ଚନ୍ଦନ ନାୟକ

Romance

3  

ଚନ୍ଦନ ନାୟକ

Romance

ରେଳରେ ପ୍ରଥମ ଦେଖା

ରେଳରେ ପ୍ରଥମ ଦେଖା

2 mins
117


                    |ଏକ|   

     ସେଦିନ ବାଷ୍ପିୟ ସକଟରେ ମୋର ପ୍ରଥମ ଯାତ୍ରା । କିନ୍ତୁ ମୁଁ ଜାଣି ନଥିଲି ଯେ ଏଇଟା ତୁମର ପ୍ରଥମ ଯାତ୍ରା ଥିଲା ନା ଏହା ପୂର୍ବରୁ ତମେ ଏମିତି ଅନେକ ଥର ରେଳରେ ଯାତ୍ରା କରିଛ, ଆଉ ଏମିତି ଅନେକଙ୍କୁ ନିଜ ରୂପ ଯୌବନରେ ହଜେଇ ସାରିଛ । 


    ତମକୁ ଦେଖିଲା ପରେ ମତେ ଲାଗିଲା, ମୁଁ ଯେମିତି କେଉଁ ଅନାଦି କାଳରୁ ଶୋଇ ରହିଥିବା କଣ୍ଟକିତ ଶରଶଯ୍ୟାରୁ ଉଠିଆସି; ଆଜିର ଏଇ ଗୋଧୂଳିର ସ୍ନିଗ୍ଧ ସୂର୍ଯ୍ୟ କିରଣ ତଳେ ସ୍ନାନ କରି ଏବେ ଠାରୁ ଆଉ ଏକ ନୂତନ ଜୀବନର ଆରମ୍ଭ କରି ସାରିଛି ।


    ପ୍ରଥମ ରେଳ ଯାତ୍ରାରେ ପ୍ରଥମ ଦେଖା । ସେ କଥା ଭାବିଲେ ରକ୍ତର ବେଗ ମୋର ଦ୍ରୁତତର ହୋଇଯାଉଛି । ଏତେ ଭିଡ଼ ଭିତରେ ମୋ ନୟନର ସ୍ଫଟିକରେ ଯେତେବେଳେ ତୁମର ପ୍ରଥମ ଛବି ଅଙ୍କିତ ହୋଇଥିଲା ମନେ ହେଲା ହୁଏତ ଆଜିର ଏ ଯାତ୍ରା ପଛର ରହସ୍ୟ ଯେମିତିକି ଆଉ କିଛି ନୁହଁ । ହୁଏତ ତୁମର ନୟନର ଟିକେ ଅଂଶରେ ତମେ ମତେ ଦେଖିଥିବ ଅବା ନାହିଁ ମୁଁ ଜାଣେନା । ମୁଁ ମନେ ମନେ ଭାବୁଥାଏ ଯଦି ତମର ମୋ ପ୍ରତି ସାମାନ୍ୟ ଦୃଷ୍ଟି ନିକ୍ଷେପ ହୁଅନ୍ତା, ହୁଏତ ମୁଁ ସେଇ ସାମାନ୍ୟ ଦୃଷ୍ଟି ମଧ୍ୟରେ ମୋର ହୃଦୟରେ ଘଟୁଥିବା ସମସ୍ତ ବିଷୟ ପ୍ରକାଶ କରିପାରନ୍ତି । 


    ଭାବୁଥାଏ ତମ ପରିଚୟ ପଚାରନ୍ତି କିନ୍ତୁ ତମେ ଯେ ମୋ ଠାରୁ ଏତେ ଦୂରରେ ଛିଡା ହୋଇଛ । ମୁଁ ନିରାଶ ହୋଇ ଆଖି କାଢି ଆଣୁଥାଏ ତୁମର ସେଇ ସଜ ପାରିଜାତ ଭଳି ଚେହେରାରୁ କିନ୍ତୁ ପୁଣି ଆଶାୟୀ ନେତ୍ରରେ ଚାହୁଁ ଥାଏ ପ୍ରତିଟି ଥର । 


    ତୁମ ପଦ୍ମ ମୁଖ ଦର୍ଶନ କଲାପରେ ଭାବିଲି ବୋଧହୁଏ ଶ୍ୱେତବର୍ଣ୍ଣର ଫୁଲ ଗୁଡ଼ିକ ଏଥିପାଇଁ ଉଦ୍ୟାନରେ ରମଣୀୟ ଦିଶନ୍ତି ନାହିଁ । ଯଦି ତୁମର ସମ୍ପୂର୍ଣ୍ଣ ତନୁକୁ ମୁଁ ଉପମା ଦିଏ ତେବେ ତା ସାମ୍ନାରେ ସ୍ଵର୍ଗର ପାରିଜାତ ପୁଷ୍ପବି ମଳିନ । ତୁମ ଶୁଭ୍ର ତନୁକୁ ଢାଙ୍କି ରଖିଥିବା ସବୁଜ ବର୍ଣ୍ଣର ପରିଚ୍ଛଦ ଠିକ୍ ଶୁଭ୍ର ଜଳ ରାଶି ପୂର୍ଣ୍ଣ ପୁଷ୍କରିଣୀ ଉପରେ କମଳ ପଲ୍ଲବ ସଦୃଶ ଏବଂ ସେହି ପଲ୍ଲବ ଉପରେ ତୁମର ମୁଖ ମଣ୍ଡଳ ପଦ୍ମ ଭଳି ଶୋଭନ । ପଦ୍ମ ଉପରେ ଗୁଣୁଗୁଣେଇ ହୋଇ ଉଡ଼ି ମଧୁପ ଯେପରି ମଧୁପାନ କରି ସାରି ଉଡ଼ିଯିବା ପରେ ତାର ଶୁଣ୍ଢରେ କିଞ୍ଜଳ୍କ ମଧ୍ୟରୁ କିଛି ପୁଷ୍ପ ରେଣୁ ଚୋରେଇ ନେଇ ଥାଏ ତୁମ ଠାରୁ ମଧ୍ୟ ଏ ଦୁଷ୍ଟ ଗନ୍ଧବହ ପଦ୍ମ ରେଣୁ ସଦୃଶ ପଦ୍ମ ଗନ୍ଧ ଚୋରି କରି ତାର ମନ୍ଦ ମନ୍ଦ ଗତିରେ ମୋ ଘ୍ରାଣେନ୍ଦ୍ରିୟ ରେ ଭରିଦେଇ ମୋ ଦେହର ରକ୍ତ ପ୍ରବାହକୁ ଆହୁରି ଦ୍ରୁତଗାମୀ କରି ପକାଉଛି ।


Rate this content
Log in

Similar oriya story from Romance