STORYMIRROR

Arundhati Jena

Tragedy Others

2  

Arundhati Jena

Tragedy Others

ରହସ୍ୟ ସେଇ ମୃତ୍ୟୁ

ରହସ୍ୟ ସେଇ ମୃତ୍ୟୁ

3 mins
9

ଆଈର କ'ଣ ହେଇଯାଉଛି, ସେ ପୁଣି କାନ୍ଦି କାନ୍ଦି ବେହୋସ ହେଇଗଲା।ଏହା କହି ନେହା ,କାମିନୀ ଆଈ ଙ୍କ ଘରକୁ ଧାଇଁ ଗଲା। ପାଣିର କିଛି ବୁନ୍ଦା ମୁହଁରେ ଛିଞ୍ଚି ବାରୁ ସେ  ଉଠି ବସିଲେ। ନେହା କହିଲା ଆଈ, ଦେହ ପୁଣି ଭଲ ଲାଗୁନି କି? କାମିନୀ ଆଈ କହିଲା ,ଆଜି ପୁଣି ମୋ ଧନକୁ ଦେଖିଲି। ହଳଦିଆରଙ୍ଗର ସାର୍ଟ୍ ସାଙ୍ଗ କୁ ଧଳା ପ୍ୟାଣ୍ଟ ପିନ୍ଧି ଗାଡି ନେଇ କୁଆଡେ ଚାଲିଗଲା। ଯେତେ ମନାକଲି ଧନରେ ଆଜି ଯାଆ ନାହିଁ। ଆଜି ବା ସଂକ୍ରାନ୍ତି। ସଂକ୍ରାନ୍ତିରେ ଘରୁ କୁଆଡେ ବାହାରକୁ ଯାଆନ୍ତି ନାହିଁ। ଶୁଣିଲାନି।


          ନେହା ଡାକ ପକାଇଲା କାମିନୀ ଆଈ ଙ୍କ ବୋହୂ ମାମା କୁ। କହିଲା ପାଣି ଟିକିଏ ନେଇକି ଆସ ମାମା ଖୁଡୀ। ଆଈ ପୁଣି ବେହୋସ ହେଇଗଲା। ମାମା ଖୁଡୀ ପାଣି ଗିଲାସ ଧରି କାନ୍ଦୁଣୁ ମାନ୍ଦୁଣୁ ହୋଇ ଦଉଡ଼ିଛନ୍ତି। ଆଈ କୁ ଖୁଆଇ ପିଆଇ, ଔଷଧ ଦେଇ ଘର ସାମ୍ନାରେ ବସେଇ ଦେଇରୋଷେଇ କରୁଛନ୍ତି ଭିତରେ। ମାମା ଖୁଡୀ ଆସି ପାଣି ପିଆଇଲେ, କହିଲେ ବୋଉ ଚାଲନ୍ତୁ ଶୋଇବେ।ରୋଷେଇ କରିବି ପଛରେ। କାମିନୀ ଆଈ କହିଲା, ନା ମୁଁ ଶୋଇବିନି। ମୋ ପୁଅ କୁ ଅପେକ୍ଷା କରିଛି। ସେ ଗାଡି ନେଇ ବାହାରକୁ ଯାଇଛି। ସେ ଆସିଲେ ତାକୁ ଦେଖି ସାରିବା ପରେ ହିଁ ଶୋଇବି। ଆଜି ସଂକ୍ରାନ୍ତି, ମନାକଲି ଧନରେ ଯାଆନା। ଚାଲିଗଲା, ବଡ଼ ହେଲା ପରେ ଆଉ ମା' କଥା ଶୁଣୁନି।ମାମା ଖୁଡୀ କହିଲେ ବୋଉ ଆସିଯିବେ ସିଏ। ବ୍ୟସ୍ତ ହୁଅନ୍ତୁ ନାହିଁ। ସେ ଆସିଲେ ମୁଁ ଉଠେଇ ଦେବି। କାମିନୀ ଆଈ କହିଲା ସତ କହୁଛୁ ତ? ମାମା ଖୁଡୀ କହିଲେ ବୋଉ ମୁଁ କାହିଁକି ମିଛ କହିବି? କାମିନୀ ଆଈ କୁ ଶୁଆଇ ଦେଇ ମାମା ଖୁଡୀ ଅନେକ ସମୟରୁରଖିଥିବା କୋହକୁ ଆଉ ବେଶି ସମୟ ଚାପି ନପାରି କାନ୍ଦି ପକାଇଲେ। ନେହା କହିଲା ଖୁଡୀ, କାନ୍ଦନି।ଆଈ ପପୁ ଦାଦାଙ୍କୁ ମନେ ପକେଇ ଏମିତି ପାଗେଳୀ ଙ୍କ ପରି ହେଉଛିନା?ହଁ ନେହା, ସେ ଯିବାର ୧୦ ବର୍ଷ ହେଇଗଲାଣି। ମୁଁ ବି ବୋହୂ ହୋଇ ଏ ଘରକୁ ଆସି ନଥିଲି। ସେବେଠାରୁ ବୋଉ ତାଙ୍କୁ ଝୁରି ହେଉଛନ୍ତି। ଆଗ ଅବସ୍ଥାରେ ବୋଉ ଙ୍କର ବହୁ ପରିବର୍ତ୍ତନ ହେଇଛି। ତାଙ୍କ ବଡ଼ ପୁଅ ଆଉ ମୁଁ ବୁଝେଇ ବୁଝେଇ ଥକିଗଲୁଣି, ମା' ମନ ନା ବୁଝିବ ଅବା କେମିତି? ଏସବୁ ଭିତରେ ପାଖ ଘରରିଚା ନାନି ଆସି ପହଞ୍ଚିଲେ। କହିଲେ ମାମା, ଖୁଡୀ ଶୋଇଲେ? ମାମା ଖୁଡୀ କହିଲେ ନାନି ହଁ, ବହୁ କଷ୍ଟରେ।


         ରିଚା କହିଲେ ହଉ ସେ ଶୁଅନ୍ତୁ। ମାମା ଖୁଡୀ କୁ ପଚାରିଲେ ବାପୁ ଅଫିସ ଯାଇଥିବ ବୋଧହୁଏ। ମାମା ଖୁଡୀ କହିଲେ ସରକାରୀ ଘର କଥା, କେତେ ଆଉ ଛୁଟି ନେବେ କୁହତ ନାନି?ରିଚା ନାନି କହିଲେ ହଁ ସତ କଥା। ଏହି କାମିନୀ ଖୁଡୀ ଭାଗ୍ଯରେ ଏତିକି ଦୁଖ ଲେଖିଛନ୍ତି ଠାକୁର। ଚାକିରି ଖଣ୍ଡେ କରିଥିଲା। କୋଉଥିରେ ଅଭାବ ନଥିଲା। ଦୁଇ ପୁଅରେ ଘର ପଡୁଥିଲା,ଉଠୁଥିଲା। ବାପୁ ଟା ଛୁଆ ବେଳୁ ଭାରି ଶାନ୍ତ ଆଉ ପପୁ ତା'ର ପୁରା ଓଲଟା। ଗୋଟିଏ ଦିନରେ ତା'ର ଶହେ କେସ୍। ବହୁତ ମାଡ ଖାଏ କାମିନୀ ଖୁଡୀ ଠୁ। ବାପୁ, ପପୁ ୮ବର୍ଷ, ୬ ବର୍ଷ ହୋଇଥାନ୍ତି ହଠାତ୍ ଏକ ଅଜଣା ବେମାରୀରେ କାମିନୀ ଖୁଡୀ ଙ୍କ ସ୍ୱାମୀ ଙ୍କ ଦେହାନ୍ତ ହେଲା। ସେଦିନ ଠୁ ଦୁଇ ଛୁଆ ଙ୍କ ପାଇଁ ସେ ବାପା ଆଉ ମା'ର ଭୂମିକା ଲିଭାଇଲେ।ପପୁ କଲେଜରେ ଇଂଜିନିୟରିଂ କରିବା ପାଇଁ ଭୁବନେଶ୍ୱର ଗଲା। ସବୁ ଠିକ୍ ଚାଲିଥିଲା। ହଠାତ୍ ଦିନେ ଛୁଟିରେ ଆସିଲା। ଛୁଟି ନପୁରୁଣୁ ପ୍ରୋଜେକ୍ଟ ଅଛି କହି ସଂକ୍ରାନ୍ତି ଦିନ ଘରୁ ଭୁବନେଶ୍ୱର ଗଲା। କାମିନୀ ଖୁଡୀ କେତେ ମନା କଲା। ଆଜି ସଂକ୍ରାନ୍ତି ଯାଆନା, କହିଲା ବୋଉ ତୋର ଅନ୍ଧବିଶ୍ୱାସ ଯୋଗୁଁ ମୁଁ ପ୍ରୋଜେକ୍ଟ ଗ୍ରୁପ୍ରୁ ବାହାର ହୋଇଯିବି। ତା' ପରେ ହଠାତ୍ ଗାଁରେ ଚହଳ ପଡିଲା। ପପୁର ମୃତ ଦେହ ପଟିଆରେଳ ଷ୍ଟେସନରୁ ଉଦ୍ଧାର କରାଯାଇଛି। ପପୁ କି ସିଏ ଆଉ କିଏ ଚିହ୍ନିବା ଅସମ୍ଭବ କାରଣ ଟ୍ରେନ ଚଢି ମୁହଁ ପୁରା ଛେଚି ହେଇଯାଇଛି। ପପୁ ବୋଲି ଜାଣିବାର ଏକମାତ୍ର କାରଣ ତା ଘଣ୍ଟା ଆଉରୁମାଲ  । କାମିନୀ ଖୁଡୀ ସେ ସବୁକୁ ଚିହ୍ନି କହିଲା ହଁ ସେ ସବୁ ପପୁର ବୋଲି। ହେଲେ ମ୍ରୁତ ଦେହ ପପୁର ବୋଲି ସେ ଜମା ମାନିଲାନି।କେତେ ଗୁଣିଆ କୁ ଡାକିଲା, କିଏ କହିଲା ସେ ଫେରିବ ୫ ବର୍ଷ ପରେ। କିଏ କହିଲା ସେ ଗୁଣ୍ଡା ମାନଙ୍କ ଦଳରେ ଯାଇ ମିଶି ଯାଇଛି ଆଉ କିଏ କହିଲା ଏହି ପୂଜା, ହୋମ, ଯଜ୍ଞ ସବୁ କର। ସେ ନିଶ୍ଚିତରୂପେ ଆସିବ। ସେ ମରିନି, ବଞ୍ଚିଛି। କାମିନୀ ଆଈ ବିଚରା ସେବେଠାରୁ ବାର ବ୍ରତ, ପୂଜା, ଉପାସ କରୁଛି। ଯେତେବେଳେ ବେଶି ମନେ ପଡୁଛି ବିକଳ ହୋଇ ପାଗଳୀ ଙ୍କ ପରି ପୁଅ କୁ ଖୋଜୁଛି।


              ବଡ ପୁଅ ବାପୁର ବାହାଘର ୩ ବର୍ଷ ହେଲା ହୋଇଛି। ବାହାହେଲା ପରେ କାମିନୀ ଖୁଡୀର ପରିବର୍ତ୍ତନ ହୋଇଛି। ହେଲେ ଆଜି ବି ତା ପୁଅ ମରିଛି କି ବଞ୍ଚିଛି କେହି ଜାଣିନାହାନ୍ତି। ସିଏ ତ ଭାବୁଛି ତା ପୁଅ ବଞ୍ଚିଛି। ବାପୁ ଅବଶ୍ଯ କେସ୍ କରିଥିଲା। ପୋଲିସ୍ ପପୁର କେତେ ଜଣ ସାଙ୍ଗ ଙ୍କୁ ପଚରା ଉଚରା କରି ଛାଡିଦେଲା। ସମସ୍ତଙ୍କର ସେହି ଗୋଟିଏ ଉତ୍ତର ଏତେ ଭଲ ପିଲା, ତାକୁ ସମସ୍ତେ ଭଲପାଆନ୍ତି। ତାକୁ କିଏ କାହିଁକି ମାରିବ? ପ୍ରେମ ସଂପର୍କ ତ ବହୁ ଦୂରର କଥା ସେ ଆଜି ଯାଏଁ କଲେଜରେ କୋଉ ଝିଅ ସହ କଥା ବି ହେଇନି।

         ହେଲେ ଆଜି ବି ଜଣେ ମା' ତା' ପୁଅର ଅପେକ୍ଷାରେ ଚାତକ ଚଢେଇ ପରି ଚାହିଁ ବସିଛି।ଏସବୁ ଭାଗ୍ଯର ଅଟ୍ଟହାସ୍ଯ କି ତା କପାଳ ଲିଖନ, ସଂପୂର୍ଣ୍ଣରୂପେ ଅଜ୍ଞ ସିଏ। ଏସବୁକୁ ଦେଖିଲେ ଛାତି ଫାଟି ଯାଉଛି, ସେ ତ ଜାଣି ତା'ର ମା'। ସହିବ ଅବା କେମିତି?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy