STORYMIRROR

Paramita Mishra

Inspirational

3  

Paramita Mishra

Inspirational

ରାକ୍ଷୀ ପାଉଣା

ରାକ୍ଷୀ ପାଉଣା

3 mins
14.8K


ବହୁତ ସମୟ ତଳର କଥା। ସେତେବେଳକୁ ସାମାନ୍ୟ ବେସରକାରୀ ସ୍କୁଲରେ ଶିକ୍ଷକତା କରୁଥିଲା ଶିଳ୍ପୀ । ମାସକୁ ମାତ୍ର ଟଙ୍କା ୧୫୦୦ ମିଳୁଥିଲା। କିନ୍ତୁ ସେଥିରେ ଘରର ସବୁ ଖର୍ଚ୍ଚ କେମିତି ହେଉଥିଲା ସେ କଥା ସେ ହିଁ ଜାଣେ। ବାପାଙ୍କର ଅଳ୍ପ ଦରମାରେ ଘର କଣ ଚାଲୁଥିଲା ।ଏଇ ଚାକିରି ଖଣ୍ଡକ ଥିଲା ବୋଲି ଲାଜ ରହୁଥିଲା। ଶିଳ୍ପୀ ବଡ, ଭାଇ ସାନ। ଆର୍ଥିକ ଅବସ୍ଥା ଯଦିଓ ଟିକେ ସ୍ଵଚ୍ଛଳ ଥିଲେ ବି ଘରେ ବେଶ୍ ହସ ଖୁସିରେ ଦିନ କଟି ଯାଉଥିଲା। ଭାଇ କୃଷ୍ଣ ବହୁତ ସାନ ହେବ ଶିଳ୍ପୀ ଠାରୁ। ରକ୍ଷା ବନ୍ଧନ ଆସିଲେ ରାକ୍ଷୀ ବାନ୍ଧିବ ବୋଲି ବହୁତ ଖୁସି ହୋଇଯାଏ । ଭାଇ ପସନ୍ଦ ର ମିଠା କିଛି ଛୋଟିଆ ଉପହାର,ମୟୂର ଚନ୍ଦ୍ରିକା ରାକ୍ଷୀ ଟିଏ ନେଇ କି ଆସେ ସେ।

କୃଷ୍ଣକୁ ପ୍ରାୟ ୮ ବର୍ଷ ହୋଇଥିବ ସେତେବେଳେ ଶିଳ୍ପୀ କଲେଜ ରେ ପଢୁଥିଲା କିନ୍ତୁ ଟଙ୍କା ପାଇଁ ଶିକ୍ଷକତା ବି କରେ। ସେ ବର୍ଷ ରାକ୍ଷୀରେ ଘରେ କାହା ମନରେ ସୁଖ ନଥିଲା। ବାପାଙ୍କୁ ଦରମା ମିଳିନି ଆଉ ଘରେ ସେଥିପାଇଁ କିଛି ଭଲମନ୍ଦ କରାଯାଇନି। ଶିଳ୍ପୀ ହାତ ବି ଖାଲି ତେଣୁ ଆଗ ଦିନ ସ୍କୁଲରୁ ଫେରିଲା ବେଳେ ଶିଳ୍ପୀ ଖାଲି ପାଏ ମିଠା ନେଇ ଆସିଥାଏ କିନ୍ତୁ ଘରର ପରିବେଶ ଦେଖି ସେ ବି ଉଦାସ ହୋଇ ଯାଇ ଥିଲା ।ସେ ଯାହା ହେଉ ସକାଳ ହେଲା। ରୀତି ମତ ରାକ୍ଷୀ ବାନ୍ଧିବା ସମୟ ଆସିଲା । ମନେ ପଡିଲା ଭାଇ ପାଇଁ ଚକୋଲେଟ୍ ଆଣିବା ଭୁଲି ଯାଇଛି, ଦୋକାନରୁ ଆଣିବା ପାଇଁ ପର୍ସରେ ହାତ ମାରି ଦେଖିଲା ବେଳକୁ, ମାସ ଶେଷର ସେଇ ଶହେ ଟଙ୍କାଟି ନାହିଁ ।ମାସ ସରିବାକୁ ଆହୁରି ପାଞ୍ଚ ଦିନ ଅଛି। ଆଉ କି ରାକ୍ଷୀ ବାନ୍ଧିବ ।ଆଖି ଛଳ ଛଳ ହୋଇ ଆସୁଥିଲା। କୋଉଠି ପଡିଗଲା ନିଶ୍ଚୟ, ସେତେବେଳକୁ ଶହେ ଟଙ୍କାର ମୂଲ୍ୟ ବହୁତ ଥିଲା ଆଜ୍ଞା। ସମସ୍ତଙ୍କୁ ପଚାରିଲା କେହି ଜାଣିନି କହିଲେ। ମନ ଦୁଃଖ ଥିଲେ ବି ତାର ଗୋଟେ ବୋଲି ଭାଇ ଗତ କାଲି ତା ଭାଇ ପସନ୍ଦର ମିଠା ବି ଆଣିଛି ତେଣୁ ନିଜ ସମସ୍ୟାକୁ ଛାଡି ରାକ୍ଷୀ ବାନ୍ଧିଲା। ଖୁସିରେ ମିଠା ଖୁଆଖୁଇ ହେଲେ। ଶିଳ୍ପୀ କୃଷ୍ଣର ଗାଲ ଆଉଁଷି କହିଲା ଆର ମାସରେ ତୋ ପାଇଁ ସେ ବଡ ଚକୋଲେଟ୍ ଆଉ ନୁଆଁ କମ୍ପାସ ଆଣିଦେବି। ଏଥର ଆଣି ପାରିଲିନିରେ। ଆଉ ଟିକେ ମନ ମାରି କି ବସିଗଲା। କିଛି ସମୟ ପରେ ଗୋଟେ ଛୋଟିଆ ହାତ ତା ମୁହଁ ଆଗରେ ଆସି ରଖିଲା କହିଲା ଅପା ତୋ ରାକ୍ଷୀ ପାଇଁ ମୋ ତରଫରୁ ଏଇ ନେ, ଆଉ ହାତରେ ଥିଲା ଶହେ ଟଙ୍କା।

ଏଇତ ମୋର ଶହେ ଟଙ୍କା କହି ଚିତ୍କାର କରି ଉଠିଲା ଶିଳ୍ପୀ। କିଛି ନ ଶୁଣି ହଠାତ୍ ଜୋର୍ ରାଗ ଆସିଗଲା ତାକୁ ।ଏତେ ପଚାରିଲା ସମସ୍ତଙ୍କୁ ସେତେବେଳେ କାହିଁକି କହିଲୁନି କହି ହାତଟା ଉଠି ଯାଉଥିଲା କି କୃଷ୍ଣ ହାତ ଉପରକୁ କରି ମୁହଁ ଲୁଚାଇ ଜଲଦି ଜଲଦି କହିଲା ମତେ ମାରନା ଅପା, ତୁ ରାକ୍ଷୀ ବାନ୍ଧିଲେ ମୁଁ କେବେ କିଛି ଦିଏନି। ସବୁ ଭାଇ ମାନେ ସେମାନଙ୍କ ଭଉଣୀ ମାନଙ୍କୁ କେତେ କଣ ଦିଅନ୍ତି। ତେଣୁ ଏବେ ଟିକେ ସମୟ ତଳେ ତୋ ପର୍ସ ରୁ ନେଇ ଥିଲି ତତେ ଦେବି ବୋଲି। ବିଶ୍ଵାସ କର ମୁଁ ଆଉ କିଛି କରିନି, ମତେ କ୍ଷମା କରିଦେ।

ଏ କଥା ଶୁଣିଲା ପରେ ଶିଳ୍ପୀ କଣ କହିବ କିଛି ବୁଝି ପାରୁ ନଥିଲା ।ଭାଇକୁ ଭିଡି ଧରି ବହୁତ କାନ୍ଦିଲା ।ନିଜ ଅବସ୍ଥାକୁ ଧିକ୍କାରିଲା। ତା ହାତରୁ ସେ ଟଙ୍କା ନେଲା ବେଳେ ତାକୁ ବୁଝେଇ ଦେଲା ଯେ ଆଉ କେବେ ଏମିତି କରିବୁନି। ଆଜିଠୁ ମୋର ସବୁ ରାକ୍ଷୀ ର ପାଉଣା ବାକି ରହିଲା। ଯେତେବେଳେ ତୁ ବଡ ହେବୁ ସବୁ ଏକାଥରେ ଦେଇଦେବୁ। ଛୋଟିଆ କଅଁଳିଆ ମନ କଣ ବୁଝିଲା କେଜାଣି କିନ୍ତୁ ଖୁସି ରେ ହଁ ଟିଏ ମାରିଲା।

ପିଲାମାନେ ବଡ ହୋଇ ଯାଆନ୍ତି, କିନ୍ତୁ ସ୍ତୁତି ର ବୟସ ବଢେନି। ସେ ତ ମନରେ ସେମିତି ହିଁ ଲୁଚି ରହିଥାଏ ଆଉ ସମୟ ଆସିଲେ ତାର ପ୍ରତିବିମ୍ବ ଝଲସି ଓଠେ ଆଖି ଲୁହରେ ଏମିତି କିଛି ଦିନ ମାନଙ୍କରେ।

ଭାଇ ତୁ ଦୀର୍ଘଜୀବି ହୁଅ ଜୀବନର ସବୁ ସଫଳତା ତୋତେ ମିଳୁ ।ତୁ ହସୁଥା, ସୁଖରେ ରହ ଏତକ ମୋ ରାକ୍ଷୀ ପାଉଣା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational