STORYMIRROR

Debabrata Mishra

Abstract Drama Others

3  

Debabrata Mishra

Abstract Drama Others

ନିଦ

ନିଦ

1 min
358


       ଏକ ନୂତନ ଉତ୍ସାହ, ନୁଆ ଦିନ ଭଳି ଲାଗୁଥାଏ। କଟକରୁ ଭୁବନେଶ୍ୱର ଜାତୀୟ ରାଜପଥରେ ଚାଲୁଥାଏ ଅଟୋରିକ୍ସାଟିଏ। ବିଭିନ୍ନ ରଙ୍ଗର ଫୁଲରେ ସଜା ଏମିତି ହୋଇଛି ସତେ କି ରାଜକୁମାର, ଯିଏ ବି ଦେଖିବ ଆଖି ଲାଖିଯିବ । ରିକ୍ସାର ସମ୍ମୁଖ ଭାଗରେ ରହିଛି ପ୍ରତି ଓଡ଼ିଆଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ଓ ସାହା ଭରସା ମା' ତାରିଣୀଙ୍କ ଦୁଇଟି ସୁନ୍ଦର ଫୋଟୋ। ସକାଳୁ ସକାଳୁ ସୁମଧୁର ଗୀତ ବାଜୁଛି ଏଫ୍.ଏମ୍ ରୁ ଯାହା ଅଟୋରେ ବସିଥିବା ଯାତ୍ରୀଙ୍କୁ ଆନନ୍ଦ ଦେଉଛି। ଗାଡ଼ି ଆଗେଇ ଚାଲିଛି, ନୁଆ ଜାମା ପିନ୍ଧି ନଟୁ ମଧ୍ଯ କୋଉ ହିରୋଠାରୁ କମ୍ ଦେଖାଯାଉନି, ନୁଆ ଗାଡ଼ି ଆଣିଛି ବୋଲି ମନ ତାର କୁଣ୍ଢେମୋଟ। ସକାଳୁ ପଞ୍ଚମୁଖୀ ହନୁମାନ ମନ୍ଦିର ରେ ଗାଡ଼ିପୁଜା କରିଛି, ଲେମ୍ଭୁ ଓ କଞ୍ଚାଲଙ୍କା ମାଳ ଗାଡ଼ିରେ ଲାଗିଛି।

      ....... ଗାଡ଼ି ଚାଲିଛି, ଯାତ୍ରୀ ଚଢୁଛନ୍ତି ଓ ଓଲ୍ହାଉଛନ୍ତି। ବହୁତ ଦିନର ଆଶା ପୂରଣ ହୋଇଛି ନଟୁର, ଈଶ୍ବରଙ୍କ ଦୟାରୁ ନିଜର ଗାଡ଼ି ଖଣ୍ଡିଏ ସେ କରିପାରିଛି ଆଉ କେତେଦିନ ଏମିତି ପର ଅଧୀନରେ କାମ କରୁଥିବ। ବଡ଼ ଖୁସିରେ କଲୋନିରେ ଲଡୁ ବାଣ୍ଟିଛି ସକାଳୁ । ଗାଡ଼ିର ବେଗ ବି ବଢୁଛି, ହଠାତ୍ ସମ୍ମୁଖରୁ ଏକ ବଡ଼ ଟ୍ରକ ଆସୁଛି ତୀବ୍ର ବେଗରେ, କିଛି ଚିନ୍ତା କରିବା ପାଇଁ ମୁଣ୍ଡ କାମ କରୁନି. ଆସୁଛି ଆସୁଛି ପ୍ରଚଣ୍ଡ ଶବ୍ଦ କରି। ଭାରସାମ୍ୟ ହରାଇ ନଟ ତାର ନୁଆ ଗାଡ଼ିକୁ ଏକ ଗଛରେ ପିଟି ଦେଉଛି। 


      ......... ଚମକି ପଡ଼ୁଛି ନଟ, ଭାଙ୍ଗି ଯାଇଛି ନିଦ ଦେଖିଲା ବେଳକୁ ସାଙ୍ଗ ହାଡ଼ୁ ନଟ ଉପରେ ପାଣି ପକାଉଛି ନିଦ ଭାଙ୍ଗିବା ପାଇଁ, ନଟୁ ସ୍ଥିର ହୋଇ ଶେଯରେ ବସି ଭାବୁଛି ହେ ଭଗବାନ.... କି ପ୍ରକାର ନିଦ ଆଉ କି ସ୍ୱପ୍ନ ରେ ହାଡୁ। ବଡ଼ ଭୟଙ୍କର ସ୍ୱପ୍ନ ରେ ସାଙ୍ଗ। 



Rate this content
Log in

Similar oriya story from Abstract