STORYMIRROR

Debabrata Mishra

Drama Inspirational Children

4  

Debabrata Mishra

Drama Inspirational Children

--ପୁଅର_ସ୍ୱପ୍ନ--

--ପୁଅର_ସ୍ୱପ୍ନ--

1 min
282


....... ଆଠ_ ନଅ ବର୍ଷର ପିଲାଟିଏ, ସକାଳ ପ୍ରହରୁ ହଠାତ୍ ଧଡ଼ପଡ଼ ହୋଇ ନିଦରୁ ଉଠି ସିଧା ତା'ର ମା' ପାଖକୁ ଯାଇ ତାକୁ ଜାବୁଡ଼ି ଧରି ପକାଇଲା। ମା' ମନ ସବୁ ଜାଣିପାରେ - ସେ ଭାବିଲା ବୋଧହୁଏ ପୁଅ ମୋର କିଛି ସ୍ୱପ୍ନ ଦେଖି ଡ଼ରିଯାଇଛି, ଟିକିଏ ଗେଲ କରିଦେଇ ପୁଅର ମନକୁ ଶାନ୍ତ କରିଦେଲା। କିଛି ପଚାରିବା ପୂର୍ବରୁ ପୁଅ କହିବା ଆରମ୍ଭ କଲା। କହିଲା - ବୋଉ କାଲି ରାତିରେ ଗୋଟିଏ ସ୍ୱପ୍ନ ଦେଖିଛି, ଆଉ ସେ ସ୍ୱପ୍ନରେ ମୁଁ ଦେଖୁଛି ବହୁତ୍ ଭଲ ପାଠ ପଢି ଭଲ ଚାକିରି କରି ବଡ଼ ମଣିଷ ହୋଇଯାଇଛି।... ବାସ୍ ଏତିକି କହି ପୁଅର ଆଖିରେ ଲୁହ ଆସିଗଲାଣି। କାନିରେ ଲୁହ ପୋଛିଦେଇ ମା'ପୁଣି ପ୍ରଶ୍ନ କରୁଛି ଆଉ ତା'ପରେ ପୁଅ କ'ଣ ହେଲା ତୁ କାନ୍ଦୁଛୁ କାହିଁକି ରେ ଧନ..? ତା'ପରେ କ'ଣ ହେଲା କହିବି ବୋଉ, ଶୁଣେ ଦେଶ ବାହାରକୁ ଚାକିରି କରିବାକୁ ଯାଇଛି। ଚାକିରିର କିଛିଦିନ ପରେ ତୋତେ ଦେଖିବାକୁ ମୋର ବହୁତ ଇଛା ହୋଇଛି କିନ୍ତୁ ମୋତେ ଛୁଟିନମିଳିବାରୁ ତୋ'ପାଖକୁ ଆସିପାରୁନି। ତୋର ଦେହ ଖରାପ ହୋଇଛି ତୁ କାନ୍ଦୁଛୁ ମୋ' ପାଇଁ ମୁଁ କାନ୍ଦୁଛି ତୋ' ପାଇଁ। ତୋର ସେବା କରିବାକୁ ଓ ଲୁହ ପୋଛିବାକୁ ଚାହିଁଲେ ବି କିଛି କରିପାରୁନି। ଏତିକି କହି ପୁଅ ମା'କୁ ଜାବୁଡ଼ି ଧରି କହିଲା ବୋଉ ମୁଁ ତୋତେ ଛାଡ଼ି କୁଆଡେ ଯିବିନି। ମା' ଆଖିରୁ କାଳେ ଲୁହ ଗଡ଼ିଆସିବ ତେଣୁ ପୁଅକୁ ରୋଷେଇ ବାହାନା କରି ରୋଷେଇ ଘରକୁ ଯାଇ ସେଠାରେ ଅଜସ୍ର ଲୁହ ଗଡ଼ାଉଛି । ମନେମନେ କହୁଛି ପୁଅ ମୋର କେତେ ଭଲପାଉଛି ମୋତେ। ସ୍ୱପ୍ନ ବେଳେବେଳେ ସତ ହୋଇଯାଏ, ଏହି କଥା ଭାବି ମନରେ ତାର ଭୟ ବି ଆସୁଛି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama