jyotsna mayee panda

Tragedy

4  

jyotsna mayee panda

Tragedy

ରାକ୍ଷୀ ଅପା...

ରାକ୍ଷୀ ଅପା...

5 mins
182


ଆଜି ରାକ୍ଷୀ ପୂର୍ଣ୍ଣିମା l ମୋ ଝିଅ ର ଖୁସି କହିଲେ ନ ସରେ l କେତେ ଥର ପଚାରୁ ଛି "ମା ଅପା କେତେବେଳେ ଆସିବେ " ଆଉ ତାର ଏ ପ୍ରଶ୍ନ ର ଉତ୍ତର ଦେଇ ମୁଁ ଥକିପଡିଲିଣି l କାହିଁକି ନା ଆଜି ସେ ଜାଣିଛି ଅପା ତାପାଇଁ ଗୋଟେ ଷ୍ଟୋନ ଲଗା ସୁନ୍ଦର ରାଖୀ ସହିତ ଦିଟା କିଟିକେଟ ଚକଲେଟ ଆଣିଥିବେ ସେଥିପାଇଁ ଆଜି ମୋ ଝିଅ ଅପା କୁ ଅପେକ୍ଷା କରିଛିl ତାର ପ୍ରିୟ ରାକ୍ଷୀ ଅପା ଙ୍କୁ l ଏ ରାକ୍ଷୀ ଅପା ସହିତ ଆମର କିଛି ରକ୍ତ ସମ୍ପର୍କ ନାହିଁ ହେଲେ ବି କାହିଁକି କେଜାଣି ସେ ନିଜ ଠୁ ବି ଆପଣାର ଲାଗନ୍ତି l ମୋ ବାହାଘର ଆଗରୁ କୁଆଡେ ରାକ୍ଷୀ ଅପା ମୋ ସ୍ୱାମୀ ଙ୍କ ସହିତ ଗୋଟେ ସ୍କୁଲ ରେ ଶିକ୍ଷକତା କରୁଥିଲେ lଆଉ ଗୋଟେ ଛୋଟିଆ ରାକ୍ଷୀ ରେ ଯୋଡ଼ିଦେଇ ଥିଲେ ଏ ସମ୍ପର୍କ l ଆଉ ଏ ସୁତା ଖିଅ ର ସମ୍ପର୍କ ଯେ ଏତେ ନିବିଡ଼ ଯେଉଁ ବନ୍ଧନ ରେ ବିଶ୍ୱାସ ଆଉ ସ୍ନେହ ଭରି ରହିଥିଲାଭରପୁର ଭାବରେ l

ସେ ଦିନଠୁଁ ସେ ମୋ ଝିଅ ର ଆଉ ଆମ ସମସ୍ତେ ଙ୍କର ରାକ୍ଷୀ ଅପା l ରାକ୍ଷୀ ଅପା ବାହା ହୋଇ ନଥଲେ l ତାଙ୍କ ଜୀବନ କାହାଣୀ ବହୁତ ଦୁଃଖ ମୟ l ବେଳେବେଳେ ସେ ଦୁଃଖ ସବୁ ମୋ ଆଗରେ ବଖାଣି କାନ୍ଦି ପକାନ୍ତି ରାକ୍ଷୀ ଅପା l ସେ ତାଙ୍କ ପରିବାର ର ବଡ ଝିଅ ତାଙ୍କ ତଳକୁ ଦୁଇ ଭାଇ, ଆଉ ଭଉଣୀ ଟେ l ବାପା ମା ଦିଜଣ କେବେ ଠୁ ଚାଲି ଯାଇଥିଲେ ଆର ପାରିକି ଆଉ ପରିବାର ର ସବୁ ବୋଝ ରାକ୍ଷୀ ଅପା ଉପରେ l ଦି ଭାଇ କୁ ପଢ଼େଇ ଭଲ ମଣିଷ କଲେ l ଭଉଣୀ କୁ ବି ଭଲ ଘରେ ବାହା ଦେଲେ l ସମସ୍ତଙ୍କ କଥା ଚିନ୍ତା କରୁ କରୁ ସେ ନିଜ ଜୀବନ କଥା ଭୁଲି ଗଲେ l ଭାଇ ମାନେ ବାହା ସାହା ହୋଇ ସେମାନଙ୍କ ପିଲା ଛୁଅବି ହେଲେଣି l ସେମାନଙ୍କ ଦାୟିତ୍ୱ ବି ରାକ୍ଷୀ ଅପା ଉପରେ l ସ୍ନେହ ଯତ୍ନରେ ବଢ଼େଇଲେ l ଏବେ କିନ୍ତୁ ତାଙ୍କ ଦରକାର ପଡୁନି ଘରେ l ଯେ ଯାହା ଜୀବନରେ ବ୍ୟସ୍ତ ଅଛନ୍ତି l କିନ୍ତୁ ଅପା ଖଲି ଏକା ହୋଇଗଲେ..... ଏ ସ୍ୱାର୍ଥପର ଦୁନିଆ ରେ ସ୍ୱାର୍ଥ ସାଧିତ ହେଲା ପରେ ସବୁ ସମ୍ପର୍କରେ ଆଉ ଆଗ ଭଳି ମଧୁରତା ନ ଥାଏ l ସବୁ ସମ୍ପର୍କ ବି ତିକ୍ତ ହୋଇଯାଏ l ସମସ୍ତେ ନିଜ ନିଜ ଜୀବନରେ ବ୍ୟସ୍ତ l ଆଉ ରାକ୍ଷୀ ଅପା ବି ଏବେ ନିଜେ ଟ୍ରାନ୍ସଫର ମାଗି ଅନ୍ୟ ସ୍କୁଲରେ ଅଛନ୍ତି l ବେଳେବେଳେ ଏକାକୀ ଜୀବନ ଟା ଖୁବ ଦୁର୍ବିସହ ହୋଇ ପଡେ ରାକ୍ଷୀ ଅପାଙ୍କ ପାଇଁ l ଆଉ ରାକ୍ଷୀ ଅପା ବି ଏବେ ସମ୍ପୂର୍ଣ୍ଣ ଏକାକୀ l ଗୋଟେ ଭଡା ଘରେ ରହୁଛନ୍ତି ନିଜ ପରିବାର ପାଖରୁ ଦୂରରେ.... ଆଉ ସେ ସେଠି ବି ଭଡା ଘର ପାଇଁ ଆପଣାର ହୋଇ ଗଲେ l ଏମିତି କେତେ ଦିନ ଗଲା ଆମ ରାକ୍ଷୀ ଅପା ଦିନେ ନାଲି ଶାଢ଼ୀ ପିନ୍ଧି ସିନ୍ତି ରେ ସିନ୍ଦୁର ଆଉ ହାତରେ ନାଲି ଶଙ୍ଖା... ପହଂଚି ଗଲେ ଆମ ଘରେ l ମୋତେ ତାଙ୍କ ଏ ବେଶ ଦେଖି ଖୁବ ଆଶ୍ଚର୍ଯ୍ୟ ଲାଗିଲା ଆଉ ମନେ ମନେ ଖୁସି ହୋଇ ଭଗବାନଙ୍କୁ ତାଙ୍କ ଦାମ୍ପତ୍ୟ ଜୀବନ ର ଶୁଭ ମନାସିଲି

                               ମୁଁ କହିଲି "ଅପା ଆଜି ତୁମେ ବହୁତ ସୁନ୍ଦର ଦେଖା ଯାଉଛ "ଆଉ ରାକ୍ଷୀ ଅପା ଟିକେ ଲାଜେଇ କହିଲେ ସେମିତି କୁହନା... ଏ ବୁଢ଼ୀ ବୟସରେ.... ଆଉ କଣ ସୁନ୍ଦର ଦିସିବି...

ଅପାଙ୍କୁ ଏଵେ ସରଚାଳିଶ କି ଅଠଚାଳିଶ ବର୍ଷ ହେଉଥିବ l ଆଗରୁ ବାହା ହୋଇଥିଲେ ଛୁଆ ମାନେବି ଏଵେ ବଡ଼ ହୁଅନ୍ତେନି l ବଡ଼ ନାଲି ଟିକିଲି ଟା ଅପା ଙ୍କୁ ଖୁବ ସାଜେ ସେ ସବୁବେଳେ ସେଇ ନାଲି ଟିକିଲି ଲଗାଉ ଥିଲେ l ଏଵେ ସିନ୍ତି ରେ ସିନ୍ଦୁର ତାଙ୍କ ସୁନ୍ଦରତା କୁ ଦ୍ୱିଗୁଣିତ କରିଦେଇଛି l ଯାହା ହେଉ ଅପା ଟିକେ ସୁଖରେ ରହିବେ l ସ୍ୱାମୀ କିଛି କରୁନାହାନ୍ତି ହେଲେ ଅପାର ତ ଚାକିରୀ ଅଛି..... ସେଦିନ ଖାଇ ପିଇ ଆମ ଘରୁ ଅପା ଜିବାକୁ ବାହାରିଲେ l ଗଲାବେଳେ ମୁଁ ରଖି ଥିବା ନୂଆ ଶାଢ଼ୀ ଆଉ ସାର୍ଟ ପେଣ୍ଟ କପଡା ବଢ଼ାଇ ଦେଲି ଅପା ହାତକୁ....... ସେ କହିଲେ ସବୁବେଳେ ଏ କଣ ଦେଉଛ ତୁମେ.... ମୁଁ କହିଲି ତୁମେ ବାହା ପରେ ଆମଘରକୁ ପ୍ରଥମ ଥର ଆସିଛ ଆଉ ଭାଇ ଘରୁ ଖାଲି ହାତ ରେ କେହି କଣ ଯାଏ....

ଅପା ଙ୍କ ଆଖି ରୁ ଲୁହ ଦିଟୋପା ଗଡ଼ିଗଲା ସେ ଆଉ ମନା କରିପାରିଲେ ନି

ସବୁ ରାକ୍ଷୀ ପୂର୍ଣ୍ଣିମା ରେ ବି ସେ ଶାଢ଼ୀ ନେବା ପାଇଁ ଏମିତି ମନା କରନ୍ତି ଅଉ ମୁଁ ଜୋର କରି ଦେଇଦିଏ.... ଭାବିଲି ଅପା ଆଗରୁ କାହିଁକି ଏକଥା ଭାବିଲେ ନି......ଏ ବୟସରେ ସେ ବିବାହ କରି କିଛି ଭୁଲ କରି ନାହାନ୍ତି ତ ? ସେ ଯାହା ହେଉ ଅପା ର କେହିଜଣେ ସାହାରା ମିଳିଗଲା l ଏମିତି କେତେ ଦିନ ବିତିଗଲା ଆଉ ପୁଣି ସେ ରାକ୍ଷୀ ପୁର୍ଣିମା ଆସିଲା ସକାଳୁ ସକାଳୁ ମୋ ସ୍ୱାମୀ ବି ଗାଧୋଇ ପାଧୋଇ ରେଡି l ମୁଁ ବି ଜଳଖିଆ ପତ୍ର ରେଡି କଲି ଆଉ ପୂଜା ଥାଳି ସିନ୍ଦୁର, ଚନ୍ଦନ, ଦୀପ କାରଣ ଅପା ଏଠି ବେଶି ସମୟ ରହିବେନି ପୁଣି ସେ ନିଜ ଭାଇ କୁ ରାକ୍ଷୀ ବାନ୍ଧିବାକୁ ତାଙ୍କ ଘର କୁ ଯିବେ.... ମୋ ଝିଅ କେବେ ସହଜରେ ଗାଧୁଏ ନି ହେଲେ ଆଜି ତାକୁ ଆଉ କହିବାକୁ ପଡିନି ସେ ବି ରାକ୍ଷୀ ବାନ୍ଧିବ ତା ରାକ୍ଷୀ ଅପା ଠୁ l ଛୋଟ ବେଳୁ ସେ ଜିତ କରେ ରାକ୍ଷୀ ଅପା ଠୁ ରାକ୍ଷୀ ବାନ୍ଧିବା ପାଇଁ ଆଉ ସେ କୁହନ୍ତି "ବାପ ଝିଅ କୁ ତ ବାନ୍ଧିଲି ଅଉ ତୁମେ କଣ କଲ ତୁମକୁ ବି ଗୋଟେ ବାନ୍ଧିବି ଆଉ ମୋ ପାଇଁ ବି ସୁନ୍ଦର ରାକ୍ଷୀ ଟେ ଆଣିଥାନ୍ତି ସେ... ସତରେ ଅପା କେତେ ସ୍ନେହୀ......... ନିଜ ବଡ଼ ଭଉଣୀ ପରି ଲାଗେ ମୋତେ... କିନ୍ତୁ ଏ ଥର ତାଙ୍କ ହସ ହସ ମୁହଁ ରେ ଅଉ ହସ ଦେଖିଲିନି....... ମୋତେ ରାକ୍ଷୀ ବାନ୍ଧୁ ବାନ୍ଧୁ ଆଖି ତାଙ୍କର ଲୁହ ରେ ଭର୍ତି ହୋଇଗଲା" ମୁଁ କହିଲି ଅପା ତୁମେ ଭଲ ଅଛ ତ??? କିନ୍ତୁ ତାଙ୍କ ଲୁହ କହିଦେଉଥିଲା ତାଙ୍କ ଜୀବନ କାହାଣୀ.... ଲୁହ ପୋଛୁ ପୋଛୁ ସେ କହିଲେ ଏଵେ ସମୟ ନାହିଁ ସେ ମୋତେ ତଳେ ଅପେକ୍ଷା କରିଛନ୍ତି ଶୀଘ୍ର ଯିବି ଆଉ କେବେ ଆସିଲେ ସବୁ କଥା କହିବି l ସବୁବେଳେ ଖାଇ କି ଯାଆନ୍ତି ହେଲେ ଆଜି ଖାଲି ମିଠା ଟିକେ ଖାଇ ଚାଲିଗଲେ ସେ lମନ ଟା ମୋଟେ ଭଲ ଲାଗିଲା ନି ଅପା ଆଖି ରେ ଲୁହ ଦେଖିl ଭାବୁଛି ଛୁଟି ଦେଖି ତାଙ୍କ ଘର କୁ ଯିବି l ଅଉ ତାଙ୍କ ଦୁଃଖ ସୁଖ ଟିକେ ବୁଝିବି l 

                          ଖରା ଛୁଟି ରେ କେତେ ଦିନ ବାହାରିଲି ଅପା ପାଖ କୁ ଯିବି ବୋଲି ହେଲେ ଏ ଲକଡାଉନ ପାଇଁ ଯାଇହେଲାନି l ଆଜି ହଠାତ ଫୋନ ରେ କୋଉ teacher କହିଲେ ଅପାଙ୍କ କୁଆଡେ ଦେହ ଖୁବ ଖରାପ ଆଉ ଅପା ମୋତେ ଫୋନ ବି କେଲେନି କାହିଁକି ? ରାକ୍ଷୀ ପୂର୍ଣ୍ଣମୀ ଦିନ ଫୋନ କାହିଁକି କରୁନ କହିଲି ଯେ ଅପା କାନ୍ଦି ପକାଇ କହିଲେ ମୋ ଫୋନ କାହିଁ ବାହାଘର ପରେ ପାଞ୍ଚ ଛ ଟା ଫୋନ ସେ କଚାଡି ଭାଙ୍ଗିଲେଣି ପରା l ସେଥିପାଇଁ ଆଉ ସେ ମୋତେ ଫୋନ ନ କଲେବି ଆଉ ତାଙ୍କ ଉପରେ ଅଭିମାନ କରେନି l ଆମେ ତାଙ୍କ ଘରକୁ ଯିବାକୁ ବାହାରିଲୁ l ଘର ନିକଟରେ କେତେ ଲୋକ ଜମା ହୋଇ ଥିଲେ କାହଁକି ଏତେ ଭିଡ଼ ? ମନଟା ଆଉ ବୁଝିଲା ନି .... ଘର ଭିତରର ଦୃଶ୍ୟ ଦେଖି ମୋ ପାଦ ତଳଳର ମାଟି ଖସିଗଲା l ଏ କ'ଣ ଆମ ରାକ୍ଷୀ ଅପା ସପ ଉପରେ ନିଘୋଡ଼ ନିଦରେ ଶୋଇଛନ୍ତି l ମୁହଁରେ ଚନ୍ଦନ ହଳଦୀ ବୋଳା ହୋଇଛି ଆଉ ସେ ନାଲି ଟିକିଲି ଟା ସେମିତି ଝଟକୁଛି ସବୁଦିନ ପରି l ନାଲି ଶାଢ଼ୀ ଅପା ଙ୍କ ଭାରି ପସନ୍ଦ ଆଉ ସେଥିପାଇଁ ମୁଁ ସବୁ ରାକ୍ଷୀ ରେ ନାଲି ଶାଡୀ ଟେ ରଖିଥାଏ ଅପା ପାଇଁ ହେଲେ ଆଜି ସେ ସେହି ନାଲି ଶାଢ଼ୀ ପିନ୍ଧି ଜୀବନ ର ଶେଷ ଯାତ୍ରା ରେ ଚାଲିଯିବେ.... ଚିର ଦିନ ପାଇଁ... ସେଇ ଅଫେରା ରାଇଜ କୁ.....ଆଜି ଅପା ଘରେ ଏକା ଥିଲେ l ଛାତିରେ ଖୁବ ଯନ୍ତ୍ରଣା ଅନୁଭବ କରିବାରୁ ସ୍ୱାମୀ ଙ୍କୁ ଫୋନରେ ଜଣାଇଲେ ଆଉ ସ୍ୱାମୀ ସହର ଯାଇଥବାରୁ ସମୟ ଲାଗିବ ଯିବାପାଇଁ କହିଲେ l ଆଉ ସେ ହାର୍ଟ ଅଟକରେ ଚାଲିଗଲେ ଆରପlରିକି l ତାଙ୍କୁ ଦେଖିଲା ପରେ ଅମାନିଆ ଲୁହ ସବୁ ଆଉ ମୋର ବୋଲ ମାନୁନାହାନ୍ତି l ଭଗବାନ ଙ୍କୁ ପୁଣି କହିଲି "ହେ ପ୍ରଭୁ ମୋ ଅପା ଜୀବନ କୁ ଶାନ୍ତି ଦିଅ l ଘରେ ଆସି ଦେଖିଲି ମୋ ଝିଅ ରାକ୍ଷୀ ଅପା ଙ୍କର ସବୁ ରାକ୍ଷୀ ତକ ସାଇତି ରଖିଛି... ଆଉ ତl କଣ୍ଢେଇର ହାର, ବ୍ରେସଲେଟ କରି ପିନ୍ଧେଇଛି ।

                



Rate this content
Log in

Similar oriya story from Tragedy