Amita Dash

Tragedy

3  

Amita Dash

Tragedy

ରହସ୍ୟମୟ ମୃତ୍ୟୁ

ରହସ୍ୟମୟ ମୃତ୍ୟୁ

4 mins
158


ସକାଳୁ ସକାଳୁ ଚା କପଟା ଧରି ପେପର ପାଇଁ ଗେଟ୍ ପାଖକୁ ଗଲା ବେଳକୁ ପେପର ପିଲା ହାବୁଡ଼େ ପଡ଼ିଲା । ଏ କରୋନା ହେଲା ଦିନୁ ପ୍ରାୟ ପେପର ଗେଟରେ ଗୁଞ୍ଜା 

ହେଇଥାଏ । ସାନିଟାଇଜ୍ କଲା ପରେ ଆଣେ, ଦୁଇ ଦିନ ପରେ ପଢେ । ପେପର ପିଲାଟି କହିଲା ଦିଦି ଆଜି ପେପର ପଢିବେ ଆଗ ପଛେ ଚା ପିଇବେ । ଭାରି ଗରମା ଗରମ ଖବର ଛପିଚି । ମୋର କୈାତୂହଳ ଜାତ ହେଲା ଜାଣିବା ପାଇଁ କ'ଣ ଏମିତି ଛପିଚି ଆଜିକା ଖବର କାଗଜରେ । ଗୋଟେ ସ୍ତ୍ରୀ ଲୋକ ତା'ର ପିଲା ପାତି କେହି ନଥିଲେ । ତିନି ବର୍ଷ ତଳୁ ବର ଆରପାରିକୁ ଚାଲି ଯାଇଛନ୍ତି । ଦିଅର, ଯାଆ ପାଖରେ ଗଣ୍ଡେ ଖାଇଦିଏ । ଘର ପାଖାପାଖି ବାପଘର । କେତେବେଳେ କେମିତି ବାପଘର ପଳାଏ । ଏପଟ ସେପଟ ହୋଇ ଦିନ କାଟିଦିଏ । ଦିଅର ସଦାବେଳେ କୁହେ ଭାଉଜ ଜାଗା ବାଡି ବାଣ୍ଟ ନ କରି ଭାଇ ତ ଚାଲିଗଲେ । ତୁମେ ବଞ୍ଚି ଥାଉ ଥାଉ ସେ କାମଟା ସାରି ଦିଅ । ଭାଉଜ କୁହେ ମାନୁଛି ଦାମୀ ସମ୍ପତ୍ତି ଯେ ହେଲେ ଏତେ ବି କୋଟି କୋଟି ଟଙ୍କା ନୁହେଁ ଯେ ତୁମେ ଘାବରଉଚ । ମୋର ଅଛି କିଏ ଆଉ ସମ୍ପତ୍ତି ଖାଇବ । ତୁମରି ପିଲା ଖାଇବେ । ଯାହା ହେଲେବି ସ୍ତ୍ରୀ ଲୋକଟି ଡରି ଯାଏ । ଆଜି କାଲି ଯୋଉ ଯୁଗ । ଆଜି କରି ଦେଉଥିବ ସମ୍ପତ୍ତି, ଯଦି ଦିଅର ଘରୁ ତଡ଼ି ଦେଲା କ'ଣ କରି ଏକୁଟିଆ ସ୍ତ୍ରୀ ଲୋକଟି । ହଁ କରିବି, କରିବି କହି ସ୍ତ୍ରୀ ଲୋକଟି ତକେଇ କି ରହିଥାଏ । ଦିଅର, ଭାଉଜଙ୍କର ସବୁଦିନ ପ୍ରାୟ କଳି । 'ଯା' ଯେତେ ଦିଅରକୁ ବୁଝେଇଲେ ବି ଦିଅର ଏକସିଙ୍ଗିଆ ଜମ୍ମା ବୁଝେନି । ସ୍ତ୍ରୀ ଲୋକଟି ଯେତେବେଳେ ତା ଭାଇ ଘର ଯାଏ ଆଠ, ଦଶ ଦିନ ରହିଯାଏ । ଭାଇକୁ ସବୁ କୁହେ । ଭାଇ ବୁଝାସୁଝା କରି ପୁଣି ପଠାଏ । ଭାଇ କୁହେ ତୁ ମୋ ଘରେ ରହିଲେ ତୋ ଦିଅରର ଅସୁବିଧା କ'ଣ । ସେ ଜାଣିଚି ତୁ ମଲେ ସମ୍ପତ୍ତି ଯେମିତି ହେଲେ ସେ ପାଇବ । ଭିଣୋଇଙ୍କ ନିଜ ପୁତୁରା, ଝିଆରୀ ନାଁ । ତୁ ମୋ ଘରେ ରହିଲେ ମୋର ଅସୁବିଧା କିଛି ନାହିଁ । ତୁ କିନ୍ତୁ ସେଇଠି ରହିବା କଥା । ୟା ଭିତରେ ସ୍ତ୍ରୀ ଲୋକଟି ଭାଇର ତା ସମ୍ପତ୍ତି ପାଇଁ ଲୋଭ ହୋଇ ସାରିଥାଏ । ସେ ବି ମନେମନେ ରାଗୁଥାଏ ଦିଅର ଶଳା ମହା ଚାଲାକ୍ । ମୋ ଘର ପଠେଇ ଦେଉଚି କଳି କରି । ମୋ ଘରେ ଖାଇବ ରହିବ । ପୋଷିବି ମୁଁ । ଯାହା ହେଲେବି ତ ସମ୍ପତ୍ତି ତା'ର ହବ । ତା ମନରେ ପାପ ବୁଦ୍ଧି ପଶିଲା ଯଦି ସମ୍ପତ୍ତି ମୋ ନାଁକୁ କରି ଦେଈକୁ ସବୁଦିନ ପାଇଁ ରାସ୍ତାରୁ ହଟେଇ ଦେଲି, ମୋତେ ବି କେହି ସନ୍ଦେହ କରିବେନି । ସମସ୍ତେ ଭାବିବେ ସମ୍ପତ୍ତି ଲୋଭରେ ଦିଅର ମାରିଚି । ଭଉଣୀକୁ ତେଲେଇକି କହିଲା ତୁ ବୁଝି ପାରୁନୁ । ତୁ ମୋ ଘରେ ରହିଵା ତ ସେ ଚାହୁଁଚି । ତୁ ମୋ ଘରେ ରହିଲେ ମୋର କ'ଣ ଅସୁବିଧା । ସେ କିନ୍ତୁ ତୋ ସମ୍ପତ୍ତି ଅକ୍ତିଆର କରିନବ । ତୁ ଗୋଟେ କାମ କର । ମୋ ନାଁରେ ଜମିର ମାଲିକାନା ସତ୍ତ୍ୱ କରି ଦେ । ଗଲା ଚିନ୍ତା ଯିବ । ୟା କହି ଘରେ କାହାକୁ କିଛି ନକହି ଭଉଣୀକୁ ନେଇ ତହସିଲ ଯାଇଚି । ଓକିଲ କାମ ସରିଲା ପରେ ହୋଟେଲରେ ସବୁ ମିଶି ଖାଇଛନ୍ତି । ଫେରିବା ବାଟରେ ଭଉଣୀକୁ ତା ଶାଶୁ ଘରେ ଛାଡି ନିଜ ଘରକୁ ଭାଇ ଯାଇଚି । ଭଉଣୀ ଖାଇବାରେ ଭାଇ ବିଷ ଦେଇ ଦେଇଚି ଆଗରୁ ହୋଟେଲ ବାଲା ସାଥିରେ କଥାବାର୍ତ୍ତା କରି । ଭଉଣୀ ଯାଇ ଶୋଇଚି ଆଉ ଉଠିନି । ଭାଇ ଖବର ପାଇ ପୋଲିସକୁ ତାପର ଦିନ ଦିଅର ବିରୁଦ୍ଧରେ କହି ଦିଅରକୁ ଜେଲ୍ ପଠେଇ ଦେଇଛି । ସମସ୍ତେ ବି ପ୍ରତିବାଦ କରିନାହାନ୍ତି କାରଣ ଦିଅର, ଭାଉଜ ସଦାବେଳେ ସମ୍ପତ୍ତି ପାଇଁ କଳି ଲାଗନ୍ତି । ଦିଅରର ଝିଅ କିନ୍ତୁ କଥାକୁ ସହଜରେ ଗ୍ରହଣ କରି ପାରି ନ ଥିଲା ମନେ ମନେ ଭାବିଲା ବଡ଼ ବୋଉତ ଘରେ ଖାଇ ନାହାନ୍ତି । ବାହାରୁ ଆସିଲେ କି ଶୋଇଲେ । ଝଗଡ଼ା ବି ହୋଇନି । ବଡ଼ ବୋଉର ହେଲା କ'ଣ । ବର୍ଷେ ହେଲାଣି ବଡ଼ ବୋଉ ମରିବାର । ସମସ୍ତେ ବି କଥାକୁ ଭୁଲିବା ଆରମ୍ଭ କଲେଣି । ସେ ଝିଅଟି ଓକିଲାତି ପାସ୍ କରି ତହସିଲ ଅଫିସରେ କାମ କରୁଥାଏ । ମଝିରେ ମଝିରେ ବଡ଼ ପାର୍ଟି ଜମିଜମା କାମ ପାଇଁ ଆସିଥିଲେ ହୋଟେଲରେ ନେଇ ଖାଇବା ଦିଅନ୍ତି । ଦିନେ ଏମିତି କାମରେ ଯାଇଚି ହୋଟେଲବାଲାର କାହା ସହ ଝଗଡା ଚାଲିଚି । ମଦ ଟାଙ୍କେ ପିଇ ଦେଇ ଝଗଡ଼ା ମଝିରେ ବକୁଚି ମୋର ଏଠି କିଏ କ'ଣ କରିବ ଆସ । ବର୍ଷେ ହେଲାଣି ଗୋଟେ ମାଇକିନିଆକୁ ଖାଇବାରେ ବିଷ ଦେଲି ପରିନ୍ଦା ବି ଖବର ପାଇଲାନି । ନିଜ ରକ୍ତର ଭାଇ ମାଇଲା । ଦିଅର ଜେଲ୍ ଗଲା । ମୋର ଆସିଲେ ଉଖାଡିବେ । ଆରେ, ଶଳେଙ୍କୁ ଦେଖିଦେବି । ପଇସା ଭଲ କି ମୁଁ ଭଲ । କାହିଁକି ଝିଅଟି ମନ ଆପେ ଲୋକଟି କଥା ଶୁଣୁଥିଲା । ଯଦିଓ ବଡ଼ ବୋଉ ସହ ତା ବାପା ଝଗଡ଼ା କରୁଥିଲେ କିନ୍ତୁ ସେଇ ରାତି ଯୋଉ ରାତି ବଡ଼ ବୋଉ ମଲା, ସେଇ ରାତିରେ ବାପା ତା'ର ଘରେ ନଥିଲେ । 

କେମିତି ବଡ଼ବୋଉ ମଲା ତା'ର ସନ୍ଦେହ ଥିଲା । ଆଉ ଦିନେ ଯାଇ ଲୋକଟିକୁ ନିରୋଳାକୁ‌ ଡାକି ପଇସା, ମଦ ଯାଚି କଥା ଆଦାୟ କଲା । ସମ୍ପତ୍ତି ଲୋଭ ଯେତିକି ଦିଅରର ଥିଲା ସେତିକି (ନିଜ ମାଆ ପେଟର ପୁଅ)ନତା ଭାଇର ଥିଲା । ଭାଇ ତା'ର ଜାଣି ସାରିଥିଲା ଯେହେତୁ ଏକା ଘର,ଏକା ବଂଶ ଯେହେତୁ, ଦିଅର ଯେବେ ବି ହଉ ଜମି ନେଇଥାନ୍ତା । ତା'ର ମାରିବା ଦରକାର ହିଁ ନ ଥିଲା । ତୁଚ୍ଛାଟାରେ ରାଉ ରାଉ ହୁଏ ଖାଲି ସିନା । ନିଜ ଭାଇର ଲୋଭ ମାଇଲା ନିଜ ଭଉଣୀକୁ । 



Rate this content
Log in

Similar oriya story from Tragedy