BRATATI PRIYADARSHINI

Tragedy

4  

BRATATI PRIYADARSHINI

Tragedy

ବଡ ଭୋକ ବାବୁ

ବଡ ଭୋକ ବାବୁ

3 mins
454


ବଡ ଭୋକ ବାବୁ ଦିଟା ଖାଇବାକୁ ମିଳିବ ? ଦେବେନ୍ଦ୍ର ବାବୁ ଗଡୁ ଧରି ପୂଜା କରିବାକୁ ବାହାରିଥିଲେ ।ତାକୁ ଟିକେ ତେଜକ ଚାହାଁଣୀରେ ଚାହିଁଲେ । ଚିରା ଧୋତି କୁ ଫଟା ମଇଲା ଗଂଜୀ ଖଣ୍ଡେ ପିନ୍ଧା ବୁଢାଟିଏ ।ତାଙ୍କ ବୋଉ କହିଲେ ତୁ ଏବେ ଯା ଲକ୍ଷ୍ମୀ ମନ୍ଦିର କୁ ଆସେ ସେଠି ମୋ ପୁଅ ଜନ୍ମଦିନ ଦରିଦ୍ର ନାରାୟଣ ଭୋଜନ ହେଉଛି ଆସି ଖାଇବୁ । ବୁଢାଟି ନୀରବରେ ଚାଲିଗଲା । ବୋଉ ଗାଡୁ ଗାଡୁ ହୋଇ କହିଲେ ମୋ ପୁଅ ତା ଜନ୍ମ ଦିନରେ ପ୍ରଥମେ ମନ୍ଦିର ରେ ଠାକୁରଙ୍କୁ ଖାଇବାକୁ ଦେବା ନ ଦେଇ ଏ ଅସନା ବୁଢାକୁ ଖାଇବାକୁ ଦେବ ! ହୁଂହ । ଆଜି ଦେବ ବାବୁଙ୍କ ଜନ୍ମ ଦିନ ତେଣୁ ଅନେକ ଆଡମ୍ବରର ଆୟୋଜନ । ଲକ୍ଷ୍ମୀ ମନ୍ଦିର ରେ ଦରିଦ୍ରନାରାୟଣ ଭୋଜନ ର ଆୟୋଜନ କେତେ ନାମିଦାମୀ ଲୋକ ସେଠାକୁ ଡକାହୋଇଛନ୍ତି । ଆଉ ଯିଏ ଯିବ ସେ ଖାଇବ । ଫୋଟୋ କ୍ୟାମେରା ସବୁ ର ଆୟୋଜନ ହୋଇଛି । ଯେମିତି ଅଭିଜାତ୍ୟ ପ୍ରଦର୍ଶନୀ ରେ କିଛି କମି ରହିନଯାଏ ।


              ଦେବେନ୍ଦ୍ର ବାବୁ ପୂଜା ସାରି ଆସିଲେ । ସ୍ତ୍ରୀ ପୁରୀ ଖିରି ବାଢ଼ିଦେଲେ । ବୋଉ କହିଲା ତୁ ଖାଇଦେ ଅରୁଆରେ ହେଇଚି । ସେଠି ପୂଜା ସରିଲା ବେଳକୁ କେତେ ଡେରି ହେବ କେଜାଣି ? ଏତେ ସମୟ ଓପାସ ରହିବୁ ତତେ ଭୋକ କରିବ । ଦେବ ବାବୁ ଖାଇକି ଆସି ଡ୍ରେସ ପିନ୍ଦିଲା ବେଳକୁ ଜାଣିପାରିଲେ ୫୦୦୦ ଟଙ୍କା ନାହିଁ ତାଙ୍କ ପକେଟ ରେ , ସେ ଆଶ୍ଚର୍ଯ୍ୟ ,କେବେ ଏମିତି ହେଇନି ଆଜି କୁଆଡେ ଗଲା ଟଙ୍କା ସମସ୍ତଙ୍କୁ ପଚାରିଲେ । ପୁଅର ହାବଭାବ ଦେଖି ସେ ନେଇଛି ବୋଲି ଜାଣିପାରିଲେ ଓ ତାକୁ ଦୁଇ ଚାରି ଜାବୁଡ଼ା ବସେଇ ପଚାରିଲେ ।ଡରରେ ସେ ଛୋଟ ପିଲାଟି ମୁକ ହେଇଯାଇଥିଲା । ତା ପାଟିରୁ କଥା ବାହାରୁ ନଥାଏ । ତା ମା କହିଲେ ରୁହ ମାରନି ମୁ ତାକୁ ବୁଝେଇ ପଚାରିବି । ଶାଶୁ କହିଲେ କିଯୁଗ ହେଲାଲୋ ମା ଆମ ଛୁଆ ମାନେ ମିଛ ବି କହୁନଥିଲେ ଆଉ ଇଏ ଛୋଟ ପିଲାଟା ଚୋରି କରୁଛି ? ଇଏ ଯୁଗ ଦୋଷ ନୁହେ ଆଉକଣ ? ଆଉ ସେ ନିଆଁ ଲାଗ ପୋଡ଼ାମୁହାଁ ବୁଢା ବି ଟଙ୍କା ନେଇ ପଳେଇଲା । ଚୋର ଭିକାରି ଟା ସୁଦୁ ।


    ମା ତାକୁ କୋଳରେ ବସେଇ ଗେଲ କରି ବୁଝେଇ ପଚାରିଲାରୁ ପୁଅ କହିଲା ମା ସେ ବୁଢା କୁ ଭୋକ ଏବେ ହେଉଥିଲା ଜେଜେମା ତାକୁ ମନ୍ଦିର ରେ ଖାଇବାକୁ କହିଲେ ହେଲେ ତା ଭୋକ କଣ ଅପେକ୍ଷା କରିବ ? ମତେ ଭୋକ ହେଲେ ତମେ କେମିତି ସଂଗେ ସଂଗେ ମତେ ଖାଇବାକୁ ଦିଅ ତାକୁ ବି ସେମିତି ଦେବାକଥା । ଆଉ ସିଏ ଏଠୁ ମନ୍ଦିର ଏତେବାଟ କେମିତିଯିବ ?ମୁଁ ତାକୁ ଆମ ବାରି କଳ ରୁ ପାଣି ପିଉଥିବା ଦେଖିଲି ସେଥିପାଇଁ ମୁଁ ବାପାଙ୍କ ପାକେଟ ରେ ହାତ ପୁରେଇ ଯାହା ପାଇଲି ନୋଟ ନେଇଗଲି , ଆଉ ରୋଷେଇଘରୁ କିଛି ପୁରୀ ନେଇ ତାକୁ ପୁରୀ ଓ ନୋଟ ଜରିରେ ପୁରେଇ ଦେଇଦେଲି । ସେ ପୁରୀ ପଇସା ରେ ସେ ଗାଡି ଭଡା ଦେଇ ମନ୍ଦିର କୁ ଯାଇ ଖାଇବ । ମା ନିର୍ବାକ ହେଇଯାଇଥିଲେ ତା କଥା ଶୁଣି । ତାଙ୍କ ଆଖିରେ ଲୁହ ଆସିଗଲା ।ସେ ତାକୁ ଜାବୁଡି ଧରି ଭୋ ଭୋ କାନ୍ଦି ପକେଇଲେ ।


                   ଏ କଥା ସବୁ ଦେବେନ୍ଦ୍ର ବାବୁ କବାଟ ପାଖରୁ ଶୁଣୁଥିଲେ ସେ ତାକୁ ମାରିଥିବାରୁ ନିଜକୁ ଦୋଷୀ ଭାବୁଥିଲେ । ତାଙ୍କର ଇଚ୍ଛା ହେଉଥିଲା ଦଉଡିଯାଇ ତାକୁ କୁଣ୍ଢେଇ ଧରି ଭୁଲ ମାଗିବେ ଓ ଭାବୁଥିଲେ ଏଟା ଯୁଗର ଦୋଷ ନୁହେଁ । ଏଟା ସଂସ୍କାର ଓ ଚିନ୍ତାଧାରା ର ଦୋଷ । ସମସ୍ତେ ମନ୍ଦିର ରେ ପହଁଚିଲେ । ସବୁ ଜୋରସୋର ରେ ଚାଲିଥାଏ । ଦେବେନ୍ଦ୍ର ବାବୁ ଦେଖିଲେ ସେ ବୁଢା ତାଙ୍କ ପାଖକୁ ଆସୁଛି । ସେ ତାକୁ କିଛି କହିବା ପୂର୍ବରୁ ସେ ଆସି କହିଲା ବାପା ତୋ ପୁଅ ଭୁଲରେ ମତେ ଏ ଟଙ୍କା ତକ ଦେଇଦେଇଥିଲା ପୁରୀ ସହିତ । ଛୋଟ ପିଲାଟା ଜାଣିପାରିନି ଦେଇଦେଇଛି ବୋଲି ଜାଣିପାରିଲି । ମୁଁ ଘରେ ଯାଇ ଦେଖିଲି ନହେଲେ ସଂଗେ ସଂଗେ ସେଇଠି ଦେଇଦେଇଥାନ୍ତି । ବୁଢ଼ୀ ଦେହ ଖରାପ ଆଜି କୋଉଠୁ କାମ କି ଖାଇବା ପାଇଲିନି ସେଥିପାଇଁ ପୁରୀ ଧରି ସିଧା ଘରକୁ ଦଉଡିଲି । ବୁଢ଼ୀ ମତେ କହିଲା ତମେ ଆଗ ଯାଇ ଟଙ୍କା ଫେରେଇ ଆସ , ଆଉ ମୁଁ ଦେବାକୁ ଆସିଲି । ଚାଲିଚାଲି ଆସିଲି ତ ଡେରି ହେଲା । ଦେବେନ୍ଦ୍ର ବାବୁ ସ୍ଥାଣୁ ପାଲଟି ଯାଇଥିଲେ । ଜାଣି ପରି ନଥିଲେ ଅଧିକ ସମ୍ଭ୍ରାନ୍ତ ଓ ସଂସ୍କାରି କିଏ ? ସିଏ ନ ଏ ନିଆଁ ଲଗା ବୁଢା ।


Rate this content
Log in

Similar oriya story from Tragedy