BRATATI PRIYADARSHINI

Inspirational Others

4.3  

BRATATI PRIYADARSHINI

Inspirational Others

ରାମାୟଣ

ରାମାୟଣ

3 mins
672


ଗୀତା ଆଜି ସକାଳୁ ଠାକୁର ପୂଜା ସାରି ଠାକୁର ଥାକ ଗୋଟି ଗୋଟି ଖୋଜିବାରେ ଲାଗିଛି । ଏହା ଦେଖି ସ୍ଵାମୀ ଅଭିନବ ପଚାରିଲେ ଗୀତାଶ୍ରୀ କ'ଣ ଏମିତି ଖୋଜୁଛ ସକାଳୁ ଯେ ମିଳୁନି ତମକୁ ? ଗୀତା କହିଲା ରାମାୟଣ । ଅଭିନବ ଆଶ୍ଚର୍ଯ୍ୟ ହୋଇଗଲେ ଓ କିଛି ଉତ୍ତର ନ କରି ଚାଲିଗଲେ।

 ଡ୍ରଇଂ ରୁମ ରେ ବସି ଭାବିଲେ ତାଙ୍କର କାନାଡ଼ା ଆସିବା 5 ବର୍ଷ ହେଲାଣି ,ଏହି 5 ବର୍ଷ ଭିତରେ ପତ୍ନୀ କେବେ ରାମାୟଣ ନା ଧରିବା ଶୁଣି ନଥିଲେ । ରାମାୟଣ କ'ଣ ନିଜେ ଭାରତୀୟ ବୋଲି ଭୁଲିଯାଇଥିଲେ |ହେଲେ ଆଜି ରାମାୟଣ ଖୋଜା ଏତେ ଜୋରରେ କ'ଣ ପାଇଁ, କିଛି ବୁଝି ହେଉନି ।!!!!ଛୁଆ ମାନେ ତ ଏଠି ଇଂରାଜୀ ଭାଷା ଛଡା ଅନ୍ୟ ଭାଷା ଜାଣନ୍ତି ନାହିଁ , ଗୀତା ମଧ୍ୟ ଇଂରାଜୀ ମାଧ୍ୟମ ସ୍କୁଲରେ ଟିଚର ଅଛନ୍ତି ,ତେଣୁ ତାଙ୍କର ବା ରାମାୟଣ କ'ଣ ଆବଶ୍ୟକ ??

      ଅଭି ବହି ଥାକ ରୁ ରାମାୟଣ ବହି ଟି ବାହାର କରି କହିଲେ ଗୀତା ନିଅ ରାମାୟଣ ମିଳିଗଲା । ବେକାର ବହିଟିଏ ପରି ରାମାୟଣ ଠାକୁର ଘରୁ ବାହାରି କେବେ ବାହାର ଥାକକୁ ଆସିଯାଇଥିଲା ଗୀତାଙ୍କର ସେଥିପ୍ରତି ନିଘା ନଥିଲା । ସମସ୍ତ ଲକ୍ଷ ବିଦେଶିନୀ ହେବାରେ ଲଗେଇଥିଲେ ସେ | ବହି ମିଳିଯିବା ଶୁଣି ଗୀତା ଖୁସିରେ ଦୌଡ଼ି ଆସିଲେ।

         ଅଭି ପଚାରିଲେ ଆଜି କାହିଁକି ଖୋଜୁଛ ରାମାୟଣ କୁ ?ଗୀତା କହିଲେ ଛୁଆ ମାନଙ୍କ ପାଈଁ। ସେମାନେ ଆମ ଶାସ୍ତ୍ର, ପୁରାଣ ,ସଂସ୍କୃତି ,ଇତିହାସ ବିଷୟରେ ଜାଣିବେନି ? ଭାରତୀୟ ହୋଇ ରାମାୟଣ, ମହାଭାରତ, ଶାସ୍ତ୍ର ପୁରାଣ ବିଷୟରେ ଜ୍ଞାନ ଆହରଣ କରିବା ନିହାତି ଆବଶ୍ୟକ। ଅଭି ପଚାରିଲେ ଆଜି ହଠାତ ଏସବୁ କେମିତି ମନେ ପଡ଼ିଲା ? କ'ଣ ହେଲାକି ? ଗୀତା ଅପ୍ରସ୍ତୁତ ହୋଇପଡି ଉତ୍ତର ଦେଲେ ନା କାହିଁକି କିଛି ହେବ ମ !!! ମୁଁ କଣ ମୋ ଛୁଆ ଙ୍କୁ ଶିଖାଏନି ଯେ , ତମେ ମତେ ଏମିତି କହୁଛ ?? ଅଭି କିଛି କହିଲେନି ,କିନ୍ତୁ ପୂର୍ଣ୍ଣ ନିଶ୍ଚିତ ଯେ ଆଜିର ଏହି ପରିବର୍ତ୍ତନ ପଛରେ କିଛି ନା କିଛି କାରଣ ଅଛି। ହେଲେ ଆମ ଛୁଆ ମାନଙ୍କୁ ତ ଓଡ଼ିଆ ପଢି ଆସେନି ! ସେମାନେ କେମିତି ଏ ବହି କୁ ପଢିବେ ବୋଲି ପଚାରିଲେ ଅଭି ? ଗୀତା କହିଲା ମୁ ତାଙ୍କୁ ପଢି ଶୁଣେଇବି । ସେମାନେ ଯାହା tv ରୁ ଯାହା ଜାଣନ୍ତେ ଏଠି ଭାରତୀୟ ଚାନେଲ ଆସୁନି। ଅଭି ମନେ ମନେ ହଠାତ ଆସିଥିବା ଏ ପରିବର୍ତ୍ତନ ର କାରଣ ଖୋଜୁଥିଲେ । ସେଦିନ ରାମାୟଣ ଖୋଜାରେ ଖାଇବା ପିଇବା ଡେରି ହୋଇଥିଲା।

        ସନ୍ଧ୍ୟାରେ ସଂଜ ଧୂପ ଦେଇ ସାରି ଗୀତା ପୁଅ ଝିଅ ଦୁଇଜଣଙ୍କୁ ଡାକି ବସେଇଲେ ରାମାୟଣ ଶୁଣିବା ପାଇଁ । ତା ପରେ ବଡ ପାଟିରେ କହିଲେ ଅଭି ତମେ ବି ଆସ ଶୁଣିବ ନହେଲେ , ଭାରତ ରେ ତମକୁ କେହି ପ୍ରଶ୍ନ ପଚାରିଲେ ଉତ୍ତର ଦେଇ ପାରିବନି । ଆଉ ସେ ହିରୋଇନ ପରିକା ଅପଦସ୍ତ ହେବ। ଆଉ ଆଜି କାଲି ଆମ ଟିଭି ଚ୍ୟାନେଲ ର ଲୋକମାନେ ବଜାର ଘାଟ ରେ ଲୋକଙ୍କୁ ଆମ ଦେଶ ସଂସ୍କୃତି ଓ ପର୍ବ, ପର୍ବାଣୀ ଆଦି ବିଷୟ ରେ ପଚାରୁଛନ୍ତି। ଯଦି ଜାଣି ନଥିବ ତେବେ ଅପଦସ୍ତ ହେବନି ?

        ଏହା ଶୁଣି ଅଭି ଙ୍କ ମୁହଁ ଉଜ୍ଜ୍ବଳ ଦିଶିଲା ,ସତେ ଯେମିତି ଖୋଜୁଥିବା ଜିନିଷ ପାଇଗଲା ପରି । ସେ ଭାବିଲେ ଆଛା ଘଟଣା ଆସି ଏଠି ,"ବିରି ମାଡ ଦେଖି କୋଳଥ ଚେପା" | ଭାରତରେ କୌଣସି ଜଣେ ଚଳଚ୍ଚିତ୍ର ଅଭିନେତ୍ରୀ ରାମାୟଣ ପ୍ରଶ୍ନର ଉତ୍ତର ଦେଇ ନ ପାରି ଅପଦସ୍ତ ହୋଇଥିବା କଥା ଗୀତା ସୋସିଆଲ ମିଡ଼ିଆ ରୁ ଜାଣିଲା ପରେ ତାଙ୍କ ମନରେ ଛନକା ପଶିଲା ଯେ ତାଙ୍କ ଛୁଆ ମାନଙ୍କ ଅବସ୍ଥା ସେଇ ଅଭିନେତ୍ରୀ ପରି ନ ହେଉ । ତେଣୁ ଏହି ରାମାୟଣ ଅଭିଯାନ ର ଆରମ୍ଭ। ଛୋଟ ବେଳୁ ଶାସ୍ତ୍ର ପୁରାଣ ଜ୍ଞାନ ଆହରଣ କଲେ ବଡ ହେଲା ବେଳକୁ ଆଉ ଭୁଲିବେନି |

           ସେ ଯାହା ବି ହେଉ ପଛେ ଅଭି ମନେ ମନେ ସେ ଅଭିନେତ୍ରୀ କୁ ଧନ୍ୟବାଦ ଦେଉଥିଲେ ଯେ ,ତା ପାଇଁ ତାଙ୍କ ଛୁଆ ମାନେ ପୁରାଣ ଶାସ୍ତ୍ର ଜାଣିବାକୁ ଯାଉଛନ୍ତି, ନିଜ ମା ଓ ମାଟି କୁ ଚିନ୍ହିବେ | ନିଜକୁ ନିଶ୍ଚିନ୍ତ ଭାବେ ଗର୍ବିତ ଅନୁଭବ କରିବେ ଯେ ସେମାନେ ଏହି ସମୃଦ୍ଧ ମାଟିର ସନ୍ତାନ ବୋଲି |ସ୍ୱଇଚ୍ଛା ରେ ନହେଲେ ନାଇଁ ଭୟ ରେ ହେଉ ପଛେ ନିଜ ମୁଳୁଦୁଆ ଓ ତାର କାହାଣୀ ଜାଣିବା ନିହାତି ଆବଶ୍ୟକ |



Rate this content
Log in

Similar oriya story from Inspirational