Priyadarsini Das.PriYa❤️

Tragedy

2  

Priyadarsini Das.PriYa❤️

Tragedy

ରାକ୍ଷୀ ବାଲା

ରାକ୍ଷୀ ବାଲା

2 mins
129



ଏବେ ମହାମାରୀ କରୋନାର ସମୟ । ଖାଲି ଆମ ଅଞ୍ଚଳ କଥା ନୁହେଁ ସମଗ୍ର ଦେଶ ତଥା , ବିଶ୍ଵର ସ୍ଥିତି ସମସ୍ତଙ୍କୁ ଜଣା ।


କିନ୍ତୁ ମହାମାରୀ ଗୋଟିଏ ପଟରେ ଆଉ ଆମର ପର୍ବପର୍ବାଣୀ ଗୋଟିଏ ପଟେ ।


ସେ ପୁଣିରକ୍ଷାବନ୍ଧନ ..।ଭାରି ନିଆରା ପର୍ବ ଭାଇ ଭଉଣୀ ପାଇଁ ।


ଭାଇ ଭଉଣୀର ସ୍ନେହ କୁ ଦର୍ଶେଇ ଥାଏ ଏ ପର୍ବ । 


ଭଉଣୀ କେତେ ମନ କରି ପସନ୍ଦ ମୁତାବକରାକ୍ଷୀ ଟିଏ କିଣି ଭାଇର ହାତରେ ବାନ୍ଧି ଦିଏ ।


କିନ୍ତୁ ଏ ମହାମାରୀ ସମୟରେ ରାକ୍ଷୀର ଦୋକାନ ଟିଏ ପାଇବା ଭାରି କଷ୍ଟ ।


ସାମାଜିକ ଦୁରତ୍ଵ କୁରକ୍ଷା କରି ହାତ ଗଣତି କେତେ ଟି ଦୋକାନ ଖୋଲା ହେଇଛି ।


ଆଉ ସେଇ ଦୋକାନ କୁ ବହୁତ୍ ଦୂରରୁ କିଛି ଦିନ ହେଲା ଦେଖି ଆସୁଛି କୁନି ଝିଅ ଟିଏ ।


ପାଖ ସାହିରେ ତା ଘର ।


ରାକ୍ଷୀର ୪ ଦିନ ଆଗରୁ ଯାଇରାକ୍ଷୀର ଦୋକାନରେ ପହଞ୍ଚିଲା , ବହୁତ୍ ସାହସ କରି । 


ସୁନ୍ଦରରାକ୍ଷୀରେ ଦୋକାନ ଟି ଝଲସି ଉଠୁଥିଲା ।


ଆଖି ଲାଖିରହିଥିଲା ଦୋକାନରେ ସେ କୁନି ଝିଅର ।


ଯାହାର ବି ଦାମ୍ ପଚାରିଲା ସେତିକି ଦାମ୍ ଯାଏ ସେ କୁନି ଝିଅରରେଖାର ଗଣତି ବି ପାଉ ନଥାଏ ।


ମହାମାରୀ ପାଇଁ ଦୋକାନୀ ମାନେ କିଛି ପୂର୍ବ ବର୍ଷରରାକ୍ଷୀରଖି ଛନ୍ତି ତ କିଏ କିଛି ନୂଆ ଆଣିଛନ୍ତି ।

ଆଉ ନିଜର ବ୍ୟବସାୟ ପାଇଁ ଦାମ୍ ଆକାଶ ଛୁଆଁ କରି ଦେଇଛନ୍ତି ।


ସେ କୁନି ଝିଅ ଟି ସବୁଠୁ କମ୍ ଦାମ୍ରରାକ୍ଷୀ ଟିଏ ଦେଖେଇବାକୁ କହିଲା ।

ଦାମ୍ ଥିଲା ଦଶ ଟଙ୍କା ।


କିନ୍ତୁ ତା ପାଖରେ ଥିଲା ୫ ଟଙ୍କା ।


ଦୋକାନୀ ତାକୁ କହିଲା ଝିଅ ଏଇ ୫ ଟଙ୍କାରାକ୍ଷୀ ନେଇ ଯାଆ ।


କିନ୍ତୁ ତା ମନ ସେଇରାକ୍ଷୀରେ ଥାଏ ।

ତା ଦୁଇ ଭାଇ ପାଇଁ ଦୁଇଟିରାକ୍ଷୀ ଆଣିବ ।


କଣ କରିବ ।


ତା ମା ଲୋକ ଙ୍କ ଘରେ ପାଇଟି କରି ପଇସା ଆଣୁ ଥାଏ ।


କିନ୍ତୁ ଏ ମହାମାରୀ ପାଇଁ କୌଣସି ଲୋକ ଆଉ ଘରକୁ ପଶାଉ ନାହାନ୍ତି , ଆଉ ବିନା କାମରେ ପଇସା କୁଆଡୁ ଆସିବ ।

ବାପା ତାର ଯାହା ମୂଲ ଲାଗି ଆଣେ ସେଇଥିରେ ପାଞ୍ଚ ପ୍ରାଣୀର ପେଟ ପୁରିଯାଏ ।ବାସ୍.....।


ହେଲେ ଏ ସବୁ ସେ କୁନି ଝିଅ ବୁଝେନି ।


ଲଗାତାର ତିନି ଦିନ ଧରି ସେଇରାକ୍ଷୀ ଆଗେ ଛିଡ଼ା ହେଇଯାଏ ।


ସେରାକ୍ଷୀ ଦୋକାନୀ ସବୁଦିନ ଦେଖେ , ସେ କୁନି ଝିଅ କୁ ...।



ଶେଷରେ ଆସିଲା ଆଜିର ଦିନ ...।


ପୁଣି ସକାଳେ ଯାଇ କୁନି ଝିଅ ଟି ଦୋକାନ ଆଗରେ ଛିଡ଼ା ହୋଇଗଲା ।


ବିଚରା କୁନି ଝିଅ କୁ ଦେଖି ଦୋକାନୀ ଟି ଭାବୁକ ହୋଇ ପଡ଼ିଲା ।


ଦୋକାନରୁ ଭଲ ଝଲସି ଉଠୁ ଥିବାରାକ୍ଷୀ ଦୁଇଟି ଆଣି ଝିଅ ଟିକୁ ଦେଲା ।


ଆଉ ସେରାକ୍ଷୀ ଦେଖି ସେ କୁନି ଝିଅ କାନ୍ଦି ପକାଇଲା ।


କହି ପକାଇଲା ତୁମେ କେତେ ଭଲ ଭାଇ ...।


ଏ କଥା ଶୁଣି ଦୋକାନୀ ଟି ଆହୁରି ଭାବୁକ ହୋଇଗଲା ...।


କହି ଉଠିଲା ହଉ ଭାଇ ଯଦି କହିଛୁ ତାହେଲେ ଆଉ ଗୋଟେରାକ୍ଷୀ ନେ , ମୋ ହାତରେ ବି ବାନ୍ଧି ଦେ ...।

ତୋ ଭାଇ ପ୍ରତି ତୋର ଏତେ ଭଲ ପାଇବା ଦେଖି ମୋ ମନ ବି ଭାରି ହୋଇ ପଡ଼ିଲା ।


ଆଉ ଏ ଦୁଇଟିରାକ୍ଷୀ ମୋ ତରଫରୁ ମୋ କୁନି ଭଉଣୀ ପାଇଁ ଉପହାର ....।


କୁନି ଝିଅ ଟି ସେ ଦୋକାନୀ ହାତରେରାକ୍ଷୀ ଗୋଟେ ବାନ୍ଧି , କୁନି ଗେହ୍ଲା ଟିଏ କରି ଦୌଡିଲା ତା ସାହି ଆଡ଼େ....।


ସେ କୁନି ଝିଅ ଆଖିରେ ଖୁସି ଦେଖିରାକ୍ଷୀ ଦୋକାନୀ ଟିର ଆତ୍ମା ତୃପ୍ତି ହୋଇଗଲା ....।



ଟଙ୍କା ତ ସମସ୍ତେରୋଜଗାର କରୁଛନ୍ତି , କିନ୍ତୁ ମଣିଷତ୍ୱରୋଜଗାର କରିବା ଭାରି କଷ୍ଟ ....।


କାହାର ଅଭିଶାପ ମାଗଣାରେ ମିଳିଯିବ କିନ୍ତୁ ହୃଦୟର ସହ କାହା ଠାରୁ ଆଶିର୍ବାଦ ପାଇବା ଟା କେତେ ଜଣ ଭାଗ୍ୟବାନ ଲୋକ ଙ୍କୁ ହିଁ ମିଳେ ।


ଆଉ ସେଇ ଭାଗ୍ୟ ବାନ ଥିଲା ସେରାକ୍ଷୀ ଦୋକାନୀ ଟି ...., ଯିଏ କି ସେ କୁନି ଝିଅ ମୁହଁରେ ହସ ଫୁଟେଇ ତା ଅଜାଣତରେ ଆଶିର୍ବାଦର ଭଣ୍ଡାର ପାଇ ସାରିଥାଏ .......।




Rate this content
Log in

Similar oriya story from Tragedy