★ରାଣୀ★
★ରାଣୀ★
ମୋ' ସୁନା !
ଧନ ମୋ'ର !
ମାନିଯା ଥରେ ରାଣୀ କରି ରଖିନେବି ତୋ'ତେ !
ଏମିତିକା ସମ୍ବୋଧନ କରି ଲୋକଟା ଯେବେ ହିତାହିତ ହଜାଏ , ସେ' ଜାଣିନିଏ ଯେ' ବିଚରା ପ୍ରେମମଗ୍ନ ହୋଇସାରିଛି । ଏଥର ନିଜକୁ ଲୋକଟା ପାଖରେ ବାଢିଦିଏ ଆଉଟିକେ!
ପାଇବାରେ କ'ଣ ଗୋଟେ ଥାଏଯେ' ?
ସବୁ ସୁଖ ତ ଦେଇଦେବାରେ । କେତେବା , ଏତକ ସାରା ଜୀବନରେ ଭୋଗି ପାରନ୍ତି ???
ଲୋକଟା ଆଉରି ଲୁଟିନେବାକୁ ବ୍ୟାକୁଳ ହୁଏ ।
ଏହାଦେଖି ସେ' ସତକୁସତ ରାଣୀ ପାଲଟିଯାଏ । ରାଣୀ ସୁଲଭ ଭଙ୍ଗୀରେ ଲୋକଟାକୁ ହୁକୁମ୍ ଝାଡେ -
- କହ କେବେ ରାଣୀକରି ନେବୁ ମୋତେ ?
ଏଇତକ କଥାରେ ସିଙ୍କୁଡିଯାଏ ପୁରୁଷାକାର । ସତେକି ଅଗ୍ନିରେ ପାଣିମୁନ୍ଦେ ଢାଳିଦେଲା ଦଇବ । ଚାଉଁକରି ଉଠିପଡେ ମଣିଷ । ତରତରରେ ନିଜକୁ ସଜାଡି ଲୋକଟା ବାହାରିଯିବାବେଳେ , ରାଣୀ ଠାଣୀରେ ସେ' ହସିକୁହେ -
- ମୁର୍ଖ! ମୁଁ ତ ଆଜନ୍ମ ରାଣୀ ମୋ' ପରିଧିର । ତୁ' ଟା' ଯାହା ରଜାଟିଏ ହେବାକୁ ଅଯୋଗ୍ୟ । ହା ହା ହା ...
@ ଅମୀୟ ବେଜ୍