣ୍ଡେ । ମୁଁ ତାକୁ ପଚାରିଲି ତାର ପୁଅ ଝିଅ ଅଛନ୍ତି କି ନାହିଁ ସେ ବା କ୍ଷିଣ ସ୍ୱର ରେ କଣ କହିଲା ମୋତେ ବି ଭଲଭାବରେ ଶୁଭିଲାନି । କାରଣ ବର୍ଷାର ମାତ୍ରା ଏତେ ଅଧିକ ଥିଲା । ମୁଁ ଖାଲି ଏତିକି ଶୁଣିଛି ଯେ ବାବୁ ଆମ ଘରକୁ ଚାଲ ମୁଁ ସେଠି ସବୁ କହିବି । ମୁଁ ନିରବ ରହିଲି , କିଛି ବାଟ ଗଲାପରେ ହଠାତ୍ ରିକ୍ସା ବାଲା ରହିଗଲା ମୁଁ ତା କଥା ଭାବି ଭାବି ଅନ୍ୟମନସ୍କ ହେଇଯାଇଥିଲି । କ୍ଷଣିକରେ ଭାଙ୍ଗିଗଲା ଦେଖିଲାବେଳକୁ କେହିଜଣେ ଆମ ସାମନାରେ ଠିଆ ହେବାପରି ଲାଗିଲା । ମୁଁ ଦେଖିବାକୁ ଚେଷ୍ଟାକଲି ହେଲେ ବର୍ଷା ଜୋଗୁ ଜେତିକି ଦେଖିଛି, ଧଳାଲୁଗା ପରିଧାନ କରିଥିବା ମହିଳା ଜଣକ ପରି ଦେଖାଯାଉଥାଏ । ମନେ ହେଉଥାଏ ସେ ଜେମିତି ରିକ୍ସାବାଲାକୁ ହାତଠାରି ଡାକୁଛି । ମୁଁ କିଛି ଭାବିବା ଆଗରୁ ରିକ୍ସାବାଲା ରିକ୍ସାରୁ ଓହ୍ଲେଇ ତା ସମ୍ମୁଖକୁ ଚାଲିଗଲା । ମୁଁ ରିକ୍ସାର ଚାଦର ଆଡ଼େଇ ଦେଇ ଦେଖିବାକୁ ଲାଗିଲି ମୋ ନିଜ ଆଖିକୁ ବିସ୍ୱାସ କରି ହେଉନଥାଏ । ସତେ ଜେମିତି ସେ ମହିଳା ଜଣକ ସେ ରିକ୍ସାବାଲାର ଘନିଷ୍ଟ ନିଶ୍ଚେ ନ ହେଇଥିଲେ ସେ କଣ ପାଇଁ ତା ପାଖକୁ ଦୌଡ଼ିଯାଇଥାନ୍ତା ଏମିତି ଅନେକ ପ୍ରଶ୍ନ ମୋ ମନରେ ଉଙ୍କିମାରୁଥାଏ । ସେ ରିକ୍ସା ବାଲା ଆସିଲେ ପଚାରିବି ବୋଲି । କିଛିକ୍ଷଣ କଥାହୋଇ ରିକ୍ସାବାଲା ଚାଲିଆସିଲା ,ମୁଁ ଦେଖିବା କ୍ଷଣି ସେ ମହିଳା ଜଣକ ଆଉ ଦୃଶ୍ୟମାନ ହେଲାନି କୋଉଆଡ଼େ ଉଭେଇ ଗଲା । ରିକ୍ସାବାଲା ଆସି ରିକ୍ସାଧରି ପୁଣି ଚାଲିଲା କିଛିବାଟ ଗଲାପରେ, ମୁଁ ପଚାରିଲି ସେ ମହିଳା ଜଣକ କିଏ ? ଆଉ ତୁମେ ତା ପାଖକୁ କାହିଁକି ଗଲ ?ସେ କଣ ତୁମକୁ ଜଣିଛି ? ଏ ବର୍ଷା ରାତିରେ ସେ ମହିଳା ଜଣକ କଣ ପାଇଁ ସେ ରାସ୍ତା କଡ଼ରେ ଛିଡ଼ା ହେଇଛନ୍ତି ? ଏମିତି ଅନେକ ପ୍ରଶ୍ନ ପଚାରିଲି ସେ କିଛି ସମୟ ଗୁମ ମାରିବା ପରେ କ୍ଷିଣ ସ୍ୱରରେ କହିବାକୁ ଲାଗିଲା ବାବୁ ,ତମେ ଆମ ଘରକୁ ଚାଲ ମୁଁ ସବୁ କଥା କହିବି ,ଆଉ ବର୍ଷା ଛାଡ଼ିଲେ ମୁଁ ଆପଣଙ୍କ ଘରେ ନେଇ ଛାଡ଼ିଦେଇ ଆସିବି । ରିକ୍ସା ଚାଲୁଥାଏ ଆଗକୁ ଆଗକୁ ସେ ବିରାଟ ଓସାରିଆ ରାସ୍ତାରେ ବର୍ଷାର ଛିଟା ଆଉ କୋହଲା ପବନ ଦେହ ଥରି ଉଠୁଥାଏ । ରାଜରାସ୍ତା ସତରେ ଶୂନ୍ ଶାନ୍ ମଝିରେ ମଝିରେ ବେପୁରିଆ ଗାଡ଼ି ଚାଳକମାନଙ୍କ ଦ୍ୱାରା ଓଭର୍ ଲୋଡ଼୍ ଲରି ସବୁ ଦ୍ରୁତଗତିରେ ଛୁଟି ଯାଉଥାଏ । ଆଉ ତା ଆବାଜରେ ରାସ୍ତାର ପାଣିଛିଟିକା ଆସି ରିକ୍ସାରେ ବାଜୁଥାଏ । ସତରେ, ରିକ୍ସାବାଲାର ଜୀବନ କଣ ଏଇଆ । କାହା ଜୀବନକୁ ବା ଭୟ ନାହିଁ ,ଭାବିଲାବେଳକୁ ଦେହ ହାତ ଥରିଯାଉଥାଏ ।

ପଛରେ ଘଟିଥିବା ଘଟଣାକୁ ନେଇ ସହଜେ ଅନେକ ପ୍ରଶ୍ନ ମନରେ ତା ପରେ ଘରକୁ କେମିତି ଯିବି ସେ ଚିନ୍ତା । ମନକୁ ବ୍ୟାକୁଳ କରୁଥାଏ । ଏମିତି ୟାଡ଼ୁ ସାଡ଼ୁ କଥା ଗୁଡ଼ାଏ ମନକୁ ଅସ୍ତବ୍ୟସ୍ତ କରିପକଉଥାଏ । ଭାବିଲା ବେଳକୁ କିଛି ଦୂରେର ଦେଖାଗଲା ରାଜରାସ୍ତାର ଦୁଇକଡ଼ରେ ଲାଗିଥିବା ଲାଇଟ୍ ମାନ ଦୁକ୍ ଦୁକ୍ ହେଇ ଜଳୁଥିଲା । କେଇଟା ଜଳୁଛି ବା କେଇଟା ଜଳୁନି, କାହାର ରକ୍ଷଣାବେକ୍ଷଣ ଦାଇତ୍ୱ ବା କାଇଁ । ମନେ ହେଉଥିଲା ଏଇଟା ହେଉଛି ଆମର ସୂଜନପୁର ବଜାର, ଏ ବଜାର ଆମର ନିର୍ଭରଜୋଗ୍ୟ ଅଟେ । ବଜାରଟା ଚାରିଆଡ଼େ ଖାଁ ଖାଁ ଲାଗୁଛି । ରାତି ପ୍ରାୟ ୧୧ ଟା ପାଖା ପାଖି ହେବ ଦୋକାନ ବଜାର ସବୁ ବନ୍ଦକରି କିଏ କୁଆଡ଼େ ସବୁ ଚାଲିଗଲେଣି , ସହଜେ ତ ବର୍ଷାର ପ୍ରକୋପ,ଆଉ ୭ ୮ କି.ମି. ଗଲା ପରେ ଆମ ଗାଁ ବିଳାସପୁର ପଡ଼ିବ । ଆଉ ଖଣ୍ଡେ ବାଟଗଲା ପରେ ରିକ୍ସାବାଲା ଘର ପଡ଼ିଲା ତା ଘର ପାଖକୁ ରିକ୍ସା ଲଗେଇ ଦେଇ ଘରଭିତରକୁ ଦୌଡ଼ିଗଲା ଘର ଭିତରୁ ଏକ ଛତା ଆଣି କହିଲା ବାବୁ ଆଓହ୍ଲେଇପଡ଼ି ଘରଟା ଭିତରକୁ ଦୌଡ଼ିଗଲି । ଘରଟା ତାର ଶୂନ୍ ଶାନ୍ କେହିବି ଦେଖାଯାଉ ନଥିଲେ ଗୋଟିଏ ଗାଉଁଲି ଖଟ ଗାମୁଛାରେ ପୋଛି ଦେଇକହିଲା ବାବୁ ବସନ୍ତୁ । ଚାରିଆଡ଼େ ଖାଲି ବୁଢ଼ିଆଣି ବସାରେ ଭରଘରଭିତରେ ଦୁଇ ତିନିଟା ଲୁଗାପଟା ମାଟିରେ ତିଆରି ପାଣୀ ସୁରେଇ ହାଣ୍ଡି ଗୋଟିଏ ଆଉ ଠଣାରେ ଦୁଇଟା ହଳଦି ଜରି ଆଉ ଦିଆସିଲି କାଠି । ଏହାକୁ ନେଇ ତା ଘର ।ସହଜେ ତ ଝାଟିମାଟି ଝୁମ୍ପୁରୀ ଚାଳଛପର ଘର ସହଜେ ଘର ଛାଉଣୀ ବୋଧେ ହେଇନି ସେଇଥିପାଇଁ ଘରଟା ଜାକର କଣା ଆଉ ପାଣି ଚାରିଆଡ଼େ ଗଳୁଛି । ତା ଭିତରେ ମୁଣ୍ଡ ପୋଛି ଦେଇ ଆସି ମୋ ପାଖରେ ବସିପଡ଼ିଲା ମୋ ମନରେ ଉଙ୍କିମାରୁଥିବା ପ୍ରଶ୍ନ ଗୁଡ଼ିକୁ ଗୋଟିଗୋଟି କରି ପଚାରିଲି ସେ ସେଦିନ ବର୍ଷା ରାତିରେ ଜାହାସବୁ କହିଲା ,ମୁଁ ଭାବିଲି ମଣିଷ ଜୀବନ କଣ ଏଇୟାୁ ପ୍ରଥମେ ତାକୁ ତା ପରିବାର କଥା ପଚାରିବାରୁ ସେ ଖାଲି କାନ୍ଦିବାକୁ ଲାଗିଲା କାନ୍ଦିକାନ୍ଦି ଜୋଉ କଥା କାହିଲା-ବାବୁ ,ମୁଁ ଏମିତି ବାଲିଯାତ୍ରା ଦେଖିବାକୁ ଯାଇଥାଉ ମୁଁ ଆଉ ମୋ ସ୍ତ୍ରୀ ଏବଂ ମୋର କୁନି ଝିଅ ମାମଲି । ଆମେ ବାଲିଯାତ୍ରା ଦେଖି ଘରକୁ ଫେରିବା ବାଟରେ ବହୁତ୍ ଖୁସିରେ ଫେରୁଥାଉ ରିକ୍ସା ଧରି ଏତିକି କହି ଖାଲି କଇଁ କଇଁ ହୋଇ କାନ୍ଦି ଉଠୁଥାଏ କହୁଥାଏ । ତା ପରେ କିଛି ବୁଝିବା ଆଗରୁ ସବୁ ସରିଜାଇ ଥିଲା ବାବୁ, । କଣ ପଚାରିବାରୁ କ୍ଷିଣ ସ୍ୱରରେ କହିଲା ଏକ ବଡ଼ ଲରି ଆସି ଆମକୁ ଏକ ଶକ୍ତ ଧକ୍କା ଦେଇ ଚାଲିଗଲା।

ତାପରେ ମୁଁ ଆଉ କିଛି ଜାଣିନି କି କିଛି ଦେଖିନି । ହଠାତ୍ ମୁଁ ଦିର୍ଘ ଦୁଇ ଦିନପରେ ଦେଖିଲି ଡ଼ାକ୍ତରଖାନାରେ ପଡ଼ିଛି । ଯାହା ଶୁଣିବାକୁ ପାଇଲି ଡ଼ାକ୍ତରଙ୍କଠୁ ଯେ ମୋ ଝିଅ ଆଉ ମୋ ସ୍ତ୍ରୀ ଆଉ ନାହାଁନ୍ତି ଏ ଦୁନିଆରେ ।

ଏମିତି ଘଟଣା କିଏ କଣ ସହିପାରିବ ବାବୁ ତୁମେ କୁହ । ଆଉ ସେଇ ଦିନଠୁଁ ମୋର ନିଜର କେହି ନାହାଁନ୍ତି । ଏଇ ରିକ୍ସା ଖଣ୍ଡେ ଭରସା । ଆଉ ତୁମେ ଦେଖିଥିବା ପୂର୍ବ ଘଟଣାରେ ବିସ୍ମିତ ହେଇଯାଇଥିଲ । ତାହା ମଧ୍ୟ ସତ ଯେ ଜୋଉଠି ତମେ ଏକ ମହିଳା ର ପ୍ରତିଛବି ଦେଖିଥିଲ ସେ ଆଉ କେହିନୁହେଁ , ସେ ମୋ ସ୍ତ୍ରୀ ଥିଲା ବାବୁ । ସେଇଠି ଆମର ଆକ୍ସିଡେନଟ୍ ହୋଇଥିଲା । ସେହିଦିନ ଠାରୁ ମୁଁ ଯେତେବେଳେ ରିକ୍ସାଧରି ଆସେ ସେ ଗଛମୂଳରେ ମୋ ସ୍ତ୍ରୀକୁ ଟିକେ ଦେଖି ଆସେ । ମନ ଟା ଟିକେ ବୁଝିଯାଏ । ଆଉ ଘରକୁ ଆସି କିଛି ଖାଇବା କରି ଖାଇ ପୁଣି ସକାଳୁ ସକାଳୁ ବାହାରିପଡ଼େ ମୋ ରିକ୍ସା ଧରି ।

ପ୍ରଶାନ୍ତ କୁମାର ମଲ

ପ୍ରତିଷ୍ଠାତା : ମୋସାହିତ୍ୟ.କମ୍

ଗୋପିଆକୁଦ ,କୁଜଙ୍ଗ,ଜଗତସିଂହପୁର 

ଦୁରଭାଷ : ୯୭୭୬୭୭୨୪୩୮


Rate this content
Log in

More oriya story from ମୋ ସାହିତ୍ୟ

Similar oriya story from Abstract